ଚକ୍ରଧର ବେହେରା
ଚକ୍ରଧର ବେହେରା | |
---|---|
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ) | |
କାର୍ଯ୍ୟକାଳ ୧୯୩୭ – ୧୯୪୬ | |
ନିର୍ବାଚନ ମଣ୍ଡଳୀ | ପୂର୍ବ ଭଦ୍ରକ |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପର ଅଧିକାରୀ | ନନ୍ଦକିଶୋର ଜେନା |
ନିର୍ବାଚନ ମଣ୍ଡଳୀ | ଚାନ୍ଦବାଲି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଆଙ୍କପଡା, ଭଦ୍ରକ | ୧୬ ଜୁଲାଇ ୧୮୯୪
ମୃତ୍ୟୁ | ୧ ଜାନୁଆରୀ ୧୯୭୩ | (ବୟସ ୭୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବୃତ୍ତି | ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ |
ଚକ୍ରଧର ବେହେରା (୧୬ ଜୁଲାଇ ୧୮୯୪ - ୧ ଜାନୁଆରୀ ୧୯୭୩), ଲୋକପ୍ରିୟ ବିପ୍ଲବୀ ଭାବରେ ପରିଚିତ। ସେ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ ଓ କବି ଥିଲେ । ସେ ବ୍ରିଟିଶ ସରକାର ଓ କନିକା ରାଜାଙ୍କ ମିଳିତ ଶକ୍ତି ବିରୋଧରେ ହେଇଥିବା ଚାଷୀ ବିଦ୍ରୋହର ମୁଖ୍ୟ ନାୟକ ଥିଲେ। ସେ ମଧ୍ୟ ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସେ ୧୯୨୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସଦଳରେ ଯୋଗ ଦେଇଥିଲେ । କନିକା ପ୍ରଜାମେଳିରେ ସେ ଅଂଶଗ୍ରହଣ କରିଥିଲେ ।[୨] ଚକ୍ରଧର ବେହେରା ସ୍ୱାଧୀନତା ପୂର୍ବରୁ ପ୍ରଥମ ଓଡ଼ିଶା ବିଧାନ ସଭାକୁ ପୂର୍ବ ଭଦ୍ରକରୁ ନିର୍ବାଚିତ ହୋଇଥିଲେ ।[୩] ଏହି ବିଧାନ ସଭାରେ ସେ ୧୯୩୭ ମସିହାରୁ ୧୯୪୬ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୧] ସ୍ୱାଧୀନତା ପରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ନିର୍ବାଚନରେ ସେ ସମୁଦାୟ ୨୮,୫୬୮ ଖଣ୍ଡ ଭୋଟ ପାଇଥିଲେ ।[୫] ଏହି ବିଧାନ ସଭାରେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ରଚନାବଳୀ
[ସମ୍ପାଦନା]ଚକ୍ରଧର ଜଣେ ବିପ୍ଲବୀ କବି ଭାବରେ ମଧ୍ୟ ପରିଚିତ ଥିଲେ । "ବନ୍ଦୀର ବିଳାପ" ଓ "ଜୟନ୍ତୀ" ନାମରେ ସେ ଦୁଇଟି ପୁସ୍ତକ ରଚନା କରିଥିଲେ ।[୬]
ମୃତ୍ୟୁ
[ସମ୍ପାଦନା]ଚକ୍ରଧର ବେହେରା ୧୯୭୩ ମସିହାର ଜାନୁଆରୀ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୭] ୯ ଫେବୃଆରୀ ୧୯୭୩ରେ ତାଙ୍କୁ ଓଡ଼ିଶା ବିଧାନ ସଭା ଗୃହରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Late Chakradhar Behera". odishaassembly.nic.in. Odisha Assembly. Retrieved 17 April 2019.
- ↑ Mahotsav, Amrit. "Bandira Bilapa by Chakradhara Behera". Azadi Ka Amrit Mahotsav, Ministry of Culture, Government of India (in English). Retrieved 2023-09-28.
{{cite web}}
: CS1 maint: unrecognized language (link) - ↑ ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୬. ISBN 978-81-89436-54-4. Retrieved 7 November 2023.
{{cite book}}
: CS1 maint: unrecognized language (link) - ↑ "MLA Chakradhar Behera Profile | CHANDABALI Constituency". odishahelpline.com. Retrieved 2019-04-17.
- ↑ "Orissa 1951". Election Commission of India (in Indian English). Retrieved 2019-06-27.
- ↑ "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୦୧/୦୧/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୦. ସମ୍ବାଦ. Retrieved 1 January 2020.
- ↑ "MLA Chakradhar Behera Profile | CHANDABALI Constituency". naveenpatnaik.com. Archived from the original on 2017-10-21. Retrieved 2019-04-17.