Jump to content

ବାଇଜେମିନି

ଉଇକିପିଡ଼ିଆ‌ରୁ
Bigeminy
Bigemini
Ventricular bigeminy seen on a 12 lead ECG
ଉଚ୍ଚାରଣ
ଲକ୍ଷଣNone, feeling of skipped beats[][]
ବିପଦ କାରକStimulants (stress, caffeine, cocaine); alcohol; high thyroid; low oxygen (coronary artery disease, pulmonary embolism, drowning); low potassium; digoxin toxicity; mitral valve prolapse; myocarditis[][]
ରୋଗ ନିର୍ଣ୍ଣୟ ପଦ୍ଧତିECG[]
ସଠିକ ରୋଗ ନିର୍ଣ୍ଣୟTrigeminy, second degree heart block[][]
ଚିକିତ୍ସାNone, beta-blockers, calcium channel blockers, catheter ablation[]
PrognosisGenerally good[]
ପୁନଃପୌନିକRelatively common[]

ବାଇଜେମିନି ହେଉଛି ଏକ ଅନିୟମିତ ହୃତ୍ ସ୍ପନ୍ଦନ ରୋଗ ଯେଉଁଥିରେ ପ୍ରତ୍ୟେକ ନିୟମିତ ହୃଦସ୍ପନ୍ଦନକୁ ଅନୁସରଣ କରି ଗୋଟିଏ ଅନିୟମିତ ହୃଦସ୍ପନ୍ଦନ (ଏକ୍ଟୋପିକ୍ ବିଟ୍) ହୁଏ ।[] ଏହି ରୋଗ ତିନୋଟି ପ୍ରକାରର ଦେଖାଯାଏ ଯଥା: ଅକାଳ ନିଳୟ ସଙ୍କୋଚନ, ସଂଯୋଗ ସ୍ଥଳ ଏବଂ ଅକାଳ ଅଳିନ୍ଦ ସଙ୍କୋଚନ[] ସାଧାରଣତଃ ଏହାର କୌଣସି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ନାହିଁ; ଯଦିଓ ଏକ ପରିତ୍ୟକ୍ତ ହୃତ୍‌ସ୍ପନ୍ଦନର ଅନୁଭବ ହୋଇପାରେ ।[] [] କ୍ୱଚିତ ନିମ୍ନ ରକ୍ତଚାପ ଏବଂ ମୁଣ୍ଡ ହାଲୁକା ଲାଗିପାରେ ।[]

କାରଣଗୁଡ଼ିକ ମଧ୍ୟରେ କୌଣସି ଉତ୍ତେଜକ କାମ କରେ ଯେପରିକି ମାନସିକ ଚାପ, କଫିନ୍, କୋକେନ୍; ମଦ୍ୟପାନ ; ଉଚ୍ଚ ଥାଇରଏଡ୍ ସ୍ତର ; କମ୍ ଅମ୍ଳଜାନ ( କରୋନାରୀ ଧମନୀ ରୋଗ, ଫୁସଫୁସ ଏମ୍ବୋଲିଇଜ୍ମ, ବୁଡ଼ିଯିବା); କମ୍ ପୋଟାସିୟମ୍ ସ୍ତର; ଡିଗକ୍ସିନ ବିଷକ୍ରିୟା ; ମାଇଟ୍ରାଲ ଭଲ୍ଭ ପ୍ରୋଲାପ୍ସ ଏବଂ ମାୟୋକାର୍ଡାଇଟିସ୍ ହୋଇପାରେ ।[] [] ୧୨ଲିଡ୍ ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[] ଭେଣ୍ଟ୍ରିକୁଲାର ବାଇଜେମିନିରେ ପ୍ରତ୍ୟେକ ସାଇନସ୍ ବିଟ୍ ପରେ ବିରାମ ନଥାଇ ଏକ ଅକାଳ ନିଳୟ ସଂକୋଚନ (PVC), ତାପରେ ଏକ ସାଧାରଣ ବିଟ୍, ଏବଂ ପରେ ଅନ୍ୟ ଏକ ଅକାଳ ନିଳୟ ସଂକୋଚନ ଅନୁସରଣ ହୁଏ ।[] [୧୦] ଆଟ୍ରିଆଲ୍ ଏବଂ ଜଙ୍କସନାଲ୍ ବାଇଜେମିନିରେ ଦ୍ୱିତୀୟ ବିଟ‌ ଏକ ଅକାଳ ଅଳିନ୍ଦ ସଙ୍କୋଚନ (PAC) ବା ଅକାଳ ଜଙ୍କସନାଲ ସଙ୍କୋଚନ ହୋଇପରେ ।[]

