ଚକ୍ରଧର ବେହେରା
ଚକ୍ରଧର ବେହେରା | |
---|---|
![]() | |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ) | |
କାର୍ଯ୍ୟକାଳ ୧୯୩୭ – ୧୯୪୬ | |
ନିର୍ବାଚନ ମଣ୍ଡଳୀ | ପୂର୍ବ ଭଦ୍ରକ |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପର ଅଧିକାରୀ | ନନ୍ଦକିଶୋର ଜେନା |
ନିର୍ବାଚନ ମଣ୍ଡଳୀ | ଚାନ୍ଦବାଲି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଆଙ୍କପଡା, ଭଦ୍ରକ | ୧୬ ଜୁଲାଇ ୧୮୯୪
ମୃତ୍ୟୁ | ୧ ଜାନୁଆରୀ ୧୯୭୩ | (ବୟସ ୭୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବୃତ୍ତି | ରାଜନୀତିଜ୍ଞ |
ଚକ୍ରଧର ବେହେରା (୧୬ ଜୁଲାଇ ୧୮୯୪ - ୧ ଜାନୁଆରୀ ୧୯୭୩) ଜଣେ ଓଡ଼ିଆ ରାଜନେତା, ସଂଗଠକ ଓ କବି ଥିଲେ । ସେ ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୩୭ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ପୂର୍ବ ଭଦ୍ରକରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସ୍ୱାଧୀନତା ପରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ରାଜନୈତିକ ଜୀବନ[ସମ୍ପାଦନା]
ସେ ୧୯୨୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସଦଳରେ ଯୋଗ ଦେଇଥିଲେ । କନିକା ପ୍ରଜାମେଳିରେ ସେ ଅଂଶଗ୍ରହଣ କରିଥିଲେ । ଚକ୍ରଧର ବେହେରା ସ୍ୱାଧୀନତା ପୂର୍ବରୁ ପ୍ରଥମ ଓଡ଼ିଶା ବିଧାନ ସଭାକୁ ପୂର୍ବ ଭଦ୍ରକରୁ ନିର୍ବାଚିତ ହୋଇଥିଲେ ।[୧] ଏହି ବିଧାନ ସଭାରେ ସେ ୧୯୩୭ ମସିହାରୁ ୧୯୪୬ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୧] ସ୍ୱାଧୀନତା ପରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ନିର୍ବାଚନରେ ସେ ସମୁଦାୟ ୨୮,୫୬୮ ଖଣ୍ଡ ଭୋଟ ପାଇଥିଲେ ।[୩] ଏହି ବିଧାନ ସଭାରେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ସାହିତ୍ୟ ସର୍ଜନା[ସମ୍ପାଦନା]
ଚକ୍ରଧର ଜଣେ ବିପ୍ଲବୀ କବି ଭାବରେ ମଧ୍ୟ ପରିଚିତ ଥିଲେ । "ବନ୍ଦୀର ବିଳାପ" ଓ "ଜୟନ୍ତୀ" ନାମରେ ସେ ଦୁଇଟି ପୁସ୍ତକ ରଚନା କରିଥିଲେ ।[୪]
ମୃତ୍ୟୁ[ସମ୍ପାଦନା]
ଚକ୍ରଧର ବେହେରା ୧୯୭୩ ମସିହାର ଜାନୁଆରୀ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୫] ୯ ଫେବୃଆରୀ ୧୯୭୩ରେ ତାଙ୍କୁ ଓଡ଼ିଶା ବିଧାନ ସଭା ଗୃହରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।[୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ "Late Chakradhar Behera". odishaassembly.nic.in. Odisha Assembly. Retrieved 17 April 2019.
- ↑ "MLA Chakradhar Behera Profile | CHANDABALI Constituency". odishahelpline.com. Retrieved 2019-04-17.
- ↑ "Orissa 1951". Election Commission of India (in Indian English). Retrieved 2019-06-27.
- ↑ "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୦୧/୦୧/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୦. ସମ୍ବାଦ. Retrieved 1 January 2020.
- ↑ "MLA Chakradhar Behera Profile | CHANDABALI Constituency". naveenpatnaik.com. Retrieved 2019-04-17.