Jump to content

ବାଇଜେମିନି

ଉଇକିପିଡ଼ିଆ‌ରୁ
Bigeminy
Bigemini
Ventricular bigeminy seen on a 12 lead ECG
ଉଚ୍ଚାରଣ
ଲକ୍ଷଣNone, feeling of skipped beats[][]
ବିପଦ କାରକStimulants (stress, caffeine, cocaine); alcohol; high thyroid; low oxygen (coronary artery disease, pulmonary embolism, drowning); low potassium; digoxin toxicity; mitral valve prolapse; myocarditis[][]
ରୋଗ ନିର୍ଣ୍ଣୟ ପଦ୍ଧତିECG[]
ସଠିକ ରୋଗ ନିର୍ଣ୍ଣୟTrigeminy, second degree heart block[][]
ଚିକିତ୍ସାNone, beta-blockers, calcium channel blockers, catheter ablation[]
PrognosisGenerally good[]
ପୁନଃପୌନିକRelatively common[]

ବାଇଜେମିନି ହେଉଛି ଏକ ଅନିୟମିତ ହୃତ୍ ସ୍ପନ୍ଦନ ରୋଗ ଯେଉଁଥିରେ ପ୍ରତ୍ୟେକ ନିୟମିତ ହୃଦସ୍ପନ୍ଦନକୁ ଅନୁସରଣ କରି ଗୋଟିଏ ଅନିୟମିତ ହୃଦସ୍ପନ୍ଦନ (ଏକ୍ଟୋପିକ୍ ବିଟ୍) ହୁଏ ।[] ଏହି ରୋଗ ତିନୋଟି ପ୍ରକାରର ଦେଖାଯାଏ ଯଥା: ଅକାଳ ନିଳୟ ସଙ୍କୋଚନ, ସଂଯୋଗ ସ୍ଥଳ ଏବଂ ଅକାଳ ଅଳିନ୍ଦ ସଙ୍କୋଚନ[] ସାଧାରଣତଃ ଏହାର କୌଣସି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ନାହିଁ; ଯଦିଓ ଏକ ପରିତ୍ୟକ୍ତ ହୃତ୍‌ସ୍ପନ୍ଦନର ଅନୁଭବ ହୋଇପାରେ ।[] [] କ୍ୱଚିତ ନିମ୍ନ ରକ୍ତଚାପ ଏବଂ ମୁଣ୍ଡ ହାଲୁକା ଲାଗିପାରେ ।[]

କାରଣଗୁଡ଼ିକ ମଧ୍ୟରେ କୌଣସି ଉତ୍ତେଜକ କାମ କରେ ଯେପରିକି ମାନସିକ ଚାପ, କଫିନ୍, କୋକେନ୍; ମଦ୍ୟପାନ ; ଉଚ୍ଚ ଥାଇରଏଡ୍ ସ୍ତର ; କମ୍ ଅମ୍ଳଜାନ ( କରୋନାରୀ ଧମନୀ ରୋଗ, ଫୁସଫୁସ ଏମ୍ବୋଲିଇଜ୍ମ, ବୁଡ଼ିଯିବା); କମ୍ ପୋଟାସିୟମ୍ ସ୍ତର; ଡିଗକ୍ସିନ ବିଷକ୍ରିୟା ; ମାଇଟ୍ରାଲ ଭଲ୍ଭ ପ୍ରୋଲାପ୍ସ ଏବଂ ମାୟୋକାର୍ଡାଇଟିସ୍ ହୋଇପାରେ ।[] [] ୧୨ଲିଡ୍ ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[] ଭେଣ୍ଟ୍ରିକୁଲାର ବାଇଜେମିନିରେ ପ୍ରତ୍ୟେକ ସାଇନସ୍ ବିଟ୍ ପରେ ବିରାମ ନଥାଇ ଏକ ଅକାଳ ନିଳୟ ସଂକୋଚନ (PVC), ତାପରେ ଏକ ସାଧାରଣ ବିଟ୍, ଏବଂ ପରେ ଅନ୍ୟ ଏକ ଅକାଳ ନିଳୟ ସଂକୋଚନ ଅନୁସରଣ ହୁଏ ।[] [୧୦] ଆଟ୍ରିଆଲ୍ ଏବଂ ଜଙ୍କସନାଲ୍ ବାଇଜେମିନିରେ ଦ୍ୱିତୀୟ ବିଟ‌ ଏକ ଅକାଳ ଅଳିନ୍ଦ ସଙ୍କୋଚନ (PAC) ବା ଅକାଳ ଜଙ୍କସନାଲ ସଙ୍କୋଚନ ହୋଇପରେ ।[]

