ଲେସବିଆନ

ଉଇକିପିଡ଼ିଆ‌ରୁ
Sappho and Erinna in a Garden at Mytilene by Simeon Solomon, 1864
Symbol representing lesbian made from two interlocked astronomical symbols for the planet Venus. In biology, the singular symbol represents the female sex.[୧][୨]

ଲେସବିଆନ ନାମ ସମଲିଙ୍ଗୀ (homosexual) ମହିଳାଙ୍କୁ ଦିଆଯାଏ । [୩][୪] ଏହି ଲେସବିଆନ ଶବ୍ଦଟି ଯୌନ ଚିହ୍ନଟ ବା ଯୌନ ବ୍ୟବ‌ହାର ନିମନ୍ତ ମଧ୍ୟ ବ୍ୟବ‌ହାର କରାଯାଏ ଓ ସମଲିଙ୍ଗୀ ଯୌନ ଆକର୍ଷିତ ମହିଳାଙ୍କର ସୂଚନା ଦେବାକୁ ବ୍ୟବ‌ହାର କରାଯାଏ । [୪][୫]

ମହିଳାମାନେ ପରଷ୍ପର ସ‌ହିତ ଯୌନ ମିଳନ କରିବା ଚିନ୍ତାଧାରା ବିଂଶ ଶତାବ୍ଦୀରେ ଆରମ୍ଭ ହେଲା । ପୁରୁଷଙ୍କ ଭଳି ମହିଳାମାନଙ୍କର ସମଲିଙ୍ଗୀ ମିଳନର ସ୍ୱାଧୀନତା ଇତିହାସରେ ନଥିଲା ନା ଅନେକ ସମାଜରେ ପୁରୁଷଙ୍କ ଭଳି ନିର୍ଯ୍ୟାତିତ ଓ ଦଣ୍ଡପ୍ରାପ୍ତ ହେଉଥିଲେ । ଅସମଲିଙ୍ଗୀ ମିଳନ ଅପେକ୍ଷା ଅଧିକାଂଶ ସମୟରେ ଲେସବିଆନ‌ ସମ୍ପର୍କକୁ ସମାଜ ଏକ ନିରାପଦ ପ୍ରକ୍ରିୟା ମାନୁଥିଲା ଯଦି କୌଣସି ସାଥୀ କିଛି ବିଶେଷ ଅଧିକାର କାମନା କରୁନଥିଲେ । ଏହି କାରଣରୁ ମହିଳାମାନେ କିପରି ସମଲିଙ୍ଗୀ କାମନା ବ୍ୟକ୍ତ ହେଉଥିଲା, ତାହା ଇତିହାସରେ ଲିଖିତ ନଥିଲା । ଊନବିଂଶ ଶତାବ୍ଦୀରେ ଯୌନବିଶାରଦମାନେ (sexologists) ଓ ସମଲିଙ୍ଗୀ ବ୍ୟବ‌ହାରକୁ ବର୍ଗୀକରଣ କଲେ । ଯଥେଷ୍ଟ ସମଲିଙ୍ଗୀ ବ୍ୟବ‌ହାରର ଜ୍ଞାନ ଅଭାବରୁ ସେମାନେ ମତ ଦେଲେ ଯେ ନିଜର ସ୍ୱାଭାବିକ ଯୌନ (gender) କର୍ତ୍ତବ୍ୟ ସମ୍ପାଦନ ନ କରୁଥିବା ମହିଳାମାନଙ୍କୁ ଲେସବିଆନ ନାମକରଣ କଲେ ଯାହା ସମୟ ଯିବା ସଙ୍ଗେ ସଙ୍ଗେ ପୃଥିବୀର ବୈଜ୍ଞାନିକ ସମାଜଦ୍ୱାରା ପରିବର୍ତ୍ତୀତ ହୋଇଯାଇଛି ।

