ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ
ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ | |
---|---|
ଲକ୍ଷ୍ୟ | ସିଦ୍ଧିର୍ଭବତି କର୍ମଜା (ସଂସ୍କୃତ) |
ସ୍ଥାପିତ | ୧୯୫୬ |
ପ୍ରକାର | ଜାତୀୟ |
କୁଳାଧିପତି | ଗଣେଶୀ ଲାଲ |
କୁଳପତି | ପ୍ର ଅଟଲ ଚୌଧୁରୀ[୧] |
ପ୍ରଶାସନୀକ ସଦସ୍ୟ | ୨୬୦ |
ଛାତ୍ର ଛାତ୍ରୀ ସଂଖ୍ୟା | ୪୪୧୩ |
ତଳସ୍ନାତକ | ୩୭୨୪ |
ସ୍ନାତକୋତ୍ତର | ୬୮୯ |
ଅବସ୍ଥାନ | ବୁର୍ଲା, ସମ୍ବଲପୁର, ଓଡ଼ିଶା, ଭାରତ 21°29′50″N 83°54′14″E / 21.4973°N 83.9040°E |
ୱେବସାଇଟ | www |
ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ( VSSUT ), ବୁର୍ଲା ଇଞ୍ଜିନିୟରିଂ କଲେଜ ଭାବରେ ମଧ୍ୟ ଜଣାଶୁଣା । ୧୯୫୬ରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଓଡ଼ିଶାର ସର୍ବ ପୁରାତନ ଇଞ୍ଜିନିୟରିଂ କଲେଜ ଅଟେ । ୨୦୦୯ ମସିହା ଫେବୃଆରୀ ୧୨ ତାରିଖରେ ଏହି ଅନୁଷ୍ଠାନକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ସହ ଏହାର ନାମ ପରିବର୍ତ୍ତନ କରାଯାଇଥିଲା । ଏହା ଓଡ଼ିଶାର ସମ୍ବଲପୁରର ବୁର୍ଲାଠାରେ ଅବସ୍ଥିତ । ଏହା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଅଟେ ।[୨]
୨୦୧୨ ମସିହାରେ ୟୁଜିସିର ୧୨ବି ଧାରା ଅନୁଯାୟୀ ଏହି ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ସହାୟତା ପାଇବାକୁ ଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା ।
ଇତିହାସ
[ସମ୍ପାଦନା]ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ୧୯୫୬ ମସିହାରେ ବୁର୍ଲା ଇଞ୍ଜିନିୟରିଂ କଲେଜ (ୟୁନିଭରସିଟି କଲେଜ ଅଫ୍ ଇଞ୍ଜିନିୟରିଂ UCE) ନାମରେ ରାଜ୍ୟର ପ୍ରଥମ ଇଞ୍ଜିନିୟରିଂ କଲେଜ ଭାବରେ ପ୍ରତିଷ୍ଠିତ ହୋଇଥିଲା । ସେତେବେଳେ ନିର୍ମାଣଧିନ ହୀରାକୁଦ ବନ୍ଧ ପ୍ରକଳ୍ପରେ ନିଯୁକ୍ତ ହେବାକୁ ଥିବା ଇଞ୍ଜିନିୟରମାନଙ୍କୁ ପ୍ରସ୍ତୁତ କରିବା ଏହି କଲେଜର ମୂଳ ଉଦ୍ଦେଶ୍ୟ ଥିଲା । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଥମ ବର୍ଷ ସିଭିଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗରେ ସର୍ବମୋଟ ୨୦ଜଣ ଛାତ୍ର ଥିଲେ । ପରେ ଏହି କଲେଜ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶାସନିକ ନିୟନ୍ତ୍ରଣକୁ, ଏବଂ ପରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନକୁ ଚାଲିଯାଇଥିଲା । ୨୦୦୯ରେ ଏହା ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା ।[୩]
ପ୍ରଚଳିତ ପାଠ୍ୟକ୍ରମ
[ସମ୍ପାଦନା]୦୧ | ସ୍ନାତକ ଇଞ୍ଜିନିୟରିଂ (B.Tech) |
୦୨ | ସ୍ନାତକ ସ୍ଥାପତ୍ୟ (B.Arch) |
୦୩ | ସ୍ନାତକୋତ୍ତର ଇଞ୍ଜିନିୟରିଂ (M.Tech) |
୦୪ | ସ୍ନାତକୋତ୍ତର ବିଜ୍ଞାନ (M.Sc) ) |
୦୫ | ସ୍ନାତକୋତ୍ତର ଦର୍ଶନଶାସ୍ତ୍ର (M.Phil) |
୦୬ | ମାଷ୍ଟର ଇନ କମ୍ପ୍ୟୁଟର ଆପ୍ଲିକେସନ୍ (MCA) |
୦୭ | ପିଏଚଡି (Ph.D) ) |
କ୍ୟାମ୍ପସ୍
[ସମ୍ପାଦନା]ଏହି ବିଶ୍ୱବିଦ୍ୟାଳୟ ହୀରାକୁଦ ବନ୍ଧ ନିକଟରେ ଅବସ୍ଥିତ ଓ ବୁର୍ଲାରେ ପ୍ରାୟ ୩୦୦ଏକର ବିଶିଷ୍ଟ ନିଜସ୍ୱ କ୍ୟାମ୍ପସ ରହିଛି । ଅନୁଷ୍ଠାନର ଆଧୁନିକ ଭିତ୍ତିଭୂମି ରହିଛି । ବିଭିନ୍ନ ବିଭାଗର ଲାବୋରେଟୋରୀରେ ସୁବିଧା ଏବଂ କମ୍ପ୍ୟୁଟର ସେଣ୍ଟର, ଲାଇବ୍ରେରୀ, ଇଣ୍ଟରନେଟ୍ ସୁବିଧା, ଛାତ୍ର ଏବଂ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ, ସମ୍ମିଳନୀ କଷ, ମନୋରଞ୍ଜନର ସୁବିଧା ଆଦି ଏଠାରେ ଉପଲବ୍ଧ ଅଛି ।[୪]
ସର୍ବଭାରତୀୟ ର୍ୟାଙ୍କିଂ
[ସମ୍ପାଦନା]୨୦୨୦ ମସିହାରେ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଂ ଫ୍ରେମୱାର୍କ (NIRF) ଏହି ବିଶ୍ୱବିଦ୍ୟାଳୟକୁ ଇଞ୍ଜିନିୟରିଂ ବିଭାଗରେ ସର୍ବଭାରତୀୟ ସ୍ଥରରେ ୧୧୯ତମ ସ୍ଥାନ ପ୍ରଦାନ କରିଥିଲା ।
ଆଧାର
[ସମ୍ପାଦନା]- ↑ "Vice Chancellor's Desk :: Veer Surendra Sai University of Technology". www.vssut.ac.in. Archived from the original on 20 September 2019. Retrieved 20 September 2019.
- ↑ "UCE becomes Veer Surendra Sai University of Technology". OdishaLinks. 18 December 2008. Retrieved 22 December 2008.
- ↑ "History :: Veer Surendra Sai University of Technology". www.vssut.ac.in. Archived from the original on 2016-03-14. Retrieved 2019-09-20.
- ↑ "Campus". Veer Surendra Sai University of Technology. Archived from the original on 2020-08-25.
{{cite web}}
:|first=
has numeric name (help);|first=
missing|last=
(help)