Jump to content

ଫୋକାଲ ସେଗମେଣ୍ଟାଲ୍ ଗ୍ଲୋମେରୁଲୋସ୍କ୍ଲେରୋସିସ

ଉଇକିପିଡ଼ିଆ‌ରୁ
Focal segmental glomerulosclerosis
Segmental glomerulosclerosis, focal sclerosis with hyalinosis, familial idiopathic nephrotic syndrome[]
Light micrograph of focal segmental glomerulosclerosis, hilar variant. Kidney biopsy. PAS stain.
ବିଭାଗNephrology
ଲକ୍ଷଣFoamy urine, swelling[][]
କାରଣUnknown, genetics, certain medications, vesicoureteral reflux, obesity, obstructive sleep apnea, HIV/AIDS[][]
ରୋଗ ନିର୍ଣ୍ଣୟ ପଦ୍ଧତିKidney biopsy[]
ସଠିକ ରୋଗ ନିର୍ଣ୍ଣୟMembranoproliferative glomerulonephritis, lupus, other causes of nephrotic syndrome[]
ଚିକିତ୍ସାImmunosuppressants, blood pressure control[][]
ପୁନଃପୌନିକ7 per million people[]

ଫୋକାଲ ସେଗମେଣ୍ଟାଲ୍ ଗ୍ଲୋମେରୁଲୋସ୍କ୍ଲେରୋସିସ (FSGS) ଶବ୍ଦଟି ବୃକ୍‌କର ଏକ ନିର୍ଦ୍ଦିଷ୍ଟ ଢ଼ାଞ୍ଚାର କ୍ଷତି ପାଇଁ ବ୍ୟବ‌ହାର କରାଯାଏ | [] ଏହାର ଲକ୍ଷଣରେ ମୂତ୍ରରେ ପୁଷ୍ଟିସାର ବା ପ୍ରୋଟିନ ବାହାରେ ଓ ଇଡିମା ହୁଏ ।[] [] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତ ଚାପ ଏବଂ ବୃକକ୍ ବିଫଳତା ହୁଏ ।[] []

ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି | [] ଅନ୍ୟ କ୍ଷେତ୍ରରେ ଜେନେଟିକ, କିଛି ଔଷଧ, ଭେସିକୋୟୁରେଟେରାଲ ରିଫ୍ଲକ୍ସ, ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ, ମେଦ ବ‌ହୁଳତା କିମ୍ବା ଏଚ.ଆଇ.ଭି./ଏଡ଼ସ ଯୋଗୁ ହେଉଥିବା ସମ୍ଭାବନା ଅଛି ।[] [] ପୋଡୋସାଇଟ ଆଘାତ ଯୋଗୁ ଗ୍ଲୋମେରୁଲସର କିଛି ଅଂଶ ପ୍ରଭାବିତ ହୋଇଥାଇପାରେ ।[] ବୃକ୍‌କ ବାୟୋପ୍ସି କରି ରୋଗ ନିର୍ଣ୍ଣୟକୁ ନିଶ୍ଚିତ କରାଯାଇପାରେ, କିନ୍ତୁ ରୋଗର ଆରମ୍ଭରେ ସାଧାରଣ ବାୟୋପ୍ସି ରିପୋର୍ଟ ଥିଲେ ମଧ୍ୟ ଏହାକୁ ବାଦ ଦେଇ ହେବନି ।[]

ଚିକିତ୍ସାରେ ସ୍ଟିରଏଡ, ଟାକ୍ରୋଲିମସ ବା ରିଟକ୍ସିମାବ ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ ବ୍ୟବ‌ହାର କରାଯାଏ | [] ଉଚ୍ଚ ରକ୍ତଚାପକୁ ଏସିଇ ଇନହିବିଟର ଦେଇ ଚିକିତ୍ସା କରାଯାଏ ଏବଂ ଇଡିମା ନିମନ୍ତେ ଡାଇୟୁରେଟିକ୍ସ ଦିଆଯାଏ ।[] [] କିଡନୀରେ ବିଫଳତା ଘଟିଲେ ଡାଏଲିସିସ କିମ୍ବା ବୃକ୍‌କ ପ୍ରତିରୋପଣ ଆବଶ୍ୟକ ହୋଇପାରେ | []

ଏହି ରୋଗ ପ୍ରାୟ ୭ ନିୟୁତ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ | [] ନେଫ୍ରୋଟିକ୍ ସିଣ୍ଡ୍ରୋମର (ପରିସ୍ରାରେ ଉଚ୍ଚ ସ୍ତରର ପ୍ରୋଟିନ୍) କାରଣ ଭାବରେ ଏହା ୪୦% ବୟସ୍କଙ୍କର ଥାଏ ଏବଂ ୨୦% ପିଲାମାନଙ୍କଠାରେ ଏହା ରୋଗର କାରଣ ଥାଏ ।[] ଏହି ଅବସ୍ଥା ପ୍ରଥମେ ୧୯୨୫ ମସିହାରେ ଫାହରଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା | []

  1. 1 2 3 4 5 6 "Focal segmental glomerulosclerosis | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Retrieved 24 January 2021.
  2. 1 2 3 4 5 6 ଆଧାର ଭୁଲ: ଅଚଳ <ref> ଚିହ୍ନ; NIDDK2021 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. 1 2 3 4 5 6 7 8 9 Guruswamy Sangameswaran, KD; Baradhi, KM (January 2020). "Focal Segmental Glomerulosclerosis". PMID 30335305. {{cite journal}}: Cite journal requires |journal= (help)
  4. "Glomerular Diseases | NIDDK". National Institute of Diabetes and Digestive and Kidney Diseases. Retrieved 24 January 2021.
  5. 1 2 3 4 "Focal Segmental Glomerulosclerosis". NORD (National Organization for Rare Disorders). Retrieved 24 January 2021.
  6. Jennette, J. Charles (2007). Heptinstall's Pathology of the Kidney (in ଇଂରାଜୀ). Lippincott Williams & Wilkins. p. 156. ISBN 978-0-7817-4750-9.