ଡିମେନ୍ସିଆ

ଉଇକିପିଡ଼ିଆ‌ରୁ
ଡିମେନ୍ସିଆ
ସାଧାରଣ ବୟସାଧିକ୍ୟ ମସ୍ତିଷ୍କ (ବାମ) ଓ ଆଲଜିମର ମସ୍ତିଷ୍କର ତୁଳନାତ୍ମକ ଚିତ୍ର ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpsychiatry[*], neurology[*]
ଆଇସିଡ଼ି-୧୦F00.-F07.
ଆଇସିଡ଼ି-୯-ସିଏମ୍290-294
ରୋଗ ଡାଟାବେସ29283
ମେଡ଼ିସିନ-ପ୍ଲସ000739
Patient UKଡିମେନ୍ସିଆ
MeSHD003704

ଡିମେନ୍ସିଆ ଏକ ବୃହତ୍ ଶ୍ରେଣୀର ମସ୍ତିଷ୍କ ରୋଗ ଯାହା ଦୀର୍ଘକାଳ ଧରି ଧିରେ ଧିରେ ଚିନ୍ତା ଓ ସ୍ମରଣ ଶକ୍ତି କମେଇ ଦିଏ, ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହୁଏ ।[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଭାବନା ସମସ୍ୟା, ଭାଷା ସମସ୍ୟା ହୁଏ ଓ ଅଭିପ୍ରେରଣ (motivation) କମିଯାଏ । [୧][୨] ଲୋକର ଚେତନ ଶକ୍ତି କମେନି । [୧] ଲୋକର ପାରମ୍ପରିକ ମାନସିକ କାର୍ଯ୍ୟକଳାପରେ ପରିବର୍ତ୍ତନ ଓ ବୟସାଧିକ୍ୟ ଯୋଗୁ ସାଧାରଣ ନ୍ୟନତାଠାରୁ ଅଧିକ ନ୍ୟୁନ ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧][୩] ଏମାନଙ୍କର ଯତ୍ନ ନେଉଥିବା ଲୋକଙ୍କ ଉପରେ ଉଲ୍ଲେଖନୀୟ ପ୍ରଭାବ ପଡ଼େ ।[୧]

ସବୁଠାରୁ ଅଧିକ ହେଉଥିବା ସାଧାରଣ ଡିମେନ୍ସିଆର ୫୦ରୁ ୭୦% ରୋଗର ନାମ ଆଲଜିମର ରୋଗ । ଅନ୍ୟ ଡିମେନ୍ସିଆ ନାମ: ରକ୍ତନଳୀ ଡିମେନ୍ସିଆ ୨୫ % (vascular dementia),ଲିୟୁଇ ବଡି ଡିମେନ୍ସିଆ ୧୫ % (Lewy body dementia) ଓ ଫ୍ରଣ୍ଟୋଟେମ୍ପୋରାଲ ଡିମେନ୍ସିଆ (frontotemporal dementia) । [୧][୨] ଅଳ୍ପ ଦେଖାଯାଉଥିବା କାରଣ ମଧ୍ୟରେ ସାଧାରଣ ଚାପ ହାଇଡ୍ରୋସେଫାଲସ୍ (normal pressure hydrocephalus), ପାର୍କିନ୍‌ସନ୍ ରୋଗ, ସିଫିଲିସ୍କ୍ରୁଜ୍‌ଫେଲ୍ଟ-ଜାକୋବ୍ ରୋଗ (Creutzfeldt–Jakob disease) ଉଲ୍ଲେଖ‌ଯୋଗ୍ୟ । [୪] ଜଣେ ରୋଗୀ ଏକାଧିକ ଡିମେନ୍ସିଆ ରୋଗରେ ଆକ୍ରାନ୍ତ ହୋଇପାରେ । [୧] ଗୋଟିଏ ଛୋଟ ଆନୁପାତିକ ଅଂଶ ପାରିବାରିକ ଥାଏ । [୫] ଡି.