କ୍ୟାପିଟାଲ ହାଇସ୍କୁଲ

ଉଇକିପିଡ଼ିଆ‌ରୁ
କ୍ୟାପିଟାଲ ହାଇସ୍କୁଲ
କ୍ୟାପିଟାଲ ହାଇସ୍କୁଲ ଭୁବନେଶ୍ୱର
ଅବସ୍ଥାନ
ଭୁବନେଶ୍ୱର, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୫୧
ଅଧ୍ୟକ୍ଷ ନିରୁପମା ମଙ୍ଗରାଜ
ଶ୍ରେଣୀ ଶ୍ରେଣୀ ୬ରୁ ୧୦ମ
ଛାତ୍ରଛାତ୍ରୀ ସଂଖ୍ୟା ୧,୦୦୦+
ୱେବସାଇଟ

କ୍ୟାପିଟାଲ ହାଇସ୍କୁଲ ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ସରକାରୀ ଓଡ଼ିଆ ମାଧ୍ୟମ ଉଚ୍ଚବିଦ୍ୟାଳୟ ।[୧]

ଅବସ୍ଥିତି[ସମ୍ପାଦନା]

ଏହି ବିଦ୍ୟାଳୟଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳ ୩ ନମ୍ବର ଅଞ୍ଚଳରେ ଅବସ୍ଥିତ ।

ବିଶେଷତ୍ୱ[ସମ୍ପାଦନା]

ଏହି ବିଦ୍ୟାଳୟଟି, ଭୁବନେଶ୍ୱରର ଅନ୍ୟତମ ପୁରାତନ ବିଦ୍ୟାଳୟ । ଏଠାରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଏ ଓ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୧,୫୦୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ବିଦ୍ୟାଳୟ ସହ ସଂଶ୍ଳିଷ୍ଠ ରହିଛି "ଠକ୍କର ବାପା ଆଦିବାସୀ ଛାତ୍ରାବାସ" । ଏଠାରେ ପ୍ରାୟ ୧୦୦ ଜଣ ଅନ୍ତେବାସୀ ରହି କ୍ୟାପିଟାଲ ହାଇସ୍କୁଲରେ ଶିକ୍ଷାଗ୍ରହଣ କରନ୍ତି । [୨] ଏହି ବିଦ୍ୟାଳୟର ଖେଳ ପଡ଼ିଆରେ ବିଭିନ୍ନ ପ୍ରକାର କ୍ରୀଡାର ସୁବିଧା ରହିଛି । ବିଦ୍ୟାଳୟ ପରିସରରେ ଥିବା ପ୍ରାଥନା ଗୃହଟିରେ ବିଭିନ୍ନ ପ୍ରକାରର ଆଞ୍ଚଳିକ ତଥା ରାଜ୍ଯସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।[୩] [୪][୫]

ଇତିହାସ[ସମ୍ପାଦନା]

କ୍ୟାପିଟାଲ ହାଇସ୍କୁଲ ୧୯୫୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ପ୍ରଥମ ପ୍ରଧାନ ଶିକ୍ଷକ ରୂପେ ଶ୍ରୀ ଗଣେଶ ଚନ୍ଦ୍ର ମିଶ୍ର ୧୬ ଜୁଲାଇ ୧୯୫୧ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ବିଦ୍ୟାଳୟ ପ୍ରଥମେ ଆଜିର ଦୁଇ ନମ୍ବର ବାଳିକା ବିଦ୍ୟାଳୟରେ ଚାଲୁଥିଲା । ୧୯୫୮ ମସିହା ଅଗଷ୍ଟ ୨୪ ତାରିଖ ଦିନ ଦୁଇ ନମ୍ବର ମୂଳ ସ୍କୁଲରୁ ଅଲଗା ହୋଇ, କ୍ୟାପିଟାଲ ହାଇସ୍କୁଲ ଏବେକାର ତିନି ନମ୍ବରଠାରେ ଥିବା ନୂତନ କୋଠାଘରକୁ ଆସିଥିଲା । ଗଣେଶ ଚନ୍ଦ୍ର ମିଶ୍ର ମଧ୍ୟ ବଦଳି ହୋଇ ନୂଆ ସ୍କୁଲକୁ ପ୍ରଧାନ ଶିକ୍ଷକ ହୋଇ ଆସିଥିଲେ । ସୁଧାମଞ୍ଜରୀ ଦାସ ବାଳିକା କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇଥିଲେ । ଗଣେଶ ଚନ୍ଦ୍ର ମିଶ୍ରଙ୍କ ପରବର୍ତ୍ତୀ ସମୟରେ ଶ୍ରୀ ଲକ୍ଷ୍ମଣ କର, ଶ୍ରୀ ଶରତ ଚନ୍ଦ୍ର ବସୁ[୬] ଇତ୍ୟାଦି ବହୁ ଛାତ୍ରବତ୍ସଳ ଶିକ୍ଷକ, ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଯାଇଛନ୍ତି । ଇତି ମଧ୍ୟରେ ବିଦ୍ୟାଳୟଟି ୬୧ ବର୍ଷ ପୁରଣ କରି ସାରିଛି । [୭]୨୮ ଓ ୨୯ ଅପ୍ରେଲ ୨୦୧୨ରେ ବିଦ୍ୟାଳୟର ହୀରକ ଜୟନ୍ତି ପାଳନ କରାଯାଇଥିଲା ।[୮] ହୀରକ ଜୟନ୍ତି ଅବସରରେ ଭାରତୀୟ ଡାକବିଭାଗ ତରଫରୁ ସ୍କୁଲକୁ ଉତ୍ସର୍ଗୀକୃତ ଏକ ସ୍ୱତନ୍ତ୍ର ଲଫାପା ପ୍ରକାଶ କରାଯାଇଛି ।[୯] ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ଅର୍ଜନ କରିଛନ୍ତି ।

ଗ୍ୟାଲେରି[ସମ୍ପାଦନା]

ଆହୁରି ଦେଖିବେ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Press in India: Part 1 . Ministry of Information and Broadcasting, India. Office of the Registrar of Newspapers (1965)
  2. Bijoya Mishra (2011). Higher Education of SC/ST Girls in Orissa: A Study of Participation and Attainment. Gyan Publishing House. pp. 132–. ISBN 978-81-212-1133-8. Retrieved 24 September 2012.
  3. "ଆର୍କାଇଭ୍ କପି". Archived from the original on 2013-03-11. Retrieved 2012-09-24. {{cite web}}: Cite has empty unknown parameter: |1= (help)
  4. "ଆର୍କାଇଭ୍ କପି". Archived from the original on 2018-09-17. Retrieved 2012-09-24. {{cite web}}: Cite has empty unknown parameter: |1= (help)
  5. "ଆର୍କାଇଭ୍ କପି". Archived from the original on 2013-03-13. Retrieved 2012-09-24. {{cite web}}: Cite has empty unknown parameter: |1= (help)
  6. Orissa (India). Legislative Assembly (1965). Debates. Retrieved 24 September 2012.
  7. http://www.dailypioneer.com/state-editions/bhubaneswar/60987-capital-high-school-goes-gaga-from-today.html
  8. "ଆର୍କାଇଭ୍ କପି". Archived from the original on 2013-01-03. Retrieved 2012-09-24. {{cite web}}: Cite has empty unknown parameter: |1= (help)
  9. http://philamirror.info/2012/05/09/special-cover60-years-of-capital-high-school-bhubaneswar/

ବାହାର ଲିଙ୍କ[ସମ୍ପାଦନା]