ଧୀରେନ୍ଦ୍ର ନାଥ ମଲ୍ଲିକ
ଧୀର ମଲ୍ଲିକ | |
---|---|
ଜନ୍ମ | [୧] ଭଦ୍ରକ | ୧୯ ଜୁଲାଇ ୧୯୫୨
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା ଓ ନିର୍ଦ୍ଦେଶକ |
ଚାକିରିକ୍ଷେତ୍ର | ଭାରତୀୟ ରିଜର୍ଭ ବ୍ୟାଙ୍କ |
ଶତାବ୍ଦୀର କଳାକାର | |
ବୈବାହିକ-ସାଥୀ | ମନୀଦୀପା ମଲ୍ଲିକ |
ସନ୍ତାନ | ଆଲୋକ ଅଗ୍ନିବେଶ, ଉଜ୍ଜ୍ୱଳ ଉପବେଶ[୨] |
ପିତାମାତା | ଗୟାଧର ମଲ୍ଲିକ, ସାଗରବାଳା ମଲ୍ଲିକ |
ଧୀରେନ୍ଦ୍ର ନାଥ ମଲ୍ଲିକ ([d̪ʱirend̪ɾɔ nat̪ʰɔ mɔllikɔ ] (listen)) (ଜନ୍ମ: ୧୯ ଜୁଲାଇ ୧୯୫୩; ଅନ୍ୟନାମ: ଧୀର ମଲ୍ଲିକ), ଜଣେ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ।[୩][୪] ସେ ଭୁବନେଶ୍ୱରର ଜଣାଶୁଣା ନାଟ୍ୟସଂସ୍ଥା ଶତାବ୍ଦୀର କଳାକାରର ପ୍ରତିଷ୍ଠାତା ଓ ବର୍ତ୍ତମାନ "ଓଡ଼ିଶା ନାଟ୍ୟ ସଂଘ"ର ସଭାପତି ଭାବରେ କାର୍ଯ୍ୟରତ ।[୫]
ଧୀର ମଲ୍ଲିକଙ୍କୁ ନାଟ୍ୟକଳା ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲା । ଆଖଣ୍ଡଳମଣୀ ଯାତ୍ରାଦଳ ପରିବାରରେ ଥିଲା ଓ ବାପା, ଭାଇ ସମସ୍ତେ ନାଟକ ସହିତ ଜଡ଼ିତ ଥିଲେ । ୧୯୬୧ ମସିହାରେ, ମାତ୍ର ୯ ବର୍ଷ ବୟସରେ, ସେ "କଂସା କବାଟ" ନାଟକରୁ ଅଭିନୟ ଆରମ୍ଭ କରିଥିଲେ । କଲେଜରେ ଡ୍ରାମାଟିକ ସମ୍ପାଦକ ଥିବା ଧୀରେନ୍ଦ୍ରନାଥ, ୧୯୭୩ ମସିହାରେ ରିଜର୍ଭ ବ୍ୟାଙ୍କରେ ଚାକରି ଆରମ୍ଭ କରିଥିଲେ । ୧୯୭୫ ମସିହାରେ, ଅଭିନୟ ଶିକ୍ଷା ଉଦ୍ଦେଶ୍ୟରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ୧୯୭୬[୬] ମସିହାରେ, ସେ 'ଶତାବ୍ଦୀର କଳାକାର' ନାଟ୍ୟସଂସ୍ଥା ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିଥିଲେ । ୧୯୮୮ ମସିହାରେ, ସେ "ଓଡ଼ିଶା ନାଟ୍ୟ ସଂଘ"ର ପ୍ରଥମ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ ଓ ବର୍ତ୍ତମାନ ଏହାର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି । [୭]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର(୨୦୦୯-୨୦୧୦)[୮]
ଆଧାର
[ସମ୍ପାଦନା]- ↑ "ନାଟକ ପାଇଁ ଲେଖକ ମିଳୁନାହାନ୍ତି". Newage Media & Publications Pvt. Ltd. Retrieved 25 June 2016.[permanent dead link]
- ↑ "ବ୍ୟକ୍ତିତ୍ୱ". No. ନିତିଦିନ ୦୧/୧୧/୨୦୧୯. ନିତିଦିନ. Retrieved 5 November 2019.[permanent dead link]
- ↑ Orissa Review. Home Department, Government of Orissa. 1987.
- ↑ "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.[permanent dead link]
- ↑ http://www.telegraphindia.com/1140715/jsp/odisha/story_18613701.jsp#.U_XC7qPc1eE
- ↑ http://www.satabdirakalakar.org/index.php
- ↑ ପ୍ରମେୟ ୨୦/୦୮/୨୦୧୪ ପୃଷ୍ଠା ୨୦
- ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf