ଦେବଦାସ (ଓଡ଼ିଆ ନାଟକ)
Appearance
ଦେବଦାସ | |
---|---|
ଲେଖକ | ଦେବଦାସ ଛୋଟରାୟ |
ଚରିତ୍ର | ଦେବ ପାର ଚନ୍ଦ୍ରମୁଖୀ |
ପ୍ରଥମ ପରିବେଷଣ | ଅପ୍ରେଲ 27, 2023 |
ପ୍ରଥମ ପରିବେଷଣ ସ୍ଥାନ | ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର |
ମୂଳ ଭାଷା | ଓଡ଼ିଆ |
ବିଷୟ | ପ୍ରେମାତ୍ମକ |
ଶୈଳୀ | ସଙ୍ଗୀତ ଭିତ୍ତିକ |
ଦେବଦାସ ୨୦୨୩ ମସିହାରେ ଓଡ଼ିଆ ଭାଷାରେ ମଞ୍ଚସ୍ଥ ଏକ ନାଟକ । ଦେବଦାସ ଛୋଟରାୟ ଏହି ନାଟକଟି ରଚନା କରିଥିଲେ ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ଦେବ ମେହେର ।[୧] ଏହି ନାଟକଟିର ନିର୍ମାଣ କରିଥିଲେ ଅରୋନିମା ଏଣ୍ଟରଟେନ୍ମେଣ୍ଟ ।[୨]
ଏହି ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଣ ଜୟ, ଶୀତଲ ପାତ୍ର ଓ ବିଏମ୍ ବୈଶାଳୀ । ଏହା ପ୍ରଥମେ ୨୦୨୩ ମସିହାର ଅପ୍ରେଲ ୨୭ ତାରିଖରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା ।[୨]
ଅଭିନୟ
[ସମ୍ପାଦନା]- ରାଣ ଜୟ - ଦେବ
- ଶୀତଲ ପାତ୍ର - ପାର
- ବିଏମ୍ ବୈଶାଳୀ - ଚନ୍ଦ୍ରମୁଖୀ
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି ନାଟକଟିର ସ୍ୱର ସଂଯୋଜନା କରିଥିଲେ ଓମପ୍ରକାଶ ମହାନ୍ତି । ସୁସ୍ମିତା ଦାସ, ଦେବସ୍ମିତା ମିଶ୍ର, ଅରବିନ୍ଦ ଦତ୍ତ ଆଦି କଣ୍ଠଶିଳ୍ପୀମାନେ ଏହି ନାଟକଟିରେ କଣ୍ଠଦନା କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ପାରୋ ଓ ଚନ୍ଦମୁଖୀଙ୍କ ଚମକ". ସକାଳ. No. ଭୁବନେଶ୍ୱର. 30 April 2023. p. 2. Archived from the original on 10 September 2023. Retrieved 10 September 2023.
- ↑ ୨.୦ ୨.୧ ଗୌଡ଼, ପବିତ୍ର କୁମାର (26 April 2023). "ବଦଳୁଛି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀ". ପ୍ରମେୟ. No. ତାରକା ଦୁନିଆ. Archived from the original on 10 September 2023. Retrieved 10 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦେବଦାସ