Jump to content

ନ୍ୟୁରୋସିଷ୍ଟିସର୍କୋସିସ

ଉଇକିପିଡ଼ିଆ‌ରୁ
Magnetic resonance image of neurocysticercosis demonstrating multiple cysticerci within the brain.
ଉଚ୍ଚାରଣ
ବିଭାଗInfectious disease, neurology
ଲକ୍ଷଣSeizures, headaches, increased intracranial pressure, other neurological problems; many have no symptoms[]
କାରଣEating Taenia solium eggs
ବିପଦ କାରକRural areas that lack proper sanitation[]
ଔଷଧAlbendazole, praziquantel, dexamethasone[]
ଚିକିତ୍ସାAntiparasitic medication, corticosteroids surgery[]
ପୁନଃପୌନିକ2.5 to 8.3 million people[]

ନ୍ୟୁରୋସିଷ୍ଟିସର୍କୋସିସ ହେଉଛି ପରଜୀବୀ ରୋଗ, ସିଷ୍ଟିକେରୋସିସ୍, ଯେଉଁଥିରେ ସ୍ନାୟୁ ପ୍ରଣାଳୀରେ ସିଷ୍ଟ ବିକଶିତ ହୁଏ ।[] ଏହାର ଲକ୍ଷଣ ମଧ୍ୟରେ ବାତ, ମୁଣ୍ଡବିନ୍ଧା, ଖପୁରୀ ମଧ୍ୟରେ ଚାପ ଏବଂ ଅନ୍ୟାନ୍ୟ ସ୍ନାୟୁଗତ ସମସ୍ୟା ହୋଇପାରେ; ଯଦିଓ ଅନେକଙ୍କର କୌଣସି ଲକ୍ଷଣ ନ ଥାଏ । [] ଏହା ବିଶ୍ୱବ୍ୟାପୀ ବାରମ୍ବାର ଅପସ୍ମାର ହେବାର ଏକ କାରଣ, ସଂକ୍ରମଣର ଏକ ତୃତୀୟାଂଶ ଏହି ରୋଗ ପ୍ରତିନିଧିତ୍ୱ କରେ ।[]

ମଣିଷର ମଳରେ ଥିବା ଟିନିଆ ସୋଲିଅମ ନାମକ ଫିତାକୃମିର ଅଣ୍ଡା ଯୋଗୁ ଏହି ସଂକ୍ରମଣ ହୁଏ ଯାହା ଅଣ୍ଡା ଖାଇବା ଯୋଗୁ ସମ୍ଭବ ହୁଏ ।[] ଫିତାକୃମି ରୋଗ ଥିବା ବ୍ୟକ୍ତିଙ୍କ ସହିତ ବାସ କଲେ ରୋଗ ସଂକ୍ରମଣ ସମ୍ଭାବନା ରହେ । [] ଅସିଦ୍ଧ ରନ୍ଧନ ହୋଇଥିବା ଅନାବନା ସଂକ୍ରମିତ ଘୁଷୁରୀ ମାଂସ ଖାଇବାଦ୍ୱାରା ଲୋକମାନେ ଫିତାକୃମିଦ୍ୱାରା ସଂକ୍ରମିତ ହୁଅନ୍ତି ।[] ରକ୍ତ ପରୀକ୍ଷା, ଏମଆରଆଇ କିମ୍ବା ସିଟି ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଏ ।[] [] ଏହା ଅନ୍ୟ ସମସ୍ତ ସ୍ନାୟୁଗତ ସମସ୍ୟା ପରି ଏହି ରୋଗ ଦେଖାଯାଏ ।[]

ପରଜୀବୀ ଔଷଧ (ଆଲବେଣ୍ଡାଜୋଲ କିମ୍ବା ପ୍ରାଜିକ୍ୟାଣ୍ଟେଲ ) ସ‌ହିତ କର୍ଟିକୋଷ୍ଟେରଏଡ ଦେବାକୁ ପରାମର୍ଶ ଦିଆଯାଇପାରେ ଯେଉଁମାନଙ୍କର ମସ୍ତିଷ୍କ ତନ୍ତୁ ମଧ୍ୟରେ ଜୀବନ୍ତ ସିଷ୍ଟ ଥାଇ ଲକ୍ଷଣ ସୃଷ୍ଟି କରେ ।[] [] ବାତ ବିରୋଧୀ ଔଷଧ ମଧ୍ୟ ପ୍ରାୟ ବ୍ୟବହୃତ ହୁଏ ।[] କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[] ପ୍ରତିଷେଧକ ଆକାରରେ ଘୁଷୁରିମାନଙ୍କୁ ଟୀକାକରଣ, ମନୁଷ୍ୟର ମଳ ସଂସ୍ପର୍ଶରେ ନ ଆସିବା ଏବଂ ଟିନିଆସିସ ସଂକ୍ରମିତ ମଣିଷର ଚିକିତ୍ସା କରାଯାଏ । []

ନ୍ୟୁରୋସିଷ୍ଟିସର୍କୋସିସ .୫ରୁ ୮.୩ ନିୟୁତ ଲୋକଙ୍କୁ ପ୍ରଭାବିତ କରୁଥିବା ଆକଳନ କରାଯାଇଛି । [] ଏହା ସାଧାରଣତଃ ଲାଟିନ୍ ଆମେରିକା, ଦକ୍ଷିଣ ପୂର୍ବ ଏସିଆ ଏବଂ ସାହାରା ଆଫ୍ରିକାରେ ଦେଖାଯାଏ ।[] ଗ୍ରାମାଞ୍ଚଳରେ ଏହା ବିଶେଷ ଭାବେ ଦେଖାଯାଏ ଯେଉଁଠାରେ ସଠିକ୍ ପରିମଳର ଅଭାବ ରହିଛି ।[] କର୍ମକାରୀ (ପାରେନ‌କାଇମାଲ) ରୋଗ ତୁଳନାରେ ଅଣକର୍ମକାରୀ (ଏକ୍ସଟ୍ରାପାରେନ‌କାଇମାଲ) ରୋଗରେ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହେ ।[] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ[]

  1. 1 2 3 4 5 6 7 8 9 10 11 12 13 14 15 16 17 WHO guidelines on management of taenia solium neurocysticercosis (in ଇଂରାଜୀ). Geneva. 2021. ISBN 978-92-4003223-1. Archived from the original on 23 December 2021. Retrieved 1 April 2023.{{cite book}}: CS1 maint: location missing publisher (link)
  2. 1 2 3 Considerations for the use of anthelminthic therapy for the treatment of neurocysticercosis (in ଇଂରାଜୀ). World Health Organization. 28 March 2023. Archived from the original on 1 April 2023. Retrieved 1 April 2023.
  3. 1 2 3 4 Garcia, HH; Nash, TE; Del Brutto, OH (December 2014). "Clinical symptoms, diagnosis, and treatment of neurocysticercosis". The Lancet. Neurology. 13 (12): 1202–15. doi:10.1016/S1474-4422(14)70094-8. PMID 25453460. Archived from the original on 2023-02-16. Retrieved 2023-04-02.