ଦୀପା ସାହୁ (୧୯୮୫ ଜନ୍ମ)

ଉଇକିପିଡ଼ିଆ‌ରୁ
ଦୀପା ସାହୁ
ଜନ୍ମ(1985-10-25)୨୫ ଅକ୍ଟୋବର ୧୯୮୫
ଢେଙ୍କାନାଳ
ମୃତ୍ୟୁ୨୭ ଜୁଲାଇ ୨୦୨୦(2020-07-27) (ବୟସ ୩୪)
ବୃତ୍ତିଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ବୈବାହିକ-ସାଥୀମନୀଦ୍ରନାଥ ଦତ୍ତ
ସନ୍ତାନ

ଦୀପା ସାହୁ (୨୫ ଅକ୍ଟୋବର ୧୯୮୫ - ୨୭ ଜୁଲାଇ ୨୦୨୦) ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ସେ ମୁଖ୍ୟତଃ ଓଡ଼ିଆ ଆଲବମ୍, ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ ଅଭିନୟ କରୁଥିଲେ । ଦୀପା ୨୦୦୩ ମସିହାରେ ନାରୀ ଆଖିରେ ନିଆଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧] ଏହାପରେ ସେ ଧର୍ମର ହେବ ଜୟ, କଲେଜ ଟାଇମ ଭଳି କଥାଚିତ୍ରରେ ଅଭିନୟ କରିଥିଲେ । ସେ ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ତୋର ଲମ୍ବା ବେଣୀ, କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ, ଏକଡ଼ା ଏକଡ଼ା ରା ଭଳି ଲୋକପ୍ରିୟ ଓଡ଼ିଆ ଆଲବମ୍‌ରେ ଅଭିନୟ କରିଥିଲେ ।[୨] ୨୦୨୦ ମସିହାରେ କର୍କଟ ରୋଗରେ ପୀଡ଼ିତ ହୋଇ ସେ ମୃତ୍ୟୁବରଣ କରିଥିଲେ ।[୩][୪]

ଜନ୍ମ ଓ ପରିବାର[ସମ୍ପାଦନା]

ଦୀପା ୧୯୮୫ ମସିହାର ଅକ୍ଟୋବର ମାସ ୨୫ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୫] ସେ ମନୀନ୍ଦ୍ରନାଥ ଦତ୍ତଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତ୍ତିଙ୍କର ଏକ କନ୍ୟା ସନ୍ତାନ ଥିଲା ।[୬]

ଅଭିନୟ ଜୀବନ[ସମ୍ପାଦନା]

ଦୀପା ଓଡ଼ିଆ ୨୦୦୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୭] ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ନାରୀ ଆଖିରେ ନିଆଁ ।[୮] ଏହାପରେ ସେ ୨୦୦୫ ମସିହାରେ ଧର୍ମର ହେବ ଜୟ ଓ ୨୦୧୩ ମସିହାରେ କଲେଜ୍ ଟାଇମ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ସେ କେତେଗୁଡ଼ିଏ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି ।[୯] ଇଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ସେ ମୀରା ଦେବରାୟ ଭୂମିକାରେ ଅଭିନୟ କରିଥିଲେ, ଯାହାକି ଏକ ଖଳ ଚରିତ୍ର ଥିଲା ।

ଦୀପା ଅନେକ ଓଡ଼ିଆ ଆଲବମ୍ ଗୀତରେ ଅଭିନୟ କରିଛନ୍ତି ।[୧୦][୧୧] ତାଙ୍କ ଅଭିନୀତ ଆଲବମ୍ ଗୁଡ଼ିକ ମଧ୍ୟରେ ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ତୋର ଲମ୍ବା ବେଣୀ, କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ, ଏକଡ଼ା ଏକଡ଼ା ରା ଭଳି ଲୋକପ୍ରିୟ ଗୀତ ଅନ୍ତର୍ଭୁକ୍ତ ।[୫]

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୩ ନାରୀ ଆଖିରେ ନିଆଁ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୫ ଧର୍ମର ହେବ ଜୟ ଦୀପା ସାହୁ
୨୦୧୩ କଲେଜ ଟାଇମ ଅଭିନୀତ ଶେଷ ଓଡ଼ିଆ କଥାଚିତ୍ର

