ପରଂବ୍ରହ୍ମ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ପରଂବ୍ରହ୍ମ ତ୍ରିପାଠୀ
ଜନ୍ମ
ନାଉଗାଁ ହାଟ, ଜଗତସିଂହପୁର
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି), ସ୍ନାତକୋତ୍ତର ଡିପ୍ଲୋମା (ସାମ୍ବାଦିକତା)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳ
ପ୍ରସିଦ୍ଧିସାମ୍ବାଦିକ, ସାହିତ୍ୟିକ
ପିତାମାତାକୈଳାଶ ତ୍ରିପାଠୀ
ପୁରସ୍କାରଲାଡଲି ମିଡ଼ିଆ ପୁରସ୍କାର - ୨୦୨୩

ପରଂବ୍ରହ୍ମ ତ୍ରିପାଠୀ ଜଣେ ଓଡ଼ିଆ ସାମ୍ବାଦିକ ଓ ସାହିତ୍ୟିକ । ସେ ମୁଖ୍ୟତଃ ପ୍ରବନ୍ଧ ଓ କବିତା ଲେଖନ୍ତି । ବିଭିନ୍ନ ଖବରକାଗଜ ଓ ପତ୍ରିକାରେ ତାଙ୍କ ଲିଖିତ ସ୍ତମ୍ଭ ପ୍ରକାଶିତ ହୋଇଛି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପରଂବ୍ରହ୍ମ, ଜଗତସିଂହପୁର ଜିଲ୍ଲାର ନାଉଗାଁହାଟଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୈଳାସଚନ୍ଦ୍ର ତ୍ରିପାଠୀ ଜଣେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଥିଲେ ।[୧] ତାଙ୍କ ପରିବାରରେ ସାହିତ୍ୟର ଆଦର ଥିଲା ଓ ବାଳକ ପରଂବ୍ରହ୍ମ ମଧ୍ୟ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ । ଦଶମ ଶ୍ରେଣୀରେ ସେ ସମଗ୍ର ଓଡ଼ିଶାରେ ଏକାଦଶ ସ୍ଥାନ ହାସଲ କରିଥିଲେ । ଇଚ୍ଛା ଥିଲା ଡାକ୍ତରୀ ପଢ଼ିବା ପାଇଁ, କିନ୍ତୁ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ନହେବାରୁ ସେ ରେଭେନ୍ସା ମହାବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ସେ ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ମଧ୍ୟ ହାସଲ କରିଛନ୍ତି ।

ବୃତ୍ତିଗତ ଜୀବନ[ସମ୍ପାଦନା]

ପରଂବ୍ରହ୍ମ, ବୃତ୍ତିରେ ଜଣେ ସାମ୍ବାଦିକ । ୨୦୦୫ ମସିହାରେ ସେ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ସମାପ୍ତ କରିଥିଲେ । ୨୦୦୬ରେ ସେ ସାମ୍ବାଦିକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ପରେ ସେ କଣ୍ଟେଣ୍ଟ ରାଇଟର ଭାବରେ ସାଇନପ୍ସ ଆଡ଼ ଏଜେନ୍ସିବିବିସି ୱାର୍ଲଡ଼ ସର୍ଭିସ ଟ୍ରଷ୍ଟ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ସରକାରଚିକାଗୋ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଓଡ଼ିଶା ଷ୍ଟାର ରେଟିଂ ପ୍ରୋଗ୍ରାମର କମ୍ୟୁନିକେସନ କୋର୍ଡ଼ିନେଟର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୨]

ସାହିତ୍ୟିକ ଜୀବନ[ସମ୍ପାଦନା]

