ବନ୍ଧୁତା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ବନ୍ଧୁତା

ଦୁଇ ଜଣ ବନ୍ଧୁଙ୍କ ଚିତ୍ର ଇଟାଲୀ ଚିତ୍ରକର ପୋନଟୋରମୋଙ୍କଦ୍ଵାରା ଅଙ୍କିତ, c. ୧୫୨୨

ବନ୍ଧୁତା ଦୁଇ କିମ୍ବା ଅଧିକ ଲୋକଙ୍କ ମଧ୍ୟରେ ଥିବା ସ୍ନେହର ଏକ ସମ୍ପର୍କ ।[୧] ବନ୍ଧୁତାର ସମ୍ପର୍କ ଯେ କୌଣସି ଏକ ସଂଘଠାରୁ ମଧ୍ୟ ଶକ୍ତିଶାଳୀ ସମ୍ପର୍କ । ବନ୍ଧୁତା ଶିକ୍ଷାକ୍ଷେତ୍ରରେ ମଧ୍ୟ ପଢା ହୋଇଆସୁଛି, ଯେମିତି ସମାଜବିଜ୍ଞାନ, ସାମାଜିକ ମନୋବିଜ୍ଞାନ, ମାନବଶାସ୍ତ୍ରଦର୍ଶନଶାସ୍ତ୍ର । ବନ୍ଧୁତା ଉପରେ ଅନେକ ଶିକ୍ଷାଭିତ୍ତିକ ସିଦ୍ଧାନ୍ତ ମଧ୍ୟ ପ୍ରସ୍ତାବ କରାଯାଇଛି, ଯାହାମଧ୍ୟରେ ସାମାଜିକ ବିନିମୟ ସିଦ୍ଧାନ୍ତ, ନିରପେକ୍ଷତା ସିଦ୍ଧାନ୍ତବନ୍ଧନ ଶୈଳୀ ଅନ୍ତର୍ଭୁକ୍ତ । ଏକ ବିଶ୍ୱ ସୌଭାଗ୍ୟ ତଥ୍ୟରୁ ଜଣାଯାଇଛି ଯେ ନିବିଡ ବନ୍ଧୁତା ଥିବା ଲୋକମାନେ ଅଧିକ ସୁଖୀ ହୋଇଥାଆନ୍ତି ।[୨] ଯଦିଓ ବହୁତ ପ୍ରକାରର ବନ୍ଧୁତା ଅଛି, ତା' ମଧ୍ୟରୁ କେତେକ ସ୍ଥାନ ବିଶେଷରେ ଭିନ୍ନ ହୋଇପାରନ୍ତି, ନିର୍ଦ୍ଦିଷ୍ଟ ଲକ୍ଷଣ ସବୁ କେତେକ ବନ୍ଧୁତାରେ ଥାଇପାରେ । ଏହି ଲକ୍ଷଣ ମଧ୍ୟରେ ସ୍ନେହ, ସହାନୁଭୂତି, ସମ୍ବେଦନତା, ସାଧୁତା, ନିଃସ୍ୱାର୍ଥପରତା, ପାରସ୍ପାରିକ ବୁଝାମଣା, କରୁଣା ଓ ପରସ୍ପରର ଉପସ୍ଥିତିରେ ଆନନ୍ଦ ଅନୁଭବ, ବିଶ୍ୱାସ, ଏବଂ ଏକ ହୋଇଯିବାର କ୍ଷମତା, ଭାବନା ପ୍ରକାଶ କରିବା, ଓ ସାଙ୍ଗଠାରୁ ରାୟ ପାଇବାର ବିନା ଡରରେ ଭୁଲ୍ କରିବା, ପ୍ରଭୃତି ଥାଏ । ଯଦିଓ ସେପରି କୌଣସି ବ୍ୟବହାରିକ ସୀମା ନ ଥାଏ, ଯାହା ଉପରେ ନିର୍ଭର କରି ଲୋକମାନେ ବନ୍ଧୁତା କରିବେ, ତଥାପି ବନ୍ଧୁତା ଏକ ସମାନ ପରିବେଶ, ଜୀବିକା କିମ୍ବା ଆଗ୍ରହ ଉପରେ ମୁଖ୍ୟତଃ ପରିବେଶିତ ହୋଇଥାଏ ।

ବିକାଶତ୍ମୋକ ମନୋବିଜ୍ଞାନ[ସମ୍ପାଦନା]

ଏକ ଅର୍ଥରେ ଜଣେ ବ୍ୟକ୍ତିର ଆବେଗକୁ ନେଇ ବିଚାର କଲେ, ବନ୍ଧୁତା ପାରିବାରିକ ବନ୍ଧନର ପରେ ଓ ଯୋଡା ବନ୍ଧନର ପୂର୍ବରୁ ଅସେ । ବାଲ୍ୟାବସ୍ଥାର ଶେଷ ଓ ପୂର୍ଣ୍ଣ ପରିଣତ ବୟସର ପ୍ରାରମ୍ଭ ମଧ୍ୟରେ ଥିବା ସମୟ ମଧ୍ୟରେ ଗଢିଉଠିଥିବା, ବନ୍ଧୁତା ହେଉଛି, କିଶୋରାବସ୍ଥାର ଅବେଗପୂର୍ଣ୍ଣ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ବହୁତ ସମୟରେ, ପରବର୍ତ୍ତୀ ଜୀବନରେ ଏହା ସମ୍ପର୍କ ଠାରୁ ମଧ୍ୟ ବଡ ହୋଇଥାଏ ।[୩] ବନ୍ଧୁତାର ଅନୁପସ୍ଥିତି ମଧ୍ୟ ଆବେଗପୂର୍ଣ୍ଣ କ୍ଷତି କରିପାରେ ।[୪]

ବିବର୍ତ୍ତନ ମନୋବିଜ୍ଞାନ ଯାହା ମନୁଷ୍ୟ ବିକାଶ ସହ ଜଡିତ, ଡନବାରସ୍ ନମ୍ବର ସିଦ୍ଧାନ୍ତକୁ ବାଟ କଢାଏ, ଯାହା ବ୍ରିଟିସ ନୃତତ୍ୱବିତ୍ ରବିନ ଡନବାରଙ୍କଦ୍ୱାରା ପ୍ରସ୍ତାବିତ ହୋଇଥିଲା । ସେ ତତ୍ତ୍ୱ ଦେଇଥିଲେ ଯେ, ବନ୍ଧୁତା ସମ୍ପର୍କର ସୀମା ହାରାହାରି ୧୫୦ ଲୋକଙ୍କ ସୀମିତ, ଯାହା ସହିତ ମଣିଷ ଏକ ସ୍ଥାୟୀ ସାମାଜିକ ବନ୍ଧନ ରକ୍ଷା କରିପାରେ ।[୫]

ବାଲ୍ୟବସ୍ଥା[ସମ୍ପାଦନା]

ବାଲ୍ୟବନ୍ଧୁ

ବାଲ୍ୟକାଳରେ ବନ୍ଧୁତା ମୁଖ୍ୟତଃ ଖେଳନା ଓ ଏକାଠି କିଛି କାମ କରିବାଦ୍ୱାରା ମିଳୁଥିବା ଆନନ୍ଦ ଉପରେ ଆଧାରିତ ହୋଇଥାଏ । ଏହି ବନ୍ଧୁତା ସ୍ନେହ, ଭାଗିଦାରୀ ଓ ସୃଜନଶୀଳ ଖେଳ ସମୟରୁ ହିଁ ବଜାୟ ରୁହେ । ଯଦିଓ ଏହି ବୟସରେ ଅଂଶୀଦାର କରିବା, ପିଲାମାନଙ୍କ ପାଇଁ କଷ୍ଟ ଅଟେ, ତଥାପି ସେମାନେ ଯେଉଁମାନଙ୍କୁ ସାଙ୍ଗ ବୋଲି ଭାବନ୍ତି ସେମାନଙ୍କ ସହ ନିଜ ଜିନିଷ ଭାଗ କରନ୍ତି ( ନ୍ୟୁମ୍ୟାନ୍ ଏଣ୍ଡ ନ୍ୟୁମ୍ୟାନ୍, ୨୦୧୨ ) ।ପିଲାମାନେ ଯେତେବେଳେ ପରିପକ୍ୱ ହୁଅନ୍ତି, ସେମାନେ ନିଜ ପାଇଁ କମ୍ ଓ ଅନ୍ୟ ପାଇଁ ଅଧିକ ସଚେତନ ହୁଅନ୍ତି ।ସେମାନେ ନିଜ ସାଙ୍ଗମାନଙ୍କ ଦୃଷ୍ଟିରେ ଦେଖିବାକୁ ଲାଗନ୍ତି ଓ ଦଳବଦ୍ଧ ହୋଇ ଖେଳିବାକୁ ଭଲପାଆନ୍ତି । ବାଲ୍ୟବସ୍ଥାର ମଧ୍ୟଭାଗରେ ସେମାନେ ମଧ୍ୟ ଖାରଜ ହୋଇଯିବାର ଅଭିଜ୍ଞତା ହାସଲ କରନ୍ତି । ତରୁଣ ବୟସରେ ଭଲ ବନ୍ଧୁତା ଲାଭ କରିବା, ଏକ ପିଲାକୁ ପରବର୍ତ୍ତୀ ଜୀବନରେ ସମାଜ ଅନୁଯାୟୀ ବଞ୍ଚିବା ପାଇଁ ବାଟ ଦେଖାଏ ( ନ୍ୟୁମ୍ୟାନ୍ ଏଣ୍ଡ୍ ନ୍ୟୁମ୍ୟାନ୍, ୨୦୧୨) । ୧୯୭୫ ମସିହାର ଏକ ସର୍ଭେ ଅନୁଯାୟୀ,[୬] ବିଗେଲୌ ଓ ଲା ଗାଇପା ଜାଣିବାକୁ ପାଇଲେ ଯେ ଭଲ ସାଙ୍ଗ ପାଇବାର ଆଶା ପିଲାର ବୟସ ବଢିବା ସାଙ୍ଗେ ବଢିଚାଲେ । ଏହି ସର୍ଭେ ୬ରୁ ୧୪ ବର୍ଷ ବୟସର ୪୮୦ ପିଲାଙ୍କୁ ନେଇ କରାଯାଇଥିଲା । ଏହାର ଫଳାଫଳ ବନ୍ଧୁତା ଆଶା ବଢିବାର ତିନୋଟି ସ୍ତର ଉପରେ ଆଲୋକପାତ କରିଥିଲା । ପ୍ରଥମ ସ୍ତରରେ, ପିଲାମାନେ ଭାଗୀଦାର କାର୍ଯ୍ୟକଳାପ ଓ ଭୌଗୋଳିକ ଭାବେ ନିକଟତର ହେବା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ । ଦ୍ୱିତୀୟ ସ୍ତରରେ, ସେମାନେ ଭାଗ କରିବା, ନିଷ୍ଠା ଓ ପ୍ରତିଶ୍ରୁତି ଉପରେ ଗୁରୁତ୍ତ୍ୱାରୋପ କରିଥିଲେ । ଶେଷ ସ୍ତରରେ, ସେମାନେ ସମାନ କାର୍ଯ୍ୟକଳାପ, ମୂଲ୍ୟ ଓ ଇଛାକୁ ଆଶା କରିଥିଲେ । ବର୍ଣ୍ଡଡଙ୍କ ଅନୁଯାୟୀ, ପିଲାମାନେ ସେହି ବନ୍ଧୁତାକୁ ପ୍ରଶଂସା କରନ୍ତି, ଯାହା ସମାଜ ପରବର୍ତ୍ତୀ ବ୍ୟବହାର, ଘନିଷ୍ଠତା ଅନ୍ୟାନ୍ୟ ଯୁକ୍ତାତ୍ମକ ଲକ୍ଷଣ ଉପରେ ପର୍ଯ୍ୟବେସିତ ଏବଂ ସେମାନେ ସେହି ବନ୍ଧୁତାଦ୍ୱାରା ଅସୁବିଧାରେ ପଡନ୍ତି, ଯାହା ଦ୍ୱନ୍ଦ, ଆଧିପତ୍ୟ, ପ୍ରତିଦ୍ୱନ୍ଦିତା, ଓ ଅନ୍ୟାନ୍ୟ ବିଯୁକ୍ତାତ୍ମକ ଲକ୍ଷଣ ଉପରେ ଆଧାରିତ । ଉତ୍ତମ ଗୁଣର ବନ୍ଧୁତାର ଭଲ ପ୍ରଭାବ ପ୍ରାୟବେଳେ, ପିଲାର ସାମାଜିକ ବୃଦ୍ଧିରେ ପଡିଥାଏ । ଏହିପରି ବନ୍ଧୁତାରୁ ମିଳୁଥିବା ସୁବିଧାଗୁଡିକ ହେଲା ସାମାଜିକ ସଫଳତା, ମାତ୍ର ପିଲାର ବ୍ୟକ୍ତିଗତ ସଫଳତା ଉପରେ ପ୍ରାୟ କିଛି ପ୍ରଭାବ ନଥାଏ । ପ୍ରାପ୍ତବୟସ୍କଙ୍କ ସହ ହୋଇଥିବା କେତେକ ଆଲୋଚନା ପ୍ରସ୍ତାବ ଦିଏ ଯେ ବନ୍ଧୁତା ଏବଂ ଅନ୍ୟାନ୍ୟ ସକରାତ୍ମକ ସମ୍ପର୍କ ବ୍ୟକ୍ତିଗତ ସଫଳତାକୁ ବୃଦ୍ଧି କରାଏ (ବର୍ଣ୍ଡଡ, ୨୦୦୨) । ବନ୍ଧୁତାର ଅନ୍ୟାନ୍ୟ ସୁବିଧାଗୁଡିକ ହେଲା ସମାନୁଭୂତି ଓ ସମସ୍ୟା ସମାଧାନ କରିବା ଶିଖିବା ।[୭] ପିତାମାତାଙ୍କ ଠାରୁ ଶିକ୍ଷା ପିଲାମାନଙ୍କୁ ବନ୍ଧୁତା ଗଢିବାରେ ସାହାଯ୍ୟ କରିଥାଏ । ଏଇଲିନ୍ କେନ୍ନେଡି-ମୂରେ ପିଲାମାନଙ୍କର ବନ୍ଧୁତା ଗଢିଉଠିବାର ତିନୋଟି ମୂଖ୍ୟ ଉପାଦାନ ବର୍ଣ୍ଣନା କରିଥିଲେ : (୧) ମୁକ୍ତଭାବନା, (୨) ସମାନତା, (୩) ଭାଗିଦାରୀର ଆନନ୍ଦ ।[୮][୯][୧୦] ପିତାମାତା ମଧ୍ୟ ପିଲାମାନଙ୍କୁ ସାମାଜିକ ନିୟମ ବୁଝିବାରେ ଚେଷ୍ଟା କରିପାରିବେ, ଯାହାକୁ ସେମାନେ ନିଜେ ନିଜେ ଶିଖିପାରନ୍ତି ନାହିଁ ।[୧୧] ରବର୍ଟ ସେଲମାନ୍[୧୨] ଓ ଅନ୍ୟମାନଙ୍କଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାଯାଇଛି ଯେ, କେନ୍ନେଡି ମୂରେ ପିଲାମାନଙ୍କ ବନ୍ଧୁତାର ବଢ଼ିବା ପର୍ଯ୍ୟାୟର ପ୍ରାଥମିକ ଚିଠା ପ୍ରସ୍ତୁତ କରିଥିଲେ, ଯାହା ଅନ୍ୟକୁ ବୁଝିବାର କ୍ଷମତା ବୃଦ୍ଧିହେବାକୁ ସୁଚାଏ: "ମୁଁ ଏହାକୁ ନିଜ ଅନୁସାରେ ଚାହେଁ", "ଏଥିରେ ମୋ ପାଇଁ କ'ଣ ଅଛି?", "ନିୟମ ଅନୁସାରେ", "ଯତ୍ନ ଏବଂ ଅଂଶୀଦାର", ଓ "ଭଲ ଓ ମନ୍ଦ ସମୟରେ ବନ୍ଧୁତା" ।[୧୩]

ଯୌବନ[ସମ୍ପାଦନା]

ଭୂଟାନର ଦୁଇ ବନ୍ଧୁ

ନିଜର ସମସ୍ୟା ବହୁଳ ଜୀବନ (ଚୋରି, ମାଡ ମରାମରି, ପ୍ରଭୃତି) କିପରି ସେମାନଙ୍କ ବନ୍ଧୁତା ସହ ଜଡିତ ତାହା ଜାଣିବା ପାଇଁ ୯୦୦୦ରୁ ଉର୍ଦ୍ଧ୍ଵ ଆମେରିକୀୟଙ୍କ ଉପରେ ଏକ ଅନୁଧ୍ୟାନ କରାଯାଇଥିଲା ।ଫଳାଫଳ ଦର୍ଶାଇଥିଲା ଯେ, ଯେତେବେଳେ ସାଙ୍ଗମାନେ ବିଦ୍ୟାଳୟରେ ଭଲ ପଢୁଛନ୍ତି, ବିଦ୍ୟାଳୟର କାର୍ୟ୍ୟକ୍ରମରେ ଭାଗ ନେଉଛନ୍ତି, ମଦ୍ୟପାନ ଠାରୁ ଦୂରେଇ ରହୁଛନ୍ତି ଏବଂ ଉତ୍ତମ ମାନସିକ ସ୍ଵାସ୍ଥ୍ୟ ଅଛି, ସେତେବେଳେ ଯୌବନାବସ୍ଥାରେ ସମସ୍ୟା ଜଡିତ ବ୍ୟବହାର କମ୍ ଥାଏ । ଯେଉଁମାନେ ସମସ୍ୟା ଜନିତ ବ୍ୟବହାର ସହ ଜଡିତ ରହୁଥିଲେ, ସେମାନଙ୍କଠାରେ ବିପରୀତ ଭାବ ଦେଖା ଯାଉଥିଲା । ଯୌବନାବସ୍ଥାରେ ସମସ୍ୟା ଜନିତ ବ୍ୟବହାର ସହ ଜଡିତ ହେବା ପାଇଁ, ବନ୍ଧୁତା ଅନୁପ୍ରାଣିତ କରିବା ହେଉ କି ନ ହେଉ ସେମାନେ ଓ ସେମାନଙ୍କ ବନ୍ଧୁତା ବିଦ୍ୟାଳୟ ମଧ୍ୟରେ ସୀମିତ ରହିବା ଆବଶ୍ୟକ ।ଏଥିପାଇଁ ଯୌବନାବସ୍ଥାରେ ବନ୍ଧୁତା ଚୟନ କରିବା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ପରଡ୍ୟୁ ବିଶ୍ଵବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଅଧ୍ୟୟନରୁ ଜଣାପଡିଛି ଯେ ଉଚ୍ଚ ଶିକ୍ଷା ସମୟରେ ହୋଇଥିବା ବନ୍ଧୁତା ପୂର୍ବରୁ ହୋଇଥିବା ବନ୍ଧୁତା ଅପେକ୍ଷା ଦୀର୍ଘସ୍ଥାୟୀ ।[୧୪]

ଯୌବନାବସ୍ଥା[ସମ୍ପାଦନା]

ଯୌବନାବସ୍ଥାରେ ବନ୍ଧୁତା

ଜୀବନର ପ୍ରତିଟି ପର୍ଯ୍ୟାୟ ଯଥା ବିବାହ, ମାତାପିତା ହେବା, ଏବଂ ବୃତ୍ତିରେ ଉନ୍ନତି, ତରୁଣ ଯୌବନାବସ୍ଥାରୁ ମଧ୍ୟ ଯୌବନାବସ୍ଥାକୁ ଗତି କରିବା, ବନ୍ଧୁତାକୁ ଜଟିଳ କରିପାରେ । ବିବାହ ପରେ, ଉଭୟ ମହିଳା ଓ ପୁରୁଷଙ୍କର, ବିପରୀତ ଲିଙ୍ଗ ବହୁତ କମ୍ ସାଙ୍ଗ ଥିବା ଜଣାଯାଏ (ବନ୍ଧୁତା ୨୦୧୨) । ତରୁଣମାନେ କାର୍ଯ୍ୟକ୍ଷେତ୍ରରେ ବନ୍ଧୁତାକୁ ବଜାୟ ରଖିବାରେ ଅସୁବିଧା ଭୋଗ କରନ୍ତି । "କାର୍ଯ୍ୟକ୍ଷେତ୍ର ପ୍ରତିଯୋଗିତା ପୂର୍ଣ୍ଣ ହୋଇପାରେ, ତେଣୁ ଲୋକମାନେ ନିଜ ସହକର୍ମୀଙ୍କ ଠାରୁ ନିଜର ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କରନ୍ତି । କାର୍ଯ୍ୟ ଓ ବନ୍ଧୁତା ଅଧିକାଂଶ ସମୟରେ ଏକ ଦେବାନେବାର ଅନୁଭବ କରାଏ ; କେଉଁଠାରେ କାର୍ଯ୍ୟ ସରେ ଓ ପ୍ରକୃତ ବନ୍ଧୁତା ସରେ ତାହା କହିବା କଷ୍ଟକର ହୋଇପଡେ ।"[୧୫] ଅଧିକାଂଶ ତରୁଣ ଚାକିରୀର ଆର୍ଥିକ ସ୍ୱଚ୍ଛଳତାକୁ, ସହକର୍ମୀମାନଙ୍କ ସହ ବନ୍ଧୁତା ଠାରୁ ଅଧିକ ଗୁରୁତ୍ତ୍ୱ ଦିଅନ୍ତି ।[୧୬] ଅଧିକାଂଶ ତରୁଣଙ୍କର ହାରାହାରି ଦୁଇ ଜଣ ନିକଟତର ବନ୍ଧୁ ଥାନ୍ତି ।[୧୭]

ବୃଦ୍ଧାବସ୍ଥା[ସମ୍ପାଦନା]

ପରିବାରର ଦାୟିତ୍ୱବୋଧ ଓ କାର୍ଯ୍ୟକ୍ଷେତ୍ରର ଚାପ କମିବା ଫଳରେ, ବନ୍ଧୁତା ଅଧିକ ଜରୁରୀ ହୋଇଯାଏ ।[୧୮] ବଡ଼ମାନଙ୍କ ମଧ୍ୟରେ, ବନ୍ଧୁତା ଏକ ବଡ ଅନୁଷ୍ଠାନ ପାଇଁ ଯୋଗସୂତ୍ର ପ୍ରଦାନ କରେ; ମୁଖ୍ୟତଃ ସେହି ଲୋକମାନଙ୍କ ପାଇଁ, ଯେଉଁମାନେ ବାରମ୍ବାର ବାହାରକୁ ଯାଇପାରିବେ ନାହିଁ । ସାଙ୍ଗମାନଙ୍କ ସହ କଥାବାର୍ତ୍ତା ସେମାନଙ୍କୁ ଭାବ ବିନିମୟ କରିବାରେ ସାହାଯ୍ୟ କରିଥାଏ । ଅଧିକନ୍ତୁ, ବୃଦ୍ଧମାନଙ୍କର ସ୍ୱାସ୍ଥ୍ୟର ଅବନତି ଘଟିଥାଏ, ମାତ୍ର ଯେଉଁମାନେ ସାଙ୍ଗମାନଙ୍କ ସହ ଯୋଗାଯୋଗ ରକ୍ଷା କରିଥାନ୍ତି, ସେମାନେ ମାନସିକ ଭାବେ ସୁସ୍ଥ ଥାନ୍ତି । ଯଦିଓ ବୃଦ୍ଧମାନେ ନୂଆ ଲୋକଙ୍କ ସହ ଏକ ପାରିବାରିକ ଓ ସ୍ଥାୟୀ ସମ୍ପର୍କର ଆଶା ରଖିଥାନ୍ତି, ବନ୍ଧୁତା ଗଢିବା ବୃଦ୍ଧାବସ୍ଥାରେ ମଧ୍ୟ ଚାଲୁ ରହିଥାଏ । ବୟସ ବଢିବା ସହ, ବୃଦ୍ଧମାନେ ଅନୁଭବ କରିଥାନ୍ତି ଯେ, ସମାନ ଅନୁଷ୍ଠାନରେ ରହୁଥିବା ଓ ନିଜର ବୋଲି ଅନୁଭବ କରୁଥିବା ସାଙ୍ଗମାନଙ୍କ ସଂଖ୍ୟା ବହୁତ କମ । ସେମାନେ ନିଜ ବୟସ, ଲିଙ୍ଗ, ଜାତି, ପ୍ରଭୃତି ସହ ସମାନ ଥିବା ଲୋକ ଦେଖି ବନ୍ଧୁତା ଗଢିବାକୁ ଚେଷ୍ଟା କରିଥାନ୍ତି । ତରୁଣମାନଙ୍କ ସହ ତୁଳନା କଲେ, ବହୁତ କମ୍ ବୃଦ୍ଧ ଲୋକଙ୍କର ବିପରୀତ ଲିଙ୍ଗ ବନ୍ଧୁତା ଥାଏ । ବୃଦ୍ଧ ମହିଳାମାନଙ୍କର, ମୁଖ୍ୟତଃ, ଅଧିକ ଦ୍ୱିତୀୟ ଶ୍ରେଣୀର ବାନ୍ଧବୀ ଥାଆନ୍ତି - ଯେଉଁମାନେ ଅଧିକ ନିକଟତର ନୁହଁନ୍ତି, ଯେଉଁମାନଙ୍କ ସହ ସେମାନେ କ୍ୱଚିତ୍ ସମୟ ବିତାନ୍ତି, ଯେପରି କି ସେମାନେ ମଧ୍ୟାହ୍ନ ଭୋଜନ ପାଇଁ ଏକାଠି ହୁଅନ୍ତି ।

ଜୀବନ ଚକ୍ର[ସମ୍ପାଦନା]

