ବିଷ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜି,ଏଚ,ଏସ ନିର୍ଦ୍ଧାରିତ ଛବି,ବିଷାକ୍ତ ପଦାର୍ଥ ନିମିତ୍ତ । ଖପୁରୀ ଓ ଛକି ଅସ୍ଥି ଥିବା ଚିତ୍ରକୁ ବିଷର ମାନ‌କ ପ୍ରତୀକ ଭାବରେ ଗ୍ରହଣ କରାଯାଇଛି ।

ବିଷ ଶବ୍ଦ ଜୀବ ବିଜ୍ଞାନରେ କେତେକ ପଦାର୍ଥମାନଙ୍କୁ ବୁଝାଏ ଯାହା ଜୀବ ଦେହକୁ ଯଥେଷ୍ଟ ପରିମାଣରେ ଗଲେ ରାସାୟନିକ ବା ଅନ୍ୟାନ୍ୟ ପଦ୍ଧତିରେ ତାହାର ଶରୀରର କ୍ଷତି ସାଧନ ହୁଏ ।[୧][୨]

ପଶୁ ବିଜ୍ଞାନ ଓ ଜୀବ ବିଜ୍ଞାନରେ ଟକ୍ସିନଭେନମ୍‌ଠାରୁ ବିଷକୁ ପୃଥକ୍ କରାଯାଏ । ପଶୁମାନଙ୍କ କାମୁଡ଼ା ବା ଡଙ୍କ ମାରିବା ଯୋଗୁ ଇଞ୍ଜେସନ ହୋଇଥିବା ଟକ୍ସିନ‌କୁ ଭେନମ ନାମ ଦିଆଯାଏ ଓ ଜୀବ ଦେହରେ ପ୍ରାକୃତିକ ପଦ୍ଧତିରେ ତିଆରି ହେଉଥିବା ବିଷାକ୍ତ ପଦାର୍ଥକୁ ଟକ୍ସିନ କୁହାଯାଏ । ପ୍ରସ୍ତୁତି ଓ ପ୍ରଦାନ ଅନୁସାରେ ଏହାର ନାମକରଣ କରାଯାଇଥାଏ । କାରଖାନା, କୃଷି ଓ ଅନ୍ୟାନ୍ୟ ବିଭାଗ ବିଷକୁ ଅନ୍ୟ ବିଷାକ୍ତ କାରଣରୁ ବ୍ୟବ‌ହାର ନ କରି ଅନ୍ୟ କାରଣ ଯୋଗୁ ବ୍ୟବ‌ହାର କରାଯାଏ । କୀଟନାଶକ ଦଳର ପଦାର୍ଥମାନଙ୍କୁ କେବଳ ବିଷମୟ କରିବା ଉଦ୍ଦେଶ୍ୟରେ ବ୍ୟବ‌ହାର କରାଯାଏ ।

ସନ ୨୦୧୩ରେ ୩.୩ ନିୟୁତ ଲୋକ ଅନିଚ୍ଛାକୃତ ବିଷର ଶିକାର ହୋଇଥିଲେ ।[୩] ଏହା ଫଳରେ ୯୮,୦୦୦ ମୃତ୍ୟୁ ହୋଇଥିଲା କିନ୍ତୁ ପୃଥିବୀରେ ସନ ୧୯୯୦ରେ ୧୨୦,୦୦୦ମୃତ୍ୟୁ ହୋଇଥିଲା ।[୪]

ଶବ୍ଦାବଳୀ[ସମ୍ପାଦନା]

