ନିଖିଳେଶ ମିଶ୍ର

ଉଇକିପିଡ଼ିଆ‌ରୁ
ନିଖିଳେଶ ମିଶ୍ର
Nikhilesh Mishra
୨୦୨୩ ମସିହାର ଭଦ୍ରକ ସାଳନ୍ଦୀ ପୁସ୍ତକ ମେଳାରେ ନିଖିଳେଶ ମିଶ୍ର ।
ଜନ୍ମ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପୁରସ୍କାରକଥା ନବପ୍ରତିଭା ପୁରସ୍କାର

ନିଖିଳେଶ ମିଶ୍ର ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ।[୧] ସେ ତାଙ୍କର କବିତା, ଗପ, ପ୍ରବନ୍ଧ, ଉପନ୍ୟାସ, ସମାଲୋଚନା ଓ ଚିତ୍ରନାଟ୍ୟ ଲିଖନ ତଥା ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ପାଇଁ ଜଣାଶୁଣା । ସେ ସତ୍ୟଜିତ ରାୟ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଟ୍ୟୁଟରେ ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ ବିଭାଗରେ ଅଧ୍ୟୟନରତ । ତାଙ୍କ ରଚିତ ଉଲ୍ଲେଖନୀୟ ରଚନା ମଧ୍ୟରେ କବିତା ସଂକଳନ କେହି ଜଣେ କେଜାଣି କେଉଁଠି (୨୦୧୮) ଓ କବିଟିଏ ମରିଗଲା ପରେ (୨୦୨୧) ଅନ୍ୟତମ । କବିତା ନିମନ୍ତେ ସେତପସ୍ୟା ସମ୍ଭାବନା ପୁରସ୍କାର ଓ ତାଙ୍କର ୨୦୨୩ରେ ପ୍ରକାଶିତ ପ୍ରଥମ ପ୍ରବନ୍ଧ ସଂକଳନ ବାଧିଲା ଜାଣି କ୍ଷମା ନିମନ୍ତେ ସେ ପେନ୍‌ ଇନ୍‌ ବୁକ୍‌ ଯୁବ ଲେଖକ ପୁରସ୍କାର ୨୦୨୨ ପାଇଥିଲେ । ସେ ପୂର୍ବରୁ ଓଡ଼ିଶା ଫିଲ୍ମ ଡେଭେଲପମେଣ୍ଟ କର୍ପୋରେସନ ବୃତ୍ତି ମଧ୍ୟ ପାଇଥିଲେ ।

ସଂକ୍ଷିପ୍ତ ଜୀବନୀ ଓ ଶିକ୍ଷା[ସମ୍ପାଦନା]

ନିଖିଳେଶ, ଜଗତସିଂହପୁର ଜିଲ୍ଲାର ମହିରା ଗ୍ରାମର ବାସିନ୍ଦା । ସେ ଜଗତସିଂହପୁର ସରସ୍ୱତୀ ଶିଶୁମନ୍ଦିରରୁ ଦଶମ ଶ୍ରେଣୀ ପାସ କରିଥିଲେ । ସ୍ୱାମୀ ବିବେକାନନ୍ଦ ମେମୋରିଆଲ ସ୍ୱଂୟଶାସିତ ମହାବିଦ୍ୟାଳୟରୁ ସେ +୨ ବିଜ୍ଞାନ ଶିକ୍ଷା ସମାପ୍ତ କରିଥିଲେ । ଏହି ପରୀକ୍ଷାରେ ସମଗ୍ର ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ପରେ ସେ ଏନ ଆଇଟି ରାଉରକେଲାରେ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିବା ପାଇଁ ନାମ ଲେଖାଇଥିଲେ କିନ୍ତୁ ପ୍ରଥମ ବର୍ଷରେ ହିଁ, ସେ ଇଞ୍ଜିନିୟରିଂ ଶିକ୍ଷା ଛାଡ଼ିଦେଇଥିଲେ । ପରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । +୨ ପଢ଼ିବା ସମୟରେ ସେ କମ୍ୟୁନିଟି ରେଡ଼ିଓରେ ଉପସ୍ଥାପକ ଭାବରେ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରେ ଆକାଶବାଣୀ କଟକର ଯୁବବାଣୀ କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ ।[୨]