ବନ୍ଧୁତା ଆରମ୍ଭ[ସମ୍ପାଦନା]

ତିନୋଟି ମୁଖ୍ୟ କାରଣ ଯାହା ବନ୍ଧୁତା ଗଢିଥାଏ :

  • ବନ୍ଧୁତା ଗଢିବାର ଏକ ମୁଖ୍ୟ ଅଂଶ ହେଉଛି ପରସ୍ପର ମଧ୍ୟରେ ଚିନ୍ତାଧାରା ଓ ବ୍ୟକ୍ତିଗତ ଭାବନା ବାଣ୍ଟିବା
    ସାନ୍ନିଧ୍ୟ, ଅର୍ଥାତ ପରସ୍ପରକୁ ଦେଖିବା ପାଇଁ ବା ଏକାଠି କାମ କରିବା ପାଇଁ ପାଖାପାଖି ରହିବା;
  • ବାରମ୍ବାର କୌଣସି ସ୍ଵତନ୍ତ୍ର ସୂଚନା ନ ଥାଇ ଏକ ଲୋକକୁ ଭେଟିବା; ଏବଂ
  • ନିଜର ଚିନ୍ତାଧାରା ଓ ବ୍ୟକ୍ତିଗତ ଭାବନାକୁ ପରସ୍ପର ମଧ୍ୟରେ ବାଣ୍ଟିବାର ସୁଯୋଗ ।[୧୯]

ବନ୍ଧୁତା ଶେଷ[ସମ୍ପାଦନା]

ବନ୍ଧୁତା ବିଭିନ୍ନ କାରଣରୁ ଶେଷ ହୋଇଯାଏ । ବେଳେବେଳେ ସାଙ୍ଗମାନେ ପରସ୍ପର ଠାରୁ ଦୂରେଇ ଯାଆନ୍ତି ଓ ଦୂରତା ହେତୁରୁ ପରସ୍ପରକୁ ଭୁଲିଯିବାକୁ ବାଧ୍ୟ ହୁଅନ୍ତି । ପୂର୍ବ କାଳରେ ଯେତେବେଳ ପର୍ଯ୍ୟନ୍ତ ଦୁଇ ଜଣ ମଣିଷ ପରସ୍ପର ସହ ଦେଖା ହେଉଥିଲେ, ସେପର୍ଯ୍ୟନ୍ତ ବନ୍ଧୁତା ତିଷ୍ଠି ରହୁଥିଲା, ତଥାପି ବର୍ତ୍ତମାନ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଭୌଗୋଳିକ ଦୂରତା କମାଇ ବନ୍ଧୁତାକୁ ରକ୍ଷା କରିପାରୁଛି । ବେଳେବେଳେ ଛାଡପତ୍ର ମଧ୍ୟ ବନ୍ଧୁତାର ଅନ୍ତ ଆଣିଥାଏ । ତରୁଣ ଅବସ୍ଥାରେ, ନୂଆ ଏକ ସାମାଜିକ ଦଳରେ ଅନ୍ତର୍ଭୁକ୍ତ ହେବା ମଧ୍ୟ ବନ୍ଧୁତାରେ ଅନ୍ତ ଆଣିଥାଏ । (ବନ୍ଧୁତା, ୨୦୦୯; ବେରୀ, ୨୦୧୨) ବନ୍ଧୁତା ମଧ୍ୟ ଧୀରେ ଧୀରେ କମି ଶେଷ ହୋଇଯାଏ କିମ୍ବା ହଠାତ ଶେଷ ହୋଇଯାଏ ।ଏକ ବନ୍ଧୁତାର ଶେଷରେ କିପରି କଥା ହେବାକୁ ହୁଏ ଏବଂ ଏ ବିଷୟରେ କଥା ହେବା ଠିକ ହେବ କି ନାହିଁ, ତାହା ପରିବେଶ ଉପରେ ନିର୍ଭର କରେ ।

ଉନ୍ନତିଗତ ଘଟଣା[ସମ୍ପାଦନା]

ଏଡିଡି ଓ ଏଡିଏଚଡି[ସମ୍ପାଦନା]

ଅତିସକ୍ରିଇଧ୍ୟାନଭାବ ଇଂରାଜୀରେ ଏ ଡି ଡି - ଆଟେନସନ ଡେଫିସିଟ ଡିଜଅର୍ଡର (ଅତିସକ୍ରିଇ)

               ଏ ଡି ଏଚ ଡି - ଆଟେନସନ ଡେଫିସିଟ ହାଇପରଆକ୍ଟିଭିଟି ଡିଜଅର୍ଡର (ଧ୍ୟାନଭାବ)

ଧ୍ୟାନଭାବ ରୋଗରେ ଆକ୍ରାନ୍ତ ପିଲାମାନେ, ଯଦିଓ ବିନା ଭାବନାରେ କାମ କରିବା ଓ ଅତିସକ୍ରିୟତା ବିକାରରେ ପିଡୀତ ଥାଆନ୍ତି, ତେବେ ବନ୍ଧୁତା ଗଢିବାରେ ସେମାନଙ୍କୁ କୌଣସି କଷ୍ଟ ହୋଇନଥାଏ । ମାତ୍ର ଅତିସକ୍ରିଇଦ୍ୱାରା ଆକ୍ରାନ୍ତ ପିଲାଙ୍କର ବନ୍ଧୁତା ବଜାୟ ରଖିବାରେ କଷ୍ଟ ହୁଏ, ଏବଂ ଧ୍ୟାନ ନଦେବା ଏହି ପ୍ରକ୍ରିୟାକୁ ଜଟିଳ କରିପାରେ ।

ଧ୍ୟାନଭାବ ଆକ୍ରାନ୍ତ ପିଲାଙ୍କର ମାତା ପିତା, ସେମାନଙ୍କ ପିଲାର ଦୀର୍ଘସ୍ଥାୟୀ ବନ୍ଧୁତା ଗଢିବାର ଦକ୍ଷତାକୁ ନେଇ ଚିନ୍ତାଗ୍ରସ୍ତ ଥାଆନ୍ତି । ଏଡେଲମ୍ୟାନଙ୍କ ଅନୁଯାୟୀ, ବନ୍ଧୁତା ଗଢିବା ଓ ରକ୍ଷା କରିବା ପାଖାପାଖି ଶହେଟି କଳା ଦରକାର କରେ, ଯଥା : କଥାହେବା, ଶୁଣିବା, ବାଣ୍ଟିବା, ପ୍ରଭୃତି । ଯେଉଁ ପିଲାମାନେ ଅତିସକ୍ରିଇଦ୍ଵାରା ଆକ୍ରାନ୍ତ ହୋଇଥାଆନ୍ତି, ସେମାନଙ୍କ ପାଖରେ ଏସବୁ କଳା ପ୍ରାକୃତିକ ଭାବେ ନଥାଏ । ଅନ୍ୟମାନଙ୍କୁ ଶୁଣିବାରେ ଅସୁବିଧା ଧ୍ୟାନଭାବଅତିସକ୍ରିଇଦ୍ୱାରା ଆକ୍ରାନ୍ତ ପିଲାଙ୍କୁ ଭଲ ବନ୍ଧୁତା ଗଢିବାରୁ ବଞ୍ଚିତ କରେ । ଏହି ରୋଗଦ୍ଵାରା ଆକ୍ରାନ୍ତ ପିଲାମାନେ ମଧ୍ୟ "କଷ୍ଟ ଦେଉଥିବା କଥା ହଠାତ କହିବା"ଦ୍ୱାରା ଅନ୍ୟମାନଙ୍କୁ ଦୂରେଇ ଦିଅନ୍ତି । ସେମାନଙ୍କ ଏପରି ବ୍ୟବହାର ସହପାଠୀଙ୍କ ମଧ୍ୟ ଧ୍ୟାନ ଭଙ୍ଗ କରେ ।[୨୦]

ଧାଅନାଅ[ସମ୍ପାଦନା]

ଧାଅନାଅ ରୋଗରେ ପୀଡିତ ପିଲାମାନଙ୍କର ସାଧାରଣତଃ ବନ୍ଧୁତା ଗଢିବାରେ ଜଟିଳତା ଦେଖାଯାଏ । ଧାଅନାଅର ଲକ୍ଷଣ, ବ୍ୟକ୍ତିଗତ ସମ୍ପର୍କ ଗଢିବାରେ ପ୍ରତିବନ୍ଧକ ସୃଷ୍ଟି କରିପାରେ, ଯେପରି ଧାରାବାହିକ କାମକୁ ଗୁରୁତ୍ୱ ଦେବା, ପରିବର୍ତ୍ତନକୁ ପ୍ରତିରୋଧ କରିବା, ନିର୍ଦ୍ଦିଷ୍ଟ ପ୍ରଥା ପ୍ରତି ଅନିଚ୍ଛା ପ୍ରକାଶ କରିବା ଏବଂ ନିର୍ଦ୍ଦିଷ୍ଟ ସାମାଜିକ କଳାର ଅଭାବ । ଧାଅନାଅ ପୀଡିତ ପିଲାମାନେ ଏକ ବନ୍ଧୁ ଦଳ ଅପେକ୍ଷା ନିର୍ଦ୍ଦିଷ୍ଟ ଏକ ବ୍ୟକ୍ତିର ନିକଟତମ ବନ୍ଧୁ ହେବାକୁ ପସନ୍ଦ କରନ୍ତି । ଅଧିକନ୍ତୁ ସେମାନେ କୌଣସି ପ୍ରକାର ଅକ୍ଷମତା ଥିବା ପିଲାମାନଙ୍କର ବନ୍ଧୁ ହେବାକୁ ପସନ୍ଦ କରନ୍ତି ।[୨୧] ଧାଅନାଅ ଆକ୍ରାନ୍ତ ପିଲାଙ୍କ ବନ୍ଧୁତାରେ ଅଭିଭାବକଙ୍କ ସାହାଯ୍ୟ ଦରକାର ହୋଇଥାଏ; ମାତ୍ର ସାମାଜିକ କଳାର ଅଭାବ ପାଇଁ ଅଭିଭାବକଙ୍କ ସାହାଯ୍ୟ ବନ୍ଧୁତାକୁ ସାଧାରଣତଃ ପ୍ରତିରୋଧ କରେ ।[୨୨]

ସମୟ ଅନୁସାରେ, ସଠିକ ନିର୍ଦ୍ଦେଶ ବଳରେ, ଧାଅନାଅ ପୀଡିତ ପିଲାମାନେ ନିଜର ଦୁର୍ବଳତା ଓ ସବଳତା ଜାଣିବା ପରେ, ବନ୍ଧୁତା ଗଢିବାକୁ ସକ୍ଷମ ହୁଅନ୍ତି । ଫ୍ରାଙ୍କେଲ ଏଟ ଆଲଙ୍କ ଅଧ୍ୟୟନରୁ ଜଣାପଡିଛି ଯେ, ଅଭିଭାବକଙ୍କ ନିର୍ଦ୍ଦେଶ ପିଲାମାନଙ୍କର ବନ୍ଧୁତା ଉନ୍ନତିରେ ସାହାଯ୍ୟ କରେ ।[୨୩] ଅଭିଭାବକଙ୍କ ସହ ବିଦ୍ୟାଳୟର ଶିକ୍ଷକ ମଧ୍ୟ ସାମାଜିକ କଳା ଓ ଭାବର ଆଦାନ ପ୍ରଦାନ କରିବା ଶିଖାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି । ଧାଅନାଅ ଆକ୍ରାନ୍ତ ପିଲାଙ୍କୁ ବନ୍ଧୁତା ଗଢିବାରେ ସାହାଯ୍ୟ କରିବା ପାଇଁ ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶିକ୍ଷକ ନିଯୁକ୍ତ ହୋଇଥାଆନ୍ତି ।[୨୪]

ଯଦିଓ ଶିକ୍ଷା ଓ କୌଶଳ ଧାଅନାଅ ପୀଡିତଙ୍କୁ ସାହାଯ୍ୟ କରେ, ତେବେ କୌଣସି କାମ କରିବା ପାଇଁ ବାଧ୍ୟ କରିବା ମଧ୍ୟ ସାମାଜିକ ପରିସ୍ଥିତିରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଦି ନ୍ୟୁ ୟର୍କ ଟାଇମସର ଅନାହଦ ଓ'କୋନୋରଙ୍କ ଅନୁଯାୟୀ, କୌଣସି କାମ କରିବା ପାଇଁ ବାଧ୍ୟ କରିବା ସାଧାରଣତଃ ଧାଅନାଅ ଆକ୍ରାନ୍ତଙ୍କ ନିକଟରେ ଦେଖାଯାଏ, ଯେଉଁମାନଙ୍କର ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବାର କ୍ଷମତା ଅଛି, ଯେପରିକି, ଯାହାର ଆସପରଜର ସିଣ୍ଡ୍ରୋମ ଥାଏ । ଏହି ପିଲାମାନେ ବହୁତ ବିପଦରେ ଥାଆନ୍ତି, କାରଣ ସେମାନଙ୍କୁ ବହୁତ ପ୍ରଥା ମାନିବାକୁ ଥାଏ ଏବଂ ପୂର୍ଣ୍ଣ ପୀଡିତଙ୍କ ଅପେକ୍ଷା ଏମାନଙ୍କ ସାମାଜିକ କଳା କମ୍ ଥାଏ , କିନ୍ତୁ ସେମାନେ ବିଦ୍ୟାଳୟରେ ଶିକ୍ଷା କ୍ଷେତ୍ରରେ ଆଗୁଆ ଥାଆନ୍ତି । ସେମାନେ ଥଟ୍ଟା ପରିହାସର ଶିକାର ହୁଅନ୍ତି, ମାତ୍ର ସାମାଜିକ କଳା ଅଭାବରୁ ତାହାକୁ ସବୁବେଳେ ଜାଣିପାରନ୍ତି ନାହିଁ ।[୨୫]

