Jump to content

ଦକ୍ଷିଣପାର୍ଶ୍ୱ ମଠ

ଉଇକିପିଡ଼ିଆ‌ରୁ

ଲେଖା ଚାଲିଛି...

ଦକ୍ଷିଣପାର୍ଶ୍ୱ ମଠ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନପୁରୀ ଜିଲ୍ଲା
Stateଓଡ଼ିଶା
Countryଭାରତ

ଦକ୍ଷିଣପାର୍ଶ୍ୱ ମଠ ପୁରୀରେ ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦିଗରେ ଥିବା ଷୋଡ଼ଶ ଶତାବ୍ଦୀର ଏକ ମଠ । ମଠଟି ରାମାନୁଜ ସଂପ୍ରଦାୟରେ ଅନ୍ତର୍ଗତ ।[] ଏହି ମଠ ଜଗନ୍ନାଥ ମନ୍ଦିରକୁ ଛତ୍ର ଏବଂ ଚାମର ସେବା ଯୋଗାଇଥାଏ ।[]

ଅବସ୍ଥିତି

[ସମ୍ପାଦନା]

ଦକ୍ଷିଣପାର୍ଶ୍ୱ ମଠ ଏମାର ମଠ ଏବଂ ଲୋକନାଥ ମନ୍ଦିରକୁ ସଂଯୁକ୍ତ କରୁଥିବା ବାରାହୀ ଲେନର ବାମପାର୍ଶ୍ୱରେ ଅବସ୍ଥିତ ।[]

ପରିଚାଳନା

[ସମ୍ପାଦନା]

ଉପଲବ୍ଧ ବର୍ଣ୍ଣନା ଅନୁଯାୟୀ ମଠଟି ଷୋଡ଼ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ଶାସନକାଳରେ ନିର୍ମାଣ ହୋଇଥିଲା । ବର୍ତ୍ତମାନର ମଠାଧୀଶ ଶ୍ରୀନିବାସ ରାମାନୁଜ ଦାସ ହେବା ସତ୍ତ୍ୱେ ମଠଟି ଓଡ଼ିଶା ସରକାରଙ୍କ ଅଧିନସ୍ଥ ।[] ଅଦ୍ୟାବଧି ଝୁଲଣ ଯାତ୍ରା, ଜନ୍ମାଷ୍ଟମୀ, ରାମନବମୀ, ଦୋଳପୂର୍ଣ୍ଣିମା, ବାମନଜନ୍ମ, ଗୁରୁଶ୍ରାଦ୍ଧ ଉତ୍ସବ ଆଦି ପାଳିତ ହୋଇଥାଏ । ଛତ୍ରପତି ଶିବାଜୀଙ୍କର ଗୁରୁ ରାମଦାସ ଏହିଠାରେ ଆସି ବିଶ୍ରାମ ନେଇଥିବାରୁ ମଠଟି ଶ୍ରୀରାମଦାସ ମଠ ଭାବେ ନାମିତ ।[][]

ସ୍ଥାପତ୍ୟ

[ସମ୍ପାଦନା]

ପ୍ରାୟ ତିନି ଏକର ଜମିରେ ମଠଟି ବିସ୍ତୃତ ।

ବାସଯୋଗ୍ୟ

[ସମ୍ପାଦନା]

ପ୍ରାୟ ଚାଳିଶଟି କୋଠରୀ ମଠରେ ରହିଛି । ସେଥିରୁ ପ୍ରାୟ ତିରିଶଟି ଅବ୍ୟବସ୍ଥିତ ଅଟେ । ମଠର ବାହାର କାନ୍ଥରେ ଅନାବନା ଗଛ ଉଠି ଏହାର କ୍ଷତି କରାଉଛି ।

ଅନ୍ୟାନ୍ୟ

[ସମ୍ପାଦନା]

ସମ୍ପୂର୍ଣ୍ଣ ସରଂଚନାଟି ଧୂସର ବାଲିପଥର ଓ ଲାଟେରାଇଟ ପଥରରେ ନିର୍ମିତ । ପ୍ରାଙ୍ଗଣର ଦକ୍ଷିଣପାର୍ଶ୍ୱରେ ଜରାଜୀର୍ଣ୍ଣ ଅବସ୍ଥାରେ ଏକ ତୋରଣ ଏବଂ ଅନ୍ୟ ଢାଞ୍ଚା ରହିଛି । ମଠର ଭିତର କାନ୍ଥରେ ଅନେକ ଚିତ୍ର ଅଙ୍କାହୋଇଛି ଯାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ । ଏହା ମଧ୍ୟରେ ଚାରୋଟି ସ୍ତମ୍ଭ ରହିଛି ଯେଉଁଥିରେ ବିଭିନ୍ନ ମୂର୍ତ୍ତି ଖୋଦିତ ହୋଇଛି ।

ବିବାଦ

[ସମ୍ପାଦନା]

[]

ଚିତ୍ରାବଳୀ

[ସମ୍ପାଦନା]
  1. "ଆର୍କାଇଭ୍ କପି" (PDF). Archived from the original (PDF) on 2020-02-01. Retrieved 2020-02-01. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି" (PDF). Archived from the original (PDF) on 2020-02-01. Retrieved 2020-02-01. {{cite web}}: Cite has empty unknown parameter: |1= (help)
  3. https://puriwaves.nirmalya.in/feature-article/seven-streets-of-shrikhetra-puri
  4. http://ignca.nic.in/asi_reports/orpuri017.pdf
  5. http://www.shreekhetra.com/matha3.html
  6. https://shodhganga.inflibnet.ac.in/bitstream/10603/118601/12/12_chapter%206.pdf
  7. https://indiankanoon.org/doc/194298/