ପର୍ଶୁରାମ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ପର୍ଶୁରାମ ପାଣିଗ୍ରାହୀ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀଗୋପିନାଥ ଦାସ
ପର ଅଧିକାରୀପଦ୍ମ ଲୋଚନ ପଣ୍ଡା
ନିର୍ବାଚନ ମଣ୍ଡଳୀଶିମୂଳିଆ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀପଦ୍ମ ଲୋଚନ ପଣ୍ଡା
ପର ଅଧିକାରୀପଦ୍ମ ଲୋଚନ ପଣ୍ଡା
ନିର୍ବାଚନ ମଣ୍ଡଳୀଶିମୂଳିଆ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀପଦ୍ମ ଲୋଚନ ପଣ୍ଡା
ପର ଅଧିକାରୀପଦ୍ମ ଲୋଚନ ପଣ୍ଡା
ନିର୍ବାଚନ ମଣ୍ଡଳୀଶିମୂଳିଆ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀପଦ୍ମ ଲୋଚନ ପଣ୍ଡା
ପର ଅଧିକାରୀଜ୍ୟୋତିପ୍ରକାଶ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1939-10-13)୧୩ ଅକ୍ଟୋବର ୧୯୩୯
ମୃତ୍ୟୁ୧ ଜୁନ ୨୦୧୫(2015-06-01) (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି, ଜନତା ଦଳ
ଜୀବନ ସାଥୀସନ୍ଧ୍ୟାରାଣୀ ପାଣିଗ୍ରାହୀ
ସନ୍ତାନ୨ ପୁଅ, ୩ ଝିଅ
ବାପା/ବୋଉଶ୍ରୀଧର ପାଣିଗ୍ରାହୀ (ବାପା)
ବୃତ୍ତିରାଜନୀତିଜ୍ଞ

ପର୍ଶୁରାମ ପାଣିଗ୍ରାହୀ (୧୩ ଅକ୍ଟୋବର ୧୯୩୯ - ୧ ଜୁନ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୦, ୧୯୯୦, ୨୦୦୦ ଓ ୨୦୦୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୧୦ମ, ୧୨ଶ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ପର୍ଶୁରାମ ପାଣିଗ୍ରାହୀ ୧୯୩୯ ମସିହାର ଅକ୍ଟୋବର ମାସ ୧୩ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଶ୍ରୀଧର ପାଣିଗ୍ରାହୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଗଣିତରେ ସ୍ନାତକୋତ୍ତର । ପର୍ଶୁରାମ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ୨ ପୁଅ ଓ ୩ ଝିଅ ଅଛନ୍ତି । ତାଙ୍କ ପୁଅ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜଣେ ଓଡ଼ିଆ ରାଜନୀତିଜ୍ଞ ।[୩] ସେ ୨୦୧୪ ମସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ପର୍ଶୁରାମ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ ଜନତା ପାର୍ଟି, ଜନତା ଦଳବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜନେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ପର୍ଶୁରାମ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ପର୍ଶୁରାମ ୧୯୯୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଭାବରେ ପୁଣିଥରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହା ଯାଏଁ କାର୍ଯ୍ୟ କରିଥିଲେ ।

ବିଜୁ ଜନତା ଦଳର ଗଠନ ପରେ ସେ ୨୦୦୦ ମସିହାରେ ଏବଂ ୨୦୦୯ ମସିହାରେ ବିଜେଡିର ପ୍ରାର୍ଥୀ ଭାବରେ ଯଥାକ୍ରମେ ୧୨ଶ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]

ମୃତ୍ୟୁ[ସମ୍ପାଦନା]

ପର୍ଶୁରାମ ପାଣିଗ୍ରାହୀ ୨୦୧୫ ମସିହାର ଜୁନ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬] ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ୧୮ ଅଗଷ୍ଟ ୨୦୧୫ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ସଭାର ଆୟୋଜନା କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Late Parsuram Panigrahi". odishaassembly.nic.in. Odisha Assembly. Retrieved 29 April 2019.
  2. "MLA Parsuram Panigrahi Profile | SIMULIA Constituency". naveenpatnaik.com. Archived from the original on 2017-10-28. Retrieved 2019-04-29.
  3. "MLA Jyoti Prakash Panigrahi Profile | SIMULIA Constituency". naveenpatnaik.com. Archived from the original on 2019-01-13. Retrieved 2019-04-29.
  4. "MLA Jyoti Prakash Panigrahi Profile | SIMULIA Constituency". www.odishahelpline.com. Retrieved 2019-04-29.
  5. ୫.୦ ୫.୧ ୫.୨ "Simulia Elections Results 2014, Current MLA, Candidate List of Assembly Elections in Simulia, Orissa". www.elections.in. Retrieved 2019-04-29.
  6. "MLA Parsuram Panigrahi Profile | SIMULIA Constituency". www.odishahelpline.com. Retrieved 2019-04-29.