ସ୍ୱାସ୍ଥ୍ୟ[ସମ୍ପାଦନା]

ଭଲ ବନ୍ଧୁତା ବ୍ୟକ୍ତିଗତ ତଥା ସମସ୍ତ ଖୁସିକୁ ବଢାଇଥାଏ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଶକ୍ତିଶାଳୀ ସାମାଜିକ ସମର୍ଥନ, ମହିଳାଙ୍କ ଉତ୍ତମ ସ୍ଵାସ୍ଥ୍ୟ ଲାଭ ଓ ଦୀର୍ଘଜୀବୀ ହେବାରେ ସାହାଯ୍ୟ କରିଥାଏ । ଏକୁଟିଆପଣ ଓ ସାମାଜିକ ସମର୍ଥନର ଅଭାବ ହୃଦରୋଗ, ଭୂତାଣୁ ଜନିତ ରୋଗ, କର୍କଟ, ତଥା ସାମୂହିକ ଭାବେ ମୃତ୍ୟୁହାର ବଢାଇଥାଏ । ଦୁଇଜଣ ବିଶେଷଜ୍ଞ ବନ୍ଧୁତାର ବନ୍ଧନକୁ "ବ୍ୟବହାରିକ ପ୍ରତିଷେଧକ" ନାମରେ ନାମିତ କରିଛନ୍ତି, ଯାହା ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖେ ।[୨୬]

ଯଦିଓ ବନ୍ଧୁତା ଓ ସ୍ଵାସ୍ଥ୍ୟ ମଧ୍ୟରେ ଯୋଗସୂତ୍ର ଅଛି, ତେବେ ଏହି ସମ୍ବନ୍ଧର କାରଣ ଏବେମଧ୍ୟ ଅଜଣା । ଏକ ବୃହତ ପୃଷ୍ଠଭୂମି ସହ ବିଭିନ୍ନ ସମୟରେ, ଭିନ୍ନ ଭିନ୍ନ ଲୋକଙ୍କୁ ନେଇ କରାଯାଇଥିବା ଅନୁଧ୍ୟାନରୁ ଜଣାପଡିଛି ଯେ, ବନ୍ଧୁତା ଓ ସ୍ଵାସ୍ଥ୍ୟ ମଧ୍ୟରେ ଏକ ଯୋଗସୂତ୍ର ଥାଇପାରେ, ମାତ୍ର ଅନୁଧ୍ୟାନକାରୀମାନେ ଏବେ ମଧ୍ୟ ଜାଣି ନାହାଁନ୍ତି ଯେ ଏ ସମ୍ପର୍କର କାରଣ ଓ ଫଳାଫଳ କ'ଣ । କିନ୍ତୁ ଉତ୍ତମ ବନ୍ଧୁତା ସର୍ବଦା ସ୍ଵାସ୍ଥ୍ୟର ଉନ୍ନତିରେ ସାହାଯ୍ୟ କରେ । ଏହି ଯୋଗସୂତ୍ରକୁ ବୁଝାଇବା ପାଇଁ ବହୁତ ଅନୁଧ୍ୟାନ କରାଯାଇଛି । ଏହି ଅନୁଧ୍ୟାନ ମଧ୍ୟରେ ଅଛି ଯେ, ଭଲ ବନ୍ଧୁତା ସୁସ୍ଥ ଜୀବନ ଶୈଳୀ ଆଡ଼କୁ ବାଟ କଢାଏ, ଭଲ ବନ୍ଧୁତା ଦରକାର ସମୟରେ ସାହାଯ୍ୟ ପାଇବାର ଆଶା ବଢାଏ, ଭଲ ବନ୍ଧୁତା ଦେହ ଖରାପ ସମୟରେ ମନୋବଳ ଦୃଢ କରାଏ ।[୨୭]

ଗୁଣ[ସମ୍ପାଦନା]

ଡ଼ିଡେରଟଙ୍କ ଭାଷାକୋଷରେ, ୧୮ଶ ଶତାବ୍ଦୀରେ ଥିବା ଉତ୍ତମ ବନ୍ଧୁତାର ଆଧୁନିକ ଅର୍ଥ ବର୍ଣ୍ଣନା କରାଯାଇଛି । ସେ ଲେଖିଛନ୍ତି : "ବନ୍ଧୁତା, ଜଣଙ୍କ ସହ ଏକ ସୁସ୍ଥ ତଥା ଖୁସିକର ସମ୍ପର୍କ ରଖିବା ଠାରୁ ଅନ୍ୟ କିଛି ନୁହେଁ । ବନ୍ଧୁତା କ'ଣ ତା' ଠାରୁ କିଛି ଅଧିକ ନୁହେଁ ? ଏହା ନିଶ୍ଚିତ ଭାବେ କୁହାଯାଇପାରିବ ଯେ, ବନ୍ଧୁତା ଏହି ସବୁ ଶବ୍ଦରେ ସୀମିତ ନୁହେଁ; ଏହା ସମସ୍ତ ସୀମାରୁ ଉର୍ଦ୍ଧ୍ଵରେ । ମାତ୍ର ଯେଉଁମାନେ ବନ୍ଧୁତା ସମ୍ବନ୍ଧରେ ଏପରି ଏକ ଅର୍ଥ ଭାବନ୍ତି; ସେମାନେ କେବେବି ବିଚାର କରନ୍ତି ନାହିଁ ଯେ, ଦୁଇ ଜଣ ବ୍ୟକ୍ତି ବନ୍ଧୁ ନ ହେଲେ କେବେ ବି ଏପରି ଏକ ସୁଖୀ ସମ୍ପର୍କରେ ବାନ୍ଧି ହୋଇ ରହିପାରିବେ ନାହିଁ । ଏହି ସମ୍ପର୍କରେ ଲୋକମାନେ ନିଜର ମସ୍ତିଷ୍କ ଅବା ହୃଦୟର ସହ ଥାଇପାରନ୍ତି । ସମ୍ପର୍କ, ଯାହା ହୃଦୟରୁ ଆସିଥାଏ ଓ ସୁଖ ପ୍ରଦାନ କରେ ତାକୁ ବନ୍ଧୁତା କୁହାଯାଏ । ବନ୍ଧୁତା ପାଇଁ ଏହାଠାରୁ ବଳି ଅଧିକ ଠିକ ଓ ଅଧିକ ଉପଯୁକ୍ତ ବର୍ଣ୍ଣନା ନ ଥାଇପାରେ ।"[୨୮]

ବନ୍ଧୁତାର ଗୁଣ, ଏକ ମଣିଷ ଭଲହେବା ପାଇଁ ଗୁରୁତ୍ଵପୂର୍ଣ୍ଣ । ଉଚ୍ଚମାନର ବନ୍ଧୁତା ଦ୍ଵନ୍ଦର ସମାଧାନ କରିବା ସହ ଏକ ସୁସ୍ଥ ଓ ଶକ୍ତିଶାଳୀ ସମ୍ପର୍କ ଗଢିଥାଏ । ଭଲ ବନ୍ଧୁତାକୁ ମଧ୍ୟ ଜୀବନ ଉଦ୍ଦୀପକ କୁହାଯାଏ (ହେମ୍ ୨୦୧୨) । ସାଙ୍ଗମାନଙ୍କ ସହ କିଛି କାମରେ ବୁଡିରହିବା ଆନନ୍ଦ ଦେଇଥାଏ, କାରଣ ବନ୍ଧୁତା ଏଭଳି ଏକ ପୃଷ୍ଠଭୂମି ଯେଉଁଥିରେ ମୌଳିକ ଆବଶ୍ୟକତାର ସନ୍ତୋଷ ମିଳିଥାଏ (ଡେମିର, ୨୦୧୦) । ଭଲ ବନ୍ଧୁତା ଜଣେ ବ୍ୟକ୍ତିକୁ ନିଜର ବ୍ୟକ୍ତିଗତ ପରିଚୟ ସହ ସହଜ ଅନୁଭବ କରାଇଥାଏ । ଉଚ୍ଚମାନର ବନ୍ଧୁତା ପାଇଁ ନିଜ ଉପରେ ଭରସା ଆସେ, ଯାହା ସାମାଜିକ ଉନ୍ନତିରେ ସହାୟକ ହୁଏ (ବରଡତ, ୨୦୦୨) । ଅନ୍ୟାନ୍ୟ ଅଧ୍ୟୟନ ମତ ଦିଏ ଯେ, ଯେଉଁ ପିଲାମାନଙ୍କର ଉଚ୍ଚ ଗୁଣ ଯୁକ୍ତ ବନ୍ଧୁତା ଥାଏ, ସେମାନେ ଅଳସୁଆ, ଓ ମାନସିକ ଚାପଦ୍ଵାରା ହେଉଥିବା ରୋଗରୁ ରକ୍ଷାପାଆନ୍ତି ।[୨୯][୩୦]

ସଂସ୍କୃତିଗତ ବିଭେଦତା[ସମ୍ପାଦନା]

ପୁରାତନ ଗ୍ରୀସ[ସମ୍ପାଦନା]

ବନ୍ଧୁତା ମାନସିକ ଦର୍ଶନଶାସ୍ତ୍ରର ଏକ ଅଧ୍ୟାୟ ଅଟେ, ଯାହା ପ୍ଲାଟୋ, ଆରିଷ୍ଟୋଟଲ, ଏବଂ ଷ୍ଟୋଇକସଙ୍କଦ୍ୱାରା ଆଲୋଚନା ହେଉଥିଲା । ଆଧୁନିକ ଯୁଗରେ, ଏହି ବିଷୟ ସ୍ତ୍ରୈଣୀକରଣ ପୁନଃରୁଥାନ ନ ହେବା ପର୍ଯ୍ୟନ୍ତ ଖୁବ୍ କମ୍ ଚର୍ଚ୍ଚା ହେଉଥିଲା ।[୩୧] ପ୍ରାଚୀନ ଗ୍ରୀସରେ, ବନ୍ଧୁତାରେ ଖୋଲାଖୋଲି ମନୋଭାବକୁ ନିଜର ଉନ୍ନତି ଭାବେ ଦେଖାଯାଉଥିଲା । ଆରିଷ୍ଟୋଟଲ ଲେଖିଥିଲେ ଯେ, ଏକ ଚମତ୍କାର ମଣିଷ ନିଜ ବନ୍ଧୁ ସହ ସେପରି ଜଡିତ, ଯେପରି ନିଜ ସହ, କାରଣ ଏକ ବନ୍ଧୁ ନିଜର ପ୍ରତିରୂପ; ଏବଂ ସେଥିପାଇଁ, ସେ ଯେଉଁଭଳି ଭାବେ ନିଜକୁ ତିଆରିକରିବ ସେହିପରି ଭାବେ ନିଜ ବନ୍ଧୁତାକୁ ମଧ୍ୟ ବାଛିପାରିବ ।[୩୨] ପ୍ରାଚୀନ ଗ୍ରୀସରେ ଏକା ଶବ୍ଦ (ଫିଲୋସ) ସାଙ୍ଗ ଓ ପ୍ରିୟ ଲୋକଙ୍କ ପାଇଁ ବ୍ୟଭାର ହେଉଥିଲା ।[୩୩]

ପୂର୍ବ ଏସିଆ[ସମ୍ପାଦନା]

