ଚାରଣ ରାମଦାସ

ଉଇକିପିଡ଼ିଆ‌ରୁ
ଚାରଣ ରାମଦାସ
ଜନ୍ମ
ଢୋଲବିରଞ୍ଚିଦାସପୁର, ଚନ୍ଦନପୁର , ପୁରୀ
ମୃତ୍ୟୁ୨୪ ମଇ ୨୦୨୧(୨୦୨୧-୦୫-୨୪)
ମୃତ୍ୟୁର କାରଣକରୋନାଭୂତାଣୁ ରୋଗ ୨୦୧୯
ବୃତ୍ତିଓଡ଼ିଆ ପ୍ରବଚକ
ବୈବାହିକ-ସାଥୀସୁଜାତା ବେହେରା
ସନ୍ତାନକୃଷ୍ଣ ଦୈପାୟନ, ତତ୍ତ୍ୱମାସୀ

ଚାରଣ ରାମଦାସ (ମୃତ୍ୟୁ: ୨୪ ମଇ ୨୦୨୧) ଜଣେ ଓଡ଼ିଆ ପ୍ରବାଚକ ଥିଲେ ।[୧] ସେ ହିନ୍ଦୁ ଧର୍ମୀୟ ବିଶେଷ କରି ଜଗନ୍ନାଥ ସଂସ୍କୃତି ବିଷୟବସ୍ତୁକୁ ପ୍ରବଚନ ମାଧ୍ୟମରେ ପରିବେଷଣ କରୁଥିଲେ ।[୨] ତାଙ୍କ ପ୍ରସ୍ତୁତ ଗୀତା ମହିମା, ରାମାୟଣ, ଶିବ ମହିମା, ମା' ତାରିଣୀ କଥାମୃତ, ଶ୍ରୀମଦ୍ଭଗବତ ଗୀତା, ଏ ତ କଳିକାଳ, ତ୍ରିନାଥ ମେଳା ବିଷୟଗୁଡ଼ିକର ସିଡି ଡିଭିଡି ଆକାରରେ ଉପଲବ୍ଧ ହେଉଛି ।[୩][୪] ସେ ଟିଭିରେ ପ୍ରସାରିତ ରଥଯାତ୍ରାର ସିଧାପ୍ରସାରଣ ଧାରାବିବରଣୀ ପ୍ରଦାନ କରୁଥିଲେ । ବିଭିନ୍ନ ସମୟରେ ଟିଭି କାର୍ଯ୍ୟକ୍ରମମାନଙ୍କରେ ମଧ୍ୟ ସେ ପ୍ରବଚନ ପରିବେଷଣ କରୁଥିଲେ ।[୫][୬]

ବିବାଦ[ସମ୍ପାଦନା]

୨୦୨୧ ମସିହାର ଅପ୍ରେଲ ମାସରେ ଚାରଣ ରାମଦାସ ତାଙ୍କର ଏକ ଭିଡିଓରେ ଭଗବାନ ବିଷ୍ଣୁଙ୍କ ସମ୍ପର୍କରେ କଥିତ ରୂପେ ଅଶାଳୀନ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ବୈଦିକ ବ୍ରାହ୍ମଣ ପରିଷଦ (ବିବିପି) ଏପ୍ରିଲ୍‌ ୨୬ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାରରେ ବିରୋଧ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଥିଲେ ।[୧] ଏତଦ ବ୍ୟତୀତ କିଛି ସ୍ଥାନରେ ତାଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଥିଲା ।[୭]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରାମଦାସ, ପୁରୀର ଚନ୍ଦନପୁର ଥାନା ଅନ୍ତର୍ଗତ ଢୋଲବିରଞ୍ଚିଦାସପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କଙ୍କ ପତ୍ନୀ ସୁଜାତା ବେହେରା ଜଣେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା । ତାଙ୍କ ପୁତ୍ର କୃଷ୍ଣ ଦୈପାୟନ ଓ କନ୍ୟା ତତ୍ତ୍ୱମାସୀ ଉଭୟ ଅଧ୍ୟୟନରତ ।[୮]

ମୃତ୍ୟୁ[ସମ୍ପାଦନା]