ଏମିତି କଥାବାର୍ତ୍ତାରେ ଅନେକ ପଦାର୍ଥ ଯେପରିକି କ୍ଷୟକାରୀ ପଦାର୍ଥ, କର୍କଟ ସୃଷ୍ଟିକାରୀ ପଦାର୍ଥ, ମ୍ୟୁଟାଜେନ, ବିପଦଜନ‌କ ପ୍ରଦୂଷଣକାରୀ ଓ ରାସାୟନିକ ପଦାର୍ଥମାନଙ୍କୁ ବିଷ କୁହାଯାଏ । ବିଷଜ୍ଞାନର ପିତା କୁହାଯାଉଥିବା ପାରାସେଲସସ୍ (Paracelsus) (୧୪୯୩–୧୫୪୧), ଥରେ ଲେଖିଥିଲେ, "ପ୍ରତ୍ୟେକ ପଦାର୍ଥ ବିଷ, ପତ୍ୟେକ ପଦାର୍ଥରେ ବିଷ ଥାଏ । କେବଳ ମାତ୍ରା ହିଁ ବିଷ କରାଏ ନାହିଁ ।"[୫] କାନୁନ ଅନୁସାରେ ବିଷ ଲେବୁଲ ନ ଲଗା ହୋଇଥିଲେ ମଧ୍ୟ ଡାକ୍ତରୀ ଭାବରେ ବିଷ ହୋଇପାରିବ ।

ଜୀବ ଓ ବୃକ୍ଷ ଓ ଜୀବାଣୁମାନଙ୍କଦ୍ୱାରା ତିଆରି ହେଉଥିବା କେତେକ ବିଷ ମଧ୍ୟ ଟକ୍ସିନ ହୋଇପାରେ ଯେପରିକି ଜୀବାଣୁ ପ୍ରୋଟିନ ଯାହା ଟିଟାନସ୍ବଟୁଲିଜ୍ମ ଭଳି ରୋଗ ସୃଷ୍ଟି କରେ । ବିଷ ଓ ଟକ୍ସିନ ମଧ୍ୟରେ ବୈଜ୍ଞାନିକମାନେ ମଧ୍ୟ ଅନେକ ସମୟରେ ପ୍ରଭେଦ ରଖନ୍ତି ନାହିଁ ।

ଚର୍ମ ତଳେ କାମୁଡ଼ା ବା ଫୋଡ଼ିବାଦ୍ୱାରା ଦିଆଯାଉଥିବା ଜୀବ ବିଷକୁ ଭେନମ୍ କୁହାଯାଏ । ବିଷାକ୍ତ ଜୀବ ଅର୍ଥ ଯାହାକୁ ଖାଇଲେ କ୍ଷତିକାରକ ହୁଏ, କିନ୍ତୁ ଭେନମ‌ଯୁକ୍ତ ଜୀବ ଶିକାର କରିବାକୁ ବା ପ୍ରତିରକ୍ଷା ନିମନ୍ତେ ନିଜେ ଜୀବନ୍ତ ଅବସ୍ଥାରେ ଭେନମ୍ ପ୍ରୟୋଗ କରେ (ବିଷ‌ଯୁକ୍ତ) । ଗୋଟିଏ ଜୀବ ଉଭୟ ବିଷାକ୍ତ ଓ ବିଷ‌ଯୁକ୍ତ ହୋଇପାରେ ।[୬]

ନ୍ୟୁକ୍ଲିଆର ପଦାର୍ଥ ବିଜ୍ଞାନରେ ନ୍ୟୁକ୍ଲିଆର ବିଷର ସଂଜ୍ଞା: ଏହା ଏକ ପଦାର୍ଥ ଯାହାର ନ୍ୟୁକ୍ଲିଆର ପ୍ରତିକ୍ରିୟାକୁ ପ୍ରତିରୋଧ ବା ବନ୍ଦ କରିବା ଶକ୍ତି ଥାଏ ।