ପୂର୍ବ ଏସିଆର ବନ୍ଧୁ

ପୂର୍ବ ଏସିଆର ସଂସ୍କୃତିରେ ବନ୍ଧୁମାନଙ୍କ ମଧ୍ୟରେ ଥିବା ସମ୍ମାନ ଛୋଟ ବୟସରୁ ଶିଖା ଯାଇଥାଏ । ପୂର୍ବ ଏସିଆର ସଂସ୍କୃତିରେ ସୋସିଅଲ ମିଡିଆରେ ହୋଇଥିବା ବନ୍ଧୁତାକୁ ପ୍ରକୃତ ବନ୍ଧୁତା ଭାବେ ନିଆଯାଏନାହିଁ । ପୂର୍ବ ଏସିଆରେ ଉଭୟ ମହିଳା ଓ ପୁରୁଷ ବନ୍ଧୁତା ଛୋଟବେଳୁ ଅରମ୍ଭ ହୋଇଥାଏ ଏବଂ ବିଦ୍ୟାଳୟ ଶିକ୍ଷା ଓ ଏକାଠି କାମ କରିବା ସମୟରେ ଏହା ନିବିଡ ହୋଇଥାଏ । ପୂର୍ବ ଏସିଆର ସଂସ୍କୃତିରେ ବିଭିନ୍ନ ଲୋକ ଏକ ବନ୍ଧୁଦଳ ମଧ୍ୟରେ ବାନ୍ଧି ହୋଇରହିଥାନ୍ତି, ଯାହାକୁ ସେମାନେ ସର୍ବୋତ୍ତମ ବନ୍ଧୁ ବୋଲି କହିଥାନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ, ବହୁତ ଲୋକ ବିଭିନ୍ନ ଲୋକଙ୍କୁ ସେମାନଙ୍କର ଉତ୍ତମ ବନ୍ଧୁ ବୋଲି କହିଥାନ୍ତି, ମାତ୍ର ପୂର୍ବ ଏସିଆରେ ଉତ୍ତମ ବନ୍ଧୁ ଖିଲେ ୨-୩ ଜଣ ନିକଟତର ଲୋକଙ୍କୁ ବୁଝାଏ । ପୂର୍ବ ଏସିଆ ସଂସ୍କୃତିରେ, କାହାର ଉତ୍ତମ ସାଙ୍ଗ ହେବାକୁ ସମ୍ମାନସ୍ପଦ ବୋଲି ଧରାଯାଏ । ଏକ ଚାଇନା ମତବାଦ ଅନୁଯାୟୀ, ଅନ୍ତଃମନୁଷ୍ୟ ସମ୍ପର୍କ ରକ୍ଷାକରିବା ପାଇଁ ଦୃଢ ମାନସିକତା ଦରକାର । ପୂର୍ବ ଓ ମଧ୍ୟ ଏସିଆ ସଂସ୍କୃତିରେ ସାଙ୍ଗମାନଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ଥାଏ, ଯାହା ସାଧାରଣ ଭାବେ ଭାଙ୍ଗେନାହିଁ, ଯେ ପର୍ଯ୍ୟନ୍ତ ଜଣେ ଭୌଗୋଳିକ ଭାବେ ଦେଶର ଅନ୍ୟ ଏକ ଅଂଶକୁ ବା ପ୍ରବାସୀ ନ ହୋଇଛି ।[୩୪]

ମଧ୍ୟ ଏସିଆ[ସମ୍ପାଦନା]

ମଧ୍ୟ ଏସିଆରେ, ପୁରୁଷ ବନ୍ଧୁମାନେ ରକ୍ଷଣଶୀଳ ଓ ସମ୍ମାନସ୍ପଦ । ସେମାନେ ଦିଆଯାଇଥିବା ଭଲନାମର ପ୍ରଥମ ଶବ୍ଦକୁ ନେଇ ଡାକନାମ ଭାବେ ବ୍ୟବହାର କରିପାରନ୍ତି ।


ଜର୍ମାନୀ[ସମ୍ପାଦନା]

ଜର୍ମାନମାନଙ୍କର ସାଧାରଣ ଭାବେ ବହୁତ କମ୍ ସାଙ୍ଗ ଥାଆନ୍ତି, ଯଦିଓ ସେମାନଙ୍କ ବନ୍ଧୁତା ଜୀବନସାରା ରହିଥାଏ । କାରଣ ବିଶ୍ୱସ୍ତତାକୁ ଏଠାରେ ଉଚ୍ଚ ସମ୍ମାନ ଦିଆଯାଏ । ଜର୍ମାନ ବନ୍ଧୁତା ଜୀବନରେ ଏକ କଥା ରଖିବାର ଭାବ ତଥା ସମର୍ଥନ ଦେଇଥାଏ । ଜର୍ମାନମାନେ ଅନ୍ୟଦେଶର ଲୋକମାନଙ୍କ ସହ ବନ୍ଧୁତା ଗଢିବାରେ ସମୟ ନିଅନ୍ତି, କାରଣ ଯେତେବେଳେ ନୂଆ ଲୋକଙ୍କ ସହ ସମ୍ପର୍କ ଗଢିବା ପାଇଁ ଆସେ, ସେତେବେଳେ ସେମାନେ ବହୁତ ସାବଧାନ ହୁଅନ୍ତି ଓ ଦୂରତା ବଜାୟ ରଖନ୍ତି । ସେମାନେ ନିଜର ଅଳ୍ପ କେତେକ ନିକଟ ବନ୍ଧୁ ଏବଂ ସେମାନଙ୍କର ବହୁତ ସହକର୍ମୀ, ପଡୋଶୀ ଓ ଅନ୍ୟମାନଙ୍କ ମଧ୍ୟରେ ପାର୍ଥକ୍ୟ ରଖନ୍ତି । ସହକର୍ମୀରୁ ବନ୍ଧୁକୁ ପରିବର୍ତ୍ତନ ହେବା ସମୟ ଏକାଧିକ ମାସ କିମ୍ବା ବର୍ଷ ହୋଇଥାଏ ।[୩୫]

ଇସଲାମ ସଂସ୍କୃତି[ସମ୍ପାଦନା]

ମଧ୍ୟ ଏସିଆ ଓ ପୂର୍ବ ଆଫ୍ରିକାରେ ହାତ ଧରିବାକୁ ବନ୍ଧୁତାର ଚିହ୍ନ ବୋଲି ଧରାଯାଏ ।

ଇସଲାମିକ ସଂସ୍କୃତିରେ, ବନ୍ଧୁତାକୁ ମଧ୍ୟ ସଙ୍ଗତି କିମ୍ବା ଆଶାବ ବୋଲି କୁହାଯାଏ । ଏହି ବିଷୟକୁ ଗୁରୁତର ଭାବେ ନିଆଯାଏ । ବନ୍ଧୁର କେତେକ ଗୁରୁତ୍ତ୍ୱପୂର୍ଣ ଯୋଗଦାନକୁ ଇସଲାମ ମିଡିଆରେ ଉସ୍ଚାହିତ କରାଯାଏ, ଯେପରି କି ଏକ ସଠିକ ମଣିଷ (କିମ୍ବା ସାଲିଃ), ଯେ ଭଲ ମଣିଷ (ହାଲାଲ) ଓ ଖରାପ ମଣିଷ (ହାରାମ) ମଧ୍ୟରେ ପାର୍ଥକ୍ୟ ଜାଣିପାରିବ । ଅନ୍ୟ ବିଷୟରେ ଜାଣିବାକୁ ଗୁରୁତ୍ୱପୂର୍ଣ ବୋଲି ଧରାଯାଏ; ଭୁଲ ପାଇଁ କ୍ଷମା କରିବା ଓ ବନ୍ଧୁତା ମଧ୍ୟରେ ବିଶ୍ୱସନୀୟତା ରକ୍ଷା କରିବାକୁ ଗୁରୁତ୍ୱ ଦିଆଯାଏ । ଦୁଇ ଜଣ ମଣିଷ ଭିତରେ ଥିବା ସମ୍ପର୍କକୁ "ଆଲ୍ଲହା ପାଇଁ ଭଲ ପାଇବା" ଭଳି ଦେଖାଯାଏ ।[୩୬]

ମଧ୍ୟ ପୂର୍ବ[ସମ୍ପାଦନା]

ଏହା ବିଶ୍ୱାସ କରାଯାଏ ଯେ, ମଧ୍ୟ ପୂର୍ବର କେତେକ ଅଂଶ (କିମ୍ବା ପୂର୍ବର ନିକଟ)ରେ, ଅନ୍ୟ ସଂସ୍କୃତି ଅପେକ୍ଷା ବନ୍ଧୁତାକୁ ଅଧିକ ଦାବି କରାଯାଏ । ବନ୍ଧୁ ହେଉଛି ସେହି ମଣିଷ ଯେଉଁମାନେ ପରସ୍ପରକୁ ସମ୍ମାନ ଦିଅନ୍ତି, ସାଙ୍ଗ ପାଇଁ ନିଜର ବ୍ୟକ୍ତିଦତ ବଳିଦାନ ଦିଅନ୍ତି ।[୩୭]

ବହୁତ ଆରବ ଲୋକ ବନ୍ଧୁତାକୁ ଗୁରୁତର ଭାବେ ନିଅନ୍ତି, ଓ ଏଭଳି ଏକ ସମ୍ପର୍କରେ ରହିବା ପୂର୍ବରୁ ବ୍ୟକ୍ତିଗତ ତଥ୍ୟ ଯଥା : ସାମାଜିକ ପ୍ରଭାବ ବ୍ୟକ୍ତିର ପ୍ରକୃତି ବିଷୟରେ ଭଲଭାବେ ଖବର ନିଅନ୍ତି । [୩୭]

ରଷିଆ[ସମ୍ପାଦନା]

ଦକ୍ଷିଣ ଏସିଆର ପୁରୁଷ ବନ୍ଧୁ କୋଳାଗ୍ରତ କରୁଛନ୍ତି ।

ଆଧୁନିକ ଋଷିଆର ସଂସ୍କୃତି କହିଲେ, ପୂର୍ବର ସୋଭିଏତର ସମୟକୁ ବୁଝାଏ । ସୋଭିଏତ ୟୁନିଅନରେ ଅଭାବ ଲୋକମାନଙ୍କୁ ନିଜର ଆବଶ୍ୟକୀୟ ଜିନିଷ ପାଇବା ପାଇଁ ଅନ୍ୟ ଲୋକମାନଙ୍କ ସହ ବ୍ୟବସାୟୀକ ସମ୍ବନ୍ଧ ରଖିବା ପାଇଁ ପ୍ରୋସ୍ଚାହନ ଦେଇଥିଲା, ଯେପରି କି ଏକ ଡ଼ାକ୍ତରଖାନାର କର୍ମଜୀବୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାହାଯ୍ୟ କରିବା । ଏହି ପ୍ରୟାସ ଏକ ଦଳଦତ ବିଶ୍ୱାସ ଓ ସମ୍ପର୍କକୁ ବାଟ କଢାଇଥିଲା (ବାବାଏଭା ୨୦୧୦) । ଏପରି ବହୁତ ଅଭ୍ୟାସ ଆଜି ପର୍ଯ୍ୟନ୍ତ ମଧ୍ୟ ଚାଲୁ ରହିଛି । ସରକାରଙ୍କ ଅପାରଗତା ହେତୁ, ଋଷିୟମାନେ କୌଣସି କମ୍ପାନୀ ଅଥବା ବ୍ୟବସାୟ ଅପେକ୍ଷା ନିଜ ସାଙ୍ଗ ବା ପରିବାର ଲୋକଙ୍କ ଉପରେ ନିର୍ଭର କରିବା ସହଜ ଭାବୁଛନ୍ତି । ଋଷିଆରେ ଏହି ପରମ୍ପରାଗତ ସମ୍ପର୍କର ମୂଲ୍ୟ ବହୁତ ଅଧିକ (ବାବାଏଭା ୨୦୧୦) । ସାଧାରଣ ଭାବେ, ଆଧୁନିକ ଋଷିଆରେ ତରୁଣମାନେ ୨୦୦୦ ମସିହାର ମଧ୍ୟ ଭାଗରେ ନିବିଡ଼ ବନ୍ଧୁତା ଅପେକ୍ଷା ଆର୍ଥନୀତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ ।[୩୮]

ସୋଭିଏତ ସମୟର ଅନ୍ୟାନ୍ୟ ସର୍ତ୍ତଗୁଡିକ, ଋଷିୟମାନଙ୍କୁ କୌଣସି ସମ୍ପର୍କ ଗଢିବାରେ ଅସୁବିଧା ସୃଷ୍ଟି କରୁଥିଲା । କୌଣସି ବ୍ୟକ୍ତି ସହ ସମ୍ପର୍କକୁ ରାଷ୍ଟ୍ର ପ୍ରତି ବିପଦ ବୋଲି ଧରାଯାଉଥିଲା । ଜର୍ମାନୀ ଭଳି ସୋଭିଏତରେ ମଧ୍ୟ ଲୋକମାନଙ୍କର ବହୁତ କମ ସାଙ୍ଗ ଥାଆନ୍ତି, ମାତ୍ର ଯେତିକି ବି ଥାଆନ୍ତି, ସେମାନେ ବହୁତ ନିକଟତର ଥାଆନ୍ତି । ଏହି ଶୈଳୀ ଆଧୁନିକ ଋଷିଆରେ ମଧ୍ୟ ପ୍ରଚଳିତ (ସିଟସ ଓ ଲୁଗାର ୨୦୦୫) । ଆଉ ଏକ ଶୈଳୀ ଯାହା ଋଷିଆରେ ଚାଲୁଅଛି ତାହା ହେଲା, ବହୁତ ଲୋକଙ୍କୁ ବନ୍ଧୁତା ଓ ପାଠପଢ଼ାକୁ ସୀମା ମଧ୍ୟରେ ରଖିବାକୁ ବାଧ୍ୟ କରାଯାଉଛି । ଋଷିଆରେ ତରୁଣମାନେ ନିଜ ପାଠପଢ଼ା ତଥା କର୍ମକ୍ଷେତ୍ରରେ ମଧ୍ୟ ସଫଳ ହେବା ପାଇଁ ବାସ୍ତବ ଅପେକ୍ଷା ତଥ୍ୟ ସହ ଯୋଡି ହୋଇଯାଆନ୍ତି, ଯାହା ଭବିଷ୍ୟତରେ ସେମାନଙ୍କ ବନ୍ଧୁତା ଉପରେ ପ୍ରଭାବ ପକାଏ ।[୩୯]

