ପଦ୍ମ ଲୋଚନ ପଣ୍ଡା
ପଦ୍ମ ଲୋଚନ ପଣ୍ଡା | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ପର୍ଶୁରାମ ପାଣିଗ୍ରାହୀ |
ପର ଅଧିକାରୀ | ପର୍ଶୁରାମ ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ଶିମୂଳିଆ |
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ପର୍ଶୁରାମ ପାଣିଗ୍ରାହୀ |
ପର ଅଧିକାରୀ | ପର୍ଶୁରାମ ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ଶିମୂଳିଆ |
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ପର୍ଶୁରାମ ପାଣିଗ୍ରାହୀ |
ପର ଅଧିକାରୀ | ପର୍ଶୁରାମ ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ଶିମୂଳିଆ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୦ ଅପ୍ରେଲ ୧୯୫୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | କୁନ୍ତଳା କୁମାରୀ ପଣ୍ଡା |
ସନ୍ତାନ | ୩ ପୁଅ, ୧ ଝିଅ |
ବାପା/ବୋଉ | କାଳନ୍ଦୀ ଚରଣ ପଣ୍ଡା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପଦ୍ମ ଲୋଚନ ପଣ୍ଡା (ଜନ୍ମ: ୧୦ ଅପ୍ରେଲ ୧୯୫୩; ଜନ୍ମସ୍ଥାନ: ଛଉଣ ଗଡ଼ିଆ, ବାଲେଶ୍ୱର) ଜଣେ ଓଡ଼ିଆ ରାଜନୀତିଜ୍ଞ ।[୧] ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ତିନି ଥର ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ପଦ୍ମ ଲୋଚନ ପଣ୍ଡା ୧୯୫୩ ମସିହାର ଅପ୍ରେଲ ମାସ ୧୦ ତାରିଖରେ ବାଲେଶ୍ୱର ଜିଲ୍ଲାସ୍ଥିତ ଶିମୂଳିଆ ବ୍ଲକ୍ ଅନ୍ତର୍ଗତ ଝଉଣ ଗଡ଼ିଆଠାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ କାଳନ୍ଦୀ ଚରଣ ପଣ୍ଡା ।[୪] ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ ।[୩] ସେ କୁନ୍ତଳା କୁମାରୀ ପଣ୍ଡାଙ୍କୁ ବିବାହ କରିଛନ୍ତି ।[୫] ଏହି ଦମ୍ପତ୍ତିଙ୍କର ୩ ପୁଅ ଓ ଜଣେ ଝିଅ ଅଛନ୍ତି ।[୪]
ରାଜନୈତିକ ଜୀବନ
[ସମ୍ପାଦନା]ପଦ୍ମ ଲୋଚନ ପଣ୍ଡା ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ ପଞ୍ଚାୟତ ସ୍ତରରୁ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ । ୧୯୭୫ ମସିହାରେ ସେ କହ୍ନେଇପଦା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଏହାର ପରବର୍ତ୍ତୀ ସରପଞ୍ଚ ନିର୍ବାଚନରେ ସେ ମଧ୍ୟ ପୁଣିଥରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୮୪ ମସିହାରେ ପଞ୍ଚାୟତ ସମିତି ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ।
ପଦ୍ମ ଲୋଚନା ପଣ୍ଡା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୬] ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭] ଏଥିସହ ୧୯୯୦, ୨୦୦୦, ୨୦୦୯ ଓ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।
୧୯୯୯ ମସିହାରେ ପଦ୍ମ ଲୋଚନ ପଣ୍ଡା ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୮] ୨୨ ଫେବୃଆରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ଯାଏଁ ସେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୯] ଏହାପରେ ୧୦ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ଯାଏଁ ରାଜ୍ୟ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧୦][୧୧]
ଦଳ ଭିତରେ ମତ ଭେଦ କାରଣ ଯୋଗୁଁ ୨୦୧୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୧୨][୧୩][୧୪][୧୫][୧୬] ପଦ୍ମଲୋଚନଙ୍କ ସହ କିଛି ବ୍ଲକ୍ସ୍ତରୀୟ ନେତା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।[୧୭] ଏହାପରେ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୧୮]
ଆଧାର
[ସମ୍ପାଦନା]- ↑ "ପ୍ରାର୍ଥୀମାନଙ୍କର ହିସାବ କିତାବ ବିବରଣୀ | ବାଲେଶ୍ୱର ଜିଲ୍ଲା ଓଡ଼ିଶା ସରକାର" (in od). Retrieved 2019-04-30.
{{cite web}}
: CS1 maint: unrecognized language (link) - ↑ OdishaTime (2018-10-21). "ପଦ୍ମ ଲୋଚନ ଧରିଲେ 'ପଦ୍ମ'". Odisha News, Politics, Media | Odia News | Bhubaneswar (in ଆମେରିକୀୟ ଇଂରାଜୀ). Retrieved 2019-04-30.
- ↑ ୩.୦ ୩.୧ "MLA Padmalochan Panda Profile | SIMULIA Constituency". naveenpatnaik.com. Archived from the original on 2017-10-28. Retrieved 2019-04-30.
- ↑ ୪.୦ ୪.୧ "Shri Padmalochan Panda". odishaassembly.nic.in. Odisha Assembly. Retrieved 30 April 2019.
- ↑ "MLA Padmalochan Panda Profile | SIMULIA Constituency". www.odishahelpline.com. Retrieved 2019-04-30.
- ↑ "Odisha Congress Leader Padmalochan Panda Joins BJP". NDTV.com. Retrieved 2019-04-30.
- ↑ "Odisha Congress leader Padmalochan Panda joins BJP". www.aninews.in (in ଇଂରାଜୀ). Archived from the original on 2019-04-30. Retrieved 2019-04-30.
- ↑ India, Press Trust of (2018-10-21). "Congress leader Padmalochan Panda joins BJP". Business Standard India. Retrieved 2019-04-30.
- ↑ "Padmalochan Panda resigns from Congress' primary membership". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2018-10-07. Retrieved 2019-04-30.
- ↑ Bureau, O. B. (2018-10-21). "Ex-Congress Leader Padmalochan Panda Joins BJP". ODISHA BYTES (in ଆମେରିକୀୟ ଇଂରାଜୀ). Archived from the original on 2022-09-20. Retrieved 2019-04-30.
- ↑ "Former Odisha Minister Padmalochan Panda joins BJP". KalingaTV (in ଆମେରିକୀୟ ଇଂରାଜୀ). 2018-10-21. Retrieved 2019-04-30.
- ↑ Bureau, Odisha Sun Times. "Former Odisha minister Padmalochan Panda to join BJP | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-04-30.
- ↑ "Congress leader Padmalochan Panda joins BJP". Moneycontrol. Retrieved 2019-04-30.
- ↑ IANS (2018-10-21). "Former minister Padmalochan Panda joins BJP in Odisha". Business Standard India. Retrieved 2019-04-30.
- ↑ "'ପଦ୍ମ' ଧରିଲେ ପଦ୍ମ ଲୋଚନ ପଣ୍ଡା, ବିଜେଡି ସରକାର ହଟାଇବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ". Odisha Reporter (in ଆମେରିକୀୟ ଇଂରାଜୀ). 2018-10-21. Retrieved 2019-04-30.
- ↑ "ବିଜେପିରେ ମିଶିଲେ ପଦ୍ମଲୋଚନ". Kanak News (in ଆମେରିକୀୟ ଇଂରାଜୀ). 2018-10-21. Retrieved 2019-04-30.
- ↑ "କଂଗ୍ରେସ ଦଳ ଛାଡ଼ିଲେ ପଦ୍ମଲୋଚନ ପଣ୍ଡା". OTV Khabar (in ଆମେରିକୀୟ ଇଂରାଜୀ). 2018-10-07. Archived from the original on 2019-04-30. Retrieved 2019-04-30.
- ↑ "ପଢ଼ନ୍ତୁ କେଉଁ ଆସନରୁ ବିଜେପି କାହାକୁ ପ୍ରାର୍ଥୀ କଲା". OTV Khabar (in ଆମେରିକୀୟ ଇଂରାଜୀ). 2019-03-22. Archived from the original on 2019-04-30. Retrieved 2019-04-30.