ଅଭିନୀତ ଓଡ଼ିଆ ଧାରାବାହିକ[ସମ୍ପାଦନା]

ଧାରାବାହିକ ଟିଭି ଭୂମିକା ମନ୍ତବ୍ୟ
ବଡ଼ଘର ବଡ଼ ଗୁମର କଥା ଇଟିଭି ଓଡ଼ିଆ ମୀରା

ମୃତ୍ୟୁ[ସମ୍ପାଦନା]

ଦୀପା ୨୦୨୦ ମସିହାର ଜୁଲାଇ ମାସ ୨୭ ତାରିଖରେ ମୃତ୍ୟବରଣ କରିଥିଲେ ।[୧୨] ସେ ଜରାୟୁ କର୍କଟ ରୋଗରେ ପୀଡ଼ିତ ଥିଲେ ।[୧୩] ସେ କ୍ୟାପିଟାଲ ହସ୍ପିଟାଲ, ଭୁବେନେଶ୍ୱର ଏମ୍‌ସ୍‌ରେ ଚିକିତ୍ସିତ ହେଉଥିଲେ ।[୧୪] ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. Pattanayak, Seela (9 December 2017). "Ollywood Actresses Who Came, Conquered And Left..." Mycitylinks (in English). Bhubaneswar: Mycitylinks. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  2. "ଆଖିବୁଜିଲେ ଆଲବମ୍‌ କୁଇନ୍ ଦୀପା ସାହୁ". Prameyanews7. 27 July 2020. Retrieved 27 July 2020.
  3. ୩.୦ ୩.୧ "କର୍କଟ ସହ ଲଢ଼େଇରେ ହାରିଗଲେ, ଆଲବମ୍ କୁଇନ୍ ଦୀପା ସାହୁଙ୍କ ପରଲୋକ | Sambad". Sambad. 27 July 2020. Retrieved 27 July 2020.
  4. "Actress Deepa Sahu no more". The Pioneer (in ଇଂରାଜୀ). 27 July 2020. Retrieved 27 July 2020.
  5. ୫.୦ ୫.୧ "Odia actress Deepa Sahu passes away at 35". KalingaTV. 27 July 2020. Retrieved 27 July 2020.
  6. "Breaking: Odia actress Deepa Sahu no more | Sambad English". Sambad. sambadenglish.com. 27 July 2020. Retrieved 27 July 2020.
  7. "ଓଲିଉଡ୍ ଅଭିନେତ୍ରୀ ଦୀପା ସାହୁ ଗୁରୁତର, କ୍ୟପିଟାଲ ହସ୍ପିଟାଲରେ ଭର୍ତ୍ତି". ଧରିତ୍ରୀ. dhartri.in. 27 July 2020. Retrieved 27 July 2020.
  8. "Odia actress Deepa Sahu loses her battle against cancer - OrissaPOST". OrissaPost. 27 July 2020.
  9. "Actress Deepa Sahu is fighting cancer - Times of India". The Times of India (in ଇଂରାଜୀ). 27 July 2020. Retrieved 27 July 2020.
  10. Mahananda, Ramakanta (27 July 2020). "ଛିଡ଼ିଗଲା ମଲ୍ଲିଫୁଲ ଗଜରା… ଚାଲିଗଲେ ଦୀପା". Samaja Live. Retrieved 27 July 2020.
  11. "Odia Album Actress Deepa Sahu Passes Away". Odisha Television Ltd. 27 July 2020. Retrieved 27 July 2020.
  12. "ଆରପାରିରେ ଆଲବମ୍ କୁଇନ୍ ଦୀପା ସାହୁ". KNews Odisha. 27 July 2020. Archived from the original on 27 July 2020. Retrieved 27 July 2020.
  13. "ଜୀବନ ଯୁଦ୍ଧରେ ହାରିଗଲେ ଦୀପା ସାହୁ | Actress Deepa Sahoo died of Cancer". Odisha Reporter. 27 July 2020. Retrieved 27 July 2020.
  14. "Album queen Deepa Sahu shifted to AIIMS for cancer treatment". Prameyanews. 24 June 2020. Retrieved 27 July 2020.

ବାହାର ଆଧାର[ସମ୍ପାଦନା]