ପଦ୍ମ ଲୋଚନ ପଣ୍ଡା

ଉଇକିପିଡ଼ିଆ‌ରୁ
ପଦ୍ମ ଲୋଚନ ପଣ୍ଡା
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ପର ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ପର ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ପର ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1953-04-10) ୧୦ ଅପ୍ରେଲ ୧୯୫୩ (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକୁନ୍ତଳା କୁମାରୀ ପଣ୍ଡା
ସନ୍ତାନ୩ ପୁଅ, ୧ ଝିଅ
ବାପା/ବୋଉକାଳନ୍ଦୀ ଚରଣ ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ପଦ୍ମ ଲୋଚନ ପଣ୍ଡା (ଜନ୍ମ: ୧୦ ଅପ୍ରେଲ ୧୯୫୩; ଜନ୍ମସ୍ଥାନ: ଛଉଣ ଗଡ଼ିଆ, ବାଲେଶ୍ୱର) ଜଣେ ଓଡ଼ିଆ ରାଜନୀତିଜ୍ଞ ।[୧] ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ତିନି ଥର ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ପଦ୍ମ ଲୋଚନ ପଣ୍ଡା ୧୯୫୩ ମସିହାର ଅପ୍ରେଲ ମାସ ୧୦ ତାରିଖରେ ବାଲେଶ୍ୱର ଜିଲ୍ଲାସ୍ଥିତ ଶିମୂଳିଆ ବ୍ଲକ୍ ଅନ୍ତର୍ଗତ ଝଉଣ ଗଡ଼ିଆଠାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ କାଳନ୍ଦୀ ଚରଣ ପଣ୍ଡା ।[୪] ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ ।[୩] ସେ କୁନ୍ତଳା କୁମାରୀ ପଣ୍ଡାଙ୍କୁ ବିବାହ କରିଛନ୍ତି ।[୫] ଏହି ଦମ୍ପତ୍ତିଙ୍କର ୩ ପୁଅ ଓ ଜଣେ ଝିଅ ଅଛନ୍ତି ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ପଦ୍ମ ଲୋଚନ ପଣ୍ଡା ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ ପଞ୍ଚାୟତ ସ୍ତରରୁ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ । ୧୯୭୫ ମସିହାରେ ସେ କହ୍ନେଇପଦା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଏହାର ପରବର୍ତ୍ତୀ ସରପଞ୍ଚ ନିର୍ବାଚନରେ ସେ ମଧ୍ୟ ପୁଣିଥରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୮୪ ମସିହାରେ ପଞ୍ଚାୟତ ସମିତି ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ।

ପଦ୍ମ ଲୋଚନା ପଣ୍ଡା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୬] ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭] ଏଥିସହ ୧୯୯୦, ୨୦୦୦, ୨୦୦୯ ଓ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।

୧୯୯୯ ମସିହାରେ ପଦ୍ମ ଲୋଚନ ପଣ୍ଡା ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୮] ୨୨ ଫେବୃଆରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ଯାଏଁ ସେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୯] ଏହାପରେ ୧୦ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ଯାଏଁ ରାଜ୍ୟ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧୦][୧୧]

ଦଳ ଭିତରେ ମତ ଭେଦ କାରଣ ଯୋଗୁଁ ୨୦୧୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୧୨][୧୩][୧୪][୧୫][୧୬] ପଦ୍ମଲୋଚନଙ୍କ ସହ କିଛି ବ୍ଲକ୍‌ସ୍ତରୀୟ ନେତା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।[୧୭] ଏହାପରେ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୧୮]

ଆଧାର[ସମ୍ପାଦନା]

  1. "ପ୍ରାର୍ଥୀମାନଙ୍କର ହିସାବ କିତାବ ବିବରଣୀ | ବାଲେଶ୍ୱର ଜିଲ୍ଲା ଓଡ଼ିଶା ସରକାର" (in od). Retrieved 2019-04-30.{{cite web}}: CS1 maint: unrecognized language (link)
  2. OdishaTime (2018-10-21). "ପଦ୍ମ ଲୋଚନ ଧରିଲେ 'ପଦ୍ମ'". Odisha News, Politics, Media | Odia News | Bhubaneswar (in ଆମେରିକୀୟ ଇଂରାଜୀ). Retrieved 2019-04-30.
  3. ୩.୦ ୩.୧ "MLA Padmalochan Panda Profile | SIMULIA Constituency". naveenpatnaik.com. Archived from the original on 2017-10-28. Retrieved 2019-04-30.
  4. ୪.୦ ୪.୧ "Shri Padmalochan Panda". odishaassembly.nic.in. Odisha Assembly. Retrieved 30 April 2019.
  5. "MLA Padmalochan Panda Profile | SIMULIA Constituency". www.odishahelpline.com. Retrieved 2019-04-30.
  6. "Odisha Congress Leader Padmalochan Panda Joins BJP". NDTV.com. Retrieved 2019-04-30.
  7. "Odisha Congress leader Padmalochan Panda joins BJP". www.aninews.in (in ଇଂରାଜୀ). Archived from the original on 2019-04-30. Retrieved 2019-04-30.
  8. India, Press Trust of (2018-10-21). "Congress leader Padmalochan Panda joins BJP". Business Standard India. Retrieved 2019-04-30.
  9. "Padmalochan Panda resigns from Congress' primary membership". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2018-10-07. Retrieved 2019-04-30.
  10. Bureau, O. B. (2018-10-21). "Ex-Congress Leader Padmalochan Panda Joins BJP". ODISHA BYTES (in ଆମେରିକୀୟ ଇଂରାଜୀ). Retrieved 2019-04-30.
  11. "Former Odisha Minister Padmalochan Panda joins BJP". KalingaTV (in ଆମେରିକୀୟ ଇଂରାଜୀ). 2018-10-21. Retrieved 2019-04-30.
  12. Bureau, Odisha Sun Times. "Former Odisha minister Padmalochan Panda to join BJP | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-04-30.
  13. "Congress leader Padmalochan Panda joins BJP". Moneycontrol. Retrieved 2019-04-30.
  14. IANS (2018-10-21). "Former minister Padmalochan Panda joins BJP in Odisha". Business Standard India. Retrieved 2019-04-30.
  15. "'ପଦ୍ମ' ଧରିଲେ ପଦ୍ମ ଲୋଚନ ପଣ୍ଡା, ବିଜେଡି ସରକାର ହଟାଇବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ". Odisha Reporter (in ଆମେରିକୀୟ ଇଂରାଜୀ). 2018-10-21. Retrieved 2019-04-30.
  16. "ବିଜେପିରେ ମିଶିଲେ ପଦ୍ମଲୋଚନ". Kanak News (in ଆମେରିକୀୟ ଇଂରାଜୀ). 2018-10-21. Retrieved 2019-04-30.
  17. "କଂଗ୍ରେସ ଦଳ ଛାଡ଼ିଲେ ପଦ୍ମଲୋଚନ ପଣ୍ଡା". OTV Khabar (in ଆମେରିକୀୟ ଇଂରାଜୀ). 2018-10-07. Archived from the original on 2019-04-30. Retrieved 2019-04-30.
  18. "ପଢ଼ନ୍ତୁ କେଉଁ ଆସନରୁ ବିଜେପି କାହାକୁ ପ୍ରାର୍ଥୀ କଲା". OTV Khabar (in ଆମେରିକୀୟ ଇଂରାଜୀ). 2019-03-22. Archived from the original on 2019-04-30. Retrieved 2019-04-30.