Jump to content

ଭେରିକୋଜ ଭେନ

ଉଇକିପିଡ଼ିଆ‌ରୁ
ଭେରିକୋଜ ଭେନ
ଗୋଡ଼ରେ ଭେରିକୋଜ ଭେନ ହୋଇଛି ।
ଉଚ୍ଚାରଣ
ବିଭାଗରକ୍ତନଳୀ ଶଲ୍ୟ ଚିକିତ୍ସା (Vascular surgery), ଚର୍ମରୋଗ ବିଜ୍ଞାନ (dermatology)[]
ଲକ୍ଷଣନାସ୍ତି, ସ୍ଫିତ, ଯନ୍ତ୍ରଣା []
ବିପଦ କାରକମୋଟାପଣ, ବ୍ୟାୟାମ ଅଭାବ, ଗୋଡ଼ରେ ଆଘାତ ଓ ରୋଗର ପାରିବାରିକ ଇତିହାସ, ଗର୍ଭାବସ୍ଥା []
ରୋଗ ନିର୍ଣ୍ଣୟ ପଦ୍ଧତିଶାରୀରିକ ପରୀକ୍ଷା[]
ସଠିକ ରୋଗ ନିର୍ଣ୍ଣୟଆର୍ଟେରିଆଲ ଇନସଫିସିଏନ୍ସି (Arterial insufficiency), ପେରିଫେରାଲ ନିଉରାଇଟିସ (peripheral neuritis)[]
ଚିକିତ୍ସାଚିପା ମୋଜା (Compression stockings), ବ୍ୟାୟାମ, ସ୍କ୍ଲେରୋଥେରାପି (sclerotherapy), ଅପରେଶନ[][]
Prognosisପୁନଃପୌନିକ []
ପୁନଃପୌନିକଅତି ସାଧାରଣ[]
Patient UKଭେରିକୋଜ ଭେନ

ଭେରିକୋଜ ଭେନ (ଇଂରାଜୀ ଭାଷାରେ varicose veins) ରୋଗ ଦେହରେ ଥିବା ଅଗଭୀର ଶିରାମାନଙ୍କର (en:superficial veins) ଏକ ରୋଗ ଯେଉଁଥିରେ ଶିରା ବଡ଼ ଓ ମୋଡ଼ି ହୋଇଯାଏ ।[][] ସାଧାରଣତଃ ଏହା ଗୋଡ଼ର ଚର୍ମ ତଳେ ଦେଖାଯାଏ ।[] ସାଧାରଣତଃ ବିଶେଷ କିଛି ଲକ୍ଷଣ ପ୍ରକାଶ ପାଏନି କିନ୍ତୁ କେହି କେହି ଶିରାରେ ଯନ୍ତ୍ରଣା ଓ ପରିପୂର୍ଣ୍ଣତା ଅନୁଭବ କରିପାରନ୍ତି ।[] ରୋଗ ଜଟିଳ ହେଲେ ରକ୍ତସ୍ରାବ ବା ସୁପରଫିସିଆଲ ଥ୍ରୋମ୍ବୋଫୋବାଇଟିସ (superficial thrombophlebitis) ହୋଇପାରେ ।[][] ଅଣ୍ଡକୋଷରେ (scrotum) ଏହି ରୋଗ ହେଲେ ତାହାକୁ ଭାରିକୋସିଲ (varicocele)‌ କୁହାଯାଏ ଓ ମଳଦ୍ୱାର (anus) ଚାରିପାଖରେ ହେଲେ ଅର୍ଶ କୁହାଯାଏ ।[]

ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାଯାଇନାହିଁ ।[] ମୋଟାପଣ, ବ୍ୟାୟାମ ଅଭାବ, ଗୋଡ଼ରେ ଆଘାତ ଓ ରୋଗର ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ ।[] ଗର୍ଭାବସ୍ଥାରେ ଏହା ଅଧିକ ଦେଖାଯାଏ ।[] କ୍ୱଚିତ ଏହା କ୍ରନିକ ଭେନସ ଇନସଫିସିଏନ୍ସି (chronic venous insufficiency) ଯୋଗୁ ହୋଇପାରେ । [] ଶିରା ମଧ୍ୟସ୍ଥ ଭଲ୍‌ଭ ସବୁ ଦୁର୍ବଳ ବା କ୍ଷତିଗ୍ରସ୍ଥ ହୋଇଥବା ଯୋଗୁ ଏହି ରୋଗ ହୁଏ ।[] ଶାରୀରିକ ପରୀକ୍ଷା କରି ଓ ଅଲଟ୍ରାସାଉଣ୍ଡ (ultrasound) କରି ଏହା ନିର୍ଣ୍ଣୟ କାରାଯାଇପାରେ ।[] ଅନ୍ୟ ପକ୍ଷରେ ଟେଲାଞ୍ଜିଏକ୍ଟାସିସ (spider veins) ରୋଗରେ କାପିଲାରି (capillaries) ପ୍ରଭାବିତ ହୋଇଥାଏ ଓ ତାହା ଆକାରରେ କ୍ଷୁଦ୍ର ଥାଏ ।[][]

ଭେରିକୋଜ ଭେନ ରୋଗର ଚିକିତ୍ସାରେ ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ ଓ ଲକ୍ଷଣ ତ‌ଥା ଆକୃତିର ଉନ୍ନତି କରିବା ନିମନ୍ତେ ଚେଷ୍ଟା କରାଯାଏ ।[] ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ ନିମନ୍ତେ ବ୍ୟାୟାମ, ଗୋଡ଼ ଉପରକୁ ରଖିବା, ଓଜନ ହ୍ରାସ ଓ ଚିପା ମୋଜା (Compression stockings) ପିନ୍ଧିବାକୁ ଉପଦେଶ ଦିଆଯାଏ ।[] ସ୍କ୍ଲେରୋଥେରାପି (sclerotherapy), ଲେଜର ଅପରେଶନ ଓ ଶିରା ସ୍ଟ୍ରିପିଙ୍ଗ ଇତ୍ୟାଦି ଅପରେଶନ କରାଯାଏ । [][] ଏପରି ଚିକିତ୍ସା ପରେ ମଧ୍ୟ ଆଉଥରେ ରୋଗ ଲେଉଟିପାରେ ।[]

ଭେରିକୋଜ ଭେନ ଏକ ସାଧାରଣ ରୋଗ ଓ ପ୍ରାୟ ୩୦% ଲୋକ ଏହି ରୋଗର ଶିକାର ହୁଅନ୍ତି ।[][] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହା ସାଧାରଣ ହୋଇଯାଏ ।[] ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଦୁଇ ଗୁଣ ଅଧିକ ରହେ ।[] ସାରା ଇତିହାସରେ ଏହି ଭେରିକୋଜ ଭେନ ରୋଗର ବର୍ଣ୍ଣନା ଦେଖିବାକୁ ମିଳେ ଓ ଏହାର ଅପରେଶନ ଖ୍ରୀ:ପୂ: ୪୦୦ରୁ କରାଯାଇଆସୁଛି । []

  1. 1 2 3 4 5 6 7 8 9 10 "Varicose Veins". National Heart, Lung, and Blood Institute (NHLBI). Retrieved 20 January 2019.
  2. 1 2 3 4 5 6 7 8 9 10 11 12 "Varicose Veins - Cardiovascular Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 20 January 2019.
  3. 1 2 3 4 5 6 7 8 "Varicose Veins". medlineplus.gov. Retrieved 20 January 2019.
  4. Buttaro, Terry Mahan; Trybulski, JoAnn; Polgar-Bailey, Patricia; Sandberg-Cook, Joanne (2016). BOPOD - Primary Care: A Collaborative Practice (in ଇଂରାଜୀ). Elsevier Health Sciences. p. 609. ISBN 9780323355216.
  5. 1 2 "Varicose veins and spider veins". womenshealth.gov (in ଇଂରାଜୀ). 15 December 2016. Retrieved 21 January 2019.
  6. "Varicose veins Introduction - Health encyclopaedia". web.archive.org. NHS Direct. 8 November 2007. Archived from the original on 9 November 2007. Retrieved 20 January 2019.{{cite web}}: CS1 maint: bot: original URL status unknown (link)
  7. Gloviczki, Peter (2008). Handbook of Venous Disorders : Guidelines of the American Venous Forum Third Edition (in ଇଂରାଜୀ). CRC Press. p. 6. ISBN 9781444109689.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