ପରିବେଶ ବିପଦ ସୃଷ୍ଟିକାରୀ ପଦାର୍ଥ ବିଷ ହୋଇ ନ ପାରେ ବା ବିଷ ପରିବେଶ ପ୍ରତି ବିପଦଜନ‌କ ହୋଇ ନ ପାରେ । ଉଦାହରଣ ସ୍ୱରୂପ ଖାଦ୍ୟ କାରଖାନାରୁ ନିର୍ଗତ ବର୍ଜ୍ୟଜଳରେ ଆଳୁ ଜୁସ୍ ବା କ୍ଷୀର ଥାଏ ଯାହା ନ‌ଦୀ ନାଳ ଭଳି ଇକୋସିସ୍ଟମ ପ୍ରତି ବିପଦଜନ‌କ ହୁଏ ଯେହେତୁ ସେଗୁଡ଼ିକ ଅମ୍ଳଜାନ ଗ୍ରହଣ କରି ଇଉଟ୍ରୋଫିକେସନ କରେ କିନ୍ତୁ ଏହା ମନୁଷ୍ୟପ୍ରତି ବିପଦଜନ‌କ ନ ହୋଇଥିବାରୁ ବିଷ ଶ୍ରେଣୀଭୁକ୍ତ କରାଯାଇନାହିଁ ।

ଜୀବବିଜ୍ଞାନ ସନୁସାରେ ଯେ କୌଣସି ପଦାର୍ଥ ଅତ୍ୟଧିକ ପରିମାଣରେ ଦେଲେ ବିଷାକ୍ତ ହୋଇ ମୃତ୍ୟୁର କାରଣ ହୋଇପାରେ । ଉଦାହରଣ ସ୍ୱରୂପ ମାତ୍ରାଧିକ ପାଣି ପିଇଲେ ମଧ୍ୟ ମୃତ୍ୟୁ ହୋଇପାରେ । ଔଷଧରୂପେ ବ୍ୟବ‌ହୃତ ଅନେକ ଦ୍ରବ୍ୟ ଉପ‌ଯୁକ୍ତ ମାତ୍ରାରେ ଔଷଧ କାମ କରା କିନ୍ତୁ ମାତ୍ରାଧିକ ହେଲେ ବିଷ ହୋଇଯାଏ ।

ବିଷାକ୍ତ କରିବା[ସମ୍ପାଦନା]

ଗୋଟିଏ ବିଷକୁ ଥରେ ବା ସ୍ୱଳ୍ପ ସମୟ ନିମନ୍ତେ ପ୍ରୟୋଗ ହେଲେ ଆକ୍ୟୁଟ ବିଷାକ୍ତ ବା ଆକ୍ୟୁଟ ପଏଜନିଙ୍ଗ କୁହାଯେ । ବିଷ ସଂସ୍ପର୍ଶରେ ଆସିବା ସମୟ ଉପରେ ଲକ୍ଷଣ ନିର୍ଭର କରେ । ଶାରୀରିକ ବିଷାକ୍ତ ନିମନ୍ତେ ଦେହ ମଧ୍ୟକୁ ବିଷ ଯିବା ଆବଶ୍ୟକ । ଅନ୍ୟ ପକ୍ଷରେ କେତେକ ପଦାର୍ଥ କେବଳ ପ୍ରୟୋଗ ସ୍ଥାନରେ ତନ୍ତୁମାନଙ୍କ କ୍ଷତି ସାଧନ କରନ୍ତି ଓ ତାହାକୁ କରୋସିଭ କୁହାଯାଏ, ବିଷ ନୁହେଁ । କେତେକ ଔଷଧମାନଙ୍କର ଅସୁସ୍ଥ ବା ମୃତ୍ୟୁ କରିବା କ୍ଷମତା ଥିଏ ମଧ୍ୟ ସେମାନଙ୍କୁ ଖପୁରୀ ଓ ଛକି ହାଡ଼ ଚିହ୍ନ ଦିଆଯାଏ ନାହିଁ । କାନୁନୀ ଶ୍ରେଣୀଭୁକ୍ତ ବିଷ ଅପେକ୍ଷା ଏମିତି ଅନେକ ଔଷଧ ଅଛି ଯାହା ପ୍ରୟୋଗ କଲେ ବିଷାକ୍ତ ହୋଇପାରିବ ।

କ୍ରନିକ୍ ବିଷାକ୍ତ କୁହାଯାଏ ଯେତେବେଳେ ଦୀର୍ଘ କାଳ ଧରି ନିୟମିତ ବା ବାରମ୍ବାର ବିଷ ପ୍ରୟୋଗ କରାଯାଏ କିନ୍ତୁ ପ୍ରୟୋଗ ସଙ୍ଗେ ସଙ୍ଗେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସମୟ କ୍ରମେ ରୋଗୀ ଧୀରେ ଧୀରେ ଅସୁସ୍ଥ ହୁଏ ବା ଅନେକ ଦିନର ଅନ୍ତର (latent period) ପରେ ଅସୁସ୍ଥ ହୁଏ । କ୍ରନିକ୍ ବିଷାକ୍ତ କରୁଥିବା ପଦାର୍ଥ କ୍ରମଶଃ ଦେହରେ ଜମାହୋଇଯାଏ ବା ସାନ୍ଦ୍ରତା ବୃଦ୍ଧି (biomagnification) ହୁଏ ଯଥା:- ପାରଦ, ସୀସା ଓ ଗାଡୋଲିନିଅମ ।

ସଂସ୍ପର୍ଶ ବା ଅବଶୋଷଣ ଯୋଗୁ ବିଷଦ୍ୱାରା ଶୀଘ୍ର ମୃତ୍ୟୁ ବା କ୍ଷତି ସାଧନ ହୁଏ । ସ୍ନାୟୁ ମଣ୍ଡଳ ଉପରେ ପ୍ରଭାବ କରୁଥିବା ବିଷ କିଛି ସେକଣ୍ଡ ମଧ୍ୟରେ ପାରାଲିସିସ୍ କରିଦିଅନ୍ତି ଓ ଏଗୁଡ଼ିକ ନିଉରୋଟକ୍ସିନସ୍ନାୟୁ ଗ୍ୟାସ ହୋଇପାରନ୍ତି ଯାହା ରାସାୟନିକ ଯୁଦ୍ଧ ନିମନ୍ତେ କାରଖାନାରେ ପ୍ରସ୍ତୁତ ହୋଇଥାଏ ।

ଗ୍ୟସ୍ ଚ୍ୟାମ୍ବରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ବ୍ୟକ୍ତିକୁ ସ୍ୟାନାଇଡ ବିଷ ପ୍ରଶ୍ୱାସରେ ବା ଖାଦ୍ୟ ଆକାରରେ ଦିଆଗଲେ ତୁରନ୍ତ ମୃତ୍ୟୁ ହୁଏ କାରଣ ଏହି ବିଷ ଏଟିପି ତିଆରି କରୁଥିବା ମାଇଟୋକଣ୍ଡ୍ରିଆର ଏନ‌ଜାଇମ ଅବରୋଧ କରି ସଙ୍ଗେ ସଙ୍ଗେ ଶରୀରକୁ ଶକ୍ତି (energy) ବିହୀନ କରିଦିଏ । ଆମେରିକାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ବ୍ୟକ୍ତିକୁ ଅତ୍ୟୁଚ୍ଚ ସାନ୍ଦ୍ରତା ବିଶିଷ୍ଟ ପଟାସିଅମ କ୍ଲୋରାଇଡ୍ ଦେବାଦ୍ୱାରା ମାଂସପେଶୀ ସଙ୍କୋଚନ ନିମନ୍ତେ ଆବଶ୍ୟକ ମେମ୍ବ୍ରେନ ପୋଟେନସିଆଲକୁ ବନ୍ଦ କରିଦେବା ଯୋଗୁ ହୃତ୍‌ପିଣ୍ଡର ସଙ୍କୋଚନ ହୋଇପାରେ ନାହିଁ ଓ ଏହା ବନ୍ଦ ହୋଇଯାଏ ।

