ପେରିଓରାଲ ଚର୍ମ‌ପ୍ରଦାହ

ଉଇକିପିଡ଼ିଆ‌ରୁ
Perioral dermatitis
Periorificial dermatitis
Small bumps around mouth and nostrils with some background redness with sparing of immediately around the lips
ବିଭାଗDermatology
ଲକ୍ଷଣMultiple small red bumps and blisters around the mouth, nose, and eyes[୧]
ଆକ୍ରାନ୍ତ ସମୟ15 to 45 year old women[୧]
କାରଣUnknown[୨]
ବିପଦ କାରକTopical steroids, cosmetics, moisturizer[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptom[୨]
ସଠିକ ରୋଗ ନିର୍ଣ୍ଣୟRosacea, acne, lip licker's dermatitis[୨]
ଚିକିତ୍ସାStopping steroids, metronidazole, tetracycline[୨]
ପୁନଃପୌନିକCommon[୧]

ପେରିଓରାଲ ଚର୍ମ‌ପ୍ରଦାହ (ଇଂରାଜୀ ଭାଷାରେ ) ଏକ ପ୍ରକାର ଚର୍ମ ରାସ ଯାହା ସାଧାରଣତଃ ପାଟି, ଆଖି ଓ ନାକ ଚାରିପାଖରେ ଦେଖାଯାଏ । [୨] [୧] ଲକ୍ଷଣଗୁଡ଼ିକରେ ଏକାଧିକ ଛୋଟ (୧-୨ମିମି) ଲାଲ ରଙ୍ଗର ଫୁଲା ଏବଂ ବେଳେବେଳେ ଏକ ଛୋଟ ବିଷ୍ଫୋଟ ଦେଖାଯାଏ ।[୧] ଗଲୁ କିମ୍ବା ଜ୍ୱଳନ ମଧ୍ୟ ଥାଇପାରେ ।[୨] ବେଳେ ବେଳେ ଯୌନାଙ୍ଗ ଜଡିତ ହୋଇପାରେ ।[୧] ଓଠର ଅତି ପାଖରେ ସାଧାରଣତଃ ଏହା ନଥାଏ । [୨]

ଏହାର କାରଣ ଅସ୍ପଷ୍ଟ ରହିଛି । [୨] ସ୍ଥାନୀୟ କିମ୍ବା ପ୍ରଶ୍ୱାସରେ ଷ୍ଟିରଏଡ ଗ୍ରହଣ ଏବଂ ମଏଶ୍ଚରାଇଜର, ପ୍ରସାଧନ ସାମଗ୍ରୀ, ଫ୍ଲୋରିଡେଟେଡ୍ ଟୁଥପେଷ୍ଟ ଏବଂ ସନସ୍କ୍ରିନ ଏଥିରେ ସହାୟକ ହୋଇପାରେ । [୨] [୧] ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ଓଅସ୍ପଷ୍ଟ କ୍ଷେତ୍ରରେ ଚର୍ମ ବାୟୋପ୍ସି କରାଯାଏ ।[୨] ରୋଜେସା, ବ୍ରଣ, ଆଲର୍ଜି ଚର୍ମ ପ୍ରଦାହ ଏବଂ ଲିପ୍ ଲିକର୍ ଡର୍ମାଟାଇଟିସ୍ ଇତ୍ୟାଦି ରୋଗରେ ଏହିଭଳି ଲକ୍ଷଣ ଦେଖାଯାଏ । [୨]

ଷ୍ଟିରଏଡ୍ କ୍ରିମ୍, ପ୍ରସାଧନ ସାମଗ୍ରୀ ଏବଂ ସନସ୍କ୍ରିନ ବ୍ୟବ‌ହାର ବନ୍ଦ କରି ଚିକିତ୍ସା କରାଯାଏ ।[୧] ତୁରନ୍ତ ଷ୍ଟିରଏଡ ବନ୍ଦ କଲେ ପ୍ରାରମ୍ଭରେ ଦାଗ ଖରାପ ହୋଇପାରେ ଏବଂ ଧୀରେ ଧୀରେ ବନ୍ଦ କଲେ ଉପଶମ ହୋଇଯାଏ ।[୧] ପ୍ରାରମ୍ଭରେ ମେଟ୍ରୋନିଡାଜୋଲ କିମ୍ବା କ୍ଲିଣ୍ଡାମାଇସିନ୍ କ୍ରିମ୍ ଦିଆଯାଇପାରେ ।[୨] ଏହା ପର୍ଯ୍ୟାପ୍ତ ନହେଲେ ଡକ୍ସିସାଇକ୍ଲିନ୍, ଟେଟ୍ରାସାଇକ୍ଲିନ୍, କିମ୍ବା ପାଟିରେ ଆଇସୋଟ୍ରେଟିନୋଏନ୍ ବ୍ୟବହାର କରାଯାଇପାରେ । [୨] [୧] ଉନ୍ନତି ପାଇଁ କିଛି ସପ୍ତାହ କିମ୍ବା କିଛି ମାସ ସମୟ ଲାଗିପାରେ | [୧] [୨] ଏହା ଦୀର୍ଘକାଳୀନ ହୋଇପାରେ କିମ୍ବା ଏହାର ପୁନରାବୃତ୍ତି ହୋଇପାରେ । [୨]

ବିକଶିତ ଦେଶରେ ବର୍ଷକୁ ୦.୫-୧ % ଲୋକଙ୍କୁ ଏହି ରୋଗ ପ୍ରଭାବିତ କରିଯହାଏ ବୋଲି ଆକଳନ କରାଯାଇଛି । [୩] ପ୍ରଭାବିତ ରୋଗୀଙ୍କ ମଧ୍ୟରୁ ୯୦% ପର୍ଯ୍ୟନ୍ତ ୧୫ରୁ ୪୫ ବର୍ଷ ବୟସର ମହିଳା ଅଟନ୍ତି । [୧] [୩] ଶବ୍ଦ "ଡର୍ମାଟାଇଟିସ୍" ଏକ ଭୁଲ୍ ଶବ୍ଦ କାରଣ ଏହା ବିଇଞ୍ଚି ବା ଏକଜିମା ନୁହେଁ । [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Periorificial dermatitis". dermnetnz.org (in ଇଂରାଜୀ). DermNet NZ. Archived from the original on 11 April 2021. Retrieved 6 July 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ Tolaymat, L; Hall, MR (January 2021). "Perioral Dermatitis". PMID 30247843. {{cite journal}}: Cite journal requires |journal= (help)
  3. ୩.୦ ୩.୧ "Perioral Dermatitis: Background, Pathophysiology, Etiology of Perioral Dermatitis". 26 June 2021. Archived from the original on 5 May 2021. Retrieved 6 July 2021.