ପୃଷ୍ଠ ଶିରା ଥ୍ରୋମ୍ବୋସିସ

ଉଇକିପିଡ଼ିଆ‌ରୁ
Superficial thrombophlebitis
Greater saphenous vein thrombosis
ବିଭାଗEmergency medicine
ଲକ୍ଷଣRed, warm, tender area overlying a vein, hard vein[୧]
ଆକ୍ରାନ୍ତ ସମୟ60 years old[୧]
ବିପଦ କାରକVaricose veins, pregnancy, factor V Leiden mutation, cancer, birth control pills, obesity, recent surgery, heart failure[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, confirmed by ultrasound[୧]
ସଠିକ ରୋଗ ନିର୍ଣ୍ଣୟCellulitis, lymphangitis, lymphedema, vasculitis, tendonitis[୧]
ଚିକିତ୍ସାNSAIDs, heat,blood thinners, compression stockings[୧]
PrognosisGenerally good outcome[୧]
ପୁନଃପୌନିକ6 per 1,000per year[୧]

ପୃଷ୍ଠ ଶିରା ଥ୍ରୋମ୍ବୋସିସ (SVT ) ରୋଗରେ ଚର୍ମ ନିକଟରେ ରକ୍ତ ଜମାଟ ବାନ୍ଧିଯାଏ ।[୧] ଲକ୍ଷଣଗୁଡ଼ିକ ସାଧାରଣତଃ ଶିରା ଉପର ଚମ ଲାଲ ଦେଖାଯାଏ, ଉଷ୍ମ, ପ୍ରଦାହ ଏବଂ ଦରଜ ଲାଗେ । [୧] ଶିରା ପ୍ରାୟତଃ କଠିନ ଅନୁଭବ ହୁଏ ।[୧] ସାଧାରଣତଃ ଗୋଡରେ ଏହି ରୋଗ ହୋଇଥାଏ ।[୧] ରୋଗ ଜଟିଳ ହେଲେ ଫୁସଫୁସ ଏମ୍ବୋଲିଜ୍ମ (PE) ଏବଂ ଗଭୀର ଶିରା ଥ୍ରୋମ୍ବୋସିସ୍ (DVT) ହୋଇପାରେ । [୧]

ବିପଦ କାରଣଗୁଡ଼ିକ ମଧ୍ୟରେ ଭାରିକୋଜ ଶିରା, ଗର୍ଭଧାରଣ, କେତେକ ଜେନେଟିକ ଅବସ୍ଥା ଯେପରିକି ଫ୍ୟାକ୍ଟର୍ ଭି ଲେଡେନ୍ ମ୍ୟୁଟେସନ୍, କର୍କଟ, ଜନ୍ମ ନିୟନ୍ତ୍ରଣ, ମୋଟାପଣ, ସାମ୍ପ୍ରତିକ ଅସ୍ତ୍ରୋପଚାର ଏବଂ ହୃଦପାତ ହୋଇପାରେ ।[୧] ଅନ୍ତର୍ନିହିତ କାଯ୍ୟଶୈଳୀରେ ବର୍ଦ୍ଧିତ ଜମାଟ ବାନ୍ଧିବା, ଚଳପ୍ରଚଳ ହ୍ରାସ କିମ୍ବା ଶିରାରେ ଆଘାତ ଯୋଗୁ ହୋଇପାରେ । [୧] ପ୍ରାୟ ୭୦% କ୍ଷେତ୍ରରେ ବୃହତ ସାଫେନୋସ୍ ଶିରାରେ ଏହା ହୋଇଥାଏ ଏବଂ ଛୋଟ ସାଫେନସ ଶିରାରେ ପ୍ରାୟ ୧୫% କ୍ଷେତ୍ରରେ ହୋଇଥାଏ ।[୧] ଏହା ଏକ ପ୍ରକାର ଥ୍ରୋମ୍ବୋଫ୍ଲେବାଇଟିସ୍ ରୋଗ ।[୨] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ ହୁଏ ଏବଂ ଅଲଟ୍ରାସାଉଣ୍ଡଦ୍ୱାରା ନିଶ୍ଚିତ ହୋଇଥାଏ । [୧]

କମ ବିପଦଜନକ ରୋଗରେ ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ, ଉତ୍ତାପ, ଏବଂ ରକ୍ତ ପତଳାକାରୀ ଚିକତ୍ସା କରାଯାଏ ।[୧]ଅଧିକ ସଙ୍କଟ ଜନ‌କ କ୍ଷେତ୍ରରେ ଫୋଣ୍ଡାପାରିନକ୍ସ କିମ୍ବା ରିଭାରୋକ୍ସାବାନ ଔଷଧ ୪୫ ଦିନ ପାଇଁ ଦେବାକୁ ପରାମର୍ଶ ଦିଆଯାଇଛି। [୧] [୩] ଚାପ୍ୟୁକ୍ତ ମୋଜା ବ୍ୟବ‌ହାର କରିବାକୁ ସୁପାରିଶ କରାଯାଇପାରେ ।[୧] ପୃଷ୍ଠ ଶିରା ଥ୍ରୋମ୍ବୋସିସ ରୋଗରେ ସାଧାରଣତଃ ଭଲ ଫଳ ମିଳିଥାଏ ।[୧]

ଗୋଟିଏ ଅଧ୍ୟୟନରେ ପ୍ରତିବର୍ଷ ୧୦୦୦ ଲୋକଙ୍କ ମଧ୍ୟରୁ ୬ ହାରରେ ରୋଗ ହୋଇଥିବା ମିଳିଥିଲା। [୧] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି। [୧] ପ୍ରଭାବିତ ଲୋକଙ୍କର ବୟସ ସାଧାରଣତଃ ୬୦ ଥିଲା ।[୧] ଏକାଧିକ ଏହି ରୋଗ ବା ଟ୍ରସୋ ସିଣ୍ଡ୍ରୋମ ରୋଗ ଥିଲେ କର୍କଟ ରୋଗ ନିମନ୍ତେ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ ।[୧] ପ୍ରାଚୀନ ଭାରତରେ ସୁଶ୍ରୁତ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ ୧.୨୪ Czysz, A; Higbee, SL (January 2021). "Superficial Thrombophlebitis". PMID 32310477. {{cite journal}}: Cite journal requires |journal= (help)
  2. "Thrombophlebitis - Symptoms and causes". Mayo Clinic (in ଇଂରାଜୀ). Archived from the original on 26 February 2021. Retrieved 28 February 2021.
  3. Di Nisio, M; Wichers, IM; Middeldorp, S (25 February 2018). "Treatment for superficial thrombophlebitis of the leg". The Cochrane database of systematic reviews. 2: CD004982. doi:10.1002/14651858.CD004982.pub6. PMID 29478266.
  4. Vaidyanathan, Subramoniam; Menon, Riju Ramachandran; Jacob, Pradeep; John, Binni (2014). Chronic Venous Disorders of the Lower Limbs: A Surgical Approach (in ଇଂରାଜୀ). Springer. p. 4. ISBN 978-81-322-1991-0. Archived from the original on 2021-08-29. Retrieved 2021-03-03.