ବ୍ୟବହାରକାରୀଙ୍କ ଆଲୋଚନା:Adyavarsha priyadarshini

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Adyavarsha priyadarshini,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୩୬, ୩୦ ସେପ୍ଟେମ୍ବର ୨୦୧୩ (UTC)

ତୁମ ଲିଖିତ ପ୍ରସଙ୍ଗ ଦେବରକୁଣ୍ଡ ବାବଦରେ[ସମ୍ପାଦନା]

ଆଦ୍ୟା, ତୁମ ଲିଖିତ ଦେବରକୁଣ୍ଡ ପ୍ରସଙ୍ଗଟିର କିମ୍ବଦନ୍ତୀ ଭାଗଟି ଭଲ ହୋଇଛି । ତେବେ ମୁଁ ସେଥିରେ ଓଡ଼ିଆ ଉଇକିପିଡ଼ିଆର ନୀତିବଳୀ ଅନୁସାରେ ତଳଲିଖିତ କିଛି ବଦଳ କରିଛି ।

  • ଉଇକିପିଡ଼ିଆର ପ୍ରଥମ ପାରାଗ୍ରାଫଟି ସବୁବେଳେ ଉପକ୍ରମ । ତେଣୁ ତା' ପାଇଁ ଅଲଗା ଶିର୍ଷକଟେ ଲୋଡ଼ା ନାହିଁ । ତେବେ ଦେବରକୁଣ୍ଡ ପ୍ରସଙ୍ଗରେ ସେ ଉପକ୍ରମ ଭାଗରେ ଆଉ କିଛି ତଥ୍ୟ ଯୋଡ଼ିଲେ ଭଲ ହେବ । ସେଥିରେ ମନ୍ଦିର କେଉଁ ମସିହାରେ ଆରମ୍ଭ ହୋଇଥିଲା, କିଏ ଆରମ୍ଭ କରିଥିଲେ ଲେଖିପାରିବ ।
  • ଇତିହାସ ବଦଳରେ କିମ୍ବଦନ୍ତୀ କରିଦେଇଛି ଯେହେତୁ ତାହା ପ୍ରକୃତରେ କିମ୍ବଦନ୍ତୀ ।
  • ତିନୋଟି ଶ୍ରେଣୀ ଯୋଡ଼ିଛି । ପ୍ରସଙ୍ଗର ତଳେ + ଚିହ୍ନ ଥାଏ, ସେଥିରେ କ୍ଲିକ କରି ନୂଆ ଶ୍ରେଣି ଯୋଡ଼ିପାରିବ ।

ଆଉ କିଛି ପଚାରିବାର ଥିଲେ ୟା ତଳେ ଲେଖି ପଚାରିବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୮:୧୭, ୧୧ ମଇ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Saileshpat (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)