ପାକ୍ଲିଟାକ୍ସେଲ

ଉଇକିପିଡ଼ିଆ‌ରୁ
ପାକ୍ଲିଟାକ୍ସେଲ
Taxol.svg
Taxol(Paclitaxel)3D.png
Clinical data
Trade namesTaxol, others
AHFS/Drugs.commonograph
Pregnancy
category
  • US: D (Evidence of risk)
Routes of
administration
IV
ATC code
Legal status
Legal status
Pharmacokinetic data
Bioavailability6.5% (by mouth)[୧]
Protein binding89 to 98%
MetabolismLiver (CYP2C8 and CYP3A4)
Elimination half-life5.8 hours
ExcretionFecal and urinary
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.127.725 Edit this at Wikidata
Chemical and physical data
FormulaC47H51NO14
Molar mass853.906 g/mol
3D model (JSmol)
 ☒NcheckY (what is this?)  (verify)

ପାକ୍ଲିଟାକ୍ସେଲ (ଇଂରାଜୀ ଭାଷାରେ Paclitaxel ବା PTX, ବିକ୍ରୟ ନାମ ଟାକ୍ସୋଲ/Taxol) ଏକ କେମୋଥେରାପି ଔଷଧ (chemotherapy medication) ଯାହା ଅନେକ ପ୍ରକାରର କର୍କଟ ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଏହି ରୋଗମାନଙ୍କର ନାମ ଯଥାକ୍ରମେ ଓଭାରି କର୍କଟ, ସ୍ତନ କର୍କଟ, ଫୁସଫୁସ କର୍କଟ, କାପୋସି ସାର୍କୋମା (Kaposi sarcoma), ଗର୍ଭାଶୟ ଗ୍ରୀବା କର୍କଟ, ଓ ଅଗ୍ନାଶୟ କର୍କଟ । ଏହି ଔଷଧ ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୨] ଏହାର ଅନ୍ୟ ଏକ ପ୍ରୋଟିନ-ବାଉଣ୍ଡ ପାସିଟାକ୍ସେଲ ଫର୍ମୁଲେସନ (albumin bound formulation) ମଧ୍ୟ ଅଛି । [୨]

ପାକ୍ଲିଟାକ୍ସେଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କେଶହାନୀ, ଅସ୍ଥିମଜ୍ଜା ଦମନ (bone marrow suppression), କାଲୁଆ ଅନୁଭବ, ଆଲର୍ଜି ପ୍ରତିକ୍ରିୟା (allergic reactions), ପେଶୀ ଯନ୍ତ୍ରଣା ଓ ତରଳ ଝାଡ଼ା ଆଦି ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ହୃଦ୍‌ରୋଗ ସମସ୍ୟା, ଅଧିକ ସଂକ୍ରମଣ ସଙ୍କଟ ଓ ନିମୋନିଆ ହୋଇପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି ସାଧନ କରିପାରେ ।[୨] ଏହା ଟାକ୍ସେନ (taxane) ଶ୍ରେଣୀର ଏକ ଔଷଧ ।[୩] କୋଷ ବିଭାଜନ (cell division) ସମୟରେ ମାଇକ୍ରୋଟ୍ୟୁବ୍ୟୁଲର (microtubule) କାମକୁ ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[୨]

ସନ ୧୯୭୧ରେ ପ୍ରଥମେ ପାସିଫିକ ଇଉରୁ (Pacific yew) ପାକ୍ଲିଟାକ୍ସେଲ ପୃଥକ କରାଗଲା ପରେ ସନ ୧୯୯୩ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଶ‌ହେ ଗ୍ରାମ ଭାଏଲର କ୍ରୟ ମୂଲ୍ୟ ୭.୦୬ରୁ ୧୩.୪୮ ଆମେରିକୀୟ ଡଲାର ।[୭] ଇଂଲଣ୍ଡରେ ଏହି ପରିମାଣର ଔଷଧର ମୂଲ୍ୟ ପ୍ରାୟ ୬୬.୮୫ ପାଉଣ୍ଡ ।[୮] ଏହା ଅଧୁନା ସେଲ କଲଚର (cell culture) ପଦ୍ଧତିରେ ପ୍ରସ୍ତୁତ କରାଯାଉଛି । [୫]

ଆଧାର[ସମ୍ପାଦନା]

  1. Peltier, Sandra; Oger, Jean-Michel; Lagarce, Frédéric; Couet, William; Benoît, Jean-Pierre (2006). "Enhanced Oral Paclitaxel Bioavailability After Administration of Paclitaxel-Loaded Lipid Nanocapsules". Pharmaceutical Research. 23 (6): 1243–50. doi:10.1007/s11095-006-0022-2. PMID 16715372.
  2. ୨.୦ ୨.୧ ୨.୨ ୨.୩ "Paclitaxel". The American Society of Health-System Pharmacists. Retrieved January 2, 2015.
  3. Chang, Alfred E.; Ganz, Patricia A.; Hayes, Daniel F.; Kinsella, Timothy; Pass, Harvey I.; Schiller, Joan H.; Stone, Richard M.; Strecher, Victor (2007). Oncology: An Evidence-Based Approach (in ଇଂରାଜୀ). Springer Science & Business Media. p. 34. ISBN 9780387310565.
  4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 512. ISBN 9783527607495.
  5. ୫.୦ ୫.୧ "Taxol® (NSC 125973)". National Cancer Institute:. Retrieved 14 February 2016.{{cite web}}: CS1 maint: extra punctuation (link) Wayback machine
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Paclitaxel". International Drug Price Indicator Guide. Retrieved 8 December 2016.
  8. British national formulary : BNF 69 (69 ed.). British Medical Association. 2015. p. 623. ISBN 9780857111562.