ମୂତ୍ରାଶୟୟୁରେଟେରାଲ ପଶ୍ଚାତ୍‌ଗତି

ଉଇକିପିଡ଼ିଆ‌ରୁ
(Vesicoureteral refluxରୁ ଲେଉଟି ଆସିଛି)
Vesicoureteral reflux
Vesicoureteric reflux
Ultrasound image showing abnormal vesicoureteral junction and dilated distal ureter resulting in primary vesicoureteral reflux.
ବିଭାଗUrology
ଲକ୍ଷଣNone, urinary tract infections[୧]
କାରଣAbnormal urethral valve, bladder outlet obstruction, neurogenic bladder[୧]
ବିପଦ କାରକFamily history[୧]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound, voiding cystourethrogram[୧]
ଚିକିତ୍ସାClose follow-up, antibiotics, surgery[୧][୨]
ପୁନଃପୌନିକ1% of people[୨]

ମୂତ୍ରାଶୟୟୁରେଟେରାଲ ପଶ୍ଚାତ୍‌ଗତି ବା ଭେସିକୋରେଟେରାଲ୍ ରିଫ୍ଲକ୍ସ ( VUR ) ହେଉଛି ଏକ ଅବସ୍ଥା ଯେଉଁଥିରେ ମୂତ୍ରାଶୟରୁ ମୂତ୍ର ପଶ୍ଚାତ ଗତି କରି ଗୋଟିଏ ବା ଉଭୟ ୟୁରେଟର ପଥ ଦେଇ ବୃକ୍‌କୁ ଯାଏ । [୧] କୌଣସି ଲକ୍ଷଣ ଦେଖା ନ ଗଲେ ମଧ୍ୟ ମୂତ୍ରାଙ୍ଗ ସଂକ୍ରମଣ (UTI) ହୋଇପାରେ | [୧] ରୋଗ ଜଟିଳ ହେଲେ ବୃକ୍‌କ ସମସ୍ୟା ଦେଖାଯାଏ ଓ ବିଛଣାରେ ମୂତ୍ର ତ୍ୟାଗ ହୋଇଯାଏ । [୧]

ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହିଥାଏ । [୧] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ୟୁରେଟର ଓ ମୂତ୍ରାଶୟ ମଧ୍ୟରେ ଥିବା ଭଲ୍‌ଭ ସଠିକ ଭାବରେ ବନ୍ଦ ହେଉନଥିଲେ ଏହି ଅବସ୍ଥା ଉପୁଜେ । [୧] ଅନ୍ୟାନ୍ୟ କାରଣ ମଧ୍ୟରେ ମୂତ୍ରାଶୟର ନିଷ୍କାସନ ଅବରୋଧ ବା ସ୍ନାଯୁଜନିତ ମୂତ୍ରାଶୟ ଯୋଗୁ ହୋଇପାରେ | [୧] ଅଲଟ୍ରାସାଉଣ୍ଡ କିମ୍ବା ଭଏଡିଂ ସିଷ୍ଟିୟୁରେଥ୍ରୋଗ୍ରାମ ସାହାଯ୍ୟରେ କରାଯାଇପାରେ | [୧]

ଶିଶୁର ବୃଦ୍ଧି ହେବା ସଙ୍ଗେସଙ୍ଗେ ଏହି ରୋଗର ସମାଧାନ ହୋଇପାରିଲେ ମଧ୍ୟ ସୁଚାରୁ ଅନୁସରଣ ଏବଂ ୟୁଟିଆଇ ଗୁଡ଼ିକର ଶୀଘ୍ର ଚିକିତ୍ସା ସୁପାରିଶ କରାଯାଇପାରେ | [୧] [୨] ସଂକ୍ରମଣ ରୋକିବାକୁ ଦୀର୍ଘମିଆଦି ଆଣ୍ଟିବାୟୋଟିକର ବ୍ୟବହାର କରାଯାଇପାରେ। [୨] ଗମ୍ଭୀର ରୋଗରେ କିମ୍ବା କେତେକ କାରଣରୁ ଅସ୍ତ୍ରୋପଚାର କିମ୍ବା ସ୍ଥୁଳକାରୀ ଏଜେଣ୍ଟମାନ ବ୍ୟବ‌ହାର କରାଯାଇପାରେ ।[୧] [୨]

ଏହି ରୋଗ ପ୍ରାୟ ୧% ଲୋକଙ୍କୁ ପ୍ରଭାବିତ କରେ ବୋଲି ଆକଳନ କରାଯାଇଛି | [୨] ଏହି ଗୋଷ୍ଠୀର ପ୍ରାୟ ଏକ ତୃତୀୟାଂଶକୁ ପିଲାମାନଙ୍କଠାରେ ରୋଗ ସ‌ହିତ ଜ୍ୱର ଥାଏ | [୧] ବଡ଼ ପିଲାମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଆନ୍ତି । [୧] ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ପ୍ରଥମ ଶତାବ୍ଦୀରୁ ଏହି ରୋଗର ବର୍ଣ୍ଣନା କରାଯାଇଛି | [୩] ସଫଳ ଅସ୍ତ୍ରୋପଚାର ପ୍ରଥମେ ୧୯୫୨ ମସିହାରେ କରାଯାଇଥିଲା ।[୪]  

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Vesicoureteral Reflux (VUR) | NIDDK". National Institute of Diabetes and Digestive and Kidney Diseases. Retrieved 24 January 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Miyakita, Hideshi; Hayashi, Yutaro; Mitsui, Takahiko; Okawada, Manabu; Kinoshita, Yoshiaki; Kimata, Takahisa; Koikawa, Yasuhiro; Sakai, Kiyohide; Satoh, Hiroyuki; Tokunaga, Masatoshi; Naitoh, Yasuyuki (2020-04-01). "Guidelines for the medical management of pediatric vesicoureteral reflux". International Journal of Urology. doi:10.1111/iju.14223. ISSN 1442-2042. PMID 32239562.
  3. Geavlete, Petrisor Aurelian (2016). Endoscopic Diagnosis and Treatment in Urinary Bladder Pathology: Handbook of Endourology (in ଇଂରାଜୀ). Academic Press. p. 307. ISBN 978-0-12-803862-8.
  4. The Kelalis-King-Belman Textbook of Clinical Pediatric Urology (in ଇଂରାଜୀ). CRC Press. 2006. p. 673. ISBN 978-1-4665-9754-9.