ରୋଜେସା

ଉଇକିପିଡ଼ିଆ‌ରୁ
ରୋଜେସା (Rosacea)
ଆକ୍ନେ ରୋଜେସା (Acne rosacea)
ଡୋମେନିକୋ ଘିରଲାଣ୍ଡିଓ (Domenico Ghirlandaio) (c. 1490 – c. ସିରକା ୧୪୯୦) ପ୍ରସ୍ତୁତ କରିଥିବା ବୃଦ୍ଧ ଓ ନାତି (An Old Man and His Grandson) ଚିତ୍ରରେ ରାଇନୋଫାଇମା (rhinophyma) ରୋଗରେ ଚର୍ମ ନଷ୍ଟ ହୋଇଥିବା ଦେଖାଯାଉଛି । [୧]
ଉଚ୍ଚାରଣ
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology‌)
ଲକ୍ଷଣମୁଖ ଲାଲ ରଙ୍ଗ (redness), ବ୍ରଣ (pimple)s, ଇଡିମା (swelling), ଓ ଟେଲାଞ୍ଜିଏକ୍ଟାସିସ (small and superficial dilated blood vessels)[୨][୩]
ଆକ୍ରାନ୍ତ ସମୟ୩୦ – ୫୦ ବର୍ଷ ବୟସ[୨]
ଅବଧିଦୀର୍ଘକାଳୀନ[୨]
କାରଣଅଜ୍ଞାତ[୨]
ବିପଦ କାରକପାରିବାରିକ ଇତିହାସ[୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ[୨]
ସଠିକ ରୋଗ ନିର୍ଣ୍ଣୟଆକ୍ନେ (Acne), ପେରିଓରାଲ ଡର୍ମାଟାଇଟିସ (perioral dermatitis), ଡର୍ମାଟୋମାୟୋସାଇଟିସ (dermatomyositis), ଲୁପସ (lupus)[୨]
ଔଷଧଆଣ୍ଟିବାୟୋଟିକ (Antibiotics) ପାଟି ବାଟେ ବା ଚର୍ମରେ ଲଗାଯାଏ । [୩]
ପୁନଃପୌନିକ~୫%[୨]

ରୋଜେସା (ଇଂରାଜୀ ଭାଷାରେ Rosacea) ଏକ କ୍ରନିକ ବା ଦୀର୍ଘକାଳୀନ (long-term) ରୋଗ ଯେଉଁଥିରେ ମୁହଁର ଚର୍ମ (skin condition) ପ୍ରଭାବିତ ହୁଏ ।[୨][୩] ଏହି ରୋଗ ହେବା ଫଳରେ ମୁଖ ଲାଲ ରଙ୍ଗ (redness), ବ୍ରଣ (pimple)s, ଇଡିମା (swelling), ଓ ଟେଲାଞ୍ଜିଏକ୍ଟାସିସ (small and superficial dilated blood vessels) ଇତ୍ୟାଦି ଦେଖାଯାଏ ।[୨] ଅଧିକାଂଶ ସମୟରେ ନାକ, ଗାଲ ଓ ଥୋଡ଼ିରେ ଏହା ଦେଖାଯାଏ ।[୩] ସାଂଘାତିକ ରୋଗରେ ନାକ ବଡ଼ ହୋଇଯାଇ ଲାଲ ଦେଖାଯାଏ ଯାହାକୁ ରାଇନୋଫାଇମା (Rhinophyma) କୁହାଯାଏ ।[୩]

ରୋଜେସା ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୨] ପରିବାରର ଲୋକଙ୍କର ପୂର୍ବରୁ ଏହି ରୋଗ ଥିଲେ ଅନ୍ୟମାନଙ୍କର ଏହି ରୋଗ ସଙ୍କଟ ରହିପାରେ ।[୩] କେତେକ କାରକ ଏହି ରୋଗକୁ ସାଂଘାତିକ କରିବା ସମ୍ଭାବନା ରହେ; ସେମାନଙ୍କର ନାମ ଉତ୍ତାପ, ବ୍ୟାୟାମ, ସୂର୍ଯ୍ୟାଲୋକ, ଥଣ୍ତା, ମସଲାପୂର୍ଣ୍ଣ ଖାଦ୍ୟ, ଆଲକୋହୋଲ, ଋତୁବନ୍ଦ, ମାନସିକ ଚାପ (psychological stress) ଓ କର୍ଟିକୋସ୍ଟିରଏଡ କ୍ରିମ (steroid cream) ।[୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । [୨]

