ପୋକଶୁଙ୍ଗା
| ପୋକଶୁଙ୍ଗା | |
|---|---|
| ପୋକଶୁଙ୍ଗା | |
| Scientific classification | |
| Kingdom: | |
| Subkingdom: | |
| Division: | |
| Class: | Magnoliopsida
|
| Subclass: | Asteridae
|
| Order: | Asterales
|
| Family: | Asteraceae
|
| Subfamily: | Asteroideae
|
| Tribe: | Inuleae]]
|
| Genus: | Blumea]]
|
| Species: | B. oxyodonta
|
| Binomial name | |
| Blumea oxyodonta | |
ପୋକ ଶୁଂଘା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହାର ପତ୍ରଗୁଡ଼ିକ ଧଳାଲୋମଯୁକ୍ତ, ଧାର କଟା କଟା ଓ ଅଗ୍ରଭାଗ ମୁନିଆଁ। ଏହି ପତ୍ର ବିନ୍ୟାସ ଏକାନ୍ତର। ପତ୍ରର ଆକାର ୫-୫.୫x୧.୫-୨ ସେ.ମି. ହୋଇଥାଏ। ଜାନୁଆରୀ ମାସକୁ ଫୁଲଧରେ। ଅତି ବେଶୀରେ ଏହା ଫୁଟେ ଦେଢ ଫୁଟ ଉଚ୍ଚ ହୋଇଥାଏ । ଏହା ମୂଳା ଗଛ ପରି ଦିଶେ। ଏହି ଗଛରୁ ଏକ ପ୍ରକାର ଗନ୍ଧ ବାହାରେ । ଓଡ଼ିଶାର ସର୍ବତ୍ର ଏହା ଦେଖିବାକୁ ମିଳେ। [୧]
- ଆହୁରି ଅନେକ ପ୍ରକାର ପୋକଶୁଙ୍ଗା ରହିଛି ଯାହାର ପତ୍ର ମୂଳାପତ୍ର ପରି ଦିଶେ ନାହିଁ ଔଷଧୀୟ ଗୁଣ ଦୃଷ୍ଟିରୁ ଏହା ନିମ୍ନ ଧରଣର। ଏହାକୁ ବିଲ ପୋକଶୁଙ୍ଘା (Blumea Lacerena) ବୋଲି ମଧ୍ୟ କୁହାଯାଏ। Blumea balsamifera ନାମରେ ଏହାର ଅନ୍ୟ ଏକ ପ୍ରଜାତି ରହିଛି।[୨]
- ବାଡ଼ି ପୋକଶୁଙ୍ଘା (vernonia-cinerea) ବୋଲି ଏକ ପ୍ରକାର ଗୁଳ୍ମ ମଧ୍ୟ ରହିଛି।[୩]
ଉଦ୍ଭିଦ ବିଜ୍ଞାନ ମତେ ବର୍ଗୀକରଣ
[ସମ୍ପାଦନା]| ଇଂରାଜୀ ନାମ | Spiny Leaved Blumea |
| ଉଦ୍ଭିଦିକ ନାମ | Blumea oxyodonta |
| କୁଟୁମ୍ବ (Family) | Asteraceae (Sunflower family) |
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ପୋକ ଶୁଂଘା, ପୋକଶୁଙ୍ଗା, ପୋକଶୁଙ୍ଘା |
| ସଂସ୍କୃତ | ମୃଦୁଚ୍ଛଦ, ପୀତପୁଷ୍ପ, କୁକୁନ୍ଦର, କୁକୁରଦ୍ରୁ |
| ହିନ୍ଦୀ | କୁକୁଛେଦି, କୁକୁରରୌନ୍ଦା |
| ତେଲୁଗୁ | କୁକ୍କା |
| ବଙ୍ଗଳା | କୁକୁର ଶୋଙ୍ଗା |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ତିକ୍ତରସ ମିଶ୍ରିତ କଟୁରସ, ବର୍ଣ୍ଣକାରକ। ମାତ୍ରା ଦୁଇଅଣାରୁ ଆଠଅଣା
ବ୍ୟବହାର
[ସମ୍ପାଦନା]ଏଇ ଗଛର ସର୍ବାଙ୍ଗ, ମୁଖ୍ୟତଃ ଏହାର ପତ୍ର ଔଷଧୀୟ କାମରେ ଲାଗେ । ଏହା ପିତ୍ତଦୋଷ, ଜ୍ୱର, କଫ, ଦାହ, ତୃଷ୍ଣା, ଅତିସାର, ରକ୍ତପିତ୍ତ, ଗ୍ରହଦୃଷ୍ଟି, ଭୁତଦୃଷ୍ଟି, ଶିଶୁରୋଗ, କାସ, ଶ୍ୱାସ ଆଦି ନିବାରକ ।
ପୋକଶୁଙ୍ଗା ରସରେ ମହୁ ମିଶାଇ ସେବନ କଲେ ସମସ୍ତ ପ୍ରକାର ଜ୍ୱର ଓ ଅତିସାର ନିବାରିତ ହୁଏ । ପିଲାମାନଙ୍କ କଫରେ ଏହାର ରସ ସହିତ ପାନ ରସ ମିଶାଇ ଦିଆଯାଏ । ରକ୍ତପିତ୍ତ (ନାକରୁ ରକ୍ତ ପଡ଼ିବା)ରେ ଏହାର ରସକୁ ମହୁ ଓ ମିଶ୍ରି ସହିତ ଦିଆଯାଏ। ପିଲାଙ୍କ ଜ୍ୱର ଓ ଚର୍ମରୋଗରେ ହଳଦୀ ସହିତ ବାଟି ପ୍ରୟୋଗ କରାଯାଏ। କାସ ଆଦିରେ ଏହାର ମୂଳକୁ ଶୁଣ୍ଠି ସହିତ, ଚର୍ମରୋଗରେ ଏହାର ପତ୍ରରସକୁ ସୋରିଷ ତେଲ ସହିତ ପାକ କରି, ଝାଡାରେ ଏହାର ପତ୍ର ରସକୁ ମୁଥା ଓ ମିଶ୍ରି ସହିତ, ଜ୍ୱରରେ ଏହାର କ୍ୱାଥକୁ ମହୁ ସହିତ ବ୍ରଣରେ ଏହାର ପତ୍ର ରସକୁ ନିମ୍ବ ପତ୍ର ସହିତ ଓ ଯେକୌଣସି କ୍ଷତରେ ବିଶୁଦ୍ଧ ପତ୍ରର ରସକୁ ପ୍ରୟୋଗ କରାଯାଏ ।
ଆଧାର
[ସମ୍ପାଦନା]- ↑ Flowers of India. "Spiny Leaved Blumea". Retrieved 22.7.12.
{{cite web}}: Check date values in:|accessdate=(help) - ↑ http://en.wikipedia.org/wiki/Blumea_balsamifera
- ↑ "ଆର୍କାଇଭ୍ କପି". Archived from the original on 2013-08-23. Retrieved 2012-07-22.
{{cite web}}: Cite has empty unknown parameter:|1=(help) - ↑ http://en.wikipedia.org/wiki/Ageratum
- ↑ http://en.wikipedia.org/wiki/Ageratum_conyzoides
ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