ଦକ୍ଷିଣପାର୍ଶ୍ୱ ମଠ

ଉଇକିପିଡ଼ିଆ ରୁ
Jump to navigation Jump to search

ଲେଖା ଚାଲିଛି...

ଦକ୍ଷିଣପାର୍ଶ୍ୱ ମଠ
Sri Ramadas Matha.jpg
ଦକ୍ଷିଣପାର୍ଶ୍ୱ ମଠ is located in Odisha
ଦକ୍ଷିଣପାର୍ଶ୍ୱ ମଠ
ଦକ୍ଷିଣପାର୍ଶ୍ୱ ମଠ
ଦକ୍ଷିଣପାର୍ଶ୍ୱ ମଠ
ନାମ
ଅନ୍ୟ ନାମଶ୍ରୀରାମଦାସ ମଠ
ବଡ଼ ମଠ
ମୂଳ ନାମଦକ୍ଷିଣପାର୍ଶ୍ୱ ମଠ
ଭୌଗୋଳିକ ଅବସ୍ଥିତି
ଦିଗବାରେଣି19°48′21″N 85°49′8″E / 19.80583°N 85.81889°E / 19.80583; 85.81889Coordinates: 19°48′21″N 85°49′8″E / 19.80583°N 85.81889°E / 19.80583; 85.81889
ଦେଶଭାରତ
ରାଜ୍ୟଓଡ଼ିଶା
ଅବସ୍ଥିତିପୁରୀ ଜିଲ୍ଲା

ଦକ୍ଷିଣପାର୍ଶ୍ୱ ମଠ ପୁରୀରେ ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦିଗରେ ଥିବା ଷୋଡ଼ଶ ଶତାବ୍ଦୀର ଏକ ମଠ । ମଠଟି ରାମାନୁଜ ସଂପ୍ରଦାୟରେ ଅନ୍ତର୍ଗତ ।[୧] ଏହି ମଠ ଜଗନ୍ନାଥ ମନ୍ଦିରକୁ ଛତ୍ର ଏବଂ ଚାମର ସେବା ଯୋଗାଇଥାଏ ।[୨]

ଅବସ୍ଥିତି[ସମ୍ପାଦନା]

ଦକ୍ଷିଣପାର୍ଶ୍ୱ ମଠ ଏମାର ମଠ ଏବଂ ଲୋକନାଥ ମନ୍ଦିରକୁ ସଂଯୁକ୍ତ କରୁଥିବା ବାରାହୀ ଲେନର ବାମପାର୍ଶ୍ୱରେ ଅବସ୍ଥିତ ।[୩]

ପରିଚାଳନା[ସମ୍ପାଦନା]

ଉପଲବ୍ଧ ବର୍ଣ୍ଣନା ଅନୁଯାୟୀ ମଠଟି ଷୋଡ଼ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ଶାସନକାଳରେ ନିର୍ମାଣ ହୋଇଥିଲା । ବର୍ତ୍ତମାନର ମଠାଧୀଶ ଶ୍ରୀନିବାସ ରାମାନୁଜ ଦାସ ହେବା ସତ୍ୱେ ମଠଟି ଓଡ଼ିଶା ସରକାରଙ୍କ ଅଧିନସ୍ଥ ।[୪] ଅଦ୍ୟାବଧି ଝୁଲଣ ଯାତ୍ରା, ଜନ୍ମାଷ୍ଟମୀ, ରାମନବମୀ, ଦୋଳପୂର୍ଣ୍ଣିମା, ବାମନଜନ୍ମ, ଗୁରୁଶ୍ରାଦ୍ଧ ଉତ୍ସବ ଆଦି ପାଳିତ ହୋଇଥାଏ । ଛତ୍ରପତି ଶିବାଜୀଙ୍କର ଗୁରୁ ରାମଦାସ ଏହିଠାରେ ଆସି ବିଶ୍ରାମ ନେଇଥିବାରୁ ମଠଟି ଶ୍ରୀରାମଦାସ ମଠ ଭାବେ ନାମିତ ।[୫][୬]

ସ୍ଥାପତ୍ୟ[ସମ୍ପାଦନା]

ପ୍ରାୟ ତିନି ଏକର ଜମିରେ ମଠଟି ବିସ୍ତୃତ ।

Sri Ramadas Matha 1.jpg

ବାସଯୋଗ୍ୟ[ସମ୍ପାଦନା]

ପ୍ରାୟ ଚାଳିଶଟି କୋଠରୀ ମଠରେ ରହିଛି । ସେଥିରୁ ପ୍ରାୟ ତିରିଶଟି ଅବ୍ୟବସ୍ଥିତ ଅଟେ । ମଠର ବାହାର କାନ୍ଥରେ ଅନାବନା ଗଛ ଉଠି ଏହାର କ୍ଷତି କରାଉଛି ।

ଅନ୍ୟାନ୍ୟ[ସମ୍ପାଦନା]

ସମ୍ପୂର୍ଣ୍ଣ ସରଂଚନାଟି ଧୂସର ବାଲିପଥର ଓ ଲାଟେରାଇଟ ପଥରରେ ନିର୍ମିତ । ପ୍ରାଙ୍ଗଣର ଦକ୍ଷିଣପାର୍ଶ୍ୱରେ ଜରାଜୀର୍ଣ୍ଣ ଅବସ୍ଥାରେ ଏକ ତୋରଣ ଏବଂ ଅନ୍ୟ ଢାଞ୍ଚା ରହିଛି । ମଠର ଭିତର କାନ୍ଥରେ ଅନେକ ଚିତ୍ର ଅଙ୍କାହୋଇଛି ଯାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ । ଏହା ମଧ୍ୟରେ ଚାରୋଟି ସ୍ତମ୍ଭ ରହିଛି ଯେଉଁଥିରେ ବିଭିନ୍ନ ମୂର୍ତ୍ତି ଖୋଦିତ ହୋଇଛି ।

Sri Ramadas Matha 2.jpg

ବିବାଦ[ସମ୍ପାଦନା]

[୭]

ଚିତ୍ରାବଳୀ[ସମ୍ପାଦନା]

ଆଧାର[ସମ୍ପାଦନା]