ଡ୍ୟୁଟେଟ୍ରାବେନାଜାଇନ୍

ଉଇକିପିଡ଼ିଆ‌ରୁ
ଡ୍ୟୁଟେଟ୍ରାବେନାଜାଇନ୍
Clinical data
Trade namesAustedo
SynonymsTetrabenazine D6; SD809; SD-809
AHFS/Drugs.commonograph
MedlinePlusa617022
data
Routes of
administration
By mouth
Legal status
Legal status
Identifiers
  • (3R,11bR)-3-(2-Methylpropyl)-9,10-bis(trideuteriomethoxy)-1,3,4,6,7,11b-hexahydrobenzo[a]quinolizin-2-one
Chemical and physical data
FormulaC19H21NO3
Molar mass୩୧୧.୩୮ g·mol−1

ଡ୍ୟୁଟେଟ୍ରାବେନାଜାଇନ୍ (ଇଂରାଜୀ ଭାଷାରେ Deutetrabenazine), ଏକ ବେପାର ନାମ ଆଷ୍ଟେଡୋ, ହେଉଛି ଏକ ଔଷଧ ଯାହା ହଣ୍ଟିଙ୍ଗଟନ୍ସ ରୋଗ ସହ ଜଡିତ କୋରିଆ, ଟାର୍ଡିଭ୍ ଡିସ୍କିନେସିଆ ଏବଂ ଟୁରେଟ୍ ସିଣ୍ଡ୍ରୋମର ଚିକିତ୍ସା ପାଇଁ ଦିଆଯାଏ ।[୧] ଏହାକୁ ଦିନକୁ ଦୁଇଥର ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ତରଳ ଝାଡ଼ା, ଶୁଖିଲା ପାଟି ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେଲଙ୍ଗକ୍ୟୁଟି ସିଣ୍ଡ୍ରୋମ ବା କ୍ୟୁଟି ବିସ୍ତାର, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ପାର୍କିନସୋନିଜ୍ମ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଯକୃତ ସମସ୍ୟା ଥିବା କିମ୍ବା ଆତ୍ମହତ୍ୟା ପ୍ରବଣ ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୨] ଏହା ଏକ ଭେସିକୁଲାର ମୋନୋଆମିନ ଟ୍ରାନ୍ସପୋର୍ଟର 2 (VMAT2) ପ୍ରତିରୋଧକ ।[୧]

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡ୍ୟୁଟେଟ୍ରାବେନାଜାଇନ୍ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୧୨ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୬୦୦୦ ଡଲାର୍ ଥିଲା ।[୩] ଏହା ଟେଟ୍ରାବେନାଜାଇନ ସହିତ ସମତୁଲ, କେବଳ ଡ୍ୟୁଟେରିୟମ୍ ବ୍ୟତୀତ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Deutetrabenazine Monograph for Professionals". Drugs.com (in ଇଂରାଜୀ). Retrieved 23 December 2021.
  2. ୨.୦ ୨.୧ ୨.୨ "DailyMed - AUSTEDO- deutetrabenazine tablet, coated AUSTEDO- deutetrabenazine kit". dailymed.nlm.nih.gov. Archived from the original on 14 May 2021. Retrieved 23 December 2021.
  3. "Deutetrabenazine Prices, Coupons & Savings Tips - GoodRx". GoodRx. Retrieved 23 December 2021.