ଦୟାନିଧି ଦାସ

ଉଇକିପିଡ଼ିଆ‌ରୁ
ଦୟାନିଧି ଦାସ
ଜନ୍ମ ସମୟରେ ନାମଦୟାନିଧି ଦାସ
ଜନ୍ମସଜନାପଡ଼ା, ନୟାଗଡ଼, ଓଡ଼ିଶା
ଶୈଳୀଓଡ଼ିଶୀ
ପେଷାଓଡ଼ିଶୀ ନୃତ୍ୟୁଗୁରୁ
ୱେବସାଇଟOfficial website

ଦୟାନିଧି ଦାସ ଜଣେ ଓଡ଼ିଶୀ ନୃତ୍ୟଗୁରୁ ଥିଲେ, ଯିଏକି କଳା ବିକାଶ କେନ୍ଦ୍ରର ପ୍ରଥମ ନୃତ୍ୟଗୁରୁ ଥିଲେ ।[୧] ୧୯୫୨-୫୩ ମସିହାରେ ସେ ପ୍ରଥମ ଓଡ଼ିଶୀ ନୃତ୍ୟ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ । ସେ ଗୋଟିପୁଅ ନାଟକୁ ଅନୁସରଣ କରୁଥିଲେ ।[୨] ସେ ଓଡ଼ିଶୀ ନୃତ୍ୟର ପ୍ରଥମ ଭାଗକୁ ମଙ୍ଗଳାଚରଣ ଭାବରେ ନାମିତ କରିଥିଲେ ।[୩]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦୟାନିଧି ଦାସ ନୟାଗଡ଼ ଜିଲ୍ଲାର ସଜନାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସନାତନ ଦାସ ।[୪] ସେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ଘର ଛାଡ଼ି ଚାଲିଯାଇଥିଲେ ଏବଂ ପିଲମାନଙ୍କୁ ଟିଉସନ୍ କରି ନିଜର ପାଠପଢ଼ା ଖର୍ଚ୍ଚ ତୁଲାଇଥିଲେ । ସେ ୧୯୪୭ ମସିହାରେ ନୟାଗଡ଼ର ଏକ ସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ । କଟକ ଯାଇ ସେ ରେଭେନ୍ସା କଲେଜରେ ପଢ଼ିବା ସମୟରେ ସେଠାରେ ନୃତ୍ୟ, ସଙ୍ଗୀତ ଏବଂ ତବଲା ବାଦନ ଶିକ୍ଷା କରିଥିଲେ । ସେ ନ୍ୟାସନାଲ୍ ମ୍ୟୁଜିକ୍ ଆସୋସିଏସନ୍‌ରୁ କଥକ ଏବଂ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରୁଥିଲେ, ମାତ୍ର ଏହି ଶିକ୍ଷା ସମ୍ପୂର୍ଣ୍ଣ କରିପାରିନଥିଲେ ।[୫]

ସେ ଆହ୍ଲାବାଦସ୍ଥିତ ପ୍ରୟାଗ ସଙ୍ଗୀତ ସମିତିରୁ କଥକରେ ନୃତ୍ୟ ପ୍ରଭାକର ଏବଂ ଓଡ଼ିଶୀରେ ବିଶାରଦ କରିଥିଲେ । ସେ ରାଧା ଗୋବିନ୍ଦ ଘୋଷଙ୍କ ଅଧିନରେ ତବଲା ଶିକ୍ଷା ଗ୍ରହଣ କରିଥିଲେ ।

ଓଡ଼ିଶୀ ନୃତ୍ୟ ପ୍ରତି ଅବଦାନ[ସମ୍ପାଦନା]

ସେ କଳାବିକାଶ କେନ୍ଦ୍ରର ପ୍ରତିଷ୍ଠାତା ବାବୁଲାଲ ଦୋଶୀଙ୍କ ସହଯୋଗୀ ଥିଲେ, ଯିଏକି ଏହି ସଂସ୍ଥାର ପ୍ରଥମ ନୃତ୍ୟ ଗୁରୁ ଥିଲେ । ୧୯୫୨-୫୩ ମସିହାରେ ସେ ଓଡ଼ିଶୀ ନୃତ୍ୟର ପ୍ରଥମ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ ।[୬] ଏହା ପୂର୍ବରୁ ଓଡ଼ିଶୀ ନୃତ୍ୟ କେବଳ ଅଭିନୟଦ୍ୱାରା ଶିକ୍ଷା ଦିଆଯାଉଥିଲା । ତାଙ୍କଦ୍ୱାରା ପ୍ରଣୀତ ଏହି ପାଠ୍ୟ ଖସଡ଼ାରେ ଚାରି ବର୍ଷର ପାଠ ପଢ଼ା, ଯାହାର ନାମ ରଖାଯାଇଥିଲା 'ଓଡ଼ିଶୀ ନୃତ୍ୟ' ।[୭] ସେ ମାୟାଧର ରାଉତକେଳୁଚରଣ ମହାପାତ୍ରଙ୍କୁ କଳା ବିକାଶ କେନ୍ଦ୍ରରେ ଗୁରୁ ଭାବରେ ଯୋଗ ଦେବାକୁ ଆଣିଥିଲେ ।[୫]