କୀଟନାଶକ ସ‌ହିତ ଅଧିକାଂଶ ଜୈବନାଶକଦ୍ୱାରା ଜୀବଙ୍କୁ ଲକ୍ଷ କରାଯାଇଥାଏ । ଲକ୍ଷ କରାଯାଇ ନ ଥିଲେ ମଧ୍ୟ ଆକ୍ୟୁଟ ବା ଅଣଦେଖା କ୍ରନିକ୍ ବିଷାକ୍ତ ମାନବ ଓ ଅନ୍ୟ ଉପକାରୀ ଜୀବକୁ ହୋଇପାରେ ଯିଏ ଏହି କୀଟନାଶକ ପ୍ରୟୋଗ କରେ ଓ ଏହାକୁ ଗୌଣ ବିଷାକ୍ତ (secondary poisoning) କୁହାଯାଏ । ଉଦାହରଣ ସ୍ୱରୁପ ହର୍ବିସାଇଡ ୨,୪-ଡି ଚାରା ହରମୋନ‌କୁ ଅନୁକରଣ କରିବାଦ୍ୱାରା ଚାରାକୁ ଘାତକ ବିଷାକ୍ତ ହୁଏ । ଯଦିଓ ୨,୪-ଡି ବିଷ ନୁହେଁ ତ‌ଥାପି ଏହାକୁ ବିପଦ ଜନ‌କ ଶ୍ରେଣୀରେ ରଖାଯାଇଛି ।

କେତେକ ପଦାର୍ଥ ସ୍ୱୟଂ ବିଷାକ୍ତ ନ ହେଲେ ମଧ୍ୟ ଦେହରେ ବିଷାକ୍ତ ହୋଇଯାଏ; ଉଦାହରଣ:- ଉଡ ଆଲକୋହୋଲ (ମିଥାନଲ) ନିଜେ ବିଷ ନୁହେଁ କିନ୍ତୁ ଏହା ଯକୃତରେ ରାସାୟନିକ ପଦ୍ଧତିରେ ବିଷାକ୍ତ ଫର୍ମାଲଡିହାଇଡ ଓ ଫର୍ମିକ ଏସିଡରେ ପରିବର୍ତ୍ତିତ ହୋଇ ବିଷାକ୍ତ ହୋଇଯାଏ ଯାହାକୁ ଇଂରାଜୀ ଭାଷାରେ ଟକ୍ସିଫିକେସନ କୁହାଯାଏ । ଏହିପରି ଅନେକ ଔଷଧ ମଧ୍ୟ ଯକୃତରେ କେତେକ ଏଞ୍ଜାଇମଦ୍ୱାରା ବିଷ ପାଲଟିଯାଏ ।

ଜୈବ ବିଜ୍ଞାନରେ ଲକ୍ଷଣ, କାର୍ଯ୍ୟକଳାପ, ଚିକିତ୍ସା ଓ ରୋଗ ନିର୍ଣ୍ଣୟ କରାଯାଉଥିବା ଶିକ୍ଷାକୁ ବିଷତନ୍ତ୍ର (Toxicology) କୁହାଯାଏ ।

ରେଡିଓଆକ୍ଟିଭ ପଦାର୍ଥ ସଂସ୍ପର୍ଶରେ ଆସିଲେ ରାଡିଏସନ ବିଷମୟ ହୁଏ ଯାହା ଏକ ଅଣସମ୍ବନ୍ଧିତ ବିଷୟ ।

ଚିକିତ୍ସା[ସମ୍ପାଦନା]

