Jump to content

ଧୀରେନ୍ଦ୍ର ନାଥ ମଲ୍ଲିକ

ଉଇକିପିଡ଼ିଆ‌ରୁ
ଧୀର ମଲ୍ଲିକ
Dhirendranath Mallick
୨୦୨୩ ମସିହାରେ ଭଦ୍ରକରେ ଅପୂର୍ବ ରଞ୍ଜନ ରାୟଙ୍କ ୭ମ ଶ୍ରାଦ୍ଧ ଦିବସ ପାଳନ ବେଳେ ଧୀରେନ୍ଦ୍ର ନାଥ ମଲ୍ଲିକ ।
ଜନ୍ମ (1952-07-19) ୧୯ ଜୁଲାଇ ୧୯୫୨ (ବୟସ ୭୩)[]
ଭଦ୍ରକ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା ଓ ନିର୍ଦ୍ଦେଶକ
ଚାକିରିକ୍ଷେତ୍ରଭାରତୀୟ ରିଜର୍ଭ ବ୍ୟାଙ୍କ
ଶତାବ୍ଦୀର କଳାକାର
ବୈବାହିକ-ସାଥୀମନୀଦୀପା ମଲ୍ଲିକ
ସନ୍ତାନଆଲୋକ ଅଗ୍ନିବେଶ, ଉଜ୍ଜ୍ୱଳ ଉପବେଶ[]
ପିତାମାତାଗୟାଧର ମଲ୍ଲିକ, ସାଗରବାଳା ମଲ୍ଲିକ

ଧୀରେନ୍ଦ୍ର ନାଥ ମଲ୍ଲିକ ([d̪ʱirend̪ɾɔ nat̪ʰɔ mɔllikɔ ] (listen)) (ଜନ୍ମ: ୧୯ ଜୁଲାଇ ୧୯୫୩; ଅନ୍ୟନାମ: ଧୀର ମଲ୍ଲିକ), ଜଣେ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ।[][] ସେ ଭୁବନେଶ୍ୱରର ଜଣାଶୁଣା ନାଟ୍ୟସଂସ୍ଥା ଶତାବ୍ଦୀର କଳାକାରର ପ୍ରତିଷ୍ଠାତା ଓ ବର୍ତ୍ତମାନ "ଓଡ଼ିଶା ନାଟ୍ୟ ସଂଘ"ର ସଭାପତି ଭାବରେ କାର୍ଯ୍ୟରତ ।[]

ଜୀବନୀ

[ସମ୍ପାଦନା]

ଧୀର ମଲ୍ଲିକଙ୍କୁ ନାଟ୍ୟକଳା ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲା । ଆଖଣ୍ଡଳମଣୀ ଯାତ୍ରାଦଳ ପରିବାରରେ ଥିଲା ଓ ବାପା, ଭାଇ ସମସ୍ତେ ନାଟକ ସହିତ ଜଡ଼ିତ ଥିଲେ । ତାଙ୍କ ଭାଇ ନରେନ୍ଦ୍ର ମଲ୍ଲିକ ଆଖଣ୍ଡଳମଣୀ ଅପେରା ନାମରେ ଏକ ନାଟ୍ୟସଂସ୍ଥା ଗଠନ କରିଥିଲେ । ୧୯୬୧ ମସିହାରେ, ମାତ୍ର ୯ ବର୍ଷ ବୟସରେ, ସେ "କଂସା କବାଟ" ନାଟକରୁ ଅଭିନୟ ଆରମ୍ଭ କରିଥିଲେ । ଭଦ୍ରକ କଲେଜରେ ପାଠପଢ଼ୁଥିବା ସମୟରେ ସେ ପ୍ରଥମ ନାଟକ ନିର୍ଦ୍ଦେଶନା ଦେଇଥିଲେ । ୧୯୭୨ ମସିହାରେ ସେହି କଲେଜରେ ଡ୍ରାମାଟିକ ସମ୍ପାଦକ ମଧ୍ୟ ଥିଲେ । ଧୀରେନ୍ଦ୍ରନାଥ, ୧୯୭୩ ମସିହାରେ ରିଜର୍ଭ ବ୍ୟାଙ୍କରେ ଚାକରି ଆରମ୍ଭ କରିଥିଲେ । ୧୯୭୫ ମସିହାରେ, ଅଭିନୟ ଶିକ୍ଷା ଉଦ୍ଦେଶ୍ୟରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ୧୯୭୬[] ମସିହାରେ, ସେ 'ଶତାବ୍ଦୀର କଳାକାର' ନାଟ୍ୟସଂସ୍ଥା ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିଥିଲେ । ୧୯୮୮ ମସିହାରେ, ସେ "ଓଡ଼ିଶା ନାଟ୍ୟ ସଂଘ"ର ପ୍ରଥମ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ ଓ ବର୍ତ୍ତମାନ ଏହାର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି । [] ୧୯୮୮ ମସିହାରେ ସେ ଦୂରଦର୍ଶନରେ ସମ୍ବାଦ ପାଠକ ଭାବରେ କାର୍ଯ୍ଯାରମ୍ଭ କରିଥିଲେ ।[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର(୨୦୦୯-୨୦୧୦)[]
  1. "ନାଟକ ପାଇଁ ଲେଖକ ମିଳୁନାହାନ୍ତି". Newage Media & Publications Pvt. Ltd. Retrieved 25 June 2016.[permanent dead link]
  2. "ବ୍ୟକ୍ତିତ୍ୱ". No. ନିତିଦିନ ୦୧/୧୧/୨୦୧୯. ନିତିଦିନ. Retrieved 5 November 2019.[permanent dead link]
  3. Orissa Review. Home Department, Government of Orissa. 1987.
  4. "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.[permanent dead link]
  5. http://www.telegraphindia.com/1140715/jsp/odisha/story_18613701.jsp#.U_XC7qPc1eE
  6. http://www.satabdirakalakar.org/index.php
  7. ପ୍ରମେୟ ୨୦/୦୮/୨୦୧୪ ପୃଷ୍ଠା ୨୦
  8. The Samaja ePaper https://samajaepaper.in/imageview_67_31120262236199_4_83_01-02-2026_3_i_1_sf.html. Retrieved 2026-02-03. {{cite web}}: Missing or empty |title= (help)
  9. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf