ଅପୂର୍ବ ରଞ୍ଜନ ରାୟ
ଅପୂର୍ବ ରଞ୍ଜନ ରାୟ | |
---|---|
ଜନ୍ମ | ଭୂୟାଁ ଉଆସ, ଭଦ୍ରକ | ୨ ଅକ୍ଟୋବର ୧୯୪୭
ମୃତ୍ୟୁ | ୨୭ ଅଗଷ୍ଟ ୨୦୧୬ ଭଦ୍ରକ | (ବୟସ ୬୮)
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରାତନ ଛାତ୍ର | ରାମନାରାୟଣ ଉଚ୍ଚ ବିଦ୍ୟାଳୟ, ଦୋଳସାହି, ଭଦ୍ରକ |
ଅପୂର୍ବ ରଞ୍ଜନ ରାୟ (୨ ଅକ୍ଟୋବର ୧୯୪୭ - ୨୭ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ସାହିତ୍ୟିକ, ସମ୍ପାଦକ, ସାମ୍ବାଦିକ ଏବଂ ସଙ୍ଗଠକ ଥିଲେ । ସେ ପ୍ରାୟ ୫୦ରୁ ଅଧିକ ପୁସ୍ତକ ରଚନା କରିଥିଲେ ଏବଂ ଏକାଧିକ ପତ୍ରପତ୍ରିକା ସମ୍ପାଦନା କରୁଥିଲେ । ଦୂରଦର୍ଶନ ଓ ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)ର ସେ ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ ।[୧] ସେହି ସମୟରୁ ସେ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ତାଙ୍କର କିଛି ଜଣାଶୁଣା ରଚନାବଳୀ ମଧ୍ୟରୁ କୁନ୍ତଳା କୁମାରୀ ଜୀବନୀ ଓ ପ୍ରତିଭା ଓ କବିତା ଶିକ୍ଷା ତଥା ତାଙ୍କ ସମ୍ପାଦିତ ପତ୍ରିକା ମଧ୍ୟରୁ କଥା କାହାଣୀ ଅନ୍ୟତମ । ସାହିତ୍ୟ ପ୍ରତି ତାଙ୍କର ଅବଦାନ ନିମନ୍ତେ ତାଙ୍କୁ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହିତ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ମନୋନୀତ କରାଯାଇଥିଲା । ତାଙ୍କୁ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟତା ମଧ୍ୟ ଦିଆଯା ଇଥିଲା ।
କିଛି ଦିନ ରୋଗରେ ଶଯ୍ୟାଶାୟୀ ହୋଇ ୨୦୧୬ ମସିହା ଅଗଷ୍ଟ ୨୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ଅପୂର୍ବ ରଞ୍ଜନ ରାୟ ୧୯୪୭ ମସିହା ଅକ୍ଟୋବର ୨ତାରିଖରେ ଭଦ୍ରକ ଜିଲ୍ଲାର ଭୂୟାଁ ଉଆସ ଗ୍ରାମରେ[୨] ଏକ ଜନ୍ମଗ୍ରହଣ କରିଥିଲେ । ଭଦ୍ରକସ୍ଥିତ ଦୋଳସାହିର ରାମନାରାୟଣ ଉଚ୍ଚ ବିଦ୍ୟାଳୟରେ ସେ ଅଧ୍ୟୟନ କରିଥିଲେ ।
କିଛି ଦିନ ରୋଗରେ ଶଯ୍ୟାଶାୟୀ ହୋଇ ପଡ଼ିରହିବା ପରେ ତାଙ୍କ ଭଦ୍ରକସ୍ଥିତ ବାସଭବନରେ ୨୦୧୬ ମସିହା ଅଗଷ୍ଟ ୨୭ ତାରିଖରେ ତାଙ୍କର ଦେହାନ୍ତ ଥିଲା ।
ରଚନାବଳୀ[ସମ୍ପାଦନା]
ପ୍ରବନ୍ଧ[ସମ୍ପାଦନା]
- କୁନ୍ତଳା କୁମାରୀ ଜୀବନୀ ଓ ପ୍ରତିଭା(ଆଲୋଚନା)[୩]
- ସାରସ୍ୱତ ପୁରୁଷ କାନ୍ତକବି ଲକ୍ଷ୍ମୀକାନ୍ତ(ଆଲୋଚନା)
- ସାରସ୍ୱତ ସାଧକ କବିଶେଖର ଚିନ୍ତାମଣି(ଆଲୋଚନା)
- ଆଧୁନିକ କବିତାର ଦିଗଦର୍ଶନ(ସମ୍ପାଦନା)
- କବିତା ଶିକ୍ଷା(ସମ୍ପାଦନା)[୪]
- ସାହିତ୍ୟ ସୁଚୀରୁ କେତୋଟି(ଆଲୋଚନା)
- ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି
- ସାଳନ୍ଦୀ କୂଳର କୃତୀ ଓ ସ୍ୱୀକୃତି
- ଭଦ୍ରକର କାବ୍ୟ ପରମ୍ପରା
- ଅବ୍ୟକ୍ତ ଅନ୍ଧକାର(ଉପନ୍ୟାସ)
- ଏଇ ମାଆ ଏଇ ମନ(ଉପନ୍ୟାସ)
- ଅନ୍ୟ ଏକ ଧର୍ମପଦୀ, ମହାପୁରୁଷ ରାମକୃଷ୍ଣ ପରମହଂସ
- ବିଶ୍ୱ ବରେଣ୍ୟ ସ୍ୱାମୀ ବିବେକାନନ୍ଦ(ଚରିତ ସାହିତ୍ୟ)
- ମମତାମୟୀ ସାରଦା ଦେବୀ(ଚରିତ ସାହିତ୍ୟ)[୫]
ଉପନ୍ୟାସ[ସମ୍ପାଦନା]
- ଚନ୍ଦନ କାଠର ମୂର୍ତ୍ତିରେ
- ସର୍ବଭୁକ
ସମ୍ପାଦନା[ସମ୍ପାଦନା]
- ସାଳନ୍ଦୀ ସମାଚାର(ସାପ୍ତାହିକ ସମ୍ବାଦପତ୍ର)
- କଥା କାହାଣୀ(ପତ୍ରିକା)[୬]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ - ୨୦୧୩[୭]
- ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରନ ପରିଷଦକୁ ମନୋନୀତ
- ଫକୀର ମୋହନ ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟତା[୮]
ଆଧାର[ସମ୍ପାଦନା]
- ↑ "Odia litterateur Apurba Ranjan Ray passes away". odishanews360.com. Retrieved 7 September 2016.
- ↑ Subas Pani; H. C. Das; Indu Bhusan Kar (1988). Glimpses of History and Culture of Balasore. Orissa State Museum.
- ↑ Sachidananda Mohanty (1 January 2008). Gender and Cultural Identity in Colonial Orissa. Orient Longman. ISBN 978-81-250-3431-5.
- ↑ Jatindra Mohan Mohanty (1980). There, where trees flower: essays on modern Oriya literature. Bookland International.
- ↑ http://www.dharitri.com/sahityayan/170916/p7.htm
- ↑ "ଅପୂର୍ବ ଠାଣି". ସମ୍ବାଦ ୦୬/୦୯/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. Retrieved 6 September 2016.
- ↑ http://www.odiasahitya.com/odia-literature-news/odisha-sahitya-ekademi-puraskara-ghoshana/
- ↑ http://sambad.in/news/state/writter-apurba-ranjan-rai-death/2487.html