ଯୁକ୍ତରାଷ୍ଟ୍ର ଆମେରିକା[ସମ୍ପାଦନା]

ବନ୍ଧୁତା ଫିତା ଆମେରିକୀୟ ବନ୍ଧୁତ୍ଵ ଆଦାନ ପ୍ରଦାନର ଏକ ଉଦାହରଣ ।

ଆମେରିକାରେ, ବନ୍ଧୁତା କହିଲେ ବହୁତ ପ୍ରକାରର ସମ୍ପର୍କକୁ ବୁଝାଏ ।ପିଲାଟିଏ ବିଦ୍ୟାଳୟ ଯିବା ଦିନ ଠାରୁ, ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗୁରୁଜନ ପିଲାମାନଙ୍କୁ ବନ୍ଧୁ ଭାବେ ଡାକିଥାଆନ୍ତି ଓ ଅଧିକାଂଶ ଶ୍ରେଣୀ ତଥା ସାମାଜିକ ବ୍ୟବସ୍ଥାରେ ପିଲାମାନଙ୍କୁ କିଏ ସେମାନଙ୍କ ସାଙ୍ଗ ଓ ସେମାନଙ୍କ ସହ କିପରି ବ୍ୟବହାର କରିବ ତାହା ଶିଖାଯାଏ (ସ୍ଟୋଉଟ ୨୦୧୦) । ଏହିପରି ଖୋଲାଖୋଲି ଭାବେ ବନ୍ଧୁତା କରିବା ବହୁ ଆମେରିକୀୟଙ୍କୁ, ଯୌବନାବସ୍ଥାରେ ଜଣଙ୍କୁ ଉତ୍ତମ ବନ୍ଧୁ ବୋଲି ଚିହ୍ନିବାରେ ସାହାଯ୍ୟ କରେ, ଯେ ନିକଟ ହୋଇ ରହିଥାଏ ( ସ୍ଟୋଉଟ ୨୦୧୦) । ବହୁ ମନୋବିଜ୍ଞାନୀ ଏହାକୁ ଆମେରିକା ପିଲାଙ୍କ ପାଇଁ ବିପଦ ବୋଲି କୁହନ୍ତି, କାରଣ ଏହା ବିଭେଦତା, ଓ ଅନ୍ୟମାନଙ୍କ ଠାରୁ ଦୂରତା ବଜାୟ ରଖୁଥିବା ଏକ ଦଳ ସୃଷ୍ଟି କରେ (ସ୍ଟୋଉଟ ୨୦୧୦) । ଆମେରିକୀୟଙ୍କ ପାଇଁ ବନ୍ଧୁ କହିଲେ ସେମାନଙ୍କୁ ବୁଝାଏ, ଯେଉଁମାନଙ୍କୁ ସେମାନେ ବାରମ୍ବାର ଭେଟନ୍ତି ଏବଂ ଯିଏ କାର୍ଯ୍ୟ, ବ୍ୟବହାର ପ୍ରଭୃତିରେ ସମାନ ହୋଇଥିବ (ସିଟସ ଓ ଲୁଗାର ୨୦୦୫) । ମାତ୍ର ଅନ୍ୟ କେତେକ ସଂସ୍କୃତି ଅଛି, ଯେଉଁଥିରେ ବନ୍ଧୁତା ଗଭୀର ବିଶ୍ଵାସକୁ ବୁଝାଏ । ଆମେରିକୀୟମାନେ ଏହି ସବୁ ଗୁଣ ଥିବା ଲୋକ ପାଇଁ ବନ୍ଧୁତା ଶବ୍ଦକୁ ବ୍ୟବହାର କରନ୍ତି (ସ୍ଟୋଉଟ ୨୦୧୦) । ଆମେରିକାରେ ମହିଳା ଓ ପୁରୁଷମାନଙ୍କ ମଧ୍ୟରେ ମଧ୍ୟ ପାର୍ଥକ୍ୟ ଅଛି, ଯେଉଁମାନେ ସମାନ ଲିଙ୍ଗରେ ବନ୍ଧୁତା କରିଥାଆନ୍ତି । ଅଧ୍ୟୟନରୁ ଜଣାପଡିଛି ଯେ ଆମେରିକୀୟ ପୁରୁଷଙ୍କ ଅନ୍ୟ ପୁରୁଷଙ୍କ ସହ କମ୍ ଗଭୀର ଓ ଅର୍ଥଯୁକ୍ତ ବନ୍ଧୁତା ଥାଏ । ମାତ୍ର ଅନୁଭବରେ, ଆମେରିକାରେ ନିବିଡତାକୁ ନେଇ ବହୁ ପୁରୁଷ ଓ ନାରୀଙ୍କର ସମାନ ଅନୁଭବ ଥାଏ । ମାତ୍ର ମହିଳାମାନେ ବନ୍ଧୁତାରେ ନିବିଡତା ପ୍ରାୟ ରଖିଥାଆନ୍ତି (ୟୁଗାର ଓ ଶାପିରୋ ୨୦୦୧) । ବହୁ ଅଧ୍ୟୟନରୁ ଜଣାପଡିଛି ଯେ ଆମେରିକୀୟମାନେ ଘଟଣାକ୍ରମରେ ସାଙ୍ଗମାନଙ୍କ ସଂସ୍ପର୍ଶ ହରାଇଥାଆନ୍ତି । ଏହା ଅନ୍ୟ ସଂସ୍କୃତିରେ ପ୍ରାୟ ଘଟେନାହିଁ (ସିଟସ ଓ ଲୁଗାର ୨୦୦୫) । ଜୁନ ୨୦୦୬ରେ ପ୍ରକାଶିତ ହୋଇଥିବା ଆମେରିକୀୟ ମନୋବିଜ୍ଞାନ ପୁନଃଦର୍ଶନ ଅନୁଯାୟୀ ଅତିକମରେ ୧୯୮୫ ମସିହା ପରଠାରୁ ଆମେରିକୀୟମାନେ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଭାବେ ନିକଟ ବନ୍ଧୁତା ହରାଉଛନ୍ତି ।[୪୦][୪୧] ଏହି ଅଧ୍ୟୟନ କୁହେ ଯେ, ପ୍ରାୟ ଏକ ଚତୁର୍ଥାଂଶ ଆମେରିକୀୟଙ୍କର କେହି ନିକଟ ବନ୍ଧୁ ନାହାଁନ୍ତି, ଏବଂ ହାରାହାରି ବିଶ୍ଵସ୍ତ ଲୋକଙ୍କ ସଂଖ୍ୟା ୪ରୁ ୨କୁ କମିଛି । ବିବାହ ବିଚ୍ଛେଦ ମଧ୍ୟ ଆମେରିକୀୟଙ୍କ ମଧ୍ୟରେ ବନ୍ଧୁତା କମିବାର ଏକ କାରଣ । ଆନ୍ତର୍ଜାତୀୟ କ୍ଷେତ୍ରରେ ଆମେରିକାର ବିବାହ ବିଚ୍ଛେଦ ହାର ଅନ୍ୟ ସବୁ ରାଷ୍ଟ୍ର ଯଥା ବ୍ରିଟେନ, କାନାଡା, ନ୍ୟୁ ଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଆଦି ୩୪ଟି ରାଷ୍ଟ୍ର ତୁଳନାରେ ଅଧିକ (ନ୍ୟୁମ୍ୟାନ ଓ ନ୍ୟୁମ୍ୟାନ, ୨୦୧୨p. ୪୭୫) । ବିବାହ ବିଚ୍ଛେଦ ପ୍ରକ୍ରିୟାରେ ବହୁ ଦମ୍ପତି ସାଙ୍ଗମାନଙ୍କୁ ହରାଇଥାଆନ୍ତି, କାରଣ କେତେକ ସାଙ୍ଗ ଜଣଙ୍କୁ ସମର୍ଥନ କରି ଅନ୍ୟ ଜଣଙ୍କ ବନ୍ଧୁତା ହରାଇଥାଆନ୍ତି । ଆମେରିକାରେ ବନ୍ଧୁତା କମିବାର କାରଣ ମଧ୍ୟ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ବୋଲି ଧରାଯାଏ । ଫ୍ରେଣ୍ଡସ ଭର୍ସେସ ଫ୍ରେଣ୍ଡସର ଲେଖକ ଓ କାଲିଫର୍ଣ୍ଣିଆ-ହେଷ୍ଟିଙ୍ଗସ ବିଶ୍ଵବିଦ୍ୟାଳୟର ଆଇନ ଅଧ୍ୟାପକ, ଏଥାନ ଜେ ଲେଇବଙ୍କ ମତରେ, ଦୀର୍ଘ କାର୍ଯ୍ୟ ସମୟ, ଓ ଅତ୍ୟଧିକ ଅନଲାଇନ ଯୋଗାଯୋଗ, ବ୍ୟକ୍ତିଗତ ଯୋଗାଯୋଗ ଠାରୁ ଦୂରେଇ ଯାଉଛି, ଯାହା ଫଳରେ ବନ୍ଧୁତା ଗଢିବା କଷ୍ଟ ହେଉଛି । ସୋସିଆଲ ମିଡିଆ ଯଥା ଫେସବୁକଟୁଇଟର ପାଇଁ ମଧ୍ୟ ଦୈନନ୍ଦିନ ଜୀବନରେ ବ୍ୟକ୍ତିଗତ ଯୋଗାଯୋଗର ଅଭିଜ୍ଞତା କମିଯାଉଛି ।ଯାହା ଫଳରେ ପରସ୍ପର ମଧ୍ୟରେ ଭାବ କମି ଯାଉଛି (ନ୍ୟୁ ମ୍ୟାନ ଓ ନ୍ୟୁ ମ୍ୟାନ) (ବେରୀ ୨୦୧୨) (ଫ୍ରି ମ୍ୟାନ ୨୦୧୧) । ପଲ ହଲାଣ୍ଡର ସୋଭିଏତ ଓ ଆମେରିକା ସମାଜ (୧୭୯୩) ବହିରେ ଲେଖିଥିଲେ ଯେ, ଆମେରିକାରେ ଯାହାକୁ ବନ୍ଧୁତା କୁହାଯାଏ, ତାହା ସୋଭିଏତ ୟୁନିଅନରେ (ଅଧିକାଂଶ ଇଉରୋପରେ) ଦେଖାଚାହାଁ ବନ୍ଧୁ କୁହାଯାଏ । ଆମେରିକା ସମାଜରେ ବହୁ ଛାତ୍ର ଓ ଦର୍ଶକ, ଉଭୟ ସ୍ଥାନୀୟ ଓ ବିଦେଶୀ ମତ ଦିଅନ୍ତି ଯେ ଆମେରିକାରେ ବନ୍ଧୁତା କାଳ୍ପନିକ, କ୍ଷଣସ୍ଥାୟୀ ଓ ନିବିଡତା ମଧ୍ୟରେ ସୀମାବଦ୍ଧ ।ଆମେରିକାରେ ବନ୍ଧୁତା ଜୀବନବ୍ୟାପୀ ନୁହେଁ କି ସେଥିରେ ନୈତିକ କିମ୍ବା ଭାବଗତ ସମର୍ଥନ ମିଳେନାହିଁ ।

ପ୍ରକାର[ସମ୍ପାଦନା]

ପ୍ରତୀକାତ୍ମକ ବନ୍ଧୁତା : ଏଥିରେ ଉଭୟ ପରସ୍ପରକୁ ବ୍ୟକ୍ତିଗତ ତଥା ପେଶାଗତ ଜୀବନରେ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରନ୍ତି ।[୪୨] ସେମାନେ ପରୀକ୍ଷା ପାଇଁ ପଢିବାରେ, ବୁଲାବୁଲିରେ ମଧ୍ୟ ସାଥ ଦେଇପାରନ୍ତି । ସେମାନେ ପରସ୍ପର ମଧ୍ୟରେ ସମୟ ବାଣ୍ଟନ୍ତି, ମାତ୍ର ଯେତେବେଳେ ସେମାନଙ୍କ ପାଖରେ ସାହାଯ୍ୟ କରିବା ପାଇଁ ସମୟ ଥାଏ । ଏହି ସମ୍ପର୍କରେ ଭାବଗତ ତଥା ବ୍ୟକ୍ତିଗତ ସୂଚନା ବଣ୍ଟାଯାଏନାହିଁ ।

ସର୍ବୋତ୍ତମ ବନ୍ଧୁ (କିମ୍ବା ନିକଟ ଵନ୍ଧୁ)
ଏମାନଙ୍କ ମଧ୍ୟରେ ଶକ୍ତିଶାଳୀ ଭାବଗତ ସମ୍ପର୍କ ଥାଏ ।
ରକ୍ତଗତ ଭାଇ କିମ୍ବା ଭଉଣୀ 
ଏହି ସମ୍ପର୍କ ଜନ୍ମଗତ ହେଇପାରେ, ନଚେତ ବିଶ୍ଵାସ ଯୋଗ୍ୟ ସାଙ୍ଗ ହୋଇପାରେ, ଯେଉଁଥିରେ ନିଜର ରକ୍ତ ମିଶାଯାଏ ।ଏହା ମଧ୍ୟରୁ ଦ୍ଵିତୀୟଟି ଇତିହାସରେ ମଧ୍ୟ ଦେଖାଯାଇଛି, ମାତ୍ର ଆଜିକାଲି ଏହା ଖୁବ କମ ଦେଖାଯାଉଛି, କାରଣ ଏହାଦ୍ଵାରା ବିପଦପୂର୍ଣ୍ଣ ରକ୍ତଗତ ରୋଗ ଦେଖାଯାଏ ।
ବୋଷ୍ଟୋନ ବିବାହ 
ଏହି ଆମେରିକୀୟ ଶବ୍ଦକୁ ୧୯ଶ ଓ୨୦ଶ ଶତାବ୍ଦୀରେ ଦୁଇ ଜଣ ମହିଳାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା ଯେଉଁମାନେ ବିନା କୌଣସି ପୁରୁଷ ସମର୍ଥନରେ ଏକାଠି ରହି ଆସୁଥିଲେ । ଏହି ସମ୍ପର୍କ ଆବଶ୍ୟକୀୟ ଭାବେ ଶାରିରୀକ ନୁହେଁ । ପ୍ରଥମ ବିଶ୍ଵ ଯୁଦ୍ଧ ପରେ ଏହାକୁ ମହିଳା ସମଲିଙ୍ଗୀ ସମ୍ପର୍କ ଲେସବିଆନର ନାଁ ଦିଆଗଲା ।
ବ୍ରୋମ୍ୟାନସ
ଏହା ଦୁଇ କିମ୍ବା ଅଧିକ ପୁରୁଷମାନଙ୍କ ମଧ୍ୟରେ ଥିବା ଅଲିଙ୍ଗୀ ସମ୍ପର୍କ ।
ଓ୍ଵିମ୍ୟାନସ
ଏହା ଦୁଇ କିମ୍ବା ଅଧିକ ମହିଳାଙ୍କ ମଧ୍ୟରେ ଥିବା ଅଲିଙ୍ଗୀ ସମ୍ପର୍କ ।
ବଡି
ବେଳେବେଳେ ସାଧାରଣ ଭାବେ ସାଙ୍ଗର ପ୍ରତିଶବ୍ଦ ଭାବେ ବଡି ବ୍ୟବହାର କରାଯାଏ । ଏହାକୁ ସାଧାରଣତଃ ଏକ ନିର୍ଦ୍ଦିଷ୍ଟ କାମରେ ସହଯୋଗୀ ଥିବା ବ୍ୟକ୍ତି ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ, ଯେପରି ପଢା ସାଙ୍ଗ
ସାଧାରଣ ସମ୍ପର୍କ କିମ୍ବା ସୁବିଧା ପାଇବା ପାଇଁ ସାଙ୍ଗ 
ଏହା ଦୁଇ ଜଣଙ୍କ ମଧ୍ୟରେ ଥିବା କେବଳ ଲିଙ୍ଗୀୟ ସମ୍ପର୍କକୁ ବୁଝାଏ ।
ଦଳୀୟ ବନ୍ଧୁତା
ଏହା ଷ୍ଟିଭେନ ମ୍ୟାକକୋର୍ଣ୍ଣାକଙ୍କଦ୍ଵାରା ବର୍ଣ୍ଣିତ ହୋଇଥିଲା ।ଏଥିରେ ସାଙ୍ଗମାନେ ବାରମ୍ବାର ଦରକାର ସମୟରେ ଉତ୍ସାହିତ କରିବା ପାଇଁ ଓ ଭାବାତ୍ମକ ସମର୍ଥନ ଦେବା ପାଇଁ ଏକାଠି ହୁଅନ୍ତି । ମାତ୍ର ଦଳଗତ ସମର୍ଥନ ମିଳିବା ପର୍ଯ୍ୟନ୍ତ ଏହି ବନ୍ଧୁତା ବଜାୟ ରୁହେ ।[୪୨]
କମ୍ରେଡଡ
ଏହାକୁ ବନ୍ଧୁ, ସହଯୋଗୀ କିମ୍ବା ସହକର୍ମୀଙ୍କ ମୁଖ୍ୟତଃ ସେନା ଓ ରାଜନୀତିରେ ବ୍ୟବହାର କରାଯାଏ । ଏମାନେ ଯୁଦ୍ଧ ସମୟରେ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଯେତେବେଳେ ସାଧାରଣ ଭାବେ ବନ୍ଧୁତା କରିବା ସମ୍ଭବ ନୁହେଁ, ସେ ସମୟରେ ଦେଖା ଯାଇଥାଆନ୍ତି ।[୪୩] ଇଂରାଜୀରେ ଏହା ସୋଭିଏତ ୟୁନିଅନ ସହ ଜଡିତ, ଯେଉଁଥିରେ ସମାନ ଋଷିୟ ଶବ୍ଦ ହେଉଛି, ତୋଭାରିଚ (Russian: това́рищ), ଏବଂ ଏହା ଏକ ସାଧାରଣ ଠିକଣା ।
ପାରିବାରିକ ବନ୍ଧୁ
ଏହାକୁ ପରିବାର ସଦସ୍ୟଙ୍କ କୌଣସି ବନ୍ଧୁ ବା କୌଣସି ବନ୍ଧୁଙ୍କର ପରିବାର ପାଇଁ ବ୍ୟବହାର କରାଯାଏ ।
ଫ୍ରେନେମି
ଏହା ସାଙ୍ଗ (ଫ୍ରେଣ୍ଡ) ଓ ଶତ୍ରୁ (ଏନେମି), ଦୁଇ ଶବ୍ଦକୁ ନେଇ ହୋଇଛି । ଏହାର ଅର୍ଥ ବନ୍ଧୁର ଛଦ୍ମବେଶରେ ଏକ ଶତ୍ରୁ (ଏକ ଋଢି ମେଣ୍ଢା ପୋଷାକରେ କୋକିଶିଆଳି ) କିମ୍ବା ଜଣେ ଲୋକ ଉଭୟ ବନ୍ଧୁ ଓ ପ୍ରତିଦ୍ଵନ୍ଦୀ ।ଏହା ପ୍ରେମ-ଘୃଣାର ପରିସ୍ଥିତି ସୃଷ୍ଟି କରିପାରେ । ଏହି ଶବ୍ଦକୁ, ଲେଖକ ଓ ସାମ୍ବାଦିକ ଜେସିକା ମିଟଫୋର୍ଡଙ୍କ ଜଣେ ଭଉଣୀ ୧୯୭୭ ମସିହାରେ ପ୍ରଚଳନ କରିଥିଲେ । ୨୦ରୁ ଅଧିକ ବର୍ଷ ପରେ ସେକ୍ସ ଏଣ୍ଡ ଦି ସିଟିର ତୃତୀୟ ପାଳିରେ ଏହି ଶବ୍ଦ ଲୋକପ୍ରିୟ ହେଲା । ମନୋବିଜ୍ଞାନୀ ଜୁଲିଏନ ହୋଲ୍ଟ-ଲୁନସ୍ଟାଡଙ୍କ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରେମ-ଘୃଣାର ଏହି ସମ୍ପର୍କ ରକ୍ତଚାପ ଆଡକୁ ଟାଣିନିଏ । ପୂର୍ବରୁ ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ, ମିଶ୍ରିତ ମନୋଭାବ ଥିବା ଲୋକଙ୍କର ରକ୍ତଚାପ ଅଧିକ ।
କାଳ୍ପନିକ ବନ୍ଧୁ
କାଳ୍ପନିକ ବନ୍ଧୁ ଏକ ଅଶରୀରୀ ବନ୍ଧୁ, ପ୍ରାୟତଃ ଏକ ଛୋଟ ପିଲାର । ଏହି ମଣିଷମାନେ ମଣିଷ କିମ୍ବା ପଶୁ ହୋଇପାରନ୍ତି, ଯେପରି ୧୯୫୦ରେ ଜିମ୍ମି ଷ୍ଟୁଆର୍ଟଙ୍କ ଚଳଚ୍ଚିତ୍ର ହାର୍ଭେରେ ପଦର୍ଶିତ ମଣିଷ ଆକାରର ଠେକୁଆ ।କାଳ୍ପନିକ ସାଙ୍ଗ ସୃଷ୍ଟି କରିବାକୁ ଖରାପ ଅଭ୍ୟାସ କୁହାଯାଇପାରେ ମାତ୍ର ତାହା କ୍ଷତିହୀନ, ମୁଖ୍ୟତଃ ବାଲ୍ୟାବସ୍ଥାର ବ୍ୟବହାର ।[୪୪]
ଇଣ୍ଟରନେଟ ସମ୍ପର୍କ
ଇଣ୍ଟରନେଟ ବନ୍ଧୁତା, ଇଣ୍ଟରନେଟରେ ହୋଇଥାଏ, ମାତ୍ର ବାସ୍ତବିକ ଜୀବନର ବନ୍ଧୁତା ସହ ତୁଳନା ହୋଇପାରେ । ଏହି ବନ୍ଧୁତା ମୁଖ୍ୟତଃ ବାର୍ତ୍ତା ଦେବା ପାଇଁ ହୋଇଥାଏ । ଏହି ବନ୍ଧୁତାରେ ଲୋକମାନେ ସେମାନଙ୍କ ପ୍ରକୃତ ପରିଚୟ ଲୁଚାନ୍ତି ।
ମେଟ୍
ପ୍ରାଥମିକ ଭାବେ ୟୁକେ, ଆୟାର୍ଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଓ ନ୍ୟୁ ଜିଲାଣ୍ଡରେ ଏହା ସମଲିଙ୍ଗୀ ସାଙ୍ଗଙ୍କ ପାଇଁ, ମୁଖ୍ୟତଃ ପୁରୁଷଙ୍କ ପାଖରେ ବ୍ୟବହାର ହେଉଥିଲା । ୟୁକେ ଓ ଅଷ୍ଟ୍ରେଲିଆରେ ପରେ ଏହାକୁ ମହିଳାଙ୍କ ପାଇଁ ମଧ୍ୟ ବ୍ୟବହାର କରାଗଲା ।
ବିପରୀତ ଲିଙ୍ଗୀ ବନ୍ଧୁତା
ବିପରୀତ ଲିଙ୍ଗୀ ବନ୍ଧୁତା, ଯାହା ଶାରୀରିକ ନୁହେଁ, ତାହା ମୁଖ୍ୟତଃ ସମାଜଦ୍ୱାରା ଗ୍ରହଣୀୟ ନୁହେଁ । ଯଦିଓ ଏହି ସମ୍ପର୍କରେ ଜଟିଳତା ସୃଷ୍ଟି ହୁଏ, ଏହା ଶକ୍ତିଶାଳୀ ସମ୍ପର୍କ ମଧ୍ୟ ହୋଇପାରେ ।[୪୫][୪୬]
ପେନ ପାଲ
ଏହି ସମ୍ପର୍କ ସାଧାରଣତଃ ବାର୍ତ୍ତା ଆଦାନ ପ୍ରଦାନରେ ସୀମିତ ଥାଏ । ସେମାନେ ପରସ୍ପରକୁ ଭେଟି ଥାଇପାରନ୍ତି ବା ଭେଟି ନ ପାରନ୍ତି ମଧ୍ୟ । ବହୁ ବିଦ୍ୟାଳୟରେ ଏହିପରି ବନ୍ଧୁତାକୁ ଛୋଟ ବେଳୁ ଶିକ୍ଷା ଦିଆଯାଏ । ଏହା ଧାରଣା ଥିଲା ଯେ, ବାହାରର କୌଣସି ସୂଚନା ବା ଅନ୍ୟ ଲୋକଙ୍କ ଅଭିଜ୍ଞତା ପିଲାକୁ କୁପରିବାହୀ କରିଦେବ । ଆଧୁନିକ ସମୟରେ ଇଣ୍ଟରନେଟ ସମ୍ପର୍କ, ପେନ ପାଲର ସ୍ଥାନ ନେଲାଣି ।

ପ୍ରାଣୀ ମାନଙ୍କ ମଧ୍ୟରେ[ସମ୍ପାଦନା]

ଆଉରି ଦେଖନ୍ତୁ: Ethology, Altruism in animalsSociobiology
ଗୁଣ୍ଡୁଚିମୂଷା ସହ ଜଣେ ବ୍ୟକ୍ତି