ପରଂବ୍ରହ୍ମ ମୁଖ୍ୟତଃ ପ୍ରବନ୍ଧ ଓ କବିତା ଲେଖନ୍ତି । ଜଣେ ସ୍ତମ୍ଭକାର ଭାବରେ ଓଡ଼ିଶାର ପ୍ରମୂଖ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହୋଇଛି । ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିବା ବେଳେ ତାଙ୍କର ପ୍ରଥମ କବିତା ମୋ ଗାଁ ମୀନାବଜାର ପତ୍ରିକାରେ ପ୍ରକାଶ ପାଇଥିଲା । ବଡ଼ ହେବାପରେ ତାଙ୍କର ପ୍ରଥମ କବିତା ଜୀବନ, ପ୍ରଜାତନ୍ତ୍ର ସାପ୍ତାହିକରେ ପ୍ରକାଶ ପାଇଥିଲା । ଏଯାବତ ତାଙ୍କର ଗୋଟିଏ କବିତା ପୁସ୍ତକ ଓ ୪ଟି ପ୍ରବନ୍ଧ ପୁସ୍ତକ ପ୍ରକାଶ ପାଇଛି । ସେ ରାତି ସରି ସରି ଯାଉଛି ଚଳଚ୍ଚିତ୍ରର ଚାଲ ପ୍ରିୟା ବଦନାମ ହେବ ଗୀତଟି ଲେଖି ଶ୍ରେଷ୍ଠ ଗୀତିକାର ଭାବରେ ମଧ୍ୟ ପୁରସ୍କୃତ ହୋଇଛନ୍ତି ।[୩]

ରଚନାବଳୀ[ସମ୍ପାଦନା]

  • କୁନା ତ୍ରିପାଠୀର ରଫ ଖାତା (କବିତା) - ୨୦୧୪ (ପେନ ଇନ ପ୍ରକାଶନ)
  • କିଛି କହିବାର ଅଛି (ପ୍ରବନ୍ଧ) - ୨୦୧୬ (ଟାଇମପାସ ପ୍ରକାଶନ)
  • କଥା ତ ଏତିକି (ପ୍ରବନ୍ଧ) - ୨୦୧୭ (ଟାଇମପାସ ପ୍ରକାଶନ)[୪]
  • କକଟେଲ (ପ୍ରବନ୍ଧ) - ୨୦୧୯ (ଟାଇମପାସ ପ୍ରକାଶନ)
  • କିମାଶ୍ଚର୍ଯ୍ୟମ (ପ୍ରବନ୍ଧ) - ୨୦୨୧ (ଟାଇମପାସ ପ୍ରକାଶନ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଡ଼ଃ ରାଧାନାଥ ରଥ ଫେଲୋସିପ - ୨୦୦୫ (ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳର ଶ୍ରେଷ୍ଠଛାତ୍ର)
  • କଳିଙ୍ଗ ସାହିତ୍ୟ ଯୁବ ପୁରସ୍କାର
  • ସୃଜନ ଭାରତ ଯୁବ ପୁରସ୍କାର
  • ପଲ୍ଲୀବାଣୀ ଶବ୍ଦ ସମ୍ବର୍ଦ୍ଧନା
  • ବିଭୁଦତ୍ତ ମିଶ୍ର ସ୍ମୃତି ସମ୍ମାନ
  • ଟାଇମପାସ ଶ୍ରେଷ୍ଠ ବିକ୍ରେତା ପୁରସ୍କାର[୫]
  • ଲାଡଲି ମିଡ଼ିଆ ପୁରସ୍କାର - ୨୦୨୩[୬]

ଆଧାର[ସମ୍ପାଦନା]

  1. "What Father's Day Means To Young Odia Achievers". www.odishabytes.com. odishabytes.com. Archived from the original on 21 June 2022. Retrieved 21 June 2022.
  2. "ପ୍ରଥମ ରୋଜଗାର". www.dharitri.com. ଧରିତ୍ରୀ. Archived from the original on 21 June 2022. Retrieved 21 June 2022.
  3. "ଦ୍ୱିତୀୟ ଓଲିଉଡ଼ ସିନେ ପୁରସ୍କାର". No. ସମ୍ବାଦ ୨୧/୦୬/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 June 2022. Retrieved 21 June 2022.
  4. "'କଥା ତ ଏତିକି'ରେ ବହୁତ କିଛି କଥା ଅଛି". www.sambad.in. Archived from the original on 21 June 2022. Retrieved 21 June 2022.
  5. "ସରଳ ଶବ୍ଦରେ ସମାଜର ଗମ୍ଭୀର ସମସ୍ୟାକୁ ପାଠକ ଆଗରେ ପରଷିବାରେ ବ୍ୟସ୍ତ ପରଂବ୍ରହ୍ମ". www.timesofodisha.com. The Times of Odisha. Archived from the original on 21 June 2022. Retrieved 21 June 2022.
  6. "Bhubaneswar". sakalaepaper.com. Retrieved 10 November 2023.