ଡିପ ଭେନ ଥ୍ରୋମ୍ବୋସିସ

ଉଇକିପିଡ଼ିଆ ରୁ
Jump to navigation Jump to search
ଡିପ ଭେନ ଥ୍ରୋମ୍ବୋସିସ (Deep vein thrombosis)
ଡିପ ଭେନସ ଥ୍ରୋମ୍ବୋସିସ (Deep venous thrombosis)
Deep vein thrombosis of the right leg.jpg
ଡାହାଣ ରୋଡ଼ରେ ହୋଇଥିବା ଡିପ ଭେନ ଥ୍ରୋମ୍ବୋସିସ- ଫୁଲା ଓ ଲାଲ ରଙ୍ଗ ଦେଖାଯାଉଛି ।
ବିଭାଗ Hematology
ଲକ୍ଷଣ ଯନ୍ତ୍ରଣା, ଫୁଲା (swelling, ଲାଲ ବର୍ଣ୍ଣ, ପ୍ରଭାବିତ ସ୍ଥାନ ଉଷୁମ ଲାଗେ । [୧]
ବିପଦ କାରକ ସାମ୍ପ୍ରତିକ ଅପରେଶନ, କର୍କଟ ରୋଗ, ଆଘାତ, କମ ଚଳପ୍ରଚଳ, ମୋଟାପଣ, ଧୁମ୍ରପାନ (smoking), ହରମୋନାଲ ଜନ୍ମ ନିରୋଧ (hormonal birth control), ଗର୍ଭାବସ୍ଥା, ପ୍ରସୂତିପର ସମୟ (period following birth), ଆଣ୍ଟଫସଫୋଲିପିଡ ସିଣ୍ଡ୍ରୋମ (antiphospholipid syndrome), କେତେକ ଜେନେଟିକ ରୋଗ (genetic conditions) [୧][୨]
ରୋଗ ନିର୍ଣ୍ଣୟ ପଦ୍ଧତି ଅଲଟ୍ରାସାଉଣ୍ଡ (Ultrasound)[୧]
ସଠିକ ରୋଗ ନିର୍ଣ୍ଣୟ ବେକର ସିସ୍ଟ (Baker's cyst), ସେଲ୍ୟୁଲାଇଟିସ୍, ହେମାଟୋମା (hematoma), ଭେରିକୋଜ ଭେନ (varicose veins)[୩]
ପ୍ରତିକାର ପୁନଃପୌନିକ ଚାଲିବା, କାଫ ବ୍ୟାୟାମ, ଆସ୍ପିରିନ, ଆଣ୍ଟିକୋଆଗୁଲାଣ୍ଟ (anticoagulants), ଗ୍ରାଜୁଏଟେଡ କମ୍ପ୍ରେସନ ସ୍ଟକିଙ୍ଗ (graduated compression stockings), ଇଣ୍ଟରମିଟେଣ୍ଟ ନିଉମାଟିକ କମ୍ପ୍ରେସନ (en:intermittent pneumatic compression) [୪]
ଔଷଧ ଲୋ-ମଲିକୁଲାର-ୱେଟ ହେପାରିନ (Low-molecular-weight heparin), ୱାରଫାରିନ (warfarin), ଡାଇରେକ୍ଟ ଓରାଲ ଆଣ୍ଟିକୋଆଗୁଲାଣ୍ଟ (direct oral anticoagulant)[୨][୪]
ଚିକିତ୍ସା ଆଣ୍ଟିକୋଆଗୁଲାଣ୍ଟ, ଗ୍ରାଜୁଏଟେଡ କମ୍ପ୍ରେସନ ସ୍ଟକିଙ୍ଗ [୧]
ପୌନଃପୁନିକ ବାର୍ଷିକ ପ୍ରତି ଏକ ହଜାରରେ ଜଣେ । [୫]

