Jump to content

ରୋଜେସା

ଉଇକିପିଡ଼ିଆ‌ରୁ
ରୋଜେସା (Rosacea)
ଆକ୍ନେ ରୋଜେସା (Acne rosacea)
ଡୋମେନିକୋ ଘିରଲାଣ୍ଡିଓ (Domenico Ghirlandaio) (c.1490 – c.ସିରକା ୧୪୯୦) ପ୍ରସ୍ତୁତ କରିଥିବା ବୃଦ୍ଧ ଓ ନାତି (An Old Man and His Grandson) ଚିତ୍ରରେ ରାଇନୋଫାଇମା (rhinophyma) ରୋଗରେ ଚର୍ମ ନଷ୍ଟ ହୋଇଥିବା ଦେଖାଯାଉଛି । []
ଉଚ୍ଚାରଣ
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology‌)
ଲକ୍ଷଣମୁଖ ଲାଲ ରଙ୍ଗ (redness), ବ୍ରଣ (pimple)s, ଇଡିମା (swelling), ଓ ଟେଲାଞ୍ଜିଏକ୍ଟାସିସ (small and superficial dilated blood vessels)[][]
ଆକ୍ରାନ୍ତ ସମୟ୩୦  ୫୦ ବର୍ଷ ବୟସ[]
ଅବଧିଦୀର୍ଘକାଳୀନ[]
କାରଣଅଜ୍ଞାତ[]
ବିପଦ କାରକପାରିବାରିକ ଇତିହାସ[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ[]
ସଠିକ ରୋଗ ନିର୍ଣ୍ଣୟଆକ୍ନେ (Acne), ପେରିଓରାଲ ଡର୍ମାଟାଇଟିସ (perioral dermatitis), ଡର୍ମାଟୋମାୟୋସାଇଟିସ (dermatomyositis), ଲୁପସ (lupus)[]
ଔଷଧଆଣ୍ଟିବାୟୋଟିକ (Antibiotics) ପାଟି ବାଟେ ବା ଚର୍ମରେ ଲଗାଯାଏ । []
ପୁନଃପୌନିକ~୫%[]

ରୋଜେସା (ଇଂରାଜୀ ଭାଷାରେ Rosacea) ଏକ କ୍ରନିକ ବା ଦୀର୍ଘକାଳୀନ (long-term) ରୋଗ ଯେଉଁଥିରେ ମୁହଁର ଚର୍ମ (skin condition) ପ୍ରଭାବିତ ହୁଏ ।[][] ଏହି ରୋଗ ହେବା ଫଳରେ ମୁଖ ଲାଲ ରଙ୍ଗ (redness), ବ୍ରଣ (pimple)s, ଇଡିମା (swelling), ଓ ଟେଲାଞ୍ଜିଏକ୍ଟାସିସ (small and superficial dilated blood vessels) ଇତ୍ୟାଦି ଦେଖାଯାଏ ।[] ଅଧିକାଂଶ ସମୟରେ ନାକ, ଗାଲ ଓ ଥୋଡ଼ିରେ ଏହା ଦେଖାଯାଏ ।[] ସାଂଘାତିକ ରୋଗରେ ନାକ ବଡ଼ ହୋଇଯାଇ ଲାଲ ଦେଖାଯାଏ ଯାହାକୁ ରାଇନୋଫାଇମା (Rhinophyma) କୁହାଯାଏ ।[]

ରୋଜେସା ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[] ପରିବାରର ଲୋକଙ୍କର ପୂର୍ବରୁ ଏହି ରୋଗ ଥିଲେ ଅନ୍ୟମାନଙ୍କର ଏହି ରୋଗ ସଙ୍କଟ ରହିପାରେ ।[] କେତେକ କାରକ ଏହି ରୋଗକୁ ସାଂଘାତିକ କରିବା ସମ୍ଭାବନା ରହେ; ସେମାନଙ୍କର ନାମ ଉତ୍ତାପ, ବ୍ୟାୟାମ, ସୂର୍ଯ୍ୟାଲୋକ, ଥଣ୍ତା, ମସଲାପୂର୍ଣ୍ଣ ଖାଦ୍ୟ, ଆଲକୋହୋଲ, ଋତୁବନ୍ଦ, ମାନସିକ ଚାପ (psychological stress) ଓ କର୍ଟିକୋସ୍ଟିରଏଡ କ୍ରିମ (steroid cream) ।[] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । []

ଏହି ରୋଗର ଲକ୍ଷଣ ଉପଶମ ନିମନ୍ତେ ଚିକିତ୍ସା କରାଯାଏ ।[] ମେଟ୍ରୋନିଡାଜୋଲ ଡକ୍‌ସିସାଇକ୍ଲିନଟେଟ୍ରାସାଇକ୍ଲିନ ଆଦି ଆଣ୍ଟିବାୟୋଟିକ ଦେଇ ଏହାର ଚିକିତ୍ସା କରାଯାଏ ।[] ଆଖିରେ ରୋଗ ହେଲେ ଆଜିଥ୍ରୋମାଇସିନ ଆଖି ଡ୍ରପ ପକାଯାଏ ।[] ବ୍ରିମୋନିଡିନ (brimonidine) କ୍ରିମ, ଆଇଭରମେକ୍ଟିନ କ୍ରିମ (ivermectin) ଓ ଆଇସୋଟ୍ରେଟିନଏନ (isotretinoin) ଆଦି ଔଷଧ ମଧ୍ୟ ଉପକାର କରେ । [] ଡର୍ମାବ୍ରାସନ (Dermabrasion) ବା ଲେଜର ଅପରେଶନ (laser surgery) ମଧ୍ୟ କରାଯାଏ ।[] ସନସ୍କ୍ରିନ (sunscreen) ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ । []

ଜନସଂଖ୍ୟାର ୧ରୁ ୧୦% ଲୋକ ରୋଜେସା ରୋଗରେ ଆକ୍ରାନ୍ତ ହୁଅନ୍ତି ।[] ଏହି ରୋଗୀଙ୍କ ବ‌ୟସ ୩୦ରୁ ୫୦ ବର୍ଷ ମଧ୍ୟରେ ଥାଏ ଓ ମହିଳାମାନେ ଆକ୍ରାନ୍ତ ହୁଅନ୍ତି ।[] ଏହି ରୋଗ ମୂଖ୍ୟତଃ କ‌କେସିଆନମାନଙ୍କୁ (Caucasians) ହୁଏ । [] ସନ ୧୩୦୦ରେ ପ୍ରକାଶିତ କାଣ୍ଟରବେରି (Canterbury Tales) ଗଳ୍ପମାଳାରେ ଏହି ରୋଗର ଉଲ୍ଲେଖ ଅଛି ଓ ଖ୍ରୀ:ପୂ: ୨୦୦ରେ ଥିଓକ୍ରାଇଟସଙ୍କଦ୍ୱାରା (Theocritus) ମଧ୍ୟ ରଚିତ ହୋଇଥାଇପାରେ ।[][]

  1. Koepsell, Thomas (2002). "Domenico Ghirlandaio: An Old Man and His Grandson (c. 1480–1490)". Arch Pediatr Adolesc Med. 156 (10): 966. doi:10.1001/archpedi.156.10.966.
  2. 1 2 3 4 5 6 7 8 9 10 11 12 13 14 Tüzün Y, Wolf R, Kutlubay Z, Karakuş O, Engin B (February 2014). "Rosacea and rhinophyma". Clinics in Dermatology. 32 (1): 35–46. doi:10.1016/j.clindermatol.2013.05.024. PMID 24314376.
  3. 1 2 3 4 5 6 7 8 9 10 11 "Questions and Answers about Rosacea". www.niams.nih.gov (in ଇଂରାଜୀ). April 2016. Archived from the original on 13 May 2017. Retrieved 5 June 2017.
  4. 1 2 van Zuuren, EJ; Fedorowicz, Z (September 2015). "Interventions for rosacea: abridged updated Cochrane systematic review including GRADE assessments". The British Journal of Dermatology. 173 (3): 651–62. doi:10.1111/bjd.13956. PMID 26099423.
  5. "Rosacea First choice treatments". Prescrire International. 182: 126–128. May 2017. Archived from the original on 10 September 2017.
  6. Zouboulis, Christos C.; Katsambas, Andreas D.; Kligman, Albert M. (2014). Pathogenesis and Treatment of Acne and Rosacea (in ଇଂରାଜୀ). Springer. p. XXV. ISBN 978-3-540-69375-8. Archived from the original on 10 September 2017.
  7. Schachner, Lawrence A.; Hansen, Ronald C. (2011). Pediatric Dermatology E-Book (in ଇଂରାଜୀ). Elsevier Health Sciences. p. 827. ISBN 0-7234-3665-7. Archived from the original on 10 September 2017.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