ଥ୍ରୋମ୍ବୋଫ୍ଲେବାଇଟିସ୍

ଉଇକିପିଡ଼ିଆ‌ରୁ
Thrombophlebitis
Ultrasonographic image showing thrombosis of the great saphenous vein.
ଉଚ୍ଚାରଣ
  • throm-boe-fluh-BY-tis[୧]
ବିଭାଗEmergency medicine
ଲକ୍ଷଣPain, swelling, redness, warmth, hardening of the vein[୨][୧]
ବିପଦ କାରକDeceased mobility, recent surgery, pregnancy, birth control pills, cancer, obesity and at site of an intravenous insertion.[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound[୨]
ଚିକିତ୍ସାBlood thinners, pain medication[୩]

ଥ୍ରୋମ୍ବୋଫ୍ଲେବାଇଟିସ୍ ରୋଗୀର ଶିରା ପ୍ରଦାହଗ୍ରସ୍ତ ହୋଇ ରକ୍ତ ଜମାଟ ବାନ୍ଧିଯାଏ[୨] ସାଧାରଣତଃ ଏହି ରୋଗରେ ଗୋଡ଼ ପ୍ରଭାବିତ ହୁଏ | [୨] ଏହାର ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଫୁଲା, ଲାଲିମା, ଉଷ୍ମତା ଏବଂ ଶିରା କଠିନତା ଦେଖାଯାଏ | [୨] ସଂକ୍ରମିତ ସମୟରେ ଜ୍ୱର ଏବଂ ନିମ୍ନ ରକ୍ତଚାପ ମଧ୍ୟ ହୋଇପାରେ। [୪] ରୋଗ ଜଟିଳ ହେଲେ ଫୁସଫୁସ ଏମ୍ବୋଲିଜ୍ମ ଏବଂ ପୋଷ୍ଟ ଥ୍ରୋମାବୋଟିକ୍ ସିଣ୍ଡ୍ରୋମ ହୋଇପାରେ। [୧]

ସବୁଠାରୁ ସାଧାରଣ ପ୍ରକାରଗୁଡ଼ିକ ହେଉଛି ବାହ୍ୟ ଥ୍ରୋମ୍ବୋଫ୍ଲେବାଇଟିସ ଏବଂ ଗଭୀର ଶିରା ଥ୍ରୋମ୍ବୋସିସ୍ | [୧] ବିଭିନ୍ନ ସ୍ଥାନରେ ବାରମ୍ବାର ଘଟିଲେ ଏହାକୁ ମାଇଗ୍ରେଟୋରୀ ଥ୍ରୋମ୍ବୋଫ୍ଲେବାଇଟିସ୍ କୁହାଯାଏ ଏବଂ ଏହା କର୍କଟ ସହିତ ଜଡ଼ିତ ଥାଏ | [୫] ଯେତେବେଳେ ଏହା ସ୍ତନକୁ ପ୍ରଭାବିତ କରେ ଏହାକୁ ମୋଣ୍ଡୋର ରୋଗ କୁହାଯାଏ | [୬] ଏହା ସଂକ୍ରମିତ ଥିବା ଅବସ୍ଥାରେ ଏହାକୁ ସେପ୍ଟିକ ଥ୍ରୋମ୍ବୋଫ୍ଲେବାଇଟିସ୍ କୁହାଯାଏ | [୪]

ବିପଦ କାରକଗୁଡ଼ିକ ମଧ୍ୟରେ କମ୍ ଗତିଶୀଳତା, ସାମ୍ପ୍ରତିକ ଅସ୍ତ୍ରୋପଚାର, ଗର୍ଭଧାରଣ, ଜନ୍ମ ନିୟନ୍ତ୍ରଣ ବଟିକା, କର୍କଟ, ମୋଟାପଣ, ଭାରିକୋଜ୍ ଶିରା, ରୋଗର ପାରିବାରିକ ଇତିହାସ ଏବଂ ଏକ ଶିରାଭ୍ୟନ୍ତର ଭର୍ତ୍ତି ପଦାର୍ଥ | [୨] [୧] ଏହାର କାର୍ଯ୍ୟ ପ୍ରଣାଳୀରେ ଖରାପ ରକ୍ତ ପ୍ରବାହ, ରକ୍ତ ଜମାଟ ବାନ୍ଧିବା ଏବଂ ନଷ୍ଟ ଶିରା ହୋଇପାରେ । [୧] ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [୨]

ପୃଷ୍ଠ ଶିରାରେ ଥିବା ଛୋଟ ଛୋଟ କ୍ଲଟ ନିଜେ ଉପଶମ ହୋଇପାରେ | [୨] ଅଶାନ୍ତ ଲାଗିଲେ ଏନଏସଏଆଇଡି (NSAID) ଦେଲେ ଓ ଗୋଡ଼ ଟେକି ରଖିଲେ, ସାହାଯ୍ୟ କରିପାରେ | [୭] ରକ୍ତ ପତଳାକାରୀ ଔଷଧ ଯଥା ହେପାରିନ୍, ୱାର୍ଫାରିନ୍ କିମ୍ବା ଆପିକ୍ସାବାନ୍ ମଧ୍ୟ ବାରମ୍ବାର ବ୍ୟବହୃତ ହୁଏ | [୭] ବେଳେବେଳେ ଏକ ଭେନା କାଭା ଫିଲ୍ଟର କିମ୍ବା ଆଲଟେପ୍ଲେଜ୍ ବ୍ୟବହାର କରାଯାଇପାରେ | [୭] ସାଧାରଣତଃ ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Thrombophlebitis - Symptoms and causes". Mayo Clinic (in ଇଂରାଜୀ). Retrieved 28 February 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Torpy JM, Burke AE, Glass RM (July 2006). "JAMA patient page. Thrombophlebitis". JAMA. 296 (4): 468. doi:10.1001/jama.296.4.468. PMID 16868304.
  3. "Thrombophlebitis - Diagnosis and treatment - Mayo Clinic". www.mayoclinic.org (in ଇଂରାଜୀ). Retrieved 28 February 2021.
  4. ୪.୦ ୪.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Lip2021 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; Jin2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. Czysz, A; Higbee, SL (January 2021). "Superficial Thrombophlebitis". PMID 32310477. {{cite journal}}: Cite journal requires |journal= (help)
  7. ୭.୦ ୭.୧ ୭.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; Mayo2021Tx ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।