ପଦ୍ମ ଚରଣ ସାମନ୍ତସିଂହାର
ପଦ୍ମ ଚରଣ ସାମନ୍ତସିଂହାର | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ବିଶ୍ୱନାଥ ପରିଡ଼ା |
ପର ଅଧିକାରୀ | ଗୋପବନ୍ଧୁ ପାତ୍ର |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମଗିରି |
ସାଂସଦ: ୬ଷ୍ଠ ଲୋକ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୭୯ | |
ପୂର୍ବ ଅଧିକାରୀ | ବନମାଳୀ ପଟ୍ଟନାୟକ |
ପର ଅଧିକାରୀ | ବ୍ରଜମୋହନ ମହାନ୍ତି |
ନିର୍ବାଚନ ମଣ୍ଡଳୀ | ପୁରୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଫେବୃଆରୀ ୧୯୧୭ |
ମୃତ୍ୟୁ | ୧୭ ଫେବୃଆରୀ ୧୯୯୩ | (ବୟସ ୭୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଶୈଳବାଳା ସାମନ୍ତସିଂହାର |
ବାପା/ବୋଉ | ମଧୁସୂଦନ ସାମନ୍ତସିଂହାର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପଦ୍ମ ଚରଣ ସାମନ୍ତସିଂହାର (୧ ଡିସେମ୍ବର ୧୯୧୭ - ୧୭ ଫେବୃଆରୀ ୧୯୯୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପଦ୍ମ ଚରଣ ସାମନ୍ତସିଂହାର ୧୯୧୭ ମସିହାର ଡିସେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଧୁସୂଦନ ସାମନ୍ତସିଂହାର ଓ ପତ୍ନୀଙ୍କ ନାମ ଶୈଳବାଳା ସାମନ୍ତସିଂହାର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ପଦ୍ମ ଚରଣ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ ଏବଂ ପରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ପଦ୍ମ ଚରଣ ସାମନ୍ତସିଂହାର ୧୯୯୩ ମସିହାର ଫେବୃଆରୀ ୧୭ ତାରିଖରେ ୭୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Padma Charan Samantasinghar". odishaassembly.nic.in. Odisha Assembly. Retrieved 27 February 2021.