  • ସମସ୍ତ ବିଷ ନିମନ୍ତେ ପ୍ରାଥମିକ ଚିକିତ୍ସା ଅନୁସାରେ ଯଥେଷ୍ଟ ହୃତ୍‌ପିଣ୍ଡ-ଫୁସଫୁସ କାର୍ଯ୍ୟ ଚାଲୁ ରଖିବାକୁ ଯତ୍ନଶୀଳ ହେବା ଓ ବାତ, ଶକ୍ଯନ୍ତ୍ରଣା ନିମନ୍ତେ ଔଷଧ ହେବା ଆବଶ୍ୟକ ।
  • ଇଞ୍ଜେକସନ ଜନିତ ବିଷ କାମୁଡ଼ା ବା କୀଟ ଦଂଶନ‌ଦ୍ୱାରା ନିମନ୍ତେ ଶୁଣ୍ଢ ମାରିବା ବା କାମୁଡ଼ା ସ୍ଥାନର ଉପର ଅଂଶକୁ ଚାପ ବ୍ୟାଣ୍ଡେଜ ଦେଇ ବନ୍ଧାଯାଏ ଓ ଉକ୍ତ ପ୍ରଭାବିତ ଜାଗାକୁ ଗରମ ପାଣିରେ (୫୦ସେ) କିଛି ସମୟ ବୁଡ଼େଇ ରଖାଯାଏ । ଚାପ ବ୍ୟାଣ୍ଡେଜ ଦେଲେ ବିଷର ସଞ୍ଚାର ଦେହର ଅନ୍ୟ ସ୍ଥାନ‌କୁ ହୋଇପାରେ ନାହିଁ ଓ ଗରମ ପାଣି ସେହି ବିଷକୁ ଭାଙ୍ଗି ଦିଏ । ଏହି ଚିକିତ୍ସା କେବଳ ପ୍ରୋଟିନ ମଲିକ୍ୟୁଲ ଥିବା ବିଷ ନିମନ୍ତେ ଉପ‌ଯୋଗୀ ହୁଏ । [୭]
  • ଅଧିକାଂଶ କ୍ଷେତ୍ରରେ ବିଷ ନିମନ୍ତେ ଚିକିତ୍ସା ନ କରି କେବଳ ଲକ୍ଷଣ ନିମନ୍ତେ ସାହାଯ୍ୟକାରୀ ଚିକିତ୍ସା କରାଯାଏ ।

ସଂଦୂଷଣ ଦୁରିକରଣ[ସମ୍ପାଦନା]

  • ସଦ୍ୟ ଖାଇଥିବା ବିଷକୁ ଦେହରୁ ବାହାର କରିବାକୁ ପଡ଼େ । ପାକସ୍ଥଳୀରେ ଥିବା ବିଷ ବା ବିଷ ମିଶ୍ରିତ ଖାଦ୍ୟକୁ ନାସାପାକସ୍ଥଳୀ ନଳୀଦ୍ୱାରା ବାହାର କରାଯାଏ, ପାକସ୍ଥଳୀ ଧୁଆ କରାଯାଏ, ସମ୍ପୁର୍ଣ୍ଣ ଖାଦ୍ୟନଳୀ ଜଳ ସିଞ୍ଚନ କରାଯାଏ ଓ ଆକ୍ଟିଭେଟେଡ ଚାରକୋଲ ଦିଆଯାଏ । ଆଗରୁ ଦିଆଯାଉଥିବା ଇପେକାକ ସିରପ, ଝାଡ଼ାକାରୀ ଔଷଧ ଆଜିକାଲି ଦିଆଯାଉନାହିଁ ।
    • ବିଷ ଅବଶୋଷଣକୁ ରୋକିବା ନିମନ୍ତେ ଆକ୍ଟିଭେଟେଡ ଚାରକୋଲ ଏକ ପସନ୍ଦ‌ଯୋଗ୍ୟ ଚିକିତ୍ସା । ଏହା ଏମର୍ଜେନ୍ସି ଗୃହରେ ବା ଶିକ୍ଷିତ ସ୍ୱାସ୍ଥ୍ୟ ବ୍ୟବସ୍ଥାକାରୀ ଦାୟିତ୍ୱରେ କରାଯାଏ । ସୋଡ଼ିଅମ, ପୋଟାସିଅମ, ଲିଥିଅମ, ଆଲକୋହୋଲଗ୍ଲାଇକଲ ନିମନ୍ତେ ଏହି ଚାରକୋଲ ଉପ‌ଯୋଗୀ ନୁହେଁ; ଏସିଡଆଲକାଲି ନିମନ୍ତେ ମଧ୍ୟ ଦେବାକୁ ସୁପାରିସ କରାଯାଏ ନାହିଁ ।[୮]
    • ପୂର୍ବ କାଳରେ ଖାଇଥିବା ବିଷକୁ ଶିଘ୍ର ନିଷ୍କାସନ କରିବା ନିମନ୍ତେ ରେଚକ ଦିଆଯାଉଥିଲା କିନ୍ତୁ ଏହା ଫଳରେ ରୋଗୀର ବିଶେଷ ଉନ୍ନତି ହେବା ପରିଲକ୍ଷିତ ନ ହେବାରୁ ଏହି ଚିକିତ୍ସା ସୁପାରିସକୁ ତ୍ୟାଗ କରାଗଲା ।[୯]

ରୋଗାନୁଶୀଳନ[ସମ୍ପାଦନା]

ସନ ୨୦୦୪ରେ ବିଷାକ୍ତ ନିମନ୍ତେ ପ୍ରତି ଏକ ଲକ୍ଷ ବାସିନ୍ଦାଙ୍କର ପଙ୍ଗୁତ୍ତ୍ୱ-ସୁଧାର ଜୀବନ ବର୍ଷ[୧୦]
  no data
  <10
  10–90
  90–170
  170–250
  250–330
  330–410
  410–490
  490–570
  570–650
  650–700
  700–880
  >880

ସନ ୧୯୯୦ରେ ବିଷାକ୍ତ ଫଳରେ ୨୦୦,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୦ରେ କମିଯାଇ ୧୮୦,୦୦୦ ହୋଇଛି । [୧୧] ଯୁକ୍ତରାଷ୍ଟ୍ର ଆମେରିକାରେ ଆଶୁ ଡିପାର୍ଟମେଣ୍ଟକୁ ସମୁଦାୟ ଆଘାତର ୩.୫% ଲୋକ କେବଳ ବିଷାକ୍ତ ନିମନ୍ତେ ଯାଆନ୍ତି । [୧୨]

ଇତିହାସ[ସମ୍ପାଦନା]

ଆଉରି ଦେଖନ୍ତୁ: History of poison
"ରାଣୀ ବୋନା"ଙ୍କୁ ବିଷ ପ୍ରଦାନ- ଜାନ ମାଟେଜକୋ (Jan Matejko)

ସମ୍ପୁର୍ଣ୍ଣ ଇତିହାସରେ ହତ୍ୟା, କୀଟ-ଆୟତ୍ତ, ଆତ୍ମହତ୍ୟା ଓ ମୃତ୍ୟୁ ଦଣ୍ଡ ନିମନ୍ତେ ବିଷ ପ୍ରୟୋଗ କରାଯାଇଛି । [୧୩][୧୪] ମୃତ୍ୟୁ ଦଣ୍ଡ ନିମନ୍ତେ ଏଥେନ୍ସବାସୀ ବିଷ ପାନ କରୁଥିଲେ (ଯେପରି ସକ୍ରେଟିସ୍), ପ୍ରଶ୍ୱାସରେ ନେଉଥିଲେ (ଯେପରିକି କାର୍ବନ ମୋନୋକ୍‌ସାଇଡ ବା ହାଇଡ୍ରୋଜେନ ସ୍ୟାନାଇଡ ଦିଆଯାଏ ଗ୍ୟାସ୍ ଚ୍ୟାମ୍ବରରେ) ବା ଇଞ୍ଜେକସନ ଆକାରରେ ଦିଆଯାଏ । ଚୀନରେ ବିଷକୁ ଅଧିକ ପ୍ରଭାବଶାଳୀ କରିବାକୁ ଗୁ ବିଷ ଦିଆଯାଉଥିଲା ଯାହାର ଯାଦୁ ପ୍ରଭାବ ଥିବା କୁହାଯାଉଥିଲା । ଯୁଦ୍ଧ ସମୟରେ ଗନ୍ ପାଉଡରରେ ବିଷ ମିଶେଇ ଦିଆଯାଉଥିଲା ଯାହାକୁ ଗନ୍ ପାଉଡର ଯୁଦ୍ଧ କୁହାଯାଏ । ଏହି ବିଷୟରେ ଲେଖକ ଜିଆଓ ୟୁ ତାଙ୍କର ପୁସ୍ତକ ହୁଓଲଙ୍ଗଜିଙ୍ଗରେ ଲେଖିଛନ୍ତି ସେତେବେଳେ କ୍ୟାଷ୍ଟ ଆଇରନ ଗ୍ରେନେଡ଼ରେ ବିଷାକ୍ତ ଗନ୍ ପାଉଡର ବ୍ୟବ‌ହାର କରାଯାଉଥିଲା । [୧୫]

ଅଧିକ ଦେଖନ୍ତୁ[ସମ୍ପାଦନା]


ଆଧାର[ସମ୍ପାଦନା]

  1. "poison" at Dorland's Medical Dictionary
  2. "Poison" at Merriam-Webster. Retrieved December 26th, 2014.
  3. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013.". Lancet (London, England) 386 (9995): 743–800. PMID 26063472. 
  4. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.". Lancet 385: 117–71. PMC 4340604. PMID 25530442. doi:10.1016/S0140-6736(14)61682-2. 
  5. Latin: Dosis sola venenum facit. Paracelsus: Von der Besucht, Dillingen, 1567
  6. Hutchinson DA, Mori A, Savitzky AH, Burghardt GM, Wu X, Meinwald J, Schroeder FC (2007). "Dietary sequestration of defensive steroids in nuchal glands of the Asian snake Rhabdophis tigrinus". Proceedings of the National Academy of Sciences of the United States of America 104 (7): 2265–70. PMC 1892995. PMID 17284596. doi:10.1073/pnas.0610785104. 
  7. Complete diving manual by Jack Jackson
  8. Chyka PA, Seger D, Krenzelok EP, Vale JA (2005). "Position paper: Single-dose activated charcoal". Clin Toxicol (Phila) 43 (2): 61–87. PMID 15822758. 
  9. Toxicology, American Academy of Clinical (2004). "Position paper: cathartics". J Toxicol Clin Toxicol 42 (3): 243–253. PMID 15362590. doi:10.1081/CLT-120039801. 
  10. "WHO Disease and injury country estimates". World Health Organization. 2004. Retrieved Nov 11, 2009. 
  11. Lozano, R (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010.". Lancet 380 (9859): 2095–128. PMID 23245604. doi:10.1016/S0140-6736(12)61728-0. 
  12. Villaveces A, Mutter R, Owens PL, Barrett ML. Causes of Injuries Treated in the Emergency Department, 2010. HCUP Statistical Brief #156. Agency for Healthcare Research and Quality. May 2013.[୧]
  13. Kautilya suggests employing means such as seduction, secret use of weapons, poison etc. S.D. Chamola, Kautilya Arthshastra and the Science of Management: Relevance for the Contemporary Society, p. 40.ISBN 81-7871-126-5.
  14. Kautilya urged detailed precautions against assassination—tasters for food, elaborate ways to detect poison. "Moderate Machiavelli? Contrasting The Prince with the Arthashastra of Kautilya". Critical Horizons, vol. 3, no. 2 (September 2002). Brill Academic Publishers. ISSN 1440-9917 (Print) 1568-5160 (Online).doi:10.1163/156851602760586671.
  15. Needham, Joseph (1986). Science and Civilization in China: Volume 5, Part 7. Taipei: Caves Books, Ltd. Page 180.

ବାହାର ଲିଙ୍କ[ସମ୍ପାଦନା]