ବର୍ତ୍ତମାନ ସେ କଲିକତାସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଏବଂ ଟେଲିଭିଜନ ଅନୁଷ୍ଠାନରେ ନିର୍ଦ୍ଦେଶନା ଓ ପଟ୍ଟକଥା ଲିଖନ ଉପରେ ଅଧ୍ୟୟନ କରୁଛନ୍ତି ।[୩]

ରଚନାବଳୀ[ସମ୍ପାଦନା]

  • କବିଟିଏ ମରିଗଲା ପରେ (୨୦୨୧)[୪]
  • କେହି ଜଣେ କେଜାଣି କେଉଁଠି (୨୦୧୮)
  • Someone Somewhere (୨୦୨୦)
  • ବାଧିଲା ଜାଣି କ୍ଷମା (୨୦୨୩)[୫]

ପୁରସ୍କାର[ସମ୍ପାଦନା]

  • ବୋରାସମ୍ବର ସେନାପତି ଡିବେଟ ବିଜେତା - ୨୦୧୬
  • କୁଳପତିଙ୍କ ସ୍ବର୍ଣ୍ଣ ପଦକ (ରେଭେନ୍ସା ବିଶ୍ୱବିଦ୍ୟାଳୟ)
  • କଥା ନବପ୍ରତିଭା ପୁରସ୍କାର - ୨୦୧୬
  • ଡ. ଅନାମିକା କବିତା ସମ୍ମାନ - ୨୦୨୨
  • ଉତ୍କଳମଣି ଗୋପବନ୍ଧୁ ଶ୍ରାଦ୍ଧ ବାର୍ଷିକୀ ବକ୍ତୃତା ବିଜେତା - ୨୦୧୮
  • ଓଡ଼ିଶା ଫିଲ୍ମ ଡେଭେଲପମେଣ୍ଟ କର୍ପୋରେସନ ବୃତ୍ତି
  • ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର - ୨୦୨୨ (ବାଧିଲା ଜାଣି କ୍ଷମା ପାଣ୍ଡୁଲିପି )[୬][୫]
  • ତପସ୍ୟା ସମ୍ଭାବନା ପୁରସ୍କାର - ୨୦୧୮[୭]

ଆଧାର[ସମ୍ପାଦନା]

  1. Digital, Sambad (1 February 2023). "୩ରୁ ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ". Sambad. Retrieved 13 October 2023.
  2. "Lasting love of literature". Odisha News, Odisha Latest news, Odisha Daily - OrissaPOST. 18 January 2017. Retrieved 13 October 2023.
  3. Paul, Bitrisa (17 August 2023). "The Newspaper and Other Poems— Nikhilesh Mishra". The Antonym. Retrieved 13 October 2023.
  4. Mishra, N.; Mishra, N. (2021). Kabitie Marigala Pare (in ଡଚ୍). Black Eagle Books. ISBN 978-1-64560-174-6. Retrieved 13 October 2023.
  5. ୫.୦ ୫.୧ News7, Prameya (8 February 2023). "6TH PEN IN BOOKS YOUNGEST WRITER AWARD". Prameya News7. Retrieved 1 December 2023.{{cite web}}: CS1 maint: numeric names: authors list (link) ଆଧାର ଭୁଲ: Invalid <ref> tag; name "News7 2023 e472" defined multiple times with different content
  6. "୧୦ ଜଣଙ୍କୁ ଯୁବ ଲେଖକ ପୁରସ୍କାର". Mid Day Odisha. 7 February 2023. Retrieved 13 October 2023.
  7. Dhangadamajhi, Sunil Kumar (28 December 2020). "ଚଳିତ ବର୍ଷର ତପସ୍ୟା ଫାଉଣ୍ଡେସନ ପୁରସ୍କାର ଘୋଷିତ". OdiaBarta.in. Retrieved 13 October 2023.

ବାହାର ଆଧାର[ସମ୍ପାଦନା]