ନଳିନୀକାନ୍ତ ମହାନ୍ତି

ଉଇକିପିଡ଼ିଆ‌ରୁ
ନଳିନୀକାନ୍ତ ମହାନ୍ତି
ବିଧାୟକ, ରାଜନଗର
କାର୍ଯ୍ୟକାଳ
୧୯୭୭ – ୨୦୦୯
ପୂର୍ବ ଅଧିକାରୀବିଜୟାନନ୍ଦ ପଟ୍ଟନାୟକ
ପର ଅଧିକାରୀଅଲେଖ କୁମାର ଜେନା
ପୂର୍ତ୍ତ, ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ
କାର୍ଯ୍ୟକାଳ
୧୬ ମାର୍ଚ୍ଚ ୨୦୦୦ – ୯ ଜୁଲାଇ ୨୦୦୧
ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ
କାର୍ଯ୍ୟକାଳ
୧୫ ମାର୍ଚ୍ଚ ୧୯୯୦ – ୧୫ ମାର୍ଚ୍ଚ ୧୯୯୫
ବ୍ୟକ୍ତିଗତ ସବିଶେଷ
ଜନ୍ମ(1949-01-20)୨୦ ଜାନୁଆରୀ ୧୯୪୯
ଫିରିକିଦାଣ୍ଡି, ରାଜନଗର, କେନ୍ଦ୍ରାପଡ଼ା
ମୃତ୍ୟୁ୨୦ ଅପ୍ରେଲ ୨୦୧୨(2012-04-20) (ବୟସ ୬୩)
ଭୁବନେଶ୍ୱର
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ, ଜନତା ଦଳ,
ଜନତା ପାର୍ଟି, ଭାରତୀୟ ଲୋକଦଳ
ଜୀବନ ସାଥୀଜ୍ୟୋତ୍ସ୍ନା ମହାନ୍ତି
ସନ୍ତାନ୧ ପୁଅ, ୧ ଝିଅ
ୱେବସାଇଟOfficial Website

ନଳିନୀକାନ୍ତ ମହାନ୍ତି (୧୯୪୯-୨୦୧୨) ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ଥର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ୧୯୪୯ ମସିହା ଜାନୁଆରୀ୨୦ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକର ଫିରିକିଦାଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । [୨]

୧୯୬୯ରେ ଜଣେ ଛାତ୍ର ନେତା ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତତ୍କାଳୀନ ଭାରତୀୟ ଲୋକଦଳର ସମ୍ପାଦକ ଭାବେ ଓ ଜନତାପାର୍ଟିର କାର୍ଯ୍ୟକାରିଣୀ (ଯୁବଶାଖା)ର ସମ୍ପାଦକ ହୋଇ ପରେ ରାଜ୍ୟ ଜନତା ପାର୍ଟିର ବିଧାୟକ ଦଳ ସମ୍ପାଦକ ହୋଇଥିଲେ । ସର୍ବଭାରତୀୟ ଯୁବଜନତାର ଜାତୀୟ ପରିଷଦ ସଦସ୍ୟ ହୋଇଥିଲେ ଓ ୧୯୮୨ରେ ସେ ରାଜ୍ୟ ଯୁବଜନତାର ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ ।

ଜନତା ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ନଳିନୀ ୧୯୭୭ରେ ପ୍ରଥମ ଥର ପାଇଁ ରାଜନଗରରୁ ସପ୍ତମ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ରେ କଂଗ୍ରେସ ବହୁମତ ପାଇଥିବା ୮ମ ବିଧାନ ସଭାକୁ ଲୋକଦଳ ଟିକଟରେ, ୧୯୮୫ରେ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୦ରେ ଜନତା ଦଳ ଟିକଟରେ ପୁନଃନିର୍ବାଚିତ ହୋଇ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀପଦ ଗ୍ରହଣ କରିଥିଲେ।[୩] ୧୯୯୫ରେ ବିଜୁ ଜନତା ଦଳ ପକ୍ଷରେ ବହୁମତ ଥିବାବେଳେ ମଧ୍ୟ ସେ ନିର୍ବାଚିତ ହୋଇଥିଲେ । ୧୯୯୭ରେ ବିଜୁ ଜନତା ଦଳ ଗଠନ ହେବା ସମୟରେ ଯୋଗଦେଇ ନ ଥିବା ନଳିନୀ ୨୦୦୦ରେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜୁ ଜନତା ଦଳରେ ଯୋଗଦେବା ସହ ଦଳର କାର୍ଯ୍ୟକାରୀ ସଭାପତି ପଦ ଗ୍ରହଣ କରିଥିଲେ। [୪] ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀମଣ୍ଡଳରେ ସେ ପୂର୍ତ୍ତ, ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ ଦୁର୍ନିତି ଅଭିଯୋଗରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରାଯାଇଥିଲା ।[୫] [୬] [୭] ୨୦୦୪ରେ ତାଙ୍କୁ ବିଜୁ ଜନତା ଦଳ ଟିକଟ ନ ମିଳିବାରୁ ସେ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।[୮] ୨୦୦୯ରେ ସେ ଲଢ଼ିଥିବା ଶେଷ ବିଧାନ ସଭା ନିର୍ବାଚନରେ ପ୍ରଥମ ଥର ନିମନ୍ତେ ପରାଜିତ ହୋଇଥିଲେ।[୯] ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଭାବେ କିଛି ଦିନ କାର୍ଯ୍ୟ କରିଥିଲେ ।

