ଗର୍ଭ ଅସୁସ୍ଥି

ଉଇକିପିଡ଼ିଆ ରୁ
(Morning sickness ରୁ ଲେଉଟି ଆସିଛି)
Jump to navigation Jump to search
ଗର୍ଭ ଅସୁସ୍ଥି
nausea and vomiting of pregnancy, nausea gravidarum, emesis gravidarum, pregnancy sickness
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିObstetrics
ଆଇସିଡ଼ି-୧୦O21.0.
ଆଇସିଡ଼ି-୯-ସିଏମ୍643.0
ମେଡ଼ିସିନ-ପ୍ଲସ003119

ଗର୍ଭ ଅସୁସ୍ଥି, ଗର୍ଭାବସ୍ଥାର କତିପୟ ଲକ୍ଷଣମାନଙ୍କର ନାମ ଯେଉଁଥିରେ ଓକାଳ (nausea) ଓ ବାନ୍ତି (vomiting) ହୁଏ ।[୧] ଓକାଳ ଓ ବାନ୍ତି ଦିନର ଯେ କୌଣସି ସମୟରେ ହୋଇପାରେ । ଗର୍ଭର ୪ରୁ ୧୬ ସପ୍ତାହ ମଧ୍ୟରେ ଏହି ଲକ୍ଷଣ‌ଗୁଡ଼ିକ ଦେଖାଯାଏ । ଗର୍ଭର ୨୦ ସପ୍ତାହ ପରେ ମଧ୍ୟ ୧୦% ମହିଳାଙ୍କର ଏହି ଲକ୍ଷଣ ଲାଗିରହେ ।[୨] ଏହାର ଏକ ସାଂଘାତିକ ଅବସ୍ଥାକୁ ହାଇପରଏମେସିସ ଗ୍ରାଭିଡାରମ୍ (hyperemesis gravidarum) କୁହାଯାଏ ।[୩][୧]

ଗର୍ଭ ଅସୁସ୍ଥିର କାରଣ ଅଦ୍ୟାବଧି ଅଜ୍ଞାତ, କିନ୍ତୁ ପରିବର୍ତ୍ତିତ ହ୍ୟୁମ୍ୟାନ କୋରିଓନିକ ଗୋନାଡୋଟ୍ରଫିନ (human chorionic gonadotrophin) ହରମୋନ ସ୍ତର ସ‌ହିତ ଏହାର ସମ୍ପର୍କ ଥାଇପାରେ ।[୨] କେତେକ ଲୋକ ପ୍ରସ୍ତାବ ଦିଅନ୍ତି; କ୍ରମ‌ବିକାଶ ମତବାଦ ଅନୁସାରେ ଏହା ଆବଶ୍ୟକ ହୋଇପାରେ । [୧] ଅନ୍ୟାନ୍ୟ ସମ୍ଭାବ୍ୟ କାରଣମାନ ତ୍ୟାଗ କଲାପରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୪] ଗର୍ଭ ଅସୁସ୍ଥିରେ ଉଦର ଯନ୍ତ୍ରଣା (Abdominal pain), ଜ୍ୱର, ବା ମୁଣ୍ଡବଥା ହୁଏନାହିଁ ।[୧]

ଗର୍ଭାବସ୍ଥା ହେବା ପୂର୍ବରୁ ଉପ‌ଯୁକ୍ତ ଜୀବସାର ଓ ଲବଣ ଖାଇଲେ ଏହି ଗର୍ଭ ଅସୁସ୍ଥି ସଙ୍କଟ ଦୂର ହୋଇଯାଇପାରେ ।[୪] ସାମାନ୍ୟ ବେମାର ଥିଲେ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ନ ଦେଇ ନରମ ଆହାର ଦେଲେ ଯଥେଷ୍ଟ ହୁଏ ।[୨][୪][୩] ଔଷଧ ଆବଶ୍ୟକ ହେଲେ ପ୍ରଥମରୁ ଡକ୍ସିଲାମିନ ଓ ପାଇରିଡକ୍ସିନ (doxylamine and pyridoxine) ମିଶ୍ରିତ ଦେବାକୁ ସୁପାରିସ କରାଯାଏ ।[୪][୫] ଅଦା ବ୍ୟବ‌ହାରର ଉପକାର ଥିବା ପ୍ରମାଣ ମିଳୁଛି ।[୪][୬] ସାଂଘାତିକ ଥିଲେ ଓ କୌଣସି ଉପଚାର କାର୍ଯ୍ୟକାରୀ ନ ହେଲେ ମିଥାଇଲ ପ୍ରେଡନିସୋଲୋନ ଦେଇ (methylprednisolone) ପରୀକ୍ଷା କରାଯାଇପାରେ । ଗର୍ଭିଣୀର ଓଜନ ହ୍ରାସ ହେଉଥିଲେ ନଳି ଖାଦ୍ୟ Tube feeding ଦିଆଯାଏ ।[୪]

