ଚକ୍ରେଶ୍ୱରୀ ଶିବ ମନ୍ଦିର

ଉଇକିପିଡ଼ିଆ‌ରୁ
ଚକ୍ରେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନBhubaneswar
StateOrissa
CountryIndia
Architecture
TypeKalingan Style (Kalinga Architecture)

ଚକ୍ରେଶ୍ୱରୀ ଶିବ ମନ୍ଦିର, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସହରର ରାଜାରାଣୀ କଲୋନୀଠାରେ ଅବସ୍ଥିତ ଥିବା ଏକ ପ୍ରାଚୀନ ଶିବ ମନ୍ଦିର[୧] ଏହା ୧୦ମ/୧୧ଶ ଶତାବ୍ଦୀରେ ନିର୍ମିତ ହେଇଥିବାର ଜଣାଯାଏ । ଏଠାରେ ଶିବ ଲିଙ୍ଗ ଓ ଯୋନିପୀଠ ଆରାଧ୍ୟ ଦେବତା ହିସାବରେ ପୂଜା ପାଇଥାଏ ।[୨] ଏହି ମନ୍ଦିରର ପୂର୍ବ ଓ ଉତ୍ତର ଦିଗରେ ଘରୋଇ ବାସ ଗୃହ ରହିଥିବା ବେଳେ ପଶ୍ଚିମ ଦିଗରେ ଚାକ୍ରେଶ୍ୱର ପୁଷ୍କରିଣୀ ରହିଛି । ଏଠାରେ ପାରମ୍ପାଇକ ରୀତିରେ ଶିବରାତ୍ରି, ଦୀପାବଳିମକର ସଂକ୍ରାନ୍ତି ଆଦି ପାଳିତ ହଉଥିବା ବେଳେ ବ୍ରତୋପନୟନ, ରୁଦ୍ରାଭିଶେଖ ଓ ଚନ୍ଦ୍ରାଭିଶେଖ ଆଦି ମଧ୍ୟ ହେଇଥାଏ । 

ସ୍ଥାପତ୍ୟ ଶୈଳୀ [ସମ୍ପାଦନା]

ଏକ ନିମ୍ମ ଚଟାଣ ଉପରେ ମନ୍ଦିରର ନିର୍ମିତ ହେଇଥିବା ବେଳେ ଏହାର ଏକ ବିମାନ ଓ ପୁନର୍ନିର୍ମିତ ସାମ୍ନା ପ୍ରସ୍ତ ରହିଛି । ଉତ୍କଳୀୟ ରେଖା ଦେଉଳ ଢଙ୍ଗରେ ମନ୍ଦିର ନିର୍ମିତ । ମନ୍ଦିରଟି ବାଡ଼, ଗଣ୍ଡି ଓ ମସ୍ତକ ଭାବରେ ନିର୍ମିତ । 

ସ୍ୱତନ୍ତ୍ରତା [ସମ୍ପାଦନା]

ମନ୍ଦିରରେ ଅନ୍ୟ ଶିବ ମନ୍ଦିର ପରି ସାଧାରଣତଃ ରହୁଥିବା ଲଲାଟ ବିମ୍ବଠାରେ ଗଜଲକ୍ଷ୍ମୀଙ୍କ ସ୍ଥାନରେ ଚତୁର୍ଦ୍ଧା ଗଣେଶ ପ୍ରତିମା ରହିଛି । ଏହା ଭୁବନେଶ୍ୱରଠାରେ ଥିବା ମନ୍ଦିର ସମୂହ ଭିତରେ ଏକ ବ୍ୟତିକ୍ରମ ଭାବରେ ପରିଚିତ । ଏହି ପରି ଅନ୍ୟ ଏକ ବ୍ୟତିକ୍ରମ କଳାରହଙ୍ଗାସ୍ଥିତ ଶିବ ମନ୍ଦିରରେ ପରିଲକ୍ଷିତ ହେଇଥାଏ । ସେଠାରେ ଲଲାଟ ବିମ୍ବଠାରେ ଉଭୟ ଗଣେଶସରସ୍ୱତୀଙ୍କ ପ୍ରତିମା ସ୍ଥାପିତ ହେଇଥିବାର ଦେଖାଯାଏ । ମନ୍ଦିର ସାମନାରେ ପାର୍ବତୀକାର୍ତ୍ତିକେୟ ପ୍ରତିମୂର୍ତି ସହ ଏକ ଅମାଲକା ପ୍ରସ୍ତର ମଧ୍ୟ ରହିଛି । 

ସାଜସଜ୍ଜ୍ୟା[ସମ୍ପାଦନା]

ମନ୍ଦିର କବାଟରେ ସ୍ଥମ୍ବାକାର ଭାବରେ ଚିତ୍ର ସବୁ ସ୍ଥାନିତ ହୋଇଛି । ସେଥିରେ ପୁଷ୍ପ ଶାଖା, ନର ଶାଖା, ପତ୍ର ଶାଖା ସବୁ ରହିଛି । ଲଲାଟବିମ୍ବଠାରେ ରହିଥିବା ଗଣେଶ ତାଙ୍କର ବାହନ ମୂଷିକ ଉପରେ ରହିଛନ୍ତି । କବାଟ ନିକଟରେ ଦ୍ୱାରପାଳ ଭାବରେ ଦୁଇଟି ସଶସ୍ତ ଶୈବ୍ୟ ଦ୍ୱାରପାଳ ମୂର୍ତି ମଧ୍ୟ ରହିଛି । ଦୁଆର ଉପର ଅଂଶରେ ନବଗ୍ରହଙ୍କ ଖୋଦିତ ଚିତ୍ର ମଧ୍ୟ ରହିଛି । ସୂର୍ଯ୍ୟ ହସ୍ତରେ କମଳ ଧାରଣ କରି, ରାହୁ ଅର୍ଦ୍ଧ ଚନ୍ଦ୍ରକୁ ଧରି ଓ କେତୁ ସର୍ପ ଧରି ରହିଥିବା ଚିତ୍ର ରହିଛି ।[୩]  

ଆଧାର[ସମ୍ପାଦନା]

  1. Govind Sadashiv Ghurye (1968). Rajput Architecture. Popular Prakashan. ISBN 978-81-7154-446-2.
  2. http://ignca.nic.in/asi_reports/orkhurda039.pdf
  3. Pradhan, Dr. Sadasiba. Lesser Known Monuments of Bhubaneswar. ISBN 81-7375-164-1.

ବାହାର ଆଧାର[ସମ୍ପାଦନା]