୧୧ ଅକ୍ଟୋବର ୨୦୧୧ରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆଦିତ୍ୟ କେୟାର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନ ହେବାରୁ ୨ ନଭେମ୍ବରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ।[୧୦] ମାତ୍ର ଉନ୍ନତ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱରକୁ ଅଣାଯାଇ ମୃତ୍ୟୁର କିଛିଦିନ ପୂର୍ବରୁ ଭୁବନେଶ୍ୱରସ୍ଥ ସମ ହସପିଟାଲକୁ ଅଣାଯାଇ ତାଙ୍କ ଚିକିତ୍ସା କରାଯାଉଥିଲା । ୨୦ ଅପ୍ରେଲ ୨୦୧୨ ଅପରାହ୍ନ ୨.୪୫ରେ କୋମା ଅବସ୍ଥାରେ ଥାଇ ତାଙ୍କର ପରଲୋକ ଘଟିଥିଲା । [୧୧][୧୨] ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।[୧୩]

ଆଧାର[ସମ୍ପାଦନା]

  1. "Nalini Mohanty passes away". odishatv.in. 2012. Archived from the original on 21 April 2012. Retrieved 18 May 2012. Nalini, a seven time MLA from Rajnangar
  2. "Former Odisha Minister Nalini Mohanty dies of cardiac arrest". odishatoday.com. 2012. Archived from the original on 4 May 2012. Retrieved 18 May 2012. Born on January 20, 1949, at Firki Dandi village under Rajnagar block
  3. "Nalini Mohanty is no more | | | The New Indian Express". expressbuzz.com. 2012. Archived from the original on 5 March 2016. Retrieved 18 May 2012. Mohanty held important portfolios like Works and, Housing and Urban Development
  4. "outlookindia.com". m.outlookindia.com. 2012. Retrieved 18 May 2012. appointing senior leader Nalini Mohanty as the working president of the BJD {{cite web}}: Cite has empty unknown parameter: |3= (help)[permanent dead link]
  5. "Naveen soft towards tainted ministers: Opposition - Times Of India". indiatimes.com. 2012. Retrieved 18 May 2012. chief minister had sacked three ministers -- Nalini Kanta Mohanty, Kamala Das and Prashanta Nanda in 2002.[permanent dead link]
  6. "Patnaik: After a decade in office". deccanherald.com. 2012. Retrieved 18 May 2012. Mohanty was the working president of the party as well as a cabinet minister, when he was sacked from both the posts.
  7. "Sack tainted ministers, Opp dares Naveen | The Asian Age". asianage.com. 2012. Retrieved 18 May 2012. Naveen dropped Nalini Kanta Mohanty
  8. "Orissa Orissa CM Naveen Patnaik visits ailing Congress leader Nalini Mohanty, Orissa Current News". orissadiary.com. 2012. Archived from the original on 13 March 2013. Retrieved 18 May 2012. Mohanty then joined Congress and won the seat in 2004
  9. "<B>Homage to Cong leader</B>". telegraphindia.com. 2012. Retrieved 18 May 2012. In 2009, he lost the elections for the first time.
  10. "Odisha: Former minister Nalini Mohanty passes away, Orissa Current News". orissadiary.com. 2012. Archived from the original on 11 March 2013. Retrieved 18 May 2012. he was shifted to All India Institute of Medical Science (AIIMS) in Delhi on November 2
  11. "Veteran political leader Nalini Mohanty passes away | OdishaEye - Odisha News Portal". odishaeye.com. 2012. Retrieved 18 May 2012. Nalini Kanta Mohanty passed away at a private hospital[permanent dead link]
  12. "Veteran political leader Nalini Mohanty no more | Newzstreet". newzstreet.tv. 2012. Retrieved 18 May 2012. Nalini Kanta Mohanty passed away at a private hospital in Bhubaneswar[permanent dead link]
  13. "Nalini Mohanty cremated at Puri". dailypioneer.com. 2012. Retrieved 18 May 2012. Nalini Mohanty was consigned to flames at the Swargdwar crematorium