ନାରାୟଣ ବୀରବର ସାମନ୍ତ

ଉଇକିପିଡ଼ିଆ‌ରୁ
ନାରାୟଣ ବୀରବର ସାମନ୍ତ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀଲୋକନାଥ ଚୌଧୁରୀ
ପର ଅଧିକାରୀଲୋକନାଥ ଚୌଧୁରୀ
ନିର୍ବାଚନ ମଣ୍ଡଳୀଏରସମା
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୫୨
ପୂର୍ବ ଅଧିକାରୀପ୍ରାଣକୃଷ୍ଣ ପରିଜା
ପର ଅଧିକାରୀବିପିନ ବିହାରୀ ଦାସ
ନିର୍ବାଚନ ମଣ୍ଡଳୀପୂର୍ବ କଟକ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1900-10-21)୨୧ ଅକ୍ଟୋବର ୧୯୦୦
ମୃତ୍ୟୁ୯ ଅପ୍ରେଲ ୧୯୯୯(1999-04-09) (ବୟସ ୯୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଉତ୍କଳ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ
ଜୀବନ ସାଥୀରତ୍ନମାଳୀ ଜେମା
ସମ୍ପର୍କମନୋଜ ଦାସ (ଜ୍ୱାଇଁ)
ସନ୍ତାନପ୍ରତିଜ୍ଞା ଦେବୀ (ଝିଅ)
ବାପା/ବୋଉବଳରାମ ବୀରବର ସାମନ୍ତ (ବାପା)
ବୃତ୍ତିରାଜନୀତିଜ୍ଞ

ନାରାୟଣ ବୀରବର ସାମନ୍ତ (୨୧ ଅକ୍ଟୋବର ୧୯୦୦ - ୯ ଅପ୍ରେଲ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଦୁଇ ଥର କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧୯୪୬ର ଓଡ଼ିଶା ବିଧାନ ସଭା ନିର୍ବାଚନ ନିର୍ବାଚନରେ ସେ ପୂର୍ବ କଟକ ସଦର ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନାରାୟଣ ବୀରବର ସାମନ୍ତ ୧୯୦୦ ମସିହାର ଅକ୍ଟୋବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବଳରାମ ବୀରବର ସାମନ୍ତ ଓ ପତ୍ନୀଙ୍କ ନାମ ରତ୍ନମାଳୀ ଜେମା ।[୧] ତାଙ୍କ ପତ୍ନୀ ରତ୍ନମାଳୀ ଜେମା ଜଣେ ରାଜନୀତିଜ୍ଞ ଥିଲେ । ତାଙ୍କ ଝିଅ ପ୍ରତିଜ୍ଞା ଦେବୀ ଓ ଜ୍ୱାଇଁ ମନୋଜ ଦାସ ଓଡ଼ିଆ ଭାଷାର ଜଣାଶୁଣା ସାହିତ୍ୟିକ ଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ନାରାୟଣ ବୀରବର ସାମନ୍ତ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ନାରାୟଣ ବୀରବର ସାମନ୍ତ ୧୯୯୯ ମସିହାର ଅପ୍ରେଲ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Narayan Birabar Samanta". odishaassembly.nic.in. Odisha Assembly. Retrieved 15 May 2022.
  2. "Former MLA Ratnamali Jema passes away | Sambad English". Sambad English (in English). Cuttack: sambadenglish.com. 30 January 2014. Archived from the original on 3 September 2021. Retrieved 3 September 2021.{{cite news}}: CS1 maint: unrecognized language (link)