ଡିପ ଭେନ ଥ୍ରୋମ୍ବୋସିସ ବା ଡିଭିଟି (ଇଂରାଜୀ ଭାଷାରେ Deep vein thrombosis (DVT) ଏକ ପ୍ରକାର ରକ୍ତ ଜମାଟ ବନ୍ଧା (blood clot) ଯାହା ଦେହର ଗଭୀର ଶିରା (deep vein) ଯେପରିକି ଗୋଡ଼ରେ ହୋଇଥାଏ ।[୧] ଏହି ଅବସ୍ଥାରେ ଯନ୍ତ୍ରଣା, ଫୁଲା, ଲାଲ ଦେଖାଯିବା ଓ ପ୍ରଭାବିତ ସ୍ଥାନ ଉଷୁମ ଲାଗିବା ଆଦି ଲକ୍ଷଣ ଦେଖାଯାଏ ।[୧] ପ୍ରାୟ ଅର୍ଦ୍ଧେକ ସଂଖ୍ୟକ କେଶ୍‌ରେ କୌଣସି ଲକ୍ଷଣ ଦେଖାଯାଏନାହିଁ ।[୧] କେଶ୍ ଜଟିଳ ହେଲେ ଜମାଟ ରକ୍ତ ସଞ୍ଚାଳିତ ହୋଇ ଫୁସଫୁସକୁ ଯାଇ (ପଲ୍‌ମୋନାରି ଏମ୍ବୋଲିଜ୍ମ) କରିପାରେ ଓ ପୋଷ୍ଟ-ଥ୍ରୋମ୍ବୋଟିକ ସିଣ୍ଡ୍ରୋମ (post-thrombotic syndrome) ହୋଇପାରେ ।[୧][୨]

ସାମ୍ପ୍ରତିକ ଅପରେଶନ, କର୍କଟ ରୋଗ, ଆଘାତ, କମ ଚଳପ୍ରଚଳ, ମୋଟାପଣ, ଧୁମ୍ରପାନ (smoking), ହରମୋନାଲ ଜନ୍ମ ନିରୋଧ (hormonal birth control), ଗର୍ଭାବସ୍ଥା, ପ୍ରସୂତିପର ସମୟ (period following birth), ଆଣ୍ଟଫସଫୋଲିପିଡ ସିଣ୍ଡ୍ରୋମ (antiphospholipid syndrome), କେତେକ ଜେନେଟିକ ରୋଗ (genetic conditions) ଇତ୍ୟାଦି ଥିଲେ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।[୧][୨] ଆଣ୍ଟିଥ୍ରୋମ୍ବିନ ଅଭାବ (antithrombin), ପ୍ରୋଟିନ ସି ଅଭାବ (protein C), ପ୍ରୋଟିନ ଏସ ଅଭାବ (protein S) ଓ ଫ୍ୟାକ୍ଟର ୫ ଲିଡେନ ମ୍ୟୁଟେସନ (factor V Leiden) ଆଦି ଜେନେଟିକ କାରଣରୁ ମଧ୍ୟ ଏ ରୋଗ ହୋଇପାରେ ।[୨] ଏହି ରୋଗର କାର୍ଯ୍ୟଧାରା: ଶିରା ମଧ୍ୟରେ ରକ୍ତର ଧୀର ପ୍ରବାହ (decreased blood flow rate), ଅଧିକ ରକ୍ତ ଜମାଟ ପ୍ରବୃତ୍ତି (tendency to clot) ଓ ଶିରାର ଅଭ୍ୟନ୍ତରସ୍ଥ ଏଣ୍ଡୋଥେଲିଅମ (blood vessel wall) ଆଘାତପ୍ରାପ୍ତ ଥିଲେ ଏହି ଅବସ୍ଥା ହୁଏ । [୧]

କୌଣସି ଲୋକର ଡିଭିଟି ରୋଗ ଥିବା ସନ୍ଦେହ ହେଲେ କ୍ଲିନିକାଲ ପ୍ରେଡିକସନ ରୁଲ (clinical prediction rule) ଯେପରିକି ୱେଲସ ସ୍କୋର (Wells score) ବ୍ୟବ‌ହାର କରି ଆକଳନ କରାଯାଏ । [୨][୩] ଏକ ଡି-ଡାଇମର (D-dimer) ପରୀକ୍ଷା କରି ଏହି ରୋଗ ନଥିବା ଦେଖାଯାଏ ବା ଅନ୍ୟାନ୍ୟ ପରୀକ୍ଷା କରାଯାଏ ।[୧] ସନ୍ଦେହ ଜ‌ନ‌କ ଶିରାକୁ ଅଲଟ୍ରାସାଉଣ୍ଡ (ultrasound) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ଡିଭିଟି ଓ ପଲମୋନାରି ଏମ୍ବୋଲିଜ୍ମ ଉଭୟ ଥିଲେ ତାହାକୁ ଭେନସ ଥ୍ରୋମ୍ବୋଏମ୍ବୋଲିଜ୍ମ (venous thromboembolism ବା VTE) କୁହାଯାଏ ।[୧]