କରୋନାଭୂତାଣୁ ରୋଗରେ ପୀଡ଼ିତ ହୋଇ ଚାରଣ ରାମଦାସ ୨୦୨୧ ମସିହାର ମଇ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୯][୧୦] କୋଭିଡ୍୧୯ରେ ଆକ୍ରାନ୍ତ ହେବାପରେ ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ପୁଣି ମଇ ମାସ ୨୦ତାରିଖରେ ତାଙ୍କ ସ୍ୱାସ୍ଥବସ୍ଥା ଖରାପ ହେବାରୁ ସେ ପୁରୀ ଆଇ.ଡି.ଏଚ୍‌. କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ ।[୧୧] ତାଙ୍କ ଫୁସଫୁସ୍‌ ପ୍ରଭାବିତ ହୋଇଥିଲା ଓ ସେ ଶ୍ୱାସକ୍ରିୟା ଜନିତ ଅସୁବିଧା ଅନୁଭବ କରୁଥିଲେ ।[୧] ୨୪ ତାରିଖ ରାତି ପାଖାପାଖି ୧୦ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୨] ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।[୧୩] ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଆଉ ନାହାଁନ୍ତି ପ୍ରବଚକ ପଣ୍ଡିତ ଚାରଣ ରାମ ଦାସ; କରୋନା ସଂକ୍ରମଣରେ ତାଙ୍କର ପରଲୋକ ହେଲା". News18 Odia (in ଓଡ଼ିଆ). ଭୁବନେଶ୍ୱର. 25 May 2021. Archived from the original on 25 May 2021. Retrieved 25 May 2021.{{cite news}}: CS1 maint: unrecognized language (link)
  2. Barik, Bikash Chandra (24 May 2021). "ଆଉ ନାହାଁନ୍ତି ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ, କୋଭିଡରେ ପରଲୋକ". ନନ୍ଦିଘୋଷ ଟିଭି. ପୁରୀ. Archived from the original on 25 May 2021. Retrieved 25 May 2021.
  3. "ପରଲୋକରେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ". ସମାଜ. Samaja Live. 25 May 2021. Archived from the original on 25 May 2021. Retrieved 25 May 2021.
  4. "ପ୍ରବଚକ ଚାରଣ ରାମଦାସଙ୍କ କରୋନାରେ ଦେହାନ୍ତ". ସମ୍ବାଦ. ପୁରୀ: sambad.in. 24 May 2021. Archived from the original on 25 May 2021. Retrieved 25 May 2021.
  5. Samantaray, Tusar (24 May 2021). "ପରଲୋକରେ ଚାରଣ ରାମଦାସ". କନକ ନ୍ୟୁଜ୍. Archived from the original on 25 May 2021. Retrieved 25 May 2021.
  6. Routray, Sushreejyoti (24 May 2021). "କରୋନାରେ ଆଖିବୁଜିଲେ ପ୍ରବଚକ ଚାରଣ ରାମଦାସ". ଓଡ଼ିଶା ଭାସ୍କର. Retrieved 25 May 2021.
  7. ଦାଶ, ସୂର୍ଯ୍ୟ ନାରାୟଣ (27 April 2021). "ପ୍ରବଚକ ଚାରଣ ରାମ ଦାଶଙ୍କ ବିରୋଧରେ ବିଭିନ୍ନ ଥାନାରେ ଏତଲା". ସଂଘର୍ଷ ନ୍ୟୁଜ୍. ପଟ୍ଟାମୁଣ୍ଡାଇ. Archived from the original on 25 May 2021. Retrieved 25 May 2021.
  8. "ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ". No. ସମ୍ବାଦ ୨୫/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡିଆ. Archived from the original on 25 May 2021. Retrieved 25 May 2021.
  9. "Famous Odia Preacher Charan Ramdas Succumbs To Covid-19". KalingaTV. 24 May 2021. Retrieved 25 May 2021.
  10. "ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ, କରୋନାରେ ଥିଲେ ଆକ୍ରାନ୍ତ". Prameyanews7. 24 May 2021. Retrieved 25 May 2021.
  11. Behera, Tapas (25 May 2021). "ଆଉ ନାହାନ୍ତି ପ୍ରବଚକ ଚାରଣ ରାମଦାସ". Odisha Reporter. ପୁରୀ. Archived from the original on 25 May 2021. Retrieved 25 May 2021.
  12. Mishra, Minati (25 May 2021). "କୋଭିଡରେ ଆଖି ବୁଜିଲେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ". OTV Khabar. ପୁରୀ. Archived from the original on 25 May 2021. Retrieved 25 May 2021.
  13. "କରୋନାରେ ଆଖିବୁଜିଲେ ବିଶିଷ୍ଟ ପ୍ରବଚକ ଚାରଣ ରାମଦାସ - The Sakala". ସକାଳ. ଭୁବନେଶ୍ୱର. 25 May 2021. Archived from the original on 25 May 2021. Retrieved 25 May 2021.