Jump to content

ନୈନା ଦାସ

ଉଇକିପିଡ଼ିଆ‌ରୁ
ନୈନା ଦାସ
ଜନ୍ମଜୁନ ୧୯୯୦
ବୃତ୍ତି(ସମୂହ)(ଓଡ଼ିଆ) ଅଭିନେତ୍ରୀ
ଉପସ୍ଥାପିକା
ସକ୍ରିୟ ବର୍ଷ୨୦୦୨- ଏବେଯାଏଁ
ବୈବାହିକ-ସାଥୀସିଦ୍ଧାର୍ଥ ତିୱାରୀ

ନୈନା ଦାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସ‌ହ ତେଲୁଗୁ, ଛତିଶଗଡ଼ି ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନୈନା ମାତ୍ର ୧୨ ବର୍ଷ ବୟସରେ ଓ ଟିଭିରେ ପ୍ରସାରିତ ପ୍ରଥମ ସ୍ୱରରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପରେ ୨୦୦୨ରେ ସେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ଦୁହିତାରେ ଅଭିନୟ ଆରମ୍ଭ କରିଥିଲେ । ନୈନା ୨୦୦୨ ମସିହାରେ ମା ମଙ୍ଗଳା ଚଳଚ୍ଚିତ୍ର ଜରିଆରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶାଶୁଘର ଚାଲିଯିବି, ପୂଜା ପାଇଁ ଫୁଲଟିଏ ଭଳି ସଫଳ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ଏବଂ ଧାରାବାହିକ ସ‌ହ ସେ କିଛି ମଞ୍ଚରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହା ସ‌ହ ସେ ଏମିତି ରଙ୍ଗ ଦେ ଲୋ ଫୁଲ, ଡେଉଁଚି ମୋ ବାଆଁ ଆଖି ଭଳି ଓଡ଼ିଆ ଅଲବମ୍‌ରେ ମଧ୍ୟ ଅଭିନୟ କରିଛନ୍ତି ।[]

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

[ସମ୍ପାଦନା]

ନୈନା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ସେ ସେଠାରେ ଓଡ଼ିଶୀ ରାଗରେ ଶିକ୍ଷା ଗ୍ରହଣ କରୁଥିଲେ । ଏହା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ । ଏହା ପରେ ସେ ରିଜିଓନାଲ କଲେଜ ଓଫ ମ୍ୟାନେଜମେଣ୍ଟରେ ସେ ବାଣିଜ୍ୟରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ନୈନା ୧୨ ବର୍ଷ ବୟସରେ ଓ ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଜଣେ ଉପସ୍ଥାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ ସେ ଦୂରଦର୍ଶନରେ ଦୁହିତା, ସୁନା କଳସ ଭଳି କିଛି ଧାରାବାହିକରେ ମୁଖ୍ୟ ନାୟିକା ଅଥବା ସ‌ହକାରୀ କଳାକାର ଭାବରେ ଅଭିନୟ କରିଥିଲେ । ଏଥି ସ‌ହ ସେ ଓଡ଼ିଆ ଅଲବମ୍‌ରେ ମଧ୍ୟ ଅଭିନୟ କରିଥିଲେ । ୨୦୦୨ ମସିହାରେ ନୈନା ଓଡ଼ିଆ ଚଳଚ୍ଚିତ୍ର ମା ମଙ୍ଗଳାରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ଶାଶୁଘର ଚାଲିଯିବି, ପୂଜା ପାଇଁ ଫୁଲଟିଏ, ମୁନ୍ନା- ଏ ଲଭ୍ ଷ୍ଟୋରୀ, ବାହୁଡ଼ିବେ ମୋ ଜଗାବଳିଆ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ କିଛି ମଞ୍ଚରେ ମଧ୍ୟ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି ।[] ନୈନା ଓଡ଼ିଆ କଥାଚିତ୍ର ସ‌ହ ବଙ୍ଗଳା, ତେଲୁଗୁ[] ଏବଂ ଛତିଶଗଡ଼ି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ବିବାହ ପରେ ସେ କିଛିବର୍ଷ ପାଇଁ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ, ଏବଂ ଜୀ ସାର୍ଥକରେ ପ୍ରସାରିତ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀରେ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ । ୨୦୨୨ ମସିହାରେ ସେ ଷ୍ଟାର୍ କିରଣର ଏକ ଧାରାବାହିକ ଶାନ୍ତିରେ ମୁଖ୍ୟ ନାୟିକା ଭୂମିକାରେ କାର୍ଯ୍ୟ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରମନ୍ତବ୍ୟ
୨୦୦୨ମା ମଙ୍ଗଳାଚଳଚ୍ଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ
୨୦୦୩ବାହୁଡ଼ିବେ ମୋ ଜଗାବଳିଆ
୨୦୦୫ମୋ ମନ ଖାଲି ତୋରି ପାଇଁଅତିଥି କଳାକାର
୨୦୦୬ଶାଶୁଘର ଚାଲିଯିବି
୨୦୦୭ପୂଜା ପାଇଁ ଫୁଲଟିଏ
୨୦୦୮ମୁନ୍ନା- ଏ ଲଭ୍ ଷ୍ଟୋରୀ
୨୦୦୯ଆ ଜ‌ହ୍ନରେ ଲେଖିବା ନାଆଁଅତିଥି କଳାକାର
୨୦୦୯ଜନସନ୍ ବାଏ ଡୋଲୁତେଲୁଗୁ କଥାଚିତ୍ର
୨୦୧୦ଶମ୍ଭୁ ଶିବ ଶମ୍ଭୁତେଲୁଗୁ କଥାଚିତ୍ର
୨୦୧୬ତୁମକୁ ଦେଖିଲା ପରେ
୨୦୨୪ ମାଇଁ ସୁଇଟ୍ ୱାଇଫ୍
୨୦୨୬ ଆଫା

ଅଭିନୀତ ଧାରାବାହିକ

[ସମ୍ପାଦନା]
ଧାରାବାହିକ ଚେନାଲ୍ ଭୂମିକା ମନ୍ତବ୍ୟ
ଦୁହିତା ଡିଡି ଓଡ଼ିଆ ପ୍ରଥମ ଓଡ଼ିଆ ଧାରାବାହିକ
ସୁନା କଳସ ଡିଡି ଓଡ଼ିଆ
ତୁଳସୀ ଇ ଟିଭି ଓଡ଼ିଆ ନୀଳିମା
ଶାନ୍ତି ଷ୍ଟାର କିରଣ ଶାନ୍ତି
  1. Sahu, Diana (29 March 2010). "Dashing to study and shoot". New India Express. Archived from the original on 28 March 2017. Retrieved 25 March 2017.
  2. "Naina Dash- A Multi Talented Actress Biography". E News ଓଡ଼ିଆ. Retrieved 25 March 2017.
  3. "ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା". sambad.in. 22 May 2018. Retrieved 6 June 2018.
  4. "ତୁମକୁ ଶୁଣୁଥିବା ଲୋକ ପାଖରେ ରହିବ ଉଚିତ: ନୈନା ଦାସ". ସମ୍ବାଦ. ଭୁବନେଶ୍ୱର (ମହାନଗର). 26 Jun 2022. p. ୧୧. Archived from the original on 5 July 2022. Retrieved 5 July 2022.

ଅଧିକ ତ‌ଥ୍ୟ

[ସମ୍ପାଦନା]