ଚାରଣ ରାମଦାସ
ଚାରଣ ରାମଦାସ | |
---|---|
ଜନ୍ମ | ଢୋଲବିରଞ୍ଚିଦାସପୁର, ଚନ୍ଦନପୁର , ପୁରୀ |
ମୃତ୍ୟୁ | ୨୪ ମଇ ୨୦୨୧ |
ମୃତ୍ୟୁର କାରଣ | କରୋନାଭୂତାଣୁ ରୋଗ ୨୦୧୯ |
ବୃତ୍ତି | ଓଡ଼ିଆ ପ୍ରବଚକ |
ବୈବାହିକ-ସାଥୀ | ସୁଜାତା ବେହେରା |
ସନ୍ତାନ | କୃଷ୍ଣ ଦୈପାୟନ, ତତ୍ତ୍ୱମାସୀ |
ଚାରଣ ରାମଦାସ (ମୃତ୍ୟୁ: ୨୪ ମଇ ୨୦୨୧) ଜଣେ ଓଡ଼ିଆ ପ୍ରବାଚକ ଥିଲେ ।[୧] ସେ ହିନ୍ଦୁ ଧର୍ମୀୟ ବିଶେଷ କରି ଜଗନ୍ନାଥ ସଂସ୍କୃତି ବିଷୟବସ୍ତୁକୁ ପ୍ରବଚନ ମାଧ୍ୟମରେ ପରିବେଷଣ କରୁଥିଲେ ।[୨] ତାଙ୍କ ପ୍ରସ୍ତୁତ ଗୀତା ମହିମା, ରାମାୟଣ, ଶିବ ମହିମା, ମା' ତାରିଣୀ କଥାମୃତ, ଶ୍ରୀମଦ୍ଭଗବତ ଗୀତା, ଏ ତ କଳିକାଳ, ତ୍ରିନାଥ ମେଳା ବିଷୟଗୁଡ଼ିକର ସିଡି ଡିଭିଡି ଆକାରରେ ଉପଲବ୍ଧ ହେଉଛି ।[୩][୪] ସେ ଟିଭିରେ ପ୍ରସାରିତ ରଥଯାତ୍ରାର ସିଧାପ୍ରସାରଣ ଧାରାବିବରଣୀ ପ୍ରଦାନ କରୁଥିଲେ । ବିଭିନ୍ନ ସମୟରେ ଟିଭି କାର୍ଯ୍ୟକ୍ରମମାନଙ୍କରେ ମଧ୍ୟ ସେ ପ୍ରବଚନ ପରିବେଷଣ କରୁଥିଲେ ।[୫][୬]
ବିବାଦ
[ସମ୍ପାଦନା]୨୦୨୧ ମସିହାର ଅପ୍ରେଲ ମାସରେ ଚାରଣ ରାମଦାସ ତାଙ୍କର ଏକ ଭିଡିଓରେ ଭଗବାନ ବିଷ୍ଣୁଙ୍କ ସମ୍ପର୍କରେ କଥିତ ରୂପେ ଅଶାଳୀନ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ବୈଦିକ ବ୍ରାହ୍ମଣ ପରିଷଦ (ବିବିପି) ଏପ୍ରିଲ୍ ୨୬ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାରରେ ବିରୋଧ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଥିଲେ ।[୧] ଏତଦ ବ୍ୟତୀତ କିଛି ସ୍ଥାନରେ ତାଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଥିଲା ।[୭]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ରାମଦାସ, ପୁରୀର ଚନ୍ଦନପୁର ଥାନା ଅନ୍ତର୍ଗତ ଢୋଲବିରଞ୍ଚିଦାସପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କଙ୍କ ପତ୍ନୀ ସୁଜାତା ବେହେରା ଜଣେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା । ତାଙ୍କ ପୁତ୍ର କୃଷ୍ଣ ଦୈପାୟନ ଓ କନ୍ୟା ତତ୍ତ୍ୱମାସୀ ଉଭୟ ଅଧ୍ୟୟନରତ ।[୮]
ମୃତ୍ୟୁ
[ସମ୍ପାଦନା]କରୋନାଭୂତାଣୁ ରୋଗରେ ପୀଡ଼ିତ ହୋଇ ଚାରଣ ରାମଦାସ ୨୦୨୧ ମସିହାର ମଇ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୯][୧୦] କୋଭିଡ୍୧୯ରେ ଆକ୍ରାନ୍ତ ହେବାପରେ ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ପୁଣି ମଇ ମାସ ୨୦ତାରିଖରେ ତାଙ୍କ ସ୍ୱାସ୍ଥବସ୍ଥା ଖରାପ ହେବାରୁ ସେ ପୁରୀ ଆଇ.ଡି.ଏଚ୍. କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ ।[୧୧] ତାଙ୍କ ଫୁସଫୁସ୍ ପ୍ରଭାବିତ ହୋଇଥିଲା ଓ ସେ ଶ୍ୱାସକ୍ରିୟା ଜନିତ ଅସୁବିଧା ଅନୁଭବ କରୁଥିଲେ ।[୧] ୨୪ ତାରିଖ ରାତି ପାଖାପାଖି ୧୦ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୨] ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।[୧୩] ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଆଉ ନାହାଁନ୍ତି ପ୍ରବଚକ ପଣ୍ଡିତ ଚାରଣ ରାମ ଦାସ; କରୋନା ସଂକ୍ରମଣରେ ତାଙ୍କର ପରଲୋକ ହେଲା". News18 Odia (in ଓଡ଼ିଆ). ଭୁବନେଶ୍ୱର. 25 May 2021. Archived from the original on 25 May 2021. Retrieved 25 May 2021.