ବନ୍ଧୁତା ମଧ୍ୟ ଉଚ୍ଚ ବୁଦ୍ଧିଯୁକ୍ତ ପଶୁ ଯଥା ଉଚ୍ଚ ସ୍ତନ୍ୟପାୟୀ ଓ କେତେକ ପକ୍ଷୀମାନଙ୍କଠାରେ ଦେଖାଯାଏ । ଅନ୍ୟ ଜାତିରେ ବନ୍ଧୁତା ମଧ୍ୟରେ, ମଣିଷ ଓ ପୋଷା ଜୀବମାନଙ୍କ ମଧ୍ୟରେ ଥିବା ବନ୍ଧୁତା ସାଧାରଣ । ଅନ୍ୟ ଜାତିରେ ବନ୍ଧୁତା ମଧ୍ୟ ମଣିଷ ଭିନ୍ନ ଅନ୍ୟ ପ୍ରାଣୀଙ୍କ ମଧ୍ୟରେ ଦେଖାଯାଏ, ଯଥା କୁକୁରବିଲେଇନର୍ଥ ହାମ୍ପଟନ ବିଶ୍ଵ ବିଦ୍ୟାଳୟର ଡକ୍ଟରେଟ ଛାତ୍ର କ୍ରିଷ୍ଟା ମ୍ୟାକଲେନାନଙ୍କଦ୍ୱାରା ଗାଈମାନଙ୍କ ମଧ୍ୟରେ ଥିବା ବନ୍ଧୁତା ସମ୍ପର୍କରେ ଏକ ଅଧ୍ୟୟନ କରାଯାଇଥିଲା । ସେ ତିନୋଟି ଭିନ୍ନ ଭିନ୍ନ ସମୟରେ ଗାଈମାନଙ୍କର ହୃତସ୍ପନ୍ଦନର ବେଗ ମାପିଥିଲେ । ପ୍ରଥମଟିରେ ଗାଈମାନଙ୍କୁ ସେମାନଙ୍କ ଦଳରୁ ଅଲଗା କରିଦିଆଗଲା । ଦ୍ଵିତୀୟରେ ସେମାନଙ୍କ ନିକଟ ଗାଈଙ୍କୁ ଅନ୍ୟ ଗାଈ ସହ ମିଶିବାକୁ ଦିଆଗଲା ଏବଂ ତୃତୀୟରେ ଦୁଇଟି ଭିନ୍ନ ଭିନ୍ନ ଗାଈଙ୍କୁ ଏକାଠି ରହିବାକୁ ଦିଆଗଲା । ତାଙ୍କ ଅଧ୍ୟୟନ ଦର୍ଶାଇ ଥିଲା ଯେ, ଗାଈମାନେ ନିଜ ଚିହ୍ନା ଗାଈ ଅପେକ୍ଷା ଏକା ରହିଲେ କିମ୍ବା ଅପରିଚିତ ଗାଈଙ୍କ ସହ ରହିଲେ ଚାପଗ୍ରସ୍ତ ହୋଇଥାଆନ୍ତି । ଏହା ପ୍ରମାଣିତ କରେ ଯେ, ଗାଈ ଏକ ସାମାଜିକ ପ୍ରାଣୀ, ଯେଉଁମାନେ ପରସ୍ପର ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପନ କରିଥାଆନ୍ତି । ସେ ମଧ୍ୟ ପ୍ରସ୍ତାବ ଦେଇଥିଲେ ଯେ, ଯଦି କୃଷକମାନେ ଗାଈମାନଙ୍କ ସହ ବନ୍ଧୁତା ସ୍ଥାପନ କରିବେ ତେବେ ଗାଈମାନଙ୍କ ଚାପ କମିବା ସହ, ତାଙ୍କ ସ୍ଵାସ୍ଥ୍ୟର ଉନ୍ନତି ଘଟିବ ଓ ଅଧିକ କ୍ଷୀର ମଧ୍ୟ ଉତ୍ପାଦନ ହେବ ।[୪୭]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Definition for friend". Oxford Dictionaries. Oxford Dictionary Press. Retrieved 25 May 2012. 
  2. "Can we make ourselves happier?". BBC News. 1 July 2013. http://www.bbc.co.uk/news/magazine-23097143. 
  3. Conger, John Janeway; Galambos, Nancy (୧୯୯୭). Adolescence and youth: psychological development in a changing world (୫th ed.). New York: Longman. ISBN ୯୭୮-୦-୬୭୩-୯୯୨୬୨-୮. 
  4. Grabmeier, Jeff (January 6, 2004). Friendships play key role in suicidal thoughts of girls, but not boys. Ohio State University.
  5. Dunbar, R.I.M. (1992). "Neocortex size as a constraint on group size in primates". Journal of Human Evolution 22: 469–493. doi:10.1016/0047-2484(92)90081-j. 
  6. Cited in Brace, N. & Byford, J. (Ed.) (2010) Discovering psychology: What is friendship. The Open university. ISBN 1-84873-466-2.
  7. Kennedy-Moore, E. (2013). What Friends Teach Children. http://www.psychologytoday.com/blog/growing-friendships/201305/what-friends-teach-children
  8. Kennedy-Moore, E. (2012). How children make friends (part 1). http://www.psychologytoday.com/blog/growing-friendships/201209/how-children-make-friends-part-1
  9. Kennedy-Moore, E. (2012). How children make friends (part 2). http://www.psychologytoday.com/blog/growing-friendships/201209/how-children-make-friends-part-2
  10. Kennedy-Moore, E. (2012). How children make friends (part 3). http://www.psychologytoday.com/blog/growing-friendships/201209/how-children-make-friends-part-3
  11. Elman, N. M. & Kennedy-Moore, E. (2003). The Unwritten Rules of Friendship: Simple Strategies to Help Your Child Make Friends. New York: Little, Brown.
  12. Selman, R. L. (1980). The Growth of Interpersonal Understanding: Developmental and Clinical Analyses. Academic Press: New York.
  13. Kennedy-Moore, E. (2012). Children's Growing Friendships. http://www.psychologytoday.com/blog/growing-friendships/201202/childrens-growing-friendships
  14. Sparks, Glenn (August 7, 2007). Study shows what makes college buddies lifelong friends. Purdue University.
  15. Williams, Alex (13 July 2012). "Friends of a Certain Age: Why Is It Hard To Make Friends Over 30?". The New York Times. http://www.nytimes.com/2012/07/15/fashion/the-challenge-of-making-friends-as-an-adult.html?pagewanted=all. Retrieved October 25, 2012. 
  16. Bryant, Susan. "Workplace Friendships: Asset or Liability?". Monster.com. Retrieved October 25, 2012. 
  17. Willis, Amy (November 8, 2011). "Most adults have 'only two close friends'". The Telegraph (London). http://www.telegraph.co.uk/technology/facebook/8876376/Most-adults-have-only-two-close-friends.html. Retrieved August 11, 2013. 
  18. Laura E. Berk (୨୦୧୪). Pearson - Exploring Lifespan Development, ୩/E. p. ୬୯୬. ISBN ୯୭୮୦୨୦୫୯୫୭୩୮୫. 
  19. Williams, Alex (15 July 2012). "Why Is It Hard to Make Friends Over 30?". The New York Times. http://www.nytimes.com/2012/07/15/fashion/the-challenge-of-making-friends-as-an-adult.html?pagewanted=all. Retrieved 16 July 2012. 
  20. Edelman, Gay. "Why ADHD Children Have a Hard Time Making Friends". National Children's Museum. Retrieved October 25, 2012. 
  21. Bauminger, Nirit; Solomon, Marjorie; Aviezer, Anat; Heung, Kelly; Gazit, Lilach; Brown, John; Rogers, Sally J. (3 January 2008). "Children with Autism and Their Friends: A Multidimensional Study of Friendship in High-Functioning Autism Spectrum Disorder". Journal of Abnormal Child Psychology 36 (2): 135–150. doi:10.1007/s10802-007-9156-x. 
  22. Bauminger, Nirit; Solomon, Marjorie; Rogers, Sally J. (29 December 2009). "Predicting Friendship Quality in Autism Spectrum Disorders and Typical Development". Journal of Autism and Developmental Disorders 40 (6): 751–761. doi:10.1007/s10803-009-0928-8. 
  23. Frankel, Fred; Myatt, Robert; Sugar, Catherine; Whitham, Cynthia; Gorospe, Clarissa M.; Laugeson, Elizabeth (8 January 2010). "A Randomized Controlled Study of Parent-assisted Children's Friendship Training with Children having Autism Spectrum Disorders". Journal of Autism and Developmental Disorders 40 (7): 827–842. doi:10.1007/s10803-009-0932-z. 
  24. Rossetti, Zachary; Goessling, Deborah (July–August 2010). "Paraeducators' Roles in Facilitating Friendships Between Secondary Students With and Without Autism Spectrum Disorders or Developmental Disabilities". Teaching Exceptional Children. 6 42: 64–70. 
  25. O'Connor, Anahad (3 September 2012). "School Bullies Prey on Children With Autism". The New York Times. http://well.blogs.nytimes.com/2012/09/03/school-bullies-prey-on-children-with-autism/. 
  26. Friendship, social support, and health. 2007 Sias, Patricia M; Bartoo, Heidi. In L'Abate, Luciano. Low-cost approaches to promote physical and mental health: Theory, research, and practice. (pp. 455–472). xxii, 526 pp. New York, NY, US: Springer Science + Business Media.
  27. Social networks and health: It's time for an intervention trial. 2005. Jorm, Anthony F. Journal of Epidemiology & Community Health. Vol 59(7) Jul 2005, 537–538.
  28. {http://quod.lib.umich.edu/d/did/did2222.0000.182/--friendship?rgn=main;view=fulltext;q1=horse}
  29. Brendgen, M., Vitaro, F., Bukowski, W. M., Dionne, G., Tremblay, R. E., & Boivin, M. (2013). Can friends protect genetically vulnerable children from depression? Development and Psychopathology, 25, 277-289.
  30. Bukowski, W. M., Hoza, B., & Boivin, M. (1994). Measuring friendship quality during pre- and early adolescence: the development and psychometric properties of the friendship qualities scale. Journal of Social and Personal Relationships, 11, 471-484
  31. Lucas, Chris. "Contextual Ethics". Archived from the original on 18 June 2012. Retrieved 1 May 2012. 
  32. Owen, Terence (୧୯୯୬). Aristotle: Introductory Readings. Hackett. p. ୨୭୪. 
  33. Tokar, Alexander (୨୦୦୯). Metaphors of the Web ୨.୦: with special emphasis on social networks and folksonomies. Frankfurt: Peter Lang. p. ୫୭. ISBN ୩୬୩୧୫୮୬୬୪୭. 
  34. Said, Edward (୧୯୭୯). Orientalism. United States: Vintage Books. p. Chapter ୨: Orientalist Structures and Restructures. ISBN ୯୭୮-୦-୩୯୪-୭୪୦୬୭-୬. ISBN ୦-୩୯୪-୭୪୦୬୭-X. 
  35. Nees, Greg (୨୦୦୦). Germany: Unraveling an Enigma. Intercultural Press. pp. ୬୬–୬୮. ISBN ୯୭୮୧୮୭୭୮୬୪୭୫୯. 
  36. Br. Isa Al-Bosnee. "Islam & the Concept of Friendship". Mission Islam. Retrieved 10 June 2012. 
  37. ୩୭.୦ ୩୭.୧ Radwan, Nouran. "Arab Friendship". Fact of Arabs. Retrieved 10 June 2012. 
  38. Vandegrift, Darcie (24 July 2015). "'We don't have any limits': Russian young adult life narratives through a social generations lens". Journal of Youth Studies. doi:10.1080/13676261.2015.1059930. 
  39. Vandegrift, Darcie (2015-07-24). "'We don't have any limits': Russian young adult life narratives through a social generation lens". Journal of Youth Studies. doi:10.1080/13676261.2015.1059930. 
  40. Kornblum, Janet (June 22, 2006). Study: 25% of Americans have no one to confide in. USA Today.
  41. McPherson, Smith-Lovin, Brashears (Volume 71, Number 3, June 2006). Asanet.org American Sociological Review.
  42. ୪୨.୦ ୪୨.୧ McCornack, Steven. Reflect & Relate: An introduction to interpersonal communication. Boston: Bedford. pp. ୩୮୩–୩୮୪. 
  43. Hedges, Chris (21 May 2003). "Text of the Rockford College graduation speech". Rockford Register Star. Retrieved 25 October 2008. 
  44. Kennedy-Moore, E. (2013). Imaginary friends. http://www.psychologytoday.com/blog/growing-friendships/201301/imaginary-friends
  45. Kennedy-Moore, E. (20111). Can boys and girls be friends? http://www.psychologytoday.com/blog/growing-friendships/201108/can-boys-and-girls-be-friends
  46. "Can Men and Women Be Friends?". Psychology Today. Retrieved 9 September 2015. 
  47. "Heifer so lonely: How cows have best friends and get stressed when they are separated". Mail Online (London). 5 July 2011. http://www.dailymail.co.uk/sciencetech/article-2011124/Cows-best-friends-stressed-separated.html. Retrieved 19 March 2012. 

ଆହୁରି ମଧ୍ୟ ଦେଖନ୍ତୁ[ସମ୍ପାଦନା]