କୃଷ୍ଣ କୁମାର ମହାନ୍ତି

ଉଇକିପିଡ଼ିଆ‌ରୁ
କୃଷ୍ଣ କୁମାର ମହାନ୍ତି
Krushna Kumar Mohanty
୨୦୨୩ ମସିହାର ଭଦ୍ରକଠାରେ ଆୟୋଜିତ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହରେ କୃଷ୍ଣ କୁମାର ମହାନ୍ତି ।
ଜନ୍ମ (1966-04-28) ୨୮ ଅପ୍ରେଲ ୧୯୬୬ (ବୟସ ୫୭)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ସାମ୍ବାଦିକ
କବି
ଲେଖକ
ସମ୍ପାଦକ
ଚାକିରିକ୍ଷେତ୍ର(ସମୂହ)ଧ୍ୱନି ପ୍ରତିଧ୍ୱନି (୧୯୯୯ – ୨୦୧୬)
ରେବତୀ (୨୦୧୮ – ଏବେଯାଏଁ)
ଉଲ୍ଲେଖନୀୟ କୃତିରୁବି ରାୟ
ବୈବାହିକ-ସାଥୀମମତା ମହାନ୍ତି (୧୯୮୯ – ଏବେଯାଏଁ)
ସନ୍ତାନପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି (ଝିଅ)
କୁମାର ପ୍ରତୀକ (ପୁଅ)

କୃଷ୍ଣ କୁମାର ମହାନ୍ତି (ଜନ୍ମ: ୨୮ ଅପ୍ରେଲ ୧୯୬୬; ଜନ୍ମସ୍ଥାନ: ଚାନ୍ଦିପୁର) ଜଣେ ଓଡ଼ିଆ ସାମ୍ବାଦିକ, ସମ୍ପାଦକ, କବି ଓ ଲେଖକ । ସେ ଧ୍ୱନି ପ୍ରତିଧ୍ୱନି ଖବର କାଗଜର ସହ-ସମ୍ପାଦକ ଭାବରେ ୨୦୧୬ ଯାଏଁ କାର୍ଯ୍ୟ କରିଥିଲେ ଏବଂ ପରେ ୨୦୧୮ ମସିହାରୁ ରେବତୀ ସାହିତ୍ୟ ପତ୍ରିକାର ସହ-ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି । ସେ କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

୧୯୬୬ ମସିହାର ଅପ୍ରେଲ ୨୮ ତାରିଖରେ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରଠାରେ ଜନ୍ମଗ୍ରହଣ କରିଥିଲେ କୃଷ୍ଣ କୁମାର ମହାନ୍ତି ।[୨] ବାଲେଶ୍ୱର ଜିଲ୍ଲାର ସ୍କୁଲରୁ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୮୯ ମସିହାରେ ସେ ମମତା ମହାନ୍ତିଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଜଣ ସନ୍ତାନ ଅଛନ୍ତି । ତାଙ୍କ ଝିଅ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ଜଣେ ସାମ୍ବାଦିକା ତଥା ଗାଳ୍ପିକା ।

ଓଡ଼ିଆ ସାହିତ୍ୟରେ ଅବଦାନ[ସମ୍ପାଦନା]

ନବମ ଶ୍ରେଣୀରେ ପଢ଼ିବା ବେଳେ ସେ ଗପ ଲେଖିବା ଆରମ୍ଭ କରିଥିଲେ, ଯାହାକି ତାଙ୍କ ସ୍କୁଲ ପତ୍ରିକାରେ ପ୍ରକାଶିତ ହୋଇଥିଲା । ମାତ୍ର ୧୯୯୦ ମସିହାରୁ ସେ ବିଧିବଦ୍ଧ ଭାବରେ ଗପ ଲେଖିବା ଆରମ୍ଭ କରିଥିଲେ; ତାଙ୍କର ଏହି ପ୍ରଥମ ଗପ, "ରକ୍ତାକ୍ତ ଚିଠି" କଥା ପତ୍ରିକାରେ ପ୍ରକାଶିତ ହୋଇଥିଲା । ୧୯୯୦ ମସିହାରୁ ଆରମ୍ଭ ହୋଇଥିବା କଥା ନବପ୍ରତିଭା ପ୍ରତିଯୋଗିତାରେ ସେ ଏହି ଗପ ଜରିଆରେ ଭାଗ ନେଇଥିଲେ ଏବଂ ଏହି ପୁରସ୍କାର ଜିତିଥିଲେ ।[୩]

