ରିଟକ୍ସିମାବ
| Monoclonal antibody | |
|---|---|
| Type | Whole antibody |
| Source | Chimeric (mouse/human) |
| Target | CD20 |
| Clinical data | |
| Trade names | Rituxan, MabThera, others[୧] |
| AHFS/Drugs.com | monograph |
| Pregnancy category |
|
| Routes of administration | intravenous infusion only (never bolus or "push") |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | 100% (IV) |
| Elimination half-life | 30 to 400 hours (varies by dose and length of treatment) |
| Excretion | Uncertain: may undergo phagocytosis and catabolism in RES |
| Identifiers | |
| CAS Number | |
| DrugBank | |
| ChemSpider |
|
| UNII | |
| KEGG | |
| ChEMBL | |
| ECHA InfoCard | 100.224.382 |
| Chemical and physical data | |
| Formula | C6416H9874N1688O1987S44 |
| Molar mass | 143859.7 g/mol |
| | |
ରିଟକ୍ସିମାବ (ଇଂରାଜୀ ଭାଷାରେ Rituximab, ବିକ୍ରୟ ନାମ ରିଟକ୍ସାନ/Rituxan କେତେକ ଅଟୋଇମ୍ମ୍ୟୁନ ରୋଗ (autoimmune diseases) ଓ କର୍କଟ ରୋଗର ଚିକିତ୍ସାରେ ଦିଆଯାଏ । ନନ୍-ହଜକିନ ଲିମ୍ଫୋମା, କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ chronic lymphocytic leukemia, ରିଉମାଟଏଡ ଆର୍ଥ୍ରାଇଟିସ, ଇଡିଓପାଥିକ ଥ୍ରୋମ୍ବୋସାଇଟୋପେନିକ ପରପୁରା idiopathic thrombocytopenic purpura, ଓ ପେମ୍ଫିଗସ ଭଲଗାରିସpemphigus vulgaris ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ slow injection into a vein ଆକାରରେ ଦିଆଯାଏ ।[୨]
ରିଟକ୍ସିମାବର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ଔଷଧ ନେବାର ପ୍ରାୟ ୨ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଓ ରାସ, ଗଲୁ, ନିମ୍ନ ରକ୍ତଚାପ (low blood pressure) ଓ ଅଣନିଶ୍ୱାସୀ ଆଦି ଲକ୍ଷଣମାନ ଦେଖାଯାଆନ୍ତି । ପ୍ରତିକ୍ରିୟା ସାଂଘାତିକ ହେଲେ ପୂର୍ବରୁ ଥିବା ହେପାଟାଇଟିସ ବି ସକ୍ରିୟ ହୋଇଯାଏ, ପ୍ରୋଗ୍ରେସିଭ ମଲ୍ଟିଫୋକାଲ ଲିଉକୋଏନସେଫାଲୋପାଥି (progressive multifocal leukoencephalopathy) ଓ ଟକ୍ସିକ ଏପିଡର୍ମାନ ନେକ୍ରୋଲାଇସିସ (toxic epidermal necrolysis) ରୋଗମାନ ହୁଏ । ଗର୍ଭାବସ୍ଥାରେ ଏହି ଔଷଧର ଶିଶୁର ନିରାପତ୍ତା ବିଷୟରେ ଅସ୍ପଷ୍ଟ ପ୍ରଭାବ ଅଛି ।[୨] ଏହି ଔଷଧ ଏକ ମୋନୋକ୍ଲୋନାଲ ଆଣ୍ଟିବଡି (monoclonal antibody) ଯାହା ଇମ୍ମ୍ୟୁନ ସିସ୍ଟମରେ ଥିବା ବି ସେଲ (B cells) ପୃଷ୍ଠ ଭାଗର ସିଡି୨୦ (en:CD20\) ପ୍ରୋଟିନ ବିରୁଦ୍ଧରେ କାମ କରେ ।[୩] ଏହି ପ୍ରୋଟିନ ସହିତ ଅନୁବନ୍ଧିତ ହୋଇଗଲେ କୋଷ ମୃତ୍ୟୁ ହୋଇଯାଏ । [୨]
ସନ ୧୯୯୭ରେ ଡାକ୍ତରୀ ବ୍ୟବହାର ନିମନ୍ତେ ରିଟକ୍ସିମାବ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ସନ ୨୦୧୪ରେ ଏହି ଔଷଧର ୧୦୦ମି:ଗ୍ରା: ଡୋଜର ମୂଲ୍ୟ ପ୍ରାୟ ୧୪୮ରୁ ୪୯୬ ଆମେରିକୀୟ ଡଲାର ଥିଲା ।[୫] ଇଂଲଣ୍ଡରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୧୮୨ ପାଉଣ୍ଡ ।[୬]
ଆଧାର
[ସମ୍ପାଦନା]- ↑ Drugs.com International brand names for rituximab Page accessed April 1, 2016
- ↑ ୨.୦ ୨.୧ ୨.୨ "Rituximab". The American Society of Health-System Pharmacists. Retrieved 8 December 2016.
- ↑ ୩.୦ ୩.୧ Bosch, Xavier; Ramos-Casals, Manuel; Khamashta, Munther A. (2013). Drugs Targeting B-Cells in Autoimmune Diseases (in ଇଂରାଜୀ). Springer Science & Business Media. pp. 1–4. ISBN 9783034807067.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Rituximab". International Drug Price Indicator Guide. Retrieved 28 November 2015.[permanent dead link]
- ↑ British national formulary : BNF 69 (69 ed.). British Medical Association. 2015. p. 638. ISBN 9780857111562.