{{cite news}}
: CS1 maint: unrecognized language (link) - ↑ Barik, Bikash Chandra (24 May 2021). "ଆଉ ନାହାଁନ୍ତି ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ, କୋଭିଡରେ ପରଲୋକ". ନନ୍ଦିଘୋଷ ଟିଭି. ପୁରୀ. Archived from the original on 25 May 2021. Retrieved 25 May 2021.
- ↑ "ପରଲୋକରେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ". ସମାଜ. Samaja Live. 25 May 2021. Archived from the original on 25 May 2021. Retrieved 25 May 2021.
- ↑ "ପ୍ରବଚକ ଚାରଣ ରାମଦାସଙ୍କ କରୋନାରେ ଦେହାନ୍ତ". ସମ୍ବାଦ. ପୁରୀ: sambad.in. 24 May 2021. Archived from the original on 25 May 2021. Retrieved 25 May 2021.
- ↑ Samantaray, Tusar (24 May 2021). "ପରଲୋକରେ ଚାରଣ ରାମଦାସ". କନକ ନ୍ୟୁଜ୍. Archived from the original on 25 May 2021. Retrieved 25 May 2021.
- ↑ Routray, Sushreejyoti (24 May 2021). "କରୋନାରେ ଆଖିବୁଜିଲେ ପ୍ରବଚକ ଚାରଣ ରାମଦାସ". ଓଡ଼ିଶା ଭାସ୍କର. Retrieved 25 May 2021.
- ↑ ଦାଶ, ସୂର୍ଯ୍ୟ ନାରାୟଣ (27 April 2021). "ପ୍ରବଚକ ଚାରଣ ରାମ ଦାଶଙ୍କ ବିରୋଧରେ ବିଭିନ୍ନ ଥାନାରେ ଏତଲା". ସଂଘର୍ଷ ନ୍ୟୁଜ୍. ପଟ୍ଟାମୁଣ୍ଡାଇ. Archived from the original on 25 May 2021. Retrieved 25 May 2021.
- ↑ "ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ". No. ସମ୍ବାଦ ୨୫/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡିଆ. Archived from the original on 25 May 2021. Retrieved 25 May 2021.
- ↑ "Famous Odia Preacher Charan Ramdas Succumbs To Covid-19". KalingaTV. 24 May 2021. Retrieved 25 May 2021.
- ↑ "ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ, କରୋନାରେ ଥିଲେ ଆକ୍ରାନ୍ତ". Prameyanews7. 24 May 2021. Retrieved 25 May 2021.
- ↑ Behera, Tapas (25 May 2021). "ଆଉ ନାହାନ୍ତି ପ୍ରବଚକ ଚାରଣ ରାମଦାସ". Odisha Reporter. ପୁରୀ. Archived from the original on 25 May 2021. Retrieved 25 May 2021.
- ↑ Mishra, Minati (25 May 2021). "କୋଭିଡରେ ଆଖି ବୁଜିଲେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ". OTV Khabar. ପୁରୀ. Archived from the original on 25 May 2021. Retrieved 25 May 2021.
- ↑ "କରୋନାରେ ଆଖିବୁଜିଲେ ବିଶିଷ୍ଟ ପ୍ରବଚକ ଚାରଣ ରାମଦାସ - The Sakala". ସକାଳ. ଭୁବନେଶ୍ୱର. 25 May 2021. Archived from the original on 25 May 2021. Retrieved 25 May 2021.