ଫଳାଫଳଗୁଡିକ ଅକାଳ ଅଳିନ୍ଦ ସଙ୍କୋଚନ (ପିଭିସି/ PVC) ସହିତ ସମାନ ।[] ଯଦି ପ୍ରତି ମିନିଟରେ ଛଅରୁ ଅଧିକ ପିଭିସି/PVC ଥାଏ ତେବେ ତାହା ବାଇଜେମିନିରେ ହୋଇଥାଏ ଓ ତାହାର ମୂଳ କାରଣ ଖୋଜି ଅନୁସନ୍ଧାନ କରାଯିବା ଉଚିତ ।[] ଯେଉଁମାନଙ୍କର ଲକ୍ଷଣ ନାହିଁ ସେମାନେ ସାଧାରଣତଃ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ କରନ୍ତି ନାହିଁ; ଅନ୍ୟଥା ବିଟା-ବ୍ଲକର, କ୍ୟାଲସିୟମ ଚ୍ୟାନେଲ ବ୍ଲକର୍, କିମ୍ବା କ୍ୟାଥେଟର୍ ଆବ୍ଲାସନ କରାଯାଇପାରେ । [] ଫଳାଫଳ ସାଧାରଣତ ଭଲ ଥାଏ; ଯଦିଓ, ବେଳେବେଳେ ଭେଣ୍ଟ୍ରିକୁଲାର ଟାକିକାର୍ଡିଆ ହୋଇପାରେ ।[] [] ବାଇଜେମିନି ଅପେକ୍ଷାକୃତ ସାଧାରଣ ରୋଗ ଅଟେ ।[]

  1. 1 2 3 Manolis, Antonis (March 2024). "Premature ventricular complexes: Clinical presentation and diagnostic evaluation". www.uptodate.com. UpToDate. Archived from the original on 26 October 2023. Retrieved 22 April 2024.
  2. 1 2 3 4 Levine, Glenn N. (30 June 2013). Arrhythmias 101 (in ଇଂରାଜୀ). JP Medical Ltd. p. 79. ISBN 978-93-5090-499-2. Archived from the original on 23 April 2024. Retrieved 22 April 2024.
  3. 1 2 3 4 5 Dubin, Dale (2000). Rapid Interpretation of EKG's: An Interactive Course (in ଇଂରାଜୀ). Cover Publishing Company. p. 123-139. ISBN 978-0-912912-06-6. Archived from the original on 2024-04-23. Retrieved 22 April 2024.
  4. 1 2 3 4 "Bigeminy: Causes, Symptoms & Treatment". Cleveland Clinic (in ଇଂରାଜୀ). Archived from the original on 18 March 2023. Retrieved 22 April 2024.
  5. 1 2 3 Farzam, K; Richards, JR (January 2024). "Premature Ventricular Contraction". StatPearls. PMID 30422584.
  6. 1 2 3 4 Wang, K; Asinger, RW; Marriott, HJ (April 2007). "Bigeminal rhythms, common and uncommon mechanisms". Journal of electrocardiology. 40 (2): 135–8. doi:10.1016/j.jelectrocard.2006.04.005. PMID 17070536.
  7. Hebbar, AK; Hueston, WJ (15 June 2002). "Management of common arrhythmias: Part II. Ventricular arrhythmias and arrhythmias in special populations". American family physician. 65 (12): 2491–6. PMID 12086238. Archived from the original on 24 September 2023. Retrieved 22 April 2024.
  8. Benditt, David (March 2024). "Syncope in adults: Epidemiology, pathogenesis, and etiologies". www.uptodate.com. UpToDate. Archived from the original on 23 April 2024. Retrieved 22 April 2024.
  9. Shvilkin, Ary L. Goldberger, Zachary D. Goldberger, Alexei (2013). Goldberger's Clinical Electrocardiography: A Simplified Approach (8th ed.). Philadelphia, PA: Elsevier/Saunders. ISBN 9780323087865.{{cite book}}: CS1 maint: multiple names: authors list (link)
  10. Mond, HG; Haqqani, HM (July 2020). "The Electrocardiographic Footprints of Ventricular Ectopy". Heart, lung & circulation. 29 (7): 988–999. doi:10.1016/j.hlc.2020.01.002. PMID 32063472.