ଏସ୍.ଏମ୍-୫]]ରେ ଡିମେନ୍ସିଆ ରୋଗr ଗମ୍ଭୀରତା ଅନୁସାରେ ପୁନଃବର୍ଗୀକରଣ (neurocognitive disorder) କରାଯାଇଥିଲା । [୬] ରୋଗ ଇତିହାସ, ବୋଧଶକ୍ତି ପରୀକ୍ଷା (en:cognitive testing) ସ‌ହ ମେଡିକାଲ ଇମେଜିଙ୍ଗ ଓ ରକ୍ତ ପରୀକ୍ଷାଆଦି କରି ଅନ୍ୟ ରୋଗର ସମ୍ଭାବ୍ୟ ଉପସ୍ଥିତି ଦୂର କରାଯାଏ । [୭] ମିନି ମାନସିକ ଅବସ୍ଥ ପରୀକ୍ଷା ଏକ ସାଧାରଣ ହେଉଥିବା ବୋଧଶକ୍ତି ପରୀକ୍ଷା । [୨] ସଙ୍କଟଜନ‌କ ଅବସ୍ଥା ଯେପରିକି ଉଚ୍ଚ ରକ୍ତଚାପ, ଡାଏବେଟିସ୍, ଧୂମ୍ରପାନମୋଟାପଣ ନିୟନ୍ତ୍ରଣ କରି ରହି ରୋଗକୁ ପ୍ରତିରୋଧ କରିବାକୁ ଚେଷ୍ଟା କରାଯାଏ । [୧] ସବୁ ଲୋକମାନଙ୍କୁ ଏହି ରୋଗ ଚିହ୍ନଟ ନିମନ୍ତେ ସ୍କ୍ରନିଙ୍ଗ କରିବାକୁ ସୁପାରିସ୍ କରାଯାଏ ନାହିଁ । [୮]

ଡିମେନ୍ସିଆ ଆରୋଗ୍ୟ ହୁଏ ନାହିଁ । [୧] ଆସେଟିଲ୍ କୋଲିନଇସ୍ଟରେଜ ଇନ୍‌ହିବିଟର୍ (Cholinesterase inhibitor) ଯେପରିକି ଡନ୍‌ପେଜିଲ୍ (donepezil) ଅଧିକାଂଶ ସମୟରେ ବ୍ୟବ‌ହାର କରାଯାଏ ଓ ଉପକାର ମିଳେ । [୯][୧୦][୧୧] ମୋଟା ମୋଟି ଅଳ୍ପ ଉପକାର ମିଳେ । [୧୧][୧୨] ରୋଗୀଙ୍କର ଜୀବଚ‌ଚର୍ଯ୍ୟା ଉନ୍ନତ କରିବା ନିମନ୍ତେ କେତେ ଗୁଡ଼ିଏ ଉପାୟ ଅବଲମ୍ବନ କରାଯାଇପାରେ । [୧] କଗ୍‌ନିଟିଭ୍ ବିହେଭିଓରାଲ (Cognitive and behavioral interventions) ଚିକିତ୍ସା ଉପ‌ଯୁକ୍ତ ହୋଇପାରେ । [୧] ରୋଗୀ ଯତ୍ନ‌କାରୀଙ୍କୁ ଶିକ୍ଷା ଓ ନୈତିକ ସମର୍ଥନ ଦିଆଯିବା ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । [୧] ବ୍ୟାୟାମ କଲେ ଦୈନ‌ନ୍ଦିନ କାର୍ଯ୍ୟ ସ‌ହ ଫଳାଫଳ ଉନ୍ନତ ହୁଏ । [୧୩] ଡିମେନ୍ସିଆ ଯୋଗୁ ବ୍ୟବ‌ହାରିକ ଗଣ୍ଡଗୋଳ ବା ସାଇକୋସିସ୍ ହେଲେ ଆଣ୍ଟିସାଇକୋଟିକ୍ ଦିଆଯାଏ କିନ୍ତୁ ଏହାର ଉପକାରୀତା ନ‌ଗନ୍ୟ ଓ ମୃତ୍ୟୁ ସଙ୍କଟ ଅଧିକ । [୧୪][୧୫] ପୃଥିବୀରେ ୩୬ ନିୟୁତ ଲୋକଙ୍କୁ ଡିମେନ୍ସିଆ ରୋଗ ଧରେ । [୧] ଜୀବନରେ କେତେବେଳେ ହେଲେ ୧୦% ଲୋକ ଏହି ରୋଗର ଶୀକାର ହୁଅନ୍ତି । [୫] ବୟସ ବୃଦ୍ଧି ସ‌ହିତ ଏହା ସାଧାରଣ ହୋଇଯାଏ । [୧୬] ରୋଗୀ ସଂଖ୍ୟାର ୩ % ମଧ୍ୟରେ ୬୫ରୁ ୭୪ ବର୍ଷ ବୟସ୍କ ଲୋକ, ୧୯ % ମଧ୍ୟରେ ୭୫ରୁ ୮୪ ବର୍ଷ ବୟସ୍କ, ଏହାଠାରୁ ଅଧିକ ବୟସ୍କ ଲୋକ ସଂଖ୍ୟାର ପ୍ରାୟ ଅଧା ଲୋକ ଏହି ରୋଗ ଭୋଗ କରନ୍ତି । [୧୭] ସନ ୧୯୯୦ରେ ଏହି ରୋଗରେ ୦.୮ ନିୟୁତ ମୃତ୍ୟୁ ହୋଇଥିବାବେଳେ ସନ ୨୦୧୩ରେ ୧.୭ ନିୟୁତ ମୃତ୍ୟୁ ହୋଇଥିଲା । [୧୮] ଜନସଂଖ୍ୟା ଯେତେ ଅଧିକ ହୁଏ ଏହି ରୋଗୀ ସଂଖ୍ୟା ସେତେ ଅଧିକ ଓ ସାଧାରଣ ହୁଏ । [୧୬] ବିକଶିତ ଦେଶମାନଙ୍କରେ ସଙ୍କଟପ୍ରଦ କାରକ ଗୁଡ଼ିକ କମିଯିବାରୁ ନିର୍ଦ୍ଦିଷ୍ଟ ବୟସ ଦଳରେ ଏହି ରୋଗୀ ସଂଖ୍ୟା କମୁଛି । [୧୬] ବୃଦ୍ଧ ବୟସରେ ଅକ୍ଷମତାର ଏହା ଏକା ସାଧାରଣ କାରଣ । [୨] ଏହା ଯୋଗୁ ବାର୍ଷିକ ୬୦୪ ବିଲିଅନ୍ ଆମେରିକୀୟ ଡଲାର କ୍ଷତି ହେଉଥିବା ବିଶ୍ୱାସ କରାଯାଏ । [୧] ଡିମେନ୍ସିଆ ରୋଗୀଙ୍କୁ ଆବଶ୍ୟକତାରୁ ଅଧିକ ଶାରୀରିକ ଓ ରାସାୟନିକ ନିୟନ୍ତ୍ରଣ କରୁଥିବାରୁ ହ୍ୟୁମାନ ରାଇଟ ଉଲ୍ଲଘଂନ ହେଉଥିବାର ପ୍ରଶ୍ନବାଚୀ ଚିହ୍ନ ଉଠେ । [୧] ଏହି ରୋଗୀଙ୍କୁ ସାମାଜିକ କଳଙ୍କରୂପେ (Social stigma) ଧରାଯାଉଥିଲା । [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Dementia Fact sheet N°362". who.int. April 2012. Retrieved 28 November 2014.
  2. ୨.୦ ୨.୧ ୨.୨ ୨.୩ ୨.୪ Burns, A; Iliffe, S (5 February 2009). "Dementia". BMJ (Clinical research ed.). 338: b75. doi:10.1136/bmj.b75. PMID 19196746.
