ଫୋକାଲ ସେଗମେଣ୍ଟାଲ୍ ଗ୍ଲୋମେରୁଲୋସ୍କ୍ଲେରୋସିସ

ଉଇକିପିଡ଼ିଆ‌ରୁ
Focal segmental glomerulosclerosis
Segmental glomerulosclerosis, focal sclerosis with hyalinosis, familial idiopathic nephrotic syndrome[୧]
Light micrograph of focal segmental glomerulosclerosis, hilar variant. Kidney biopsy. PAS stain.
ବିଭାଗNephrology
ଲକ୍ଷଣFoamy urine, swelling[୨][୧]
କାରଣUnknown, genetics, certain medications, vesicoureteral reflux, obesity, obstructive sleep apnea, HIV/AIDS[୧][୩]
ରୋଗ ନିର୍ଣ୍ଣୟ ପଦ୍ଧତିKidney biopsy[୨]
ସଠିକ ରୋଗ ନିର୍ଣ୍ଣୟMembranoproliferative glomerulonephritis, lupus, other causes of nephrotic syndrome[୩]
ଚିକିତ୍ସାImmunosuppressants, blood pressure control[୪][୩]
ପୁନଃପୌନିକ7 per million people[୫]

ଫୋକାଲ ସେଗମେଣ୍ଟାଲ୍ ଗ୍ଲୋମେରୁଲୋସ୍କ୍ଲେରୋସିସ (FSGS) ଶବ୍ଦଟି ବୃକ୍‌କର ଏକ ନିର୍ଦ୍ଦିଷ୍ଟ ଢ଼ାଞ୍ଚାର କ୍ଷତି ପାଇଁ ବ୍ୟବ‌ହାର କରାଯାଏ | [୫] ଏହାର ଲକ୍ଷଣରେ ମୂତ୍ରରେ ପୁଷ୍ଟିସାର ବା ପ୍ରୋଟିନ ବାହାରେ ଓ ଇଡିମା ହୁଏ । [୧] [୨] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତ ଚାପ ଏବଂ ବୃକକ୍ ବିଫଳତା ହୁଏ । [୨] [୩]

ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି | [୧] ଅନ୍ୟ କ୍ଷେତ୍ରରେ ଜେନେଟିକ, କିଛି ଔଷଧ, ଭେସିକୋୟୁରେଟେରାଲ ରିଫ୍ଲକ୍ସ, ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ, ମେଦ ବ‌ହୁଳତା କିମ୍ବା ଏଚ.ଆଇ.ଭି./ଏଡ଼ସ ଯୋଗୁ ହେଉଥିବା ସମ୍ଭାବନା ଅଛି । [୧] [୩] ପୋଡୋସାଇଟ ଆଘାତ ଯୋଗୁ ଗ୍ଲୋମେରୁଲସର କିଛି ଅଂଶ ପ୍ରଭାବିତ ହୋଇଥାଇପାରେ । [୩] ବୃକ୍‌କ ବାୟୋପ୍ସି କରି ରୋଗ ନିର୍ଣ୍ଣୟକୁ ନିଶ୍ଚିତ କରାଯାଇପାରେ, କିନ୍ତୁ ରୋଗର ଆରମ୍ଭରେ ସାଧାରଣ ବାୟୋପ୍ସି ରିପୋର୍ଟ ଥିଲେ ମଧ୍ୟ ଏହାକୁ ବାଦ ଦେଇ ହେବନି । [୨]

ଚିକିତ୍ସାରେ ସ୍ଟିରଏଡ, ଟାକ୍ରୋଲିମସ ବା ରିଟକ୍ସିମାବ ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ ବ୍ୟବ‌ହାର କରାଯାଏ | [୩] ଉଚ୍ଚ ରକ୍ତଚାପକୁ ଏସିଇ ଇନହିବିଟର ଦେଇ ଚିକିତ୍ସା କରାଯାଏ ଏବଂ ଇଡିମା ନିମନ୍ତେ ଡାଇୟୁରେଟିକ୍ସ ଦିଆଯାଏ । [୨] [୩] କିଡନୀରେ ବିଫଳତା ଘଟିଲେ ଡାଏଲିସିସ କିମ୍ବା ବୃକ୍‌କ ପ୍ରତିରୋପଣ ଆବଶ୍ୟକ ହୋଇପାରେ | [୫]

ଏହି ରୋଗ ପ୍ରାୟ ୭ ନିୟୁତ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ | [୫] ନେଫ୍ରୋଟିକ୍ ସିଣ୍ଡ୍ରୋମର (ପରିସ୍ରାରେ ଉଚ୍ଚ ସ୍ତରର ପ୍ରୋଟିନ୍) କାରଣ ଭାବରେ ଏହା ୪୦% ବୟସ୍କଙ୍କର ଥାଏ ଏବଂ ୨୦% ପିଲାମାନଙ୍କଠାରେ ଏହା ରୋଗର କାରଣ ଥାଏ । [୩] ଏହି ଅବସ୍ଥା ପ୍ରଥମେ ୧୯୨୫ ମସିହାରେ ଫାହରଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା | [୬]

ଆଧର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Focal segmental glomerulosclerosis | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Retrieved 24 January 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ଆଧାର ଭୁଲ: ଅଚଳ <ref> ଚିହ୍ନ; NIDDK2021 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Guruswamy Sangameswaran, KD; Baradhi, KM (January 2020). "Focal Segmental Glomerulosclerosis". PMID 30335305. {{cite journal}}: Cite journal requires |journal= (help)
  4. "Glomerular Diseases | NIDDK". National Institute of Diabetes and Digestive and Kidney Diseases. Retrieved 24 January 2021.
  5. ୫.୦ ୫.୧ ୫.୨ ୫.୩ "Focal Segmental Glomerulosclerosis". NORD (National Organization for Rare Disorders). Retrieved 24 January 2021.
  6. Jennette, J. Charles (2007). Heptinstall's Pathology of the Kidney (in ଇଂରାଜୀ). Lippincott Williams & Wilkins. p. 156. ISBN 978-0-7817-4750-9.