ସମଲିଙ୍ଗୀ ମହିଳାମାନେ ଏହି ଲେସବିଆନ ପଦବୀକୁ ଏଡ଼େଇବକୁ ତାଙ୍କର ବ୍ୟକ୍ତିଗତ ଜୀବନ‌କୁ ଲୁଚେଇଲେ ବା ଏହାକୁ ଏକ ନୂଆ ସଂସ୍କୃତି ଭାବରେ ଓ ପ‌ରିଚୟ (identity) ଭାବରେ ଗ୍ରହଣ କରିନେଲେ ଯାହା ୟୁରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବିକାଶ ଲାଭ କଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏକ ସାମାଜିକ ଅବସାଦର ସମୟ ଆସିଲା ଯେତେବେଳେ ସମଲିଙ୍ଗୀଙ୍କ ଉପରେ ସରକାର ଜୁଲୁମ କରିବାରୁ ସେମାନେ ଏକ ନେଟ‌ୱର୍କ କରି ପରସ୍ପର ସ‌ହିତ ପରିଚିତ ହୋଇ ଶିକ୍ଷିତ ହେଲେ । ସମୟକ୍ରମେ ଅଧିକ ଅର୍ଥନୈତିକ ଓ ସାମାଜିକ ସ୍ୱାଧୀନତା ପାଇବାରୁ ସେମାନେ କିପରି ସମ୍ପର୍କ ଓ ପରିବାର ରଖିବେ, ସେ ବିଷୟ ନିର୍ଦ୍ଧାରଣ କଲେ । ଦ୍ୱତୀୟ ନାରୀବାଦ ଢେଉ ଆସିବା ପରେ ବିଂଶ ଶତାବ୍ଦୀରେ ମହିଳାମାନଙ୍କର ଇତିହାସରେ ଲେସବିଆନର ସଂଜ୍ଞା ବୃଦ୍ଧିପ୍ରାପ୍ତ ହେବାକୁ ଲାଗିଲା ।

ମିଡିଆରେ ଲେସବିଆନ‌ଙ୍କ ଚର୍ଚ୍ଚାରୁ ଜଣାଯାଏ, କୌତୁହଳପ୍ରାପ୍ତ ଓ ଭୟଭୀତ ହୋଇଥିବା ସମାଜ ଏହି ମହିଳାଙ୍କର ଯୌନ ଭୂମିକା (gender role) ପ୍ରସଙ୍ଗ କଥା ଜାଣି ସମାଜ ଚକିତ ହୋଇଛି । ଲେସବିଆନ ପରିଚୟପ୍ରାପ୍ଟ ମହିଳାମାନେ ଜାତିଭେଦ ଭଳି ଦୃଷ୍ଟିକୋଣ ପାଇବା ଅନୁଭବ କରୁଛନ୍ତି : ଅସମଲିଙ୍ଗୀଙ୍କ (heterosexist) ବାଛବିଚାର, ବନ୍ଧୁ ଓ ପରିବାରର ସଭ୍ୟମାନଙ୍କର ସମ୍ଭାବ୍ୟ ବ‌ହିସ୍କାର ଯୋଗୁ ଲେସବିଆନମାନେ ଅଧିକ ସଂଗଠିତ ହେଉଛନ୍ତି । ମହିଳା ଭାବରେ ସେମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଚିନ୍ତାଗ୍ରସ୍ତ ହେଉଛନ୍ତି । ଏହି ଭେଦଭାବ, ସଂଖ୍ୟାଲଘୁ ଚାପ ଓ ପକ୍ଷ‌ପାତ ଫଳରେ ଶାରୀରିକ ବା ମାନସିକ ଚିନ୍ତାଗ୍ରସ୍ତ ରହୁଛନ୍ତି । ରାଜନୈତିକ ସ୍ଥିତି ଓ ସାମାଜିକ ମନୋଭାବ ଯୋଗୁ ଲେସବିଆନ ସମ୍ପର୍କ ଓ ଖୋଲା ପରିବାର ସୃଷ୍ଟିରେ ଅନ୍ତରାୟ ହେଉଛି ।

ଲେସବିଆନ ଶବ୍ଦର ସୃଷ୍ଟି[ସମ୍ପାଦନା]

Painting of a woman dressed in Greek robes sitting on a marble bench with trees and water in the distance.
Sappho of Lesbos, depicted here in a 1904 painting by John William Godward, gave the term lesbian the connotation of erotic desire between women.