ଆଣ୍ଟିକୋଆଗୁଲେସନ (Anticoagulation or blood thinners) ଏହାର ମାନ‌କ ଚିକିତ୍ସା । [୧] ଲୋ-ମଲିକ୍ୟୁଲାର-ୱେଟ ହେପାରିନ (en:low-molecular-weight heparin), ୱାରଫାରିନ (warfarin) ବା ଡାଇରେକ୍ଟ ଓରାଲ ଆଣ୍ଟିକୋଆଗୁଲାଣ୍ଟ (en:direct oral anticoagulant) ଔଷଧ ଦିଆଯାଏ ।[୨] ଗ୍ରାଜୁଏଟେଡ କମ୍ପ୍ରେସନ ସ୍ଟକିଙ୍ଗ ବ୍ୟବ‌ହାର କଲେ ପୋଷ୍ଟ-ଥ୍ରୋମ୍ବୋଟିକ ସିଣ୍ଡ୍ରୋମ ସଙ୍କଟ କମିଯାଏ ।[୪] ପ୍ରତିଷେଧ (Prevention) ନିମନ୍ତେ ପ୍ରଥମରୁ ପୁନଃପୌନିକ ଚାଲିବା, କାଫ ବ୍ୟାୟାମ, ଆସ୍ପିରିନ, ଆଣ୍ଟିକୋଆଗୁଲାଣ୍ଟ (anticoagulants), ଗ୍ରାଜୁଏଟେଡ କମ୍ପ୍ରେସନ ସ୍ଟକିଙ୍ଗ (graduated compression stockings), ଇଣ୍ଟରମିଟେଣ୍ଟ ନିଉମାଟିକ କମ୍ପ୍ରେସନ (en:intermittent pneumatic compression) ଇତ୍ୟାଦି ବ୍ୟବ‌ହାର କରାଯାଏ ।[୪] ଡିଭିଟି ରୋଗ ହାର ପିଲାରୁ ବୃଦ୍ଧ ବୟସ ପର୍ଯ୍ୟନ୍ତ ବଢ଼ିଚାଲେ, ଯୁବାବସ୍ଥାରେ ବର୍ଷକୁ ପ୍ରତି ଏକ ହଜାରରେ ଜଣକୁ ଆକ୍ରମଣ କରେ । [୫] ପ୍ରାୟ ୫% ଲୋକଙ୍କର କୌଣସି ନା କୋଣସି ସମୟରେ ଭିଟିଇ ରୋଗ ହୁଏ । [୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Deep Vein Thrombosis". NHLBI, NIH. Archived from the original on 14 December 2017. Retrieved 14 December 2017.  Unknown parameter |df= ignored (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Deep Venous Thrombosis (DVT)". Merck Manuals Professional Edition. July 2016. Archived from the original on 5 November 2017. Retrieved 15 December 2017.  Unknown parameter |df= ignored (help)
  3. ୩.୦ ୩.୧ ୩.୨ Ferri, Fred F. (୨୦୧୭). Ferri's Clinical Advisor ୨୦୧୮ E-Book: ୫ Books in ୧. Elsevier Health Sciences. p. ୩୫୭. ISBN ୯୭୮୦୩୨୩୫୨୯୫୭୦. Archived from the original on ୧୫ December ୨୦୧୭.  Unknown parameter &#୧୨୪;df= ignored (help)
  4. ୪.୦ ୪.୧ ୪.୨ ୪.୩ "Deep Venous Thrombosis Prevention – Cardiovascular Disorders – Merck Manuals Professional Edition". Merck Manuals Professional Edition. July 2016. Archived from the original on 18 September 2017. Retrieved 15 December 2017.  Unknown parameter |df= ignored (help)
  5. ୫.୦ ୫.୧ Zakai NA, McClure LA (2011). "Racial differences in venous thromboembolism". J Thromb Haemost 9 (10): 1877–82. PMID 21797965. doi:10.1111/j.1538-7836.2011.04443.x.