କିଛି ପରିମାଣରେ ୮୦% ଗର୍ଭିଣୀ ମହିଳାମାନେ ଗର୍ଭ ଅସୁସ୍ଥି ଭୋଗ କରନ୍ତି ।[୫] ପ୍ରାୟ ୬୦% ମହିଳାଙ୍କର ବାନ୍ତି ହୁଏ ।[୨] ୧.୬% ଗର୍ଭିଣୀଙ୍କର ହାଇପରଏମେସିସ ଗ୍ରାଭିଡାରମ୍ ହୁଏ ।[୧] ଗର୍ଭ ଅସୁସ୍ଥି ହେଲେ ଜୀବନ‌ଚର୍ଯ୍ୟା ପ୍ରଭାବିତ ହୁଏ, କର୍ମଶୀଳତା କମିଯାଏ ଓ ସ୍ୱାସ୍ଥ୍ୟରକ୍ଷା ଖର୍ଚ୍ଚ ବଢ଼ିଯାଏ ।[୪] ସାଧାରଣତଃ ସାମାନ୍ୟ ଓ ମଧ୍ୟମ ଧରଣର କେଶ୍‌ରେ ଶିଶୁ ଉପରେ କିଛି ପ୍ରଭାବ ପଡ଼େନାହିଁ । ସାଂଘାତିକ କେଶ୍‌ରେ ମଧ୍ୟ ଫଳାଫଳ ସାଧାରଣ ହୋଇପାରେ । ଅତିଶୟ କଷ୍ଟଦାୟକ ଲକ୍ଷଣ ପ୍ରକାଶ ପାଇଲେ କେତେକ ମହିଳା ଗର୍ଭପାତ କରିବାକୁ ପସନ୍ଦ କରନ୍ତି । ଅଧିକ ଜଟିଳ କେଶ୍‌ରେ ୱେର୍ନିକ ଏନସେଫାଲୋପାଥି (Wernicke encephalopathy) ବା ଏସୋଫେଜିଆଲ ଭାରିସେସ (esophageal rupture) ହୋଇପାରେ କିନ୍ତୁ କ୍ୱଚିତ ଏହି ରୋଗମାନ ହୁଅନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Practice Bulletin No. 153: Nausea and Vomiting of Pregnancy". Obstetrics and gynecology. 126 (3): e12–24. September 2015. doi:10.1097/AOG.0000000000001048. PMID 26287788.
  2. ୨.୦ ୨.୧ ୨.୨ ୨.୩ Festin, M (3 June 2009). "Nausea and vomiting in early pregnancy". BMJ clinical evidence. 2009. PMC 2907767. PMID 21726485.
  3. ୩.୦ ୩.୧ "Pregnancy". Office on Women's Health. September 27, 2010. Retrieved 5 December 2015.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Practice Bulletin Summary No. 153: Nausea and Vomiting of Pregnancy". Obstetrics and gynecology. 126 (3): 687–8. September 2015. doi:10.1097/01.aog.0000471177.80067.19. PMID 26287781.
  5. ୫.୦ ୫.୧ Koren, G (December 2014). "Treating morning sickness in the United States--changes in prescribing are needed". American Journal of Obstetrics and Gynecology. 211 (6): 602–6. doi:10.1016/j.ajog.2014.08.017. PMID 25151184.
  6. Matthews, A; Haas, DM; O'Mathúna, DP; Dowswell, T (8 September 2015). "Interventions for nausea and vomiting in early pregnancy". The Cochrane database of systematic reviews (9): CD007575. doi:10.1002/14651858.CD007575.pub4. PMID 26348534.