ଗ୍ରାମ ବିକାଶ

ଉଇକିପିଡ଼ିଆ ରୁ
Jump to navigation Jump to search
ଗ୍ରାମ ବିକାଶ
ପ୍ରତିଷ୍ଠାତା (ଗଣ)ଜୋଏ ମଡିଏଥ୍
ପ୍ରକାରସ୍ୱେଚ୍ଛାସେବୀ ସଂଗଠନ
ପ୍ରତିଷ୍ଠା କାଳ୧୯୭୯
ମହୁଡା , ଓଡ଼ିଶା, ଭାରତ
ଅବସ୍ଥିତିମହୁଡା , ଓଡ଼ିଶା, ଭାରତ
ମୂଳ ଲୋକଜୋଏ ମଡିଏଥ୍
ମୂଳ କ୍ଷେତ୍ରଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ
ଲକ୍ଷପାଣି ଏବଂ ଶୁଚିତ୍ତ୍ୱ
ବିଧିEmpowerment, gender equality, sustainability, self-governance
ୱେବସାଇଟwww.GramVikas.org

ଗ୍ରାମବିକାଶ ଏକ ଆନ୍ତର୍ଜାତୀୟସ୍ତରର ସ୍ୱେଚ୍ଛାସେବୀ ସଂଗଠନ । ଗ୍ରାମବିକାଶ ଶବ୍ଦର ଅର୍ଥ ହେଉଛି ଗାଁର ଉନ୍ନତି[୧] ଭାରତଆଫ୍ରିକାର ବିଭିନ୍ନ ଗ୍ରାମ୍ୟ ତଥା ଆଦିବାସୀ ସଂମ୍ପ୍ରଦାୟର ଲୋକମାନଙ୍କ ହିତରେ ଏହି ସଂଗଠନ କାମ କରୁଛି । । ୧୯୭୯ରେ ଜୋ ମାଡିଆଥ୍ ଏହି ସଂଗଠନ ପ୍ରତିଷ୍ଠା କରିଥିଲେ ।[୨] ଦେଶର ବିଭିନ୍ନ ଅନୁନ୍ନତ ଗାଁ ଓ ଏହାର ପଛୁଆବର୍ଗର ଲୋକଙ୍କୁ ସହଜସୁଲଭ ଉପାୟରେ ଏକ ଉନ୍ନତ ଜୀବନଶୈଳୀ ଉପଲବ୍ଧ କରାଇବା ଗ୍ରାମବିକାଶର ମୂଳ ଉଦ୍ଧେଶ୍ୟ । ଏହାଛଡା ମହିଳା ସଶକ୍ତିକରଣ, ସାମାଜିକ ଭେଦଭାବ ଦୂର, ଆର୍ଥିକ ଅଭିବୃଦ୍ଧି, ଦକ୍ଷତା ବୃଦ୍ଧି ପରି ଲକ୍ଷ୍ୟପୂରଣ ଦିଗରେ ଗ୍ରାମବିକାଶ କାର୍ଯ୍ୟ କରୁଛି । ଗ୍ରାମବିକାଶ ମନ୍ତ୍ର(MANTRA) ସାହାଯ୍ୟରେ ଗ୍ରାମ୍ୟସମାଜର ସାମଗ୍ରୀକ ବିକାଶ ନିମନ୍ତେ କାର୍ଯ୍ୟ କରୁଛି । ସମାଜର ପଛୁଆ ବର୍ଗର ଲୋକମାନଙ୍କୁ ଏକ ସମ୍ମାନସ୍ପଦ ଜୀବନ ଉପଲବ୍ଧ କରାଇ ଏକ ସଚେତନ ଗ୍ରାମ୍ୟ ଗୋଷ୍ଠୀ ସୃଷ୍ଟି ଦିଗରେ ଗ୍ରାମବିକାଶ ଏକ ମିଶନ ପାଲଟିଛି ।

ମୂଳଦୁଆ[ସମ୍ପାଦନା]