  3. Solomon, Andrew E. Budson, Paul R. (2011). Memory loss : a practical guide for clinicians. [Edinburgh?]: Elsevier Saunders. ISBN 9781416035978.{{cite book}}: CS1 maint: multiple names: authors list (link)
  4. Gauthier, Serge (2006). Clinical diagnosis and management of Alzheimer's disease (3rd ed. ed.). Abingdon, Oxon: Informa Healthcare. pp. 53–54. ISBN 9780203931714. {{cite book}}: |edition= has extra text (help)
  5. ୫.୦ ୫.୧ Loy, CT; Schofield, PR; Turner, AM; Kwok, JB (1 March 2014). "Genetics of dementia". Lancet. 383 (9919): 828–40. doi:10.1016/s0140-6736(13)60630-3. PMID 23927914.
  6. Association, American Psychiatric (2013). Diagnostic and statistical manual of mental disorders : DSM-5 (5th ed. ed.). Washington, D.C.: American Psychiatric Association. pp. 591–603. ISBN 9780890425541. {{cite book}}: |edition= has extra text (help)
  7. "Dementia diagnosis and assessment" (PDF). pathways.nice.org.uk. Archived from the original (PDF) on 5 December 2014. Retrieved 30 November 2014.
  8. "Dementia overview" (PDF). pathways.nice.org.uk/. Archived from the original (PDF) on 5 December 2014. Retrieved 30 November 2014.
  9. Birks, J (25 January 2006). "Cholinesterase inhibitors for Alzheimer's disease". The Cochrane database of systematic reviews (1): CD005593. doi:10.1002/14651858.CD005593. PMID 16437532.
  10. Rolinski, M; Fox, C; Maidment, I; McShane, R (14 March 2012). "Cholinesterase inhibitors for dementia with Lewy bodies, Parkinson's disease dementia and cognitive impairment in Parkinson's disease". The Cochrane database of systematic reviews. 3: CD006504. doi:10.1002/14651858.CD006504.pub2. PMID 22419314.
  11. ୧୧.୦ ୧୧.୧ Kavirajan, H; Schneider, LS (September 2007). "Efficacy and adverse effects of cholinesterase inhibitors and memantine in vascular dementia: a meta-analysis of randomised controlled trials". The Lancet. Neurology. 6 (9): 782–92. doi:10.1016/s1474-4422(07)70195-3. PMID 17689146.
  12. Commission de la transparence (June 2012). "Médicaments de la maladie d'Alzheimer : à éviter". Prescrire Int. 21 (128): 150. PMID 22822592. {{cite journal}}: Unknown parameter |trans_title= ignored (|trans-title= suggested) (help)
  13. Forbes, D.; Thiessen, E.J.; Blake, C.M.; Forbes, S.C.; Forbes, S. (4 December 2013). "Exercise programs for people with dementia". The Cochrane database of systematic reviews. 12: CD006489. doi:10.1002/14651858.CD006489.pub3. PMID 24302466.
  14. National Institute for Health and Clinical Excellence. "Low-dose antipsychotics in people with dementia". nice.org.uk. Retrieved 29 November 2014.
  15. "Information for Healthcare Professionals: Conventional Antipsychotics". fda.gov. 2008-06-16. Retrieved 29 November 2014.
  16. ୧୬.୦ ୧୬.୧ ୧୬.୨ Larson, EB; Yaffe, K; Langa, KM (12 December 2013). "New insights into the dementia epidemic". The New England Journal of Medicine. 369 (24): 2275–7. doi:10.1056/nejmp1311405. PMID 24283198.
  17. Umphred, Darcy (2012). Neurological rehabilitation (6th ed. ed.). St. Louis, Mo.: Elsevier Mosby. p. 838. ISBN 9780323075862. {{cite book}}: |edition= has extra text (help)
  18. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)