୨୦୧୬ ମସିହାରେ ଶ୍ରଦ୍ଧା ପବ୍ଲିକେଶନଦ୍ୱାରା ତାଙ୍କ ପ୍ରଥମ ପୁସ୍ତକ ପ୍ରକାଶିତ ହୋଇଥିଲା । ଏହାପରେ ଗଳ୍ପ ସଂକଳନ ପାପ, କବିତା ବହି କେହି ଜଣେ, ଅନୁବାଦ ପୁସ୍ତକ ଟିପୁ ସୁଲତାନ, କବିତା ବହି ରୁବି ରାୟ ଆଦି ପ୍ରକାଶିତ ହୋଇଛି ।[୩]

ରଚନାବଳୀ[ସମ୍ପାଦନା]

  • ଶ୍ୟାମଳୀ ଦାସ (ଗପ ବହି) - ୨୦୧୬
  • ପାପ (ଗଳ୍ପ ସଂକଳନ)
  • କେହି ଜଣେ (କବିତା ବହି)
  • ଟିପୁ ସୁଲତାନ (ଅନୁବାଦ)
  • ରୁବି ରାୟ (କବିତା ବହି)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କଥା ନବପ୍ରତିଭା ପୁରସ୍କାର, ୧୯୯୦
  • ଭୁବନେଶ୍ୱର ପୁସ୍ତକମେଳାରେ ରବି ପଟ୍ଟନାୟକ ପୁରସ୍କାର
  • ଅଙ୍କୁର ପୁରସ୍କାର
  • କାଦମ୍ବିନୀ ଫିଚର ପୁରସ୍କାର
  • ଅଖିଳମୋହନ କଥା ପୁରସ୍କାର
  • ସମ୍ବାଦ ସଂକେତ ପୁରସ୍କାର
  • ପ୍ରଗତିବାଦୀ ଗଳ୍ପ ପୁରସ୍କାର
  • ସମୟ ସାଂପ୍ରତିକ ସାହିତ୍ୟ ସମ୍ମାନ
  • ବର୍ଣ୍ଣାଳି ଅନୁବାଦ ସମ୍ମାନ
  • ନୀହାରକନ୍ୟା କବିତା ସମ୍ମାନ[୪]

ଆଧାର[ସମ୍ପାଦନା]

  1. "'କବି ବସନ୍ତ ମୁଦୁଲି କବିତା ପୁରସ୍କାର' ଘୋଷଣା: ୨୦୨୨ ପାଇଁ ନରେନ୍ଦ୍ର ଭୋଇ, ୨୦୨୩ ପାଇଁ ଚିତ୍ତରଞ୍ଜନ ନାୟକ ହେବେ ପୁରସ୍କୃତ". Sambad (in ଆମେରିକୀୟ ଇଂରାଜୀ). 2023-10-16. Retrieved 2023-10-20.
  2. "ତାରୁଣ୍ୟରେ ତିଆରିଥିଲି ପାଠକଗୋଷ୍ଠୀ ଗପ ଲେଖି..." ଧରିତ୍ରୀ. No. ଭୁବନେଶ୍ୱର. 11 February 2021. p. ୧୨. Archived from the original on 21 January 2023. Retrieved 5 November 2023.
  3. ୩.୦ ୩.୧ "ଅଳ୍ପ ଆଳାପ: ସାହିତ୍ୟ ଓ ଜୀବନକୁ ଏକାପରି ଭଲପାଏ". ସମ୍ବାଦ. 1 August 2021. Archived from the original on 1 August 2021. Retrieved 5 November 2023.
  4. "କୃଷ୍ଣ କୁମାର ମହାନ୍ତି ପାଇଲେ ନୀହାରକନ୍ୟା କବିତା ସମ୍ମାନ". ବାଲେଶ୍ୱର. 5 March 2018. Archived from the original on 5 November 2023. Retrieved 5 November 2023.

ବାହାର ଆଧାର[ସମ୍ପାଦନା]