ସରକାରୀ ହାଇସ୍କୁଲ, ଗୁଣପୁର
ଦେଖଣା
(ସରକାରୀ ହାଇସ୍କୁଲ, ଗୁଣୁପୁରରୁ ଲେଉଟି ଆସିଛି)
ସରକାରୀ ହାଇସ୍କୁଲ,ଗୁଣପୁର | |
---|---|
ଅବସ୍ଥାନ | |
ଗୁଣପୁର, ଓଡ଼ିଶା, ଭାରତ | |
ବିବରଣୀ | |
ପ୍ରତିଷ୍ଠା | ୧୯୦୩ |
ଅଧ୍ୟକ୍ଷ | ଶ୍ରୀ ଚନ୍ଦ୍ରଶେଖର୍ ପ୍ରଧାନ |
ଶ୍ରେଣୀ | ଶ୍ରେଣୀ ୬ରୁ ୧୦ମ |
ଛାତ୍ରଛାତ୍ରୀ ସଂଖ୍ୟା | ୬୫୦+ |
ୱେବସାଇଟ | "www.ghsgunupur.com" |
ସରକାରୀ ହାଇସ୍କୁଲ,ଗୁଣପୁର ଓଡ଼ିଶାର ଗୁଣପୁରରେ ଥିବା ଏକ ସରକାରୀ ଓଡ଼ିଆ ମାଧ୍ୟମ ଉଚ୍ଚବିଦ୍ୟାଳୟ ।
ଅବସ୍ଥିତି
[ସମ୍ପାଦନା]ଏହି ବିଦ୍ୟାଳୟଟି ରାୟଗଡ଼ା ଜିଲ୍ଲାରେ ଥିବା ଗୁଣପୁରର ବଂଶଧାରା ନଦୀ କୂଳରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]ସରକାରୀ ହାଇସ୍କୁଲ,ଗୁଣପୁର ୧୯୦୩ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ୨୦୧୫ ଏପ୍ରିଲରେ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ ହୋଇଛି[୧][୨] । ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ଉଚ୍ଚ ପଦ ପଦବୀରେ ରହି ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି ।ଏହି ବିଦ୍ୟାଳୟଟି ରାୟଗଡ଼ା ଜିଲ୍ଲାର ଅନ୍ୟତମ ପୁରାତନ ବିଦ୍ୟାଳୟ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟଟି ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷାବ୍ୟବସ୍ଥାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଆସିଛି[୩] । ଏଠାରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଏ ଓ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୭୦୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC)ର ସୁବିଧା ରହିଛି ।
ଆଧାର
[ସମ୍ପାଦନା]- ↑ "Centenary celebration of Gunupur High Shool"
- ↑ "Centenary celebration of Gunupur High School" Archived 2016-03-04 at the Wayback Machine.Samdabepaper news dated 11.04.2015
- ↑ "Development of education in Koraput district