ଷଷ୍ଠ ଶତାବ୍ଦୀର କବି ସାଫୋଙ୍କ ବାସଗୃହ ଥିବା ଲେସବସ (Lesbos) ଦ୍ୱୀପ ନାମରୁ ଲେସବିଆନ ଶବ୍ଦ ଗ୍ରହଣ କରାଯାଇଛି [୩] ଅନେକ ପୁରାତନ ଲେଖାରୁ ଐତିହାସିକମାନେ ସଂଗ୍ରହ କରିଛନ୍ତି ଯେ ଗୋଟିଏ ଯୁବତୀ ଦଳ ସାଫୋଙ୍କ ଜିମାରେ ତାଙ୍କର ନିର୍ଦ୍ଦେଶ ଓ ଆତ୍ମିକ ଉନ୍ନତି ନିମନ୍ତେ ସେଠାରେ ରହିଥିଲେ । [୬] ସାଫୋଙ୍କ ଖୁବ କମ କବିତା ବଞ୍ଚିଛି କିନ୍ତୁ ସେହି ବଳକା କବିତାରେ ମହିଳାମାନଙ୍କର ଦୈନନ୍ଦିନ ଜୀବନ, ସମ୍ପର୍କ ଓ ଧାର୍ମିକ ସଂସ୍କାର ବିଷୟ ଲେଖାଅଛି । ସେ ନାରୀ ସୌନ୍ଦର୍ଯ୍ୟ ଉପରେ ତାଙ୍କର ଦୃଷ୍ଟି କେନ୍ଦ୍ରିଭୂତ କରିଥିଲେ ସେହି ଝିଅମାନଙ୍କ ସ‌ହିତ ପ୍ରେମ ଥିବା ଘୋଷଣା କରିଥଲେ । [୭] ମଧ୍ୟ ଊନବିଂଶ ଶତାବ୍ଦୀ ପୂର୍ବରୁ [୮] ମଦ୍ୟ ସ‌ହିତ ଲେସବସର ଅନ୍ୟାନ୍ୟ ସୂଚନାକୁ ଲେସବିଆନ କୁହାଯାଉଥିଲା । ଏହି ଲେସବିଆନ ଶବ୍ଦକୁ କେବଳ ବାସିନ୍ଦାଙ୍କ ନିମନ୍ତେ ବ୍ୟବ‌ହାର କରିବାକୁ ଦିଆଯାଇଥିବା ଦରଖାସ୍ତ ସନ ୨୦୦୮ରେ ଗ୍ରୀକ କୋର୍ଟରେ ଅଗ୍ରାହ୍ୟ ହୋଇଯାଇଥିଲା । ଲେସବିଆନର ବାସିନ୍ଦାମାନେ ଏହି ଲେସବିଆନ ଶବ୍ଦର ବ୍ୟବ‌ହାର ଯୋଗୁ ନିନ୍ଦିତ ଓ ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବାର ଘୋଷଣା କରିଥିଲେ ।[୯]

ଆଧାର[ସମ୍ପାଦନା]

  1. Zimmerman, Bonnie, ed. (2000). "Symbols (by Christy Stevens)". Encyclopedia of Lesbian and Gay Histories and Cultures. Vol. 1 (Lesbian Histories and Cultures: An Encyclopedia) (1st ed.). Garland Publishing. p. 748. ISBN 0-8153-1920-7.
  2. Stearn, William T. (May 1962). "The Origin of the Male and Female Symbols of Biology" (PDF). Taxon. 11 (4): 109–113. doi:10.2307/1217734. ISSN 0040-0262. JSTOR 1217734. Retrieved 23 July 2019.
  3. ୩.୦ ୩.୧ "Lesbian". Oxford Reference. Retrieved December 10, 2018.
  4. ୪.୦ ୪.୧ Zimmerman, p. 453.
  5. Committee on Lesbian Health Research Priorities; Neuroscience and Behavioral Health Program; Health Sciences Policy Program, Health - Sciences Section - Institute of Medicine (1999). Lesbian Health: Current Assessment and Directions for the Future. National Academies Press. p. 22. ISBN 0309174066. Retrieved October 16, 2013. {{cite book}}: |author3= has generic name (help)
  6. Foster, p. 18.
  7. Aldrich, pp. 47–49.
  8. Gollmann, Wilhelm (1855). The Homeopathic Guide, In All Diseases of the Urinary and Sexual Organs, Including the Derangements Caused by Onanism and Sexual Excesses. Charles Julius Hempel; J. Emerson Kent. Philadelphia: Rademacher & Sheek. p. 201.
  9. (Lesbos locals lose lesbian appeal, BBC News Europe [July 22, 2008]. Retrieved on February 3, 2009.)