ବ୍ୟବହାରକାରୀଙ୍କ ଆଲୋଚନା:Milu chitrasen

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Milu chitrasen, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୨୨, ୬ ମଇ ୨୦୧୬ (IST)[reply]

ଆପଣଙ୍କ ବାବଦରେ[ସମ୍ପାଦନା]

ଆଦରର ମିଲୁ, ଓଡ଼ିଆ ଉଇକିପିଡ଼ିଆରେ ଉଲ୍ଲେଖନୀୟ ଅବଦାନ ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଜଣେ ଉଦୀୟମାନ ଉଇକିଆଳି ଭାବେ ଆପଣ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ । ମଇ ମାସରେ ନିଜ ଖାତା ଖୋଲି ୩୯ ଟି ସମ୍ପାଦନା କାର୍ଯ୍ୟ କରିଥିବା ହେତୁ ଆପଣଙ୍କୁ ଓଡ଼ିଆ ଉଇକିପତ୍ରିକା : ଉଇକିଶିଖାରେ ଉଦୀୟମାନ ଉଇକିଆଳି ଭାବେ ସ୍ଥାନ ଦିଆଯାଇଛି । ସମୟର ଅଭାବରୁ ଆପଣଙ୍କୁ ଆମେ ଉପଯୁକ୍ତ ଭାବେ ଯୋଗାଯୋଗ କରିପାରିଲୁ ନାହିଁ । ତେବେ ଆମ ଭାଷାର ଉନ୍ନତି ପାଇଁ ତଥା ଅନ୍ୟ ଉଇକିଆଳିଙ୍କୁ ଉତ୍ସାହିତ କରିବା ପାଇଁ ଆମେ ଆପଣଙ୍କ ଠାରୁ କିଛି ଜାଣିବାକୁ ଚାହୁଁ । ଯଥାଶୀଘ୍ର ଜଣାଇବାକୁ ଅନୁରୋଧ ।
୧: ଆପଣ ଓଡ଼ିଆ ଉଇକିପିଡ଼ିଆ ସମ୍ବନ୍ଧରେ କିପରି ଜାଣିବାକୁ ପାଇଲେ ?
୨: ଏଥିରେ ସମ୍ପାଦନା କରିବାର କାରଣ କଣ ?
୩: ଏଥିରେ ଆପଣଙ୍କୁ କିଛି ପ୍ରାପ୍ୟ ମିଳେନାହିଁ, ତାପରେ ବି ଏଥିପ୍ରତି ଆଗ୍ରହୀ ହେବାର କାରଣ କଣ ?
୪: ବର୍ତ୍ତମାନ ଆମ ଭାଷାର ସ୍ଥିତି କଣ ?
୫: ଆପଣ ଭାବୁଛନ୍ତି କି ଓଡ଼ିଆ ଉଇକିପିଡ଼ିଆ ପାଇଁ ଓଡ଼ିଆ ଭାଷାର ପ୍ରକୃତରେ କୌଣସି ଉନ୍ନତି ହେଉଛି ? ( ପ୍ରସଙ୍ଗ ସଂଖ୍ୟା ନୁହେଁ ବାସ୍ତବିକ ଜୀବନରେ )
୬: ଓଡ଼ିଆ ଉଇକିପିଡ଼ିଆରେ ଆପଣ କିଛି ପରିବର୍ତ୍ତନ ଚାହୁଁଛନ୍ତି କି ?
୭: ଭବିଷ୍ୟତରେ ଆପଣ ଆମ ଭାଷାକୁ କେଉଁଠାରେ ଦେଖିବାକୁ ଚାହୁଁଛନ୍ତି ଓ ତା ପାଇଁ ଉଇକିପିଡ଼ିଆ ବ୍ୟତୀତ ଆଉ କଣ ଉଦ୍ୟମ କରୁଛନ୍ତି ?
୮: ଆମ ସଂଘର ପୁରୁଣା ଉଇକିଆଳି ତଥା ଆଗକୁ ଯୋଗଦାନ କରୁଥିବା ନୂଆ ଉଇକିଆଳିଙ୍କ ପାଇଁ କଣ ବାର୍ତ୍ତା ପ୍ରଦାନ କରିବେ ?
୯: ଆପେ ବ୍ୟବହାରକାରୀ ପୃଷ୍ଠାରେ ନିଜ ଛବି ଦେବାକୁ ଅନୁରୋଧ, ଯାହାଫଳରେ ଆମେ ତାକୁ ପତ୍ରିକାରେ ସ୍ଥାନ ଦେଇପାରିବୁ ।
--Abha S Pradhan (ମୋ ଆଲୋଚନା) ୦୮:୩୩, ୬ ଜୁଲାଇ ୨୦୧୬ (IST)[reply]

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ[ସମ୍ପାଦନା]

ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk