ବାରାଂ ଚିତି

ଉଇକିପିଡ଼ିଆ‌ରୁ
ବାରାଂ ଚିତି
̄𑢹𑣗𑣁𑣜𑣊 𑢯𑣂𑣕𑣂
ପ୍ରକାର
ଭାଷାସମୂହହୋ
ଲିପିକାରଲାକୋ ବୋଦ୍ରା
Parent systems
ମୂଳ ଉଦ୍ଭାବନ
  • ବାରାଂ ଚିତି
ଦିଗLeft-to-right
ISO 15924Wara, 262
ଇଉନିକୋଡ଼ ଉପନାମ
Warang Citi
U+118A0–U+118FF
ଚୂଡ଼ାନ୍ତ ପ୍ରସ୍ତାବିତ ଲିପି

ବାରାଂ ଚିତି (Warang Citi ବା Varang Kshiti ବୋଲି ମଧ୍ୟ ଲେଖାଯାଏ; Ho: 𑢹𑣗𑣁𑣜𑣊 𑣏𑣂𑣕𑣂,[୧] IPA: /wɐrɐŋ ʧɪt̪ɪ/) ଲାକୋ ବୋଦ୍ରାଙ୍କ ଦ୍ୱାରା ଉଦ୍ଭାବିତ ଏକ ଆବୁଗିଡ଼ା ଲିପି ଓ ହୋ ଭାଷା ପାଇଁ ବ୍ୟବହୃତ । ଏହା ସାଧାରଣତଃ ପ୍ରାଥମିକ ଓ ବୟସ୍କ ଶିକ୍ଷା ପାଇଁ ତଥା ବିଭିନ୍ନ ପ୍ରକାଶନ ପାଇଁ ବ୍ୟବହାର ହୁଏ । ହୋ ଭାଷା ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମ ବଙ୍ଗ, ଛତିଶଗଡ଼ଆସାମରେ କଥିତ ।[୨]

ସମାଜନେତା ବୋଦ୍ରା ଏହି ଲିପି ଖ୍ରୀଷ୍ଟିଆନ ମିସନାରିଙ୍କଦ୍ୱାରା ପ୍ରଚଳିତ ଭିନ୍ନ ଭିନ୍ନ ଲିପିର ଏକ ବିକଳ୍ପ ଭାବେ ତିଆରି କରିଥିଲେ । ତାଙ୍କ ମତାନୁସାରେ ଏହି ଲିପିଟି ୧୩ଶ ଶତାବ୍ଦୀରେ ଦେଓବାନ ତୁରିଙ୍କଦ୍ୱାରା ଉଦ୍ଭାବିତ ହୋଇଥିଲା ଓ ସେ ତୁରିଙ୍କଠୁ ସ୍ୱପ୍ନାଦେଶ ପାଇ ତାକୁ ଆଧୁନୀକୀକରଣ କରିଥିଲେ ।

ଲିପିଟିର ପ୍ରଥମ ଅକ୍ଷର ଅଙ୍ଗ ଓ ତାହା ବିଶ୍ୱର ସୃଷ୍ଟିର ପ୍ରଥମ ଧ୍ୱନି ବୋଲି ବିଶ୍ୱାସ । ଏହି ଲିପିରେ ମୋଟ ୩୨ ଗୋଟି ଅକ୍ଷର ରହିଛି ଓ ଛୋଟ ଏବଂ ବଡ଼ ଅକ୍ଷର ମଧ୍ୟ ରହିଛି । ଏହା ବାମରୁ ଡାହାଣକୁ ସାମାନ୍ତରାଳ ଧାଡ଼ିରେ ଲେଖାଯାଏ, ଏବଂ ପ୍ରତି ବ୍ୟଞ୍ଜନ ବର୍ଣ୍ଣରେ ଏକ ସହଜାତ ସ୍ୱର ବର୍ଣ୍ଣ ରହିଥାଏ । ଏହା ସାଧାରଣତଃ /a/ (ଅ) ବା କେବେ କେବେ /o/ ବା /e/ ହୋଇଥାଏ ।

ବାରାଂ ଚିତିର ନିଜସ୍ୱ ସଂଖ୍ୟା ରହିଛି ।[୧]

ଏହି ଲିପି ମୁଖ୍ୟତଃ ପୂର୍ବାଞ୍ଚଳରେ ଥିବା ସମାଜଗୁଡ଼ିକରେ ଓ ଶିକ୍ଷିତ ବର୍ଗଙ୍କ ଭିତରେ ଅଧିକ ଆଦୃତ । ବାକି ଭାଷାଭାଷୀମାନେ ଜ୍ଞାନର କଥିତ ବିତରଣ ପସନ୍ଦ କରନ୍ତି । ଦେବନାଗରୀ, ଓଡ଼ିଆ, ବଙ୍ଗଳାଲାଟିନ ଆଦି ମଧ୍ୟ ହୋ ଭାଷା ଲେଖିବା ପାଇଁ ବ୍ୟବହୃତ ।

ଅକ୍ଷର[ସମ୍ପାଦନା]

ଏହା ଏକ ଆବୁଗିଡ଼ା ଭାବେ ଆନୁଷ୍ଠାନିକ ରୂପେ ବିଭାଗୀକୃତ କିନ୍ତୁ ଏକ ପ୍ରକୃତ ବର୍ଣ୍ଣମାଳା ଭାବେ ଏହାର ବିଭିନ୍ନ ଗୁଣ ରହିଛି । ଏଥିରେ ଇଂରାଜୀ ଭଳି କ୍ୟାପିଟାଲାଇଜେସନ ଓ ଇଂରାଜୀ ବିରାମ ଚିହ୍ନ ରହିଛି । ବର୍ଣ୍ଣମାଳା ଭଳି ସ୍ୱର ବର୍ଣ୍ଣ ବ୍ୟଞ୍ଜନ ପରେ ଯୋଡ଼ାଯାଏ । ତେବେ ବାକି ଭାରତୀୟ ଭାଷାଗୋଷ୍ଠୀର ଭାଷାମାନଙ୍କ ଭଳି ବ୍ୟଞ୍ଜନରେ ଏକ ସହଜାତ ସ୍ୱରବର୍ଣ୍ଣ ରହିଥାଏ । ତେଣୁ ଏହା ଅସ୍ପଷ୍ଟ । କେତେକ ସଂଯୁକ୍ତାକ୍ଷର ମିଶି ନୂଆ ଧ୍ୱନି ସୃଷ୍ଟି କରନ୍ତି ଓ କେତେକ କ୍ଷେତ୍ରରେ ଯୁକ୍ତାକ୍ଷର-ବ୍ୟଞ୍ଜନ ଏକ ଉପରେ ଆଉ ଗୋଟିଏକୁ ରଖାଯାଏ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Everson, Michael (2012-04-19). "N4259: Final proposal for encoding the Warang Citi script in the SMP of the UCS" (PDF). Retrieved 2016-08-20.
  2. Ager, Simon. "Varang Kshiti alphabet". Omniglot.com.