ସେ ପ୍ରୟାଗ ସଙ୍ଗୀତ ସମିତିର ଓଡ଼ିଶୀ ପାଠ୍ୟ ଖସଡ଼ା ମଧ୍ୟ ପ୍ରସ୍ତୁତ କରିଥିଲେ ଯାହାକି ଆଜି ପର୍ଯ୍ୟନ୍ତ ବ୍ୟବହାର ହୋଇ ଆସୁଛି । ଓଡ଼ିଶୀ ନୃତ୍ୟର ପ୍ରଥମ ଭାଗକୁ ନାମ ମଙ୍ଗଳାଚରଣ ଭାବରେ ସେ ନାମିତ କରିଥିଲେ ।

୧୯୫୮ ମସିହାରେ ସେ ଜଣାଶୁଣା ନୃତ୍ୟଗୁରୁମାନଙ୍କୁ ନେଇ 'ଜୟନ୍ତିକା' ନାମକ ଅନୁଷ୍ଠାନ ଗଢ଼ିଥିଲେ, ଯାହାର ପ୍ରଥମ ସାଧାରଣ ସମ୍ପାଦକ ଭାବରେ ସେ ନିଜ କାମ କରିଥିଲେ ।[୮][୯][୧୦] ଏହି ସଂସ୍ଥାର ଗବେଷଣା ଫଳରେ ଓଡ଼ିଶୀ ନୃତ୍ୟର ୨ ବର୍ଷିୟା ପାଠ୍ୟକ୍ରମ ଆରମ୍ଭ ହେଲା ଏବଂ ଓଡ଼ିଶୀ ନୃତ୍ୟ ସର୍ବଭାରତୀୟ ସ୍ତରରେ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ କରିଥିଲା ।

କଥାଚିତ୍ରରେ ଅଭିନୟ[ସମ୍ପାଦନା]

ସେ ୧୯୬୨ ମସିହାର ଓଡ଼ିଆ କଥାଚିତ୍ର ଲକ୍ଷ୍ମୀରେ ଜଣେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିବା ସହିତ ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ କମ୍ପାଉଣ୍ଡର କରୁଣାକର ଭୂମିକାରେ ଅଭିନୟ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ପଲ୍ଲୀ ସଞ୍ଜେ
  • ବାଣୀ ଅର୍ଚ୍ଚନା
  • ଅଞ୍ଜୁଳାଏ ନାଟକ
  • ନାଟିକା ଚୟନ
  • ଅମୃତ ସନ୍ତାନ
  • ନାଟ୍ୟ ସନ୍ଧ୍ୟା
  • ଜୟନ୍ତିକା
  • ସରଳ ଛବିଳ ଅକ୍ଷର ଶିକ୍ଷା

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସେ ୧୯୫୫ ମସିହାରେ ନିଶାମଣି ଦାସଙ୍କୁ ବିବାହ କରିଥିଲେ । ୧୪ ମାର୍ଚ୍ଚ ୧୯୭୯ରେ ସେ ୫୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧୧]

ଆଧାର[ସମ୍ପାଦନା]

  1. "LITERARY AND CULTURAL SOCIETIES: Kala Vikash Kendra" (PDF). Cuttack Chapter: 359.
  2. Sikand, Nandini (2016-12-01). Languid Bodies, Grounded Stances: The Curving Pathway of Neoclassical Odissi Dance (in ଇଂରାଜୀ). Berghahn Books. ISBN 978-1-78533-369-9.
  3. "Article - The rise and fall of Jayantika - Ileana Citaristi". narthaki.com. Retrieved 2023-02-19.
  4. "Guru Dayanidhi Das". Nartanam. XVIII (July-September 2018): 13.
  5. ୫.୦ ୫.୧ Swain, Nigamananda (7 Jun 2020). "Untold story of Odissi". OrrisaPost (in English). No. Sunday Post. p. 5. Archived from the original on 8 February 2023. Retrieved 8 February 2023.{{cite news}}: CS1 maint: unrecognized language (link)
  6. NAYAK, SUPRIYA. "How patronage shaped Odissi". www.india-seminar.com. Retrieved 2023-02-19.
  7. Roebert, Donovan (2021-06-16). Essays on Classical Indian Dance (in ଇଂରାଜୀ). CRC Press. ISBN 978-1-000-26069-4.
  8. Mohanty, Nandita Priyadarshini; Mohanty, Pritish Kumar (1 November 2022). "A Review on Odissi Dance" (PDF). Odisha Review (November 2022): 45, 46, 47.
  9. "A Brief History of Odissi Dance". Sahapedia (in ଇଂରାଜୀ). Retrieved 2023-02-19.
  10. Citaristi, Ileana (2022-10-06). Odissi and the Geeta Govinda (in ଇଂରାଜୀ). Taylor & Francis. ISBN 978-1-000-78098-7.
  11. "Guru Dayanidhi Das". Nartanam. XVIII (July-September 2018): 15.

ବାହାର ଆଧାର[ସମ୍ପାଦନା]