ଏହି ରୋଗର ଲକ୍ଷଣ ଉପଶମ ନିମନ୍ତେ ଚିକିତ୍ସା କରାଯାଏ ।[୩] ମେଟ୍ରୋନିଡାଜୋଲ ଡକ୍‌ସିସାଇକ୍ଲିନଟେଟ୍ରାସାଇକ୍ଲିନ ଆଦି ଆଣ୍ଟିବାୟୋଟିକ ଦେଇ ଏହାର ଚିକିତ୍ସା କରାଯାଏ ।[୪] ଆଖିରେ ରୋଗ ହେଲେ ଆଜିଥ୍ରୋମାଇସିନ ଆଖି ଡ୍ରପ ପକାଯାଏ ।[୫] ବ୍ରିମୋନିଡିନ (brimonidine) କ୍ରିମ, ଆଇଭରମେକ୍ଟିନ କ୍ରିମ (ivermectin) ଓ ଆଇସୋଟ୍ରେଟିନଏନ (isotretinoin) ଆଦି ଔଷଧ ମଧ୍ୟ ଉପକାର କରେ । [୪] ଡର୍ମାବ୍ରାସନ (Dermabrasion) ବା ଲେଜର ଅପରେଶନ (laser surgery) ମଧ୍ୟ କରାଯାଏ ।[୩] ସନସ୍କ୍ରିନ (sunscreen) ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ । [୩]

ଜନସଂଖ୍ୟାର ୧ରୁ ୧୦% ଲୋକ ରୋଜେସା ରୋଗରେ ଆକ୍ରାନ୍ତ ହୁଅନ୍ତି ।[୨] ଏହି ରୋଗୀଙ୍କ ବ‌ୟସ ୩୦ରୁ ୫୦ ବର୍ଷ ମଧ୍ୟରେ ଥାଏ ଓ ମହିଳାମାନେ ଆକ୍ରାନ୍ତ ହୁଅନ୍ତି ।[୨] ଏହି ରୋଗ ମୂଖ୍ୟତଃ କ‌କେସିଆନମାନଙ୍କୁ (Caucasians) ହୁଏ । [୨] ସନ ୧୩୦୦ରେ ପ୍ରକାଶିତ କାଣ୍ଟରବେରି (Canterbury Tales) ଗଳ୍ପମାଳାରେ ଏହି ରୋଗର ଉଲ୍ଲେଖ ଅଛି ଓ ଖ୍ରୀ:ପୂ: ୨୦୦ରେ ଥିଓକ୍ରାଇଟସଙ୍କଦ୍ୱାରା (Theocritus) ମଧ୍ୟ ରଚିତ ହୋଇଥାଇପାରେ ।[୬][୭]

ଆଧାର[ସମ୍ପାଦନା]

  1. Koepsell, Thomas (2002). "Domenico Ghirlandaio: An Old Man and His Grandson (c. 1480–1490)". Arch Pediatr Adolesc Med. 156 (10): 966. doi:10.1001/archpedi.156.10.966.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Tüzün Y, Wolf R, Kutlubay Z, Karakuş O, Engin B (February 2014). "Rosacea and rhinophyma". Clinics in Dermatology. 32 (1): 35–46. doi:10.1016/j.clindermatol.2013.05.024. PMID 24314376.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ "Questions and Answers about Rosacea". www.niams.nih.gov (in ଇଂରାଜୀ). April 2016. Archived from the original on 13 May 2017. Retrieved 5 June 2017.
  4. ୪.୦ ୪.୧ van Zuuren, EJ; Fedorowicz, Z (September 2015). "Interventions for rosacea: abridged updated Cochrane systematic review including GRADE assessments". The British Journal of Dermatology. 173 (3): 651–62. doi:10.1111/bjd.13956. PMID 26099423.
  5. "Rosacea First choice treatments". Prescrire International. 182: 126–128. May 2017. Archived from the original on 10 September 2017.
  6. Zouboulis, Christos C.; Katsambas, Andreas D.; Kligman, Albert M. (2014). Pathogenesis and Treatment of Acne and Rosacea (in ଇଂରାଜୀ). Springer. p. XXV. ISBN 978-3-540-69375-8. Archived from the original on 10 September 2017.
  7. Schachner, Lawrence A.; Hansen, Ronald C. (2011). Pediatric Dermatology E-Book (in ଇଂରାଜୀ). Elsevier Health Sciences. p. 827. ISBN 0-7234-3665-7. Archived from the original on 10 September 2017.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