ଫଳାଫଳଗୁଡିକ ଅକାଳ ଅଳିନ୍ଦ ସଙ୍କୋଚନ (ପିଭିସି/ PVC) ସହିତ ସମାନ ।[] ଯଦି ପ୍ରତି ମିନିଟରେ ଛଅରୁ ଅଧିକ ପିଭିସି/PVC ଥାଏ ତେବେ ତାହା ବାଇଜେମିନିରେ ହୋଇଥାଏ ଓ ତାହାର ମୂଳ କାରଣ ଖୋଜି ଅନୁସନ୍ଧାନ କରାଯିବା ଉଚିତ ।[] ଯେଉଁମାନଙ୍କର ଲକ୍ଷଣ ନାହିଁ ସେମାନେ ସାଧାରଣତଃ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ କରନ୍ତି ନାହିଁ; ଅନ୍ୟଥା ବିଟା-ବ୍ଲକର, କ୍ୟାଲସିୟମ ଚ୍ୟାନେଲ ବ୍ଲକର୍, କିମ୍ବା କ୍ୟାଥେଟର୍ ଆବ୍ଲାସନ କରାଯାଇପାରେ । [] ଫଳାଫଳ ସାଧାରଣତ ଭଲ ଥାଏ; ଯଦିଓ, ବେଳେବେଳେ ଭେଣ୍ଟ୍ରିକୁଲାର ଟାକିକାର୍ଡିଆ ହୋଇପାରେ ।[] [] ବାଇଜେମିନି ଅପେକ୍ଷାକୃତ ସାଧାରଣ ରୋଗ ଅଟେ ।[]

  1. ୧.୦ ୧.୧ ୧.୨ Manolis, Antonis (March 2024). "Premature ventricular complexes: Clinical presentation and diagnostic evaluation". www.uptodate.com. UpToDate. Archived from the original on 26 October 2023. Retrieved 22 April 2024.
  2. ୨.୦ ୨.୧ ୨.୨ ୨.୩ Levine, Glenn N. (30 June 2013). Arrhythmias 101 (in ଇଂରାଜୀ). JP Medical Ltd. p. 79. ISBN 978-93-5090-499-2. Archived from the original on 23 April 2024. Retrieved 22 April 2024.
  3. ୩.୦ ୩.୧ ୩.୨ ୩.୩ ୩.୪ Dubin, Dale (2000). Rapid Interpretation of EKG's: An Interactive Course (in ଇଂରାଜୀ). Cover Publishing Company. p. 123-139. ISBN 978-0-912912-06-6. Archived from the original on 2024-04-23. Retrieved 22 April 2024.
  4. ୪.୦ ୪.୧ ୪.୨ ୪.୩ "Bigeminy: Causes, Symptoms & Treatment". Cleveland Clinic (in ଇଂରାଜୀ). Archived from the original on 18 March 2023. Retrieved 22 April 2024.
  5. ୫.୦ ୫.୧ ୫.୨ Farzam, K; Richards, JR (January 2024). "Premature Ventricular Contraction". StatPearls. PMID 30422584.
  6. ୬.୦ ୬.୧ ୬.୨ ୬.୩ Wang, K; Asinger, RW; Marriott, HJ (April 2007). "Bigeminal rhythms, common and uncommon mechanisms". Journal of electrocardiology. 40 (2): 135–8. doi:10.1016/j.jelectrocard.2006.04.005. PMID 17070536.
  7. Hebbar, AK; Hueston, WJ (15 June 2002). "Management of common arrhythmias: Part II. Ventricular arrhythmias and arrhythmias in special populations". American family physician. 65 (12): 2491–6. PMID 12086238. Archived from the original on 24 September 2023. Retrieved 22 April 2024.
  8. Benditt, David (March 2024). "Syncope in adults: Epidemiology, pathogenesis, and etiologies". www.uptodate.com. UpToDate. Archived from the original on 23 April 2024. Retrieved 22 April 2024.
  9. Shvilkin, Ary L. Goldberger, Zachary D. Goldberger, Alexei (2013). Goldberger's Clinical Electrocardiography: A Simplified Approach (8th ed.). Philadelphia, PA: Elsevier/Saunders. ISBN 9780323087865.{{cite book}}: CS1 maint: multiple names: authors list (link)
  10. Mond, HG; Haqqani, HM (July 2020). "The Electrocardiographic Footprints of Ventricular Ectopy". Heart, lung & circulation. 29 (7): 988–999. doi:10.1016/j.hlc.2020.01.002. PMID 32063472.