Jump to content

ଥ୍ରୋମ୍ବୋଫ୍ଲେବାଇଟିସ୍

ଉଇକିପିଡ଼ିଆ‌ରୁ
Thrombophlebitis
Ultrasonographic image showing thrombosis of the great saphenous vein.
ଉଚ୍ଚାରଣ
  • throm-boe-fluh-BY-tis[]
ବିଭାଗEmergency medicine
ଲକ୍ଷଣPain, swelling, redness, warmth, hardening of the vein[][]
ବିପଦ କାରକDeceased mobility, recent surgery, pregnancy, birth control pills, cancer, obesity and at site of an intravenous insertion.[][]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound[]
ଚିକିତ୍ସାBlood thinners, pain medication[]

ଥ୍ରୋମ୍ବୋଫ୍ଲେବାଇଟିସ୍ ରୋଗୀର ଶିରା ପ୍ରଦାହଗ୍ରସ୍ତ ହୋଇ ରକ୍ତ ଜମାଟ ବାନ୍ଧିଯାଏ[] ସାଧାରଣତଃ ଏହି ରୋଗରେ ଗୋଡ଼ ପ୍ରଭାବିତ ହୁଏ | [] ଏହାର ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଫୁଲା, ଲାଲିମା, ଉଷ୍ମତା ଏବଂ ଶିରା କଠିନତା ଦେଖାଯାଏ | [] ସଂକ୍ରମିତ ସମୟରେ ଜ୍ୱର ଏବଂ ନିମ୍ନ ରକ୍ତଚାପ ମଧ୍ୟ ହୋଇପାରେ।[] ରୋଗ ଜଟିଳ ହେଲେ ଫୁସଫୁସ ଏମ୍ବୋଲିଜ୍ମ ଏବଂ ପୋଷ୍ଟ ଥ୍ରୋମାବୋଟିକ୍ ସିଣ୍ଡ୍ରୋମ ହୋଇପାରେ।[]

ସବୁଠାରୁ ସାଧାରଣ ପ୍ରକାରଗୁଡ଼ିକ ହେଉଛି ବାହ୍ୟ ଥ୍ରୋମ୍ବୋଫ୍ଲେବାଇଟିସ ଏବଂ ଗଭୀର ଶିରା ଥ୍ରୋମ୍ବୋସିସ୍ | [] ବିଭିନ୍ନ ସ୍ଥାନରେ ବାରମ୍ବାର ଘଟିଲେ ଏହାକୁ ମାଇଗ୍ରେଟୋରୀ ଥ୍ରୋମ୍ବୋଫ୍ଲେବାଇଟିସ୍ କୁହାଯାଏ ଏବଂ ଏହା କର୍କଟ ସହିତ ଜଡ଼ିତ ଥାଏ | [] ଯେତେବେଳେ ଏହା ସ୍ତନକୁ ପ୍ରଭାବିତ କରେ ଏହାକୁ ମୋଣ୍ଡୋର ରୋଗ କୁହାଯାଏ | [] ଏହା ସଂକ୍ରମିତ ଥିବା ଅବସ୍ଥାରେ ଏହାକୁ ସେପ୍ଟିକ ଥ୍ରୋମ୍ବୋଫ୍ଲେବାଇଟିସ୍ କୁହାଯାଏ | []

ବିପଦ କାରକଗୁଡ଼ିକ ମଧ୍ୟରେ କମ୍ ଗତିଶୀଳତା, ସାମ୍ପ୍ରତିକ ଅସ୍ତ୍ରୋପଚାର, ଗର୍ଭଧାରଣ, ଜନ୍ମ ନିୟନ୍ତ୍ରଣ ବଟିକା, କର୍କଟ, ମୋଟାପଣ, ଭାରିକୋଜ୍ ଶିରା, ରୋଗର ପାରିବାରିକ ଇତିହାସ ଏବଂ ଏକ ଶିରାଭ୍ୟନ୍ତର ଭର୍ତ୍ତି ପଦାର୍ଥ | [] [] ଏହାର କାର୍ଯ୍ୟ ପ୍ରଣାଳୀରେ ଖରାପ ରକ୍ତ ପ୍ରବାହ, ରକ୍ତ ଜମାଟ ବାନ୍ଧିବା ଏବଂ ନଷ୍ଟ ଶିରା ହୋଇପାରେ ।[] ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | []

ପୃଷ୍ଠ ଶିରାରେ ଥିବା ଛୋଟ ଛୋଟ କ୍ଲଟ ନିଜେ ଉପଶମ ହୋଇପାରେ | [] ଅଶାନ୍ତ ଲାଗିଲେ ଏନଏସଏଆଇଡି (NSAID) ଦେଲେ ଓ ଗୋଡ଼ ଟେକି ରଖିଲେ, ସାହାଯ୍ୟ କରିପାରେ | [] ରକ୍ତ ପତଳାକାରୀ ଔଷଧ ଯଥା ହେପାରିନ୍, ୱାର୍ଫାରିନ୍ କିମ୍ବା ଆପିକ୍ସାବାନ୍ ମଧ୍ୟ ବାରମ୍ବାର ବ୍ୟବହୃତ ହୁଏ | [] ବେଳେବେଳେ ଏକ ଭେନା କାଭା ଫିଲ୍ଟର କିମ୍ବା ଆଲଟେପ୍ଲେଜ୍ ବ୍ୟବହାର କରାଯାଇପାରେ | [] ସାଧାରଣତଃ ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | []

  1. 1 2 3 4 5 6 7 8 "Thrombophlebitis - Symptoms and causes". Mayo Clinic (in ଇଂରାଜୀ). Retrieved 28 February 2021.
  2. 1 2 3 4 5 6 7 8 9 Torpy JM, Burke AE, Glass RM (July 2006). "JAMA patient page. Thrombophlebitis". JAMA. 296 (4): 468. doi:10.1001/jama.296.4.468. PMID 16868304.
  3. "Thrombophlebitis - Diagnosis and treatment - Mayo Clinic". www.mayoclinic.org (in ଇଂରାଜୀ). Retrieved 28 February 2021.
  4. 1 2 ଆଧାର ଭୁଲ: ଅଚଳ <ref> ଚିହ୍ନ; "Lip2021" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; "Jin2020" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. Czysz, A; Higbee, SL (January 2021). "Superficial Thrombophlebitis". PMID 32310477. {{cite journal}}: Cite journal requires |journal= (help)
  7. 1 2 3 ଆଧାର ଭୁଲ: ଅଚଳ <ref> ଚିହ୍ନ; "Mayo2021Tx" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।