ଗ୍ରାମବିକାଶ ଏକ ଆନ୍ତର୍ଜାତିକସ୍ତରର ସ୍ୱେଚ୍ଛାସେବୀ ସଂଗଠନ, ଯାହା କି ଆଦିବାସୀ, ଦଳିତ ଏବଂ ଗରିବ ଶ୍ରେଣୀର ଲୋକମାନଙ୍କ ହିତରେ କାର୍ଯ୍ୟ କରିଥାଏ । ଏହା ମୁଖ୍ୟତଃ ଦକ୍ଷିଣ ଏବଂ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ସକ୍ରିୟ ଭାବରେ କାମ କରୁଛି । ମାଦ୍ରାସର କିଛି ଯୁବ ସ୍ୱେଚ୍ଛାସେବୀଙ୍କଦ୍ୱାରା ପ୍ରଥମେ ଗ୍ରାମ ବିକାଶର ମୂଳଦୁଆ ପଡିଥିଲା । [୩] ୧୯୭୯ ମସିହା ବାତ୍ୟାରେ ଓଡ଼ିଶାକୁ ରିିଲିଫ କାର୍ଯ୍ୟକର୍ତା ଭାବରେ ଗ୍ରାମବିକାଶର ସ୍ୱେଚ୍ଛାସେବୀ ମାନେ ଆସି ଓଡ଼ିଶାର ଗ୍ରାମୀଣଲୋକଙ୍କର ସାମଗ୍ରିକ-ବିକାଶ ପାଇଁ ଚେଷ୍ଟା କରିଥିଲେ । କେରାଣ୍ଡିମାଳର କିଛି ଆଦିବାସୀ ଗ୍ରାମରେ ୧୯୭୯ ମସିହାରେ ଗ୍ରାମବିକାଶ ପ୍ରଥମ କରି ଓଡ଼ିଶାର କାର୍ଯ୍ୟ କରିବା ଆରମ୍ଭ କରିଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରୁ ୧୧ କି.ମି ଦୂର ମହୁଡା ଗ୍ରାମରେ ରହିଛି । ଗ୍ରାମବିକାଶ ସିଧାସଳଖ ଭାବରେ ଓଡ଼ିଶାର ୨୫ଟି ଜିଲ୍ଲାର ୧୨୫୯ଟି ଗାଁର୪,୦୨,୫୭୯ ଲୋକଙ୍କ ସହିତ ଜଡିତ ।

ଗୃହନିର୍ମାଣ କ୍ଷେତ୍ରରେ ଗ୍ରାମବିକାଶ[ସମ୍ପାଦନା]

ଗାଁର ଲୋକମାନଙ୍କ ଆର୍ଥିକ ସ୍ଥିତି ଓ ଆବଶ୍ୟକତାକୁ ଧ୍ୟାନରେ ରଖି ଆମେ ସ୍ୱଳ୍ପ ଖର୍ଚ୍ଚରେ ନିରାପଦ ଓ ସୁରକ୍ଷିତ ବାସସ୍ଥାନ ନିର୍ମାଣକରିବାର ଲକ୍ଷ୍ୟ ରଖିଛି ଗ୍ରାମବିକାଶ । ଗୋଟିଏ ପରିବାରର ଆବଶ୍ୟକତାକୁ ଲ କ୍ଷ୍ୟକରି ସୁରକ୍ଷିତ ଓ ଆରାମଦେୟ ଘର ଅଳ୍ପ ଖର୍ଚ୍ଚରେ ତିଆରି କରିବାର ଲକ୍ଷ୍ୟ ରଖିଛି । ଗ୍ରାମର ବସତିରେ ଉନ୍ନତି ସହ ଗ୍ରାମର ସାମଗ୍ରିକ ଉନ୍ନତି ପାଇଁ ଗ୍ରାମବିକାଶ ଯୋଜନା ରଖିଛି । ତେବେ ଏହାର ପ୍ରତ୍ୟେକ କାର୍ଯ୍ୟକଳାପ ଗ୍ରାମରେ ୧୦୦% ଉନ୍ନତି-ବସତି ସ୍ଥାପନ ଉପରେ କେନ୍ଦ୍ରୀତ ।

ଉନ୍ନତ-ବସତି ସ୍ଥାପନରେ ଜୀବନଧାରଣର ମାନପ୍ରତିଷ୍ଠା ଦିଗରେ ଗ୍ରାମବିକାଶଦ୍ୱାରା ଧ୍ୟାନ ରଖାଯାଉଥିବା କେତୋଟି ଦିଗ ହେଲା-

  • ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ଗୃହ ନିର୍ମାଣ । ପ୍ରତ୍ୟେକ ଘର ୪୫୦ ବର୍ଗ ଫୁଟ ପରିମିତ ଏବଂ ପ୍ରତ୍ୟେକ ଘରେ ୨ଟି ବଖରା, ଗୋଟିଏ ରୋଷେଇ ଘର,ବାରଣ୍ଡାର ବ୍ୟବସ୍ଥା ।
  • ପ୍ରତ୍ୟେକ ପରିବାର ପାଇଁ ଶୌଚାଳୟର ବ୍ୟବସ୍ଥା ।
  • ପାଇପଦ୍ୱାରା ଭୂତଳ ଜଳ ଯୋଗାଣର ବ୍ୟବସ୍ଥା । ଜଳ ସଂରକ୍ଷଣ ପାଇଁ ପାଣି ଟାଙ୍କିର ନିର୍ମାଣ । ପାଇପ ଲାଇନଦ୍ୱାରା ପ୍ରତ୍ୟେକ ରୋଷେଇ ଘର ଓ ଶୌଚାଳୟକୁ ଜଳ ସଂଯୋଗର ବ୍ୟବସ୍ଥା ।
  • ଗାଁମାନଙ୍କରେ ରାସ୍ତା ଓ ଡ୍ରେନ ମରାମତି ବା ନିର୍ମାଣ
  • ଆଶ୍ରୟସ୍ଥଳୀ ନିର୍ମାଣ
  • ସାମାଜ କଲ୍ୟାଣ କାର୍ଯ୍ୟ, ଯଥା- ବନୀକରଣ, ପୋଖରୀ ଆଦି ଖନନ
  • ଘରମଧ୍ୟରେ ଅଲଗା ଭାବରେ କାମ କରିବା ପାଇଁ ଏକ କର୍ମସ୍ଥଳୀ
  • ଖାଦ୍ୟଶସ୍ୟ ସଂରକ୍ଷଣ କରିବା ପାଇଁ ସଂରକ୍ଷଣଗୃହ ନିର୍ମାଣ
  • ମାଛଚାଷ, ଲାଭଜନକ ଚାଷ, କ୍ଷୁଦ୍ରଶିଳ୍ପ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା
  • ଶକ୍ତି ସଂରକ୍ଷଣ କରିବା, ବିଦ୍ୟୁତ ବ୍ୟତୀତ, ଜୈବଗ୍ୟାସର ବ୍ୟବହାର ଓ ସଂରକ୍ଷଣଦ୍ୱାରା ଶକ୍ତି ଯୋଗାଣ

ଆଭିମୁଖ୍ୟ[ସମ୍ପାଦନା]

ଗ୍ରାମବିକାଶର ମୁଖ୍ୟ ଆଭିମୁଖ୍ୟ ହେଉଛି ଗ୍ରାମର ଗରିବଶ୍ରେଣୀର ଲୋକମାନଙ୍କୁ ଏକ ଉନ୍ନତ ଓ ନିରାପଦ ଆବାସ ଯୋଗାଇବା । ସେମାନଙ୍କ ଜୀବନଧାରଣର ମାନକୁ ଉନ୍ନତକରି ତାଙ୍କୁ ପ୍ରଗତି ଆଡକୁ ପ୍ରୋତ୍ସାହିତ କରାଇବା । ଗରିବ ଲୋକ ଓ ସଭ୍ୟସମାଜ ମଧ୍ୟରେ ଗ୍ରାମବିକାଶ ଏକ ଯୋଗାଯୋଗର ସୂତ୍ର ପରି କାମ କରୁଛି । ଆର୍ଥିକ ଓ ବୈଷୟିକ କ୍ଷେତ୍ରରେ ବାହ୍ୟ ଅନୁଷ୍ଠାନ ସହ ଏକ ଯୋଗସୂତ୍ର ରକ୍ଷା କରିବା । ଆର୍ଥିକସ୍ତରରେ ଯଦିଓ ଏହି ଗ୍ରାମ୍ୟଲୋକମାନେ ଋଣଗ୍ରହୀର ଯୋଗ୍ୟତା ମଧ୍ୟରେ ଆସୁନାହାନ୍ତି ।

ଓଡ଼ିଶାର ଗଜପତି,କନ୍ଧମାଳ,କଳାହାଣ୍ଡି, କୋରାପୁଟ, ମାଲକାନାଗିରି ଆଦି ଜିଲ୍ଲାରେ ଅନେକ ଆଦିବାସୀ ପରିବାର ରହିଛନ୍ତି । ଏମାନଙ୍କ ମଧ୍ୟରୁ ଗ୍ରାମବିକାଶ ୧୦,୦୦୦ ଗରିବ ଆଦିବାସୀ ପରିବାର ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଓଡ଼ିଶା ଆଦିବାସୀ ସଶକ୍ତିକରଣ ଓ ଜୀବିକା କାର୍ଯ୍ୟକ୍ରମ ସହ ମିଶି ଗ୍ରାମବିକାଶ ଗାଁଲୋକଙ୍କ ସହେଯାଗରେ ଜଳ ଓ ପରିମଳ ସମସ୍ୟା ଉପରେ କାମକରୁଛନ୍ତି । ଏବେ ସରକାରୀ ସହାୟତାରେ ଗାଁଗୁଡିକରେ ଉନ୍ନତ-ଆବାସ ଓ ମଜୁରୀ ଭିତ୍ତିକ ରୋଜଗାର,ଦକ୍ଷତା ବୃଦ୍ଧି ଦିଗରେ କାମକରୁଛି ଗ୍ରାମବିକାଶ ।

ସଫଳତା[ସମ୍ପାଦନା]

ଗ୍ରାମବିକାଶ ଏପର୍ଯ୍ୟନ୍ତ ଓଡ଼ିଶାର ୨୫ଟି ଜିଲ୍ଲାର ୧୨୫୯ଟି ଗ୍ରାମର ୪,୦୦,୯୦୧ ଜଣ ଲୋକ ଗ୍ରାମବିକାଶସହ ସିଧାସଳଖ ଭାବେ ଜଡିତ । ତେବେ ଏହି ଯୋଜନାକୁ ଆହୁରି ବିସ୍ତୃତ ସ୍ଥିତିରେ ସଫଳ ରୂପାୟନ କରିବାକୁ ଗ୍ରାମବିକାଶଲକ୍ଷ୍ୟ ରଖିଛି । ଗ୍ରାମବିକାଶ ଓଡ଼ିଶାର ଗ୍ରାମ୍ୟସମାଜର ଉତ୍ଥାନରେ ଏକ ବିପ୍ଳବର ରୂପ ନେଇଛି । ସାମାଜିକ, ଆର୍ଥିକସ୍ଥିତିରେ ସୁଧାର ଆସିବା ସହ ଏକ ଉନ୍ନତ ଜୀବନର ମାନ ନିର୍ଦ୍ଧାରଣ ହୋଇପାରିଛି । ସମସ୍ତଙ୍କର ମୌଳିକ ଆବଶ୍ୟକତା ସମାନ ଏବଂ ସମସ୍ତଙ୍କୁ ସମ୍ମାନର ସହ ଜୀବନ ବଞ୍ଚିବାର ଅଧିକାର ଅଛି । ଏହି ଅଧିକାରକୁ ସମ୍ପୂର୍ଣ ପୃଷ୍ଟି କରୁଛି ଗ୍ରାମବିକାଶ ।

ଆଧାର[ସମ୍ପାଦନା]

  1. Chowdhuri, Imran; Filipe M. Santos (October 2010). "Scaling Social Innovations: The Case of Gram Vikas". INSEAD: 11. Retrieved 19 January 2012.
  2. Duflo, Esther; Banerjee, Abhijit (2012-01-12). Poor Economics: A Radical Rethinking of the Way to Fight Global Poverty. PublicAffairs. pp. 46–. ISBN 978-1-58648-798-0. Retrieved 12 January 2012.
  3. Pradeep, K. "In Pursuit of Social Justice". The Hindu. Retrieved 17 January 2012.

http://theglobaljournal.net/article/view/548/

ବାହାର ତଥ୍ୟ